‘ୟାସ୍’ ଭେରୀ ସିଭିୟର ସାଇକ୍ଳୋନ୍ କିନ୍ତୁ ମହାବାତ୍ୟାର ରୂପ ନେବ ନାହିଁ: ମୃତ୍ୟୁଞ୍ଜୟ ମହାପାତ୍ର

1 min read

ନୂଆଦିଲ୍ଲୀ: ବାତ୍ୟା ‘ୟାସ୍’ ଆଜି ସକାଳେ ପାରାଦୀପ ଠାରୁ ୩୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । ଏହା ଘନିଭୂତ ହୋଇ ପ୍ରବଳ ବାତ୍ୟାରେ ପରିଣତ ହୋଇଛି । ଏବଂ ସନ୍ଧ୍ୟା ସୁଦ୍ଧା ଅତି ପ୍ରବଳ ବାତ୍ୟାରେ ପରିଣତ ହେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ଭୋରୁ ଧାରମା ନିକଟରେ କେନ୍ଦ୍ରୀଭୂତି ହେବ । ଏବଂ ଦ୍ୱିପ୍ରହର ବେଳକୁ ବାଲେଶ୍ୱର-ଧାମରା ମଧ୍ୟରେ ଗତି କରିବ । ଏହି ସମୟରେ ପବନର ବେଳ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରୀରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ପବନ ବଢ଼ିବାରେ ଲାଗିବ । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ସବୁଠାରୁ ବେଶୀ ପବନ କାଲି ପ୍ରାତଃ ସମୟରେ ରହିବ । ଏବଂ ଏହା ଦ୍ୱିପ୍ରହର ଯାଏ ରହିବ । ବାତ୍ୟାର ଆଖି ବାଲେଶ୍ୱର-ଧାମରା ମଧ୍ୟରେ ଉପକୂଳ ଦେଇ ଗତି କରିବ । ତେବେ ଏହା ଭେରୀ ସିଭିୟର ସାଇକ୍ଳୋନ୍ କିନ୍ତୁ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ନାହିଁକି ଏହା ମାହାବାତ୍ୟାର ରୂପ ନେବନାହିଁ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ପାଇଁ ବଢ଼ିଲା ବିପଦ: ବାଲେଶ୍ୱର-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍’

Leave a Reply