୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର: ସାଢ଼େ ୭ଲକ୍ଷ ଲୋକଙ୍କୁ ରଖିବା ନେଇ ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ଧାମରା ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ୟାସ୍’ । ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା ପରେ ତଦ୍‌ନୁଯାୟୀ ପ୍ରସ୍ତୁତି ତ୍ୱରାନ୍ୱିତ କରାଯାଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ।

କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵରକୁ ହାଇଆଲର୍ଟରେ ରଖାଯାଇଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି । ଆଉ ସୁନ୍ଦରଗଡ (ଲହୁଣୀପଡା ଓ ବଣେଇ) ଢେଙ୍କାନାଳ (୩ବ୍ଲକ,କଙ୍କଡାହାଡ଼, ଭୁବନ, କାମାକ୍ଷାନଗର) ଓ ଅନୁଗୁଳର (ପାଲଲହଡ଼ା ଓ କଣିହାଁ) କିଛି ବ୍ଲକକୁ ଆଲର୍ଟ ରଖିବା ପାଇଁ କୁହାଯାଇଥିବା ଏସ୍‌ଆରସି କହିଛନ୍ତି । ୩୦ଟି ଜିଲ୍ଲାରେ ୫୦ମିଲି ମିଟର ବର୍ଷା ହୋଇଛି । ଜଗତସିଂହପୁରରେ ସର୍ବାଧିକ ବର୍ଷା ହୋଇଛି । ବର୍ତ୍ତମାନଠୁ ପବନ ଆରମ୍ଭ ହୋଇଛି ଆଜି ଅପରାହ୍ଣରୁ ପବନର ବେଗ ଆହୁରି ବଢ଼ିବ । ୫୦ ରୁ ୬୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହୋଇ ସାରିଛନ୍ତି । ଆହୁରି ୮୬୦ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ରହିଛି ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ବି ପ୍ରସ୍ତୁତ ଅଛି । ୬୯୦୦ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରିରଖାଯାଇଛି । ଯେଉଁଥିରେ ୭.୫୦ ଲକ୍ଷ ଲୋକଙ୍କୁ ରଖାଯାଇପାରିବ ବୋଲି ଏସ୍‌ଆରସି କହିଛନ୍ତି । ଏହା ବାଦ୍ ପବ୍ଲିକ ବିଲ୍ଡିଂ ଗୁଡିକୁ ଖୋଲା ରଖିବା ପାଇଁ ଆମେ ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ୱାରା ଯେଉଁମାନେ ଶେଷ ମୁହୂର୍ତ୍ତରେ ଚାହିଁବେ ସେମାନଙ୍କୁ ସ୍ଥାନାନ୍ତର କରାଯିବ ।  ୭୧୦ ଡିଜି ସେଟ ଓ ୮୧୩ ଟ୍ୟାଙ୍କର ପଠାଯାଇଛି । ବିଦ୍ୟୁତ ବିଭାଗର ୧୦ ହଜାର ଲୋକ ମୁତୟନ ହୋଇ ସାରିଛନ୍ତି। ଆଉ ୨ ହଜାର ଲୋକ ଖୁବଶୀଘ୍ର ପହଞ୍ଚିବେ । ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୦୮ ହେଲ୍ଥ ଟିମ୍ ଗଠନ କରାଯାଇଛି । ୨୧୫ ଜେନେରେଟର ରହିଛି । ୪୫୦୦ ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଏସ୍‌ଆରସି ସୂଚିତ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ୟାସ୍’ ଭେରୀ ସିଭିୟର ସାଇକ୍ଳୋନ୍ କିନ୍ତୁ ମହାବାତ୍ୟାର ରୂପ ନେବ ନାହିଁ: ମୃତ୍ୟୁଞ୍ଜୟ ମହାପାତ୍ର

Leave a Reply