ଆପଣଙ୍କ ଟିକା ଆଉ କିଏ ନେଇ ଯାଉଛି କି ?

ନୂଆଦିଲ୍ଲୀ: କୋଭିଡ୍ ଟିକାକୁ ନେଇ ଭାରତରେ ଯେମିତି ଆଗ୍ରହ ବଢ଼ିଛି ସେମିତି ଏହି ଟିକା ଲୋକଙ୍କ ପାଖରେ ଉପଲବ୍ଧ ହେବା ରହସ୍ୟ ଘେରରେ ରହି ଆସିଛି। କେତେବେଳେ ଟିକା ନେବା ପାଇଁ ରାତି ଅଧରୁ ଲୋକ ଟିକାଦାନ କେନ୍ଦ୍ର ଆଗରେ ଧାଡ଼ି ଲଗାଉଥିବା ଦେଖବାକୁ ମିଳୁଛି ତ ଆଉ କେଉଁଠି ଟଟିକା ନେବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବା ପରେ ଲୋକଙ୍କୁ ମନ ଦୁଃଖରେ ଫେରିବାକୁ ପଡ଼ୁଛି। ଏପଛର ମୂଳ କାରଣ ହେଉଛି ଯେତିକି ଚାହିଦା ରହିଛି ସେହି ଅନୁସାରେ ଟିକା ମିଳୁ ନାହିଁ। ସରକାର ଗୋଟିକ ପରେ ଗୋଟିଏ ଟିକଦାନ କେନ୍ଦ୍ର ବନ୍ଦ କରିଲେ ମଧ୍ୟ ଅଭାବ ଦୁର ହେଉନାହିଁ । ଅପରପକ୍ଷେ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଟିକା ଉତ୍ପାଦନ ଏବଂ ଏବଂ ଟିକାଦାନ ରିପୋର୍ଟ ଭିତରେ ତାଳମେଳ ରହୁ ନାହିଁ। ଏପରିକି ସରକାରଙ୍କ ପ୍ରଦତ୍ତ ତଥ୍ୟକୁ ଯଦି ହିସାବକୁ ନିଆଯାଏ ତେବେ ଦୈନିକ ଦେଶରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଟିକା ନଷ୍ଟ ହେଉଛି ବା ବଳକା ରହୁଛି। ଏ ଟିକା ଯାଉଛି କୁଆଡ଼େ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭାରତ ସରକାରଙ୍କ ରିପୋର୍ଟ ଅନୁସାରେ ଦେଶରେ ଦୁଇଟି ଟିକା କମ୍ପାନୀ ଟିକା ଉତ୍ପାଦନ କରୁଛନ୍ତି। ଏହି ଦୁଇ କମ୍ପାନୀ ଏବେ ଦିନକୁ ହାରାହାରି ୨୭ ଲକ୍ଷ ଡୋଜ୍ ପ୍ରସ୍ତୁତ କରୁଛନ୍ତି। ଏହି ଟିକା ସରକାରଙ୍କ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି। ତାହା ପୁଣି ଏକ ନିର୍ଦିଷ୍ଟ ଅନ୍ ଲାଇନ୍ ପ୍ଲାଟଫର୍ମ ଜରିଆରେ ନିୟନ୍ତ୍ରଣ କରାଯାଉଛି। ଟିକାଦାନ କାର୍ଯ୍ୟକ୍ରମକୁ ସ୍ୱଛ କରିବା ପାଇଁ ଏହି ଅନ୍ଲାଇନ୍ ପ୍ଲାଟ୍ଫର୍ମ ବା କୋ ୱିନ୍ ପୋର୍ଟାଲ୍ ବ୍ୟବହାର କରାଯାଉଛି। ଏହି ପୋର୍ଟାଲରେ ଦେଶର କେଉଁ କୋଣରେ କିଏ ଟିକା ନେଲା ତାହାର ସବିଶେଷ ରିପୋର୍ଟ ରହୁଛି। ହେଲେ କୋୱିନ୍ ପୋର୍ଟାଲ୍ର ତଥ୍ୟ ଅନୁସାରେ ଦେଶରେ ହାରାହାରି ଦୈନିକ ୧୬ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯାଉଛି। ଏଥିରେ ଉଭୟ ପ୍ରଥମ ଓ ଦ୍ବିତିୀୟ ଡୋଜ୍ ଟିକାଦାନ ଅନ୍ତର୍ଭୁକ୍ତ।

ମେ ମାସର ଟିକା ଉତ୍ପାଦନ ଓ ଟିକାଦାନକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ଜଣାପଡ଼ିବ। ଏହି ମାସର ପ୍ରଥମ ସପ୍ତାହରେ ଅର୍ଥାତ୍ ମେ ତାରିଖରୁ ମେ ୭ ତାରିଖ ଭିତରେ ବିଭିନ୍ନ ରାଜ୍ୟରେ ୧ କୋଟି ୨୧ ଲକ୍ଷ ୬୦ ହଜାରରୁ ଅଧିକ ନାଗରିକଙ୍କୁ ଟିକା ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ସପ୍ତାହରେ ଏହି ଟିକାଦାନ ପରିମାଣ ୧କୋଟି ୨୮ ଲକ୍ଷ ୩୦ ହଜାର ଥିବା ବେଳେ ତୃତୀୟ ସପ୍ତାହରୁ ଟିକାର ଭୟଙ୍କର ଅଭାବ ଦର୍ଶାଇ ଟିକାଦାନକୁ ସଙ୍କୁଚିତ କରାଯାଇଥିଲା। ଏହି ସପ୍ତାହରେ ୯୨ ଲକ୍ଷ ୧୦ ହଜାର ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ଚତୁର୍ଥ ସପ୍ତାହରେ ଅର୍ଥାତ୍ ମେ ୨୩ତାରିଖ ସୁଦ୍ଧା ମାତ୍ର ୨୪ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି। ଅର୍ଥାତ୍ ମେ ମାସ ୨୩ ତାରିଖ ସୁଦ୍ଧା ଦେଶରେ ୩ କୋଟି୬୬ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକାଦାନ କରାଯାଇଛି।

ଅପରପକ୍ଷେ ସୁପ୍ରିମକୋର୍ଟଙ୍କ ପାଖରେ ଭାରତ ସରକାର ଦାଖଲ କରିଥିବା ସତ୍ୟପାଠ ଅନୁସାରେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ( ଏସ୍ଆଇଆଇ) ୬.୫ କୋଟି କୋଭିସିଲ୍ଡ ଟିକା ଏବଂ ଭାରତ ବାୟୋଟେକ୍ ୨ କୋଟି ଟକା ପ୍ରସ୍ତୁତ କରୁଛନ୍ତି। ଏହି ରିପୋର୍ଟ ଭାରତ ସରକାରଙ୍କ ପକ୍ଷରୁ ମେ ମାସ ଆରମ୍ଭରୁ ଦାଖଲ କରାଯାଇଥିଲା। ସେଥିରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ଆଗକୁ ଜୁଲାଇ ମାସ ଶେଷ ସୁଦ୍ଧା ଦେଶରେ ସାଢ଼େ ପାଞ୍ଚ କୋଟି କୋଭାକ୍ସିନ୍ ଟିକା ପ୍ରସ୍ତୁତ କରିବା ଲାଗି ଚେଷ୍ଟା କରାଯାଉଛି। ଏହା ସହ ମାସକୁ ୩୦ ଲକ୍ଷ ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରଯିବ। ଏହି ରିପୋର୍ଟରେ ମେ ମାସରେ ସର୍ବନିମ୍ନ ସାଢ଼େ ଆଠ କୋଟି ଟିକା ଭାରତରେ ପ୍ରସ୍ତୁତ ହେଉଥିବା ଦର୍ଶାଯାଇଛି। ଭାରତ ସରକାରଙ୍କ ଏହି ରିପୋର୍ଟକୁ ଉଭୟ କୋଭାକ୍ସିନ୍ ଓ କୋଭିସିଲ୍ଡ ପ୍ରସ୍ତୁତକାରୀ କମ୍ପାନୀମାନେ ସମର୍ଥନ ଦେଇଛନ୍ତି।

ଏହି ରିପୋର୍ଟ ଦର୍ଶାଉଛଇ ଯେ, ଦେଶରେ ମେ ମାସରେ ସାଢ଼େ ଆଠ କୋଟି ପାନ ଟିକା ପ୍ରସ୍ତୁତ ହେଉଥିବା ବେଳେ ଲୋକଙ୍କୁ ମାତ୍ର ୩କୋଟି ୬୬ ଲକ୍ଷ ପାନ ଟିକା ଦିଆଯାଇଛି। ଅର୍ଥାତ୍ ପ୍ରାୟ ୫ କୋଟି ଟକାର ହିସାବ ଏବେ ମିଳୁ ନାହିଁ।

ଏବେ ଭାରତ ସରକାରଙ୍କ ଦ୍ୱାରା ଟିକା ରପ୍ତାନୀ କାର୍ଯ୍ୟକ୍ରମ ବନ୍ଦ ରହିଛି। ଅର୍ଥାତ୍ ଯେଉଁ ଟିକା ଭାରତରେ ଉତ୍ପାଦନ ହେଉଛି ତାହା ଦେଶର ଲୋକଙ୍କୁ ପ୍ରଦାନ କରାଯାଉଛି। ଯେତେବେଳେ ମାସିକ ୫ କୋଟି ଟକା ଦାନର ହିସାବ ମିଳୁ ନାହିଁ ସେହି ସମୟରେ ଟିକା ଅଭାବ ହେଉଥିବା ନେଇ ଯେଉଁ ସରକାରୀ ରିପୋର୍ଟ ପ୍ରଦାନ କରାଯାଉଛି ତାହା କେତେଦୂର ସତ୍ୟ। ଏ ଅଭାବ କୃତ୍ରିମ ଅଭାବ ନା ଏ ଭିତରେ ଟିକା ଗୋପନ ଭାବେ ଘରୋଇ କ୍ଷେତ୍ରକୁ ରପ୍ତାନୀ କରାଯାଉଛି।

Leave a Reply