spot_img
Home Blog Page 5734

ଅନ୍ତିମ ବିକଳ୍ପ ହେଉ ଲକଡାଉନ୍: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ବେଶ୍ ଚିନ୍ତାଜନକ ଥିବାବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ବିରୋଧରେ ଦେଶ ଆଜି ବଡ଼ ଲଢ଼େଇ କରୁଛି । କିଛି ସପ୍ତାହ ପୂର୍ବ ଯାଏ ସ୍ଥିତି ଠିକ୍ ଥିଲା । ଏବେ କରୋନାର ଦ୍ୱିତୀୟ ପ୍ରବାହ ଭୟଙ୍କର ହେଉଛି । ଯେଉଁ କଷ୍ଟ ଆପଣ ସହିଥିଲେ, ସହୁଛନ୍ତି ତାହ ମୋତେ ଜଣା ଅଛି । ଯେଉଁ ଲୋକ ନିଜର ପରିଜନକୁ ହରାଇଛନ୍ତି । ସେମାନଙ୍କ ସହ ମୋର ସମବେଦନା ରହିଛି । ପରିବାରର ସଦସ୍ୟ ଭାବେ ମୁଁ ଆପଣମାନଙ୍କ ଦୁଃଖରେ ସାମିଲ୍ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

କରୋନା ଯୁଦ୍ଧ ବଡ଼ ଅଟେ । ଆମ ସମସ୍ତଙ୍କୁ ମିଳିତ ଭାବେ ଲଢ଼ିବାକୁ ପଡ଼ିବ । ମୁଁ ଦେଶର ସମସ୍ତ ଡକ୍ଟର, ମେଡିକାଲ ଷ୍ଟାଫ, ପାରା ମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ସୁରକ୍ଷାକର୍ମୀ, ପୋଲିସ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନେ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ଆଜି ପୁଣିଥରେ କରୋନାର ଦ୍ୱିତୀୟ ଲହର ବେଳେ ଆପଣଙ୍କ ପରିବାର ଚିନ୍ତା ଛାଡ଼ି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି । କଠିନରୁ ଅଧିକ କଠିନ ସମୟରେ ଆମକୁ ଧୈର୍ଯ୍ୟ ହରାଇବା ଅନୁଚିତ୍ । କୌଣସି ପରିସ୍ଥିତିରୁ ମୁକୁଳିବା ଲାଗି ସଠିକ ନିଷ୍ପତ୍ତି, ସଠିକ୍ ପ୍ରୟାସ ବିଜୟ ଦେଇ ପାରିବ । ଏହି ମନ୍ତ୍ରକୁ ନେଇ ଆଜି ଦେଶ ଦିନରାତି କାର୍ଯ୍ୟ କରୁଛି ।

ବିଗତ କିଛି ଦିନରେ ନିଆଯାଇଥିବା ପଦକ୍ଷେପ ସ୍ଥିତିକୁ ଦ୍ରୁତଗତିରେ ସୁଧାର ଆଣିବ । ଏବେ କରୋନା ପାଇଁ ଦେଶର ଏକାଧିକ ସ୍ଥାନରେ ଅକ୍ସିଜେନ୍ ଚାହିଦା ବହୁତ ଅଧିକ ବଢ଼ିଛି । ଏହି ବିଷୟରେ ସରକାର ସମ୍ବେଦନଶୀଳତାର ସହ କାମ କରୁଛନ୍ତି । କେନ୍ଦ୍ର ସରାକର ଓ ରାଜ୍ୟ ସରକାର, ଘରୋଇ ସଂସ୍ଥା ସମସ୍ତଙ୍କ ପୂରା ଚେଷ୍ଟା ସମସ୍ତ ଗୁରୁତରଙ୍କୁ ଅକ୍ସିଜେନ୍ ମିଳୁ । ଅକ୍ସିଜେନ୍ ଉତ୍ପାଦନ ଓ  ଯୋଗାଣକୁ ବଢ଼ାଇବା ଲାଗି ବିଭିନ୍ନ ଉପାୟ କରାଯାଉଛି । ରାଜ୍ୟରେ ନୂଆ ଅକ୍ସିଜେନ୍ ପ୍ଲାଣ୍ଟ ସହ ୧ ଲକ୍ଷ ନୂଆ ସିଲିଣ୍ଡର ପହଞ୍ଚାଇବା ଉଦ୍ୟମ ହେଉଛି । ଶିଳ୍ପ ସଂସ୍ଥାରେ ବ୍ୟବହୃତ ଅକ୍ସିଜେନକୁ ମେଡିକାଲରେ ବ୍ୟବହାର, ଅକ୍ସିଜେନ୍ ରେଳ ଆଦି ପ୍ରୟାସ କରାଯାଉଛି । ଏବେ ବଢ଼ୁଥିବା କରୋନା କେସ୍ ଦେଖି ଦେଶରେ ଔଷଧ ଉତ୍ପାଦନ ବୃଦ୍ଧି କରାଯାଇଛି । ଜାନୁଆରୀ, ଫେବ୍ରୁଆରୀ ତୁଳନାରେ ଅଧିକ ଔଷଧ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଔଷଧ ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି ।

ଏଥିସହ ହସ୍ପିଟାଲ ଗୁଡ଼ିକରେ ଶଯ୍ୟା ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି କରାଯାଉଛି । କିଛି ସହରରେ ଚାହିଦାକୁ ଦେଖି ବଡ଼ ବଡ଼ କୋଭିଡ୍ ହସ୍ପିଟାଲ ନିର୍ମାଣ ହେଉଛି । ଗତବର୍ଷ କରୋନାର ଅଳ୍ପ କିଛି ମାମଲା ଆସିଥିଲା । ଆମ ବୈଜ୍ଞାନିକ ଦିନରାତି କାମ କରି କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିଲେ । ଦୁନିଆରେ ଭାରତରେ ସବୁଠାରୁ ଶସ୍ତା ଭ୍ୟାକ୍ସିନ୍ ମିଳୁଛି । ଭାରତରେ କୋଲ୍ଡ ଚେନ୍ ବ୍ୟବସ୍ଥା ଅନୁକୂଳ ଟିକା ଆମ ପାଖରେ ଅଛି । ଟିମ୍ ୱାର୍କ ଯୋଗୁଁ ଭାରତ ୨ଟି ଦେଶୀ ଟିକା ସହ ଟିକାକରଣ ଆରମ୍ଭ କରିପାରିଥିଲା । ଅଧିକରୁ ଅଧିକ ଅଞ୍ଚଳରେ ଲୋକଙ୍କୁ ଟିକା ଦିଆଯିବା ପରେ ଗୁରୁତ୍ୱ ଦିଆଯାଉଛି । ଏବେ ସୁଦ୍ଧା ୧୨ କୋଟି ଲୋକଙ୍କୁ ଟିକା ଦିଆଗଲାଣି । ଆମ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ କରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କ ବଡ଼ ଶତକଡ଼ା ଭ୍ୟାକ୍ସିନ୍ ନେଇ ସାରିଲେଣି । ମେ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କ ଯେକୌଣସି ବ୍ୟକ୍ତି ଭ୍ୟାକ୍ସିନ୍ ନେଇପାରିବେ ।

ଭାରତରେ ପ୍ରସ୍ତୁତ ଭ୍ୟାକ୍ସିନର ଅଧା ସିଧାସଳଖ ରାଜ୍ୟ ଓ ହସ୍ପିଟାଲଗୁଡ଼ିକୁ ମିଳିବ । ଗରିବ, ବୃଦ୍ଧ, ନିମ୍ନ ମଧ୍ୟବିତ୍ତ ଓ ୪୫ ବର୍ଷରୁ ଅଧିକ ଲୋକଙ୍କୁ କରାଯାଉଥିବା ଟିକାକରଣ ଜାରି ରହିବ । ପୂର୍ବଭଳି ସରକାରୀ ହସ୍ପିଟାଲରେ ମାଗଣା କୋଭିଡ୍ ଟିକାକରଣ ଜାରି ରହିବ । ଆମ ସମସ୍ତଙ୍କ ପ୍ରୟାସ ଜୀବନ ବଞ୍ଚାଇବା । ଏଥିସହ ଆର୍ଥିକ ଗତିବିଧି ସହ ଜୀବନଜୀବିକାକୁ ଜାରି ରଖିବା । ରାଜ୍ୟ ସରକାରଙ୍କୁ ଅନୁରୋଧ ସେମାନେ ଶ୍ରମିକଙ୍କୁ ଭରସା ଦିଅନ୍ତୁ । ସେମାନେ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ । ଗତବର୍ଷ ପରିସ୍ଥିତି ଏବେର ସ୍ଥିତି ଠାରୁ ବହୁତ ଅଲଗା ଥିଲା । ସେତେବେଳେ ଆମ ପାଖରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏତେ ସୁଦୃଢ଼ ନଥିଲା । କରୋନା ଟେଷ୍ଟ ପାଇଁ ଲ୍ୟାବ, ପିପିଇ କିଟ୍, କରୋନା ଚିକିତ୍ସା ନେଇ କୌଣସି ସୂଚନା ନଥିଲା । ତଥାପି ଆମେ ଖୁବ୍ କମ୍ ସମୟରେ ଏଥିରେ ପାରଜ୍ଞମ ହୋଇ ପାରିଥିଲେ । ଆଜି ଆମ ପାଖରେ ବଡ଼ ମାତ୍ରରେ ପିପିଇ କିଟ୍ ସହ କରୋନା ସମ୍ପର୍କିତ ଅନେକ ବ୍ୟବସ୍ଥା ରହିଛି ।

ଏହାର ଶ୍ରେୟ ସମସ୍ତ ଦେଶବାସୀଙ୍କୁ ଦେଉଛି । କୋଭିଡ୍ କଟକଣାକୁ ମାନି ଆପଣ ଦେଶକୁ ଆଣିଛନ୍ତି । ଜନ ଭାଗିଦାରୀ ଶକ୍ତି ଦ୍ୱାରା ଆମେ କରୋନାକୁ ହରାଇ ପାରିବା । ଦେଶବାସୀଙ୍କୁ ଅନୁରୋଧ କରୁଛି ସଂକଟ ଗଢ଼ିରେ ଆପଣମାନେ ଗରିବଙ୍କୁ ସାହାଯ୍ୟ କରୁଛନ୍ତି । ଯୁବକମାନେ ଛୋଟ ଛୋଟ କମିଟି ଗଠନ କରି କୋଭିଡ୍ ନିୟମ ପାଳନ ପାଇଁ ଅନୁପ୍ରାଣିତ କରନ୍ତୁ । ଏମିତି କଲେ ପ୍ରଶାସନକୁ କଣ୍ଟେନମେଣ୍ଟକି ସଟଡାଉନ୍ ଆବଶ୍ୟକ ହେବ ନାହିଁ । ଏଥିସହ ଡରର ମାହୋଲ୍ କମାଇବା ଲାଗି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ । ଆଜି ଆମକୁ ଦେଶକୁ ଲକଡାଉନରୁ ବଞ୍ଚିବା ଦରକାର । ରାଜ୍ୟକୁ ବି ଅନୁରୋଧ ସେମାନେ ଲକଡାଉନକୁ ଅନ୍ତିମ ବିକଳ୍ପ ରୂପେ ବ୍ୟବହାର କରନ୍ତୁ । ଲକଡାଉନ ଉପରେ ଧ୍ୟାନ କେନ୍ଦ୍ରିତ ନକରି ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତୁ । ଅର୍ଥ ବ୍ୟବସ୍ଥାକୁ ସୁଧାରିବା ସହ ଦେଶବାସୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବା । କରୋନା ବିରୋଧୀ ଯୁଦ୍ଧ ପାଇଁ ଅନୁଶାସନ ଜରୁରୀ । ଦରକାର ହେଲେ ହିଁ ଘରୁ ବାହାରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ବେଶ୍ ଚିନ୍ତାଜନକ ରହିଛି । ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ବିରୋଧରେ ଦେଶ ଆଜି ବଡ଼ ଲଢ଼େଇ କରୁଛି । କିଛି ସପ୍ତାହ ପୂର୍ବ ଯାଏ ସ୍ଥିତି ଠିକ୍ ଥିଲା । ଏବେ କରୋନାର ଦ୍ୱିତୀୟ ପ୍ରବାହ ଭୟଙ୍କର ହେଉଛି । ଯେଉଁ କଷ୍ଟ ଆପଣ ସହିଥିଲେ, ସହୁଛନ୍ତି ତାହ ମୋତେ ଜଣା ଅଛି ।

Pm Narendra Modi Addressing Nation On Covid Situation (2)

ଯେଉଁ ଲୋକ ନିଜର ପରିଜନକୁ ହରାଇଛନ୍ତି । ସେମାନଙ୍କ ସହ ମୋର ସମବେଦନା ରହିଛି । ପରିବାରର ସଦସ୍ୟ ଭାବେ ମୁଁ ଆପଣମାନଙ୍କ ଦୁଃଖରେ ସାମିଲ୍ ।

ଯୁଦ୍ଧ ବଡ଼ ଅଟେ । ଆମ ସମସ୍ତଙ୍କୁ ମିଳିତ ଭାବେ ଲଢ଼ିବାକୁ ପଡ଼ିବ । ମୁଁ ଦେଶର ସମସ୍ତ ଡକ୍ଟର, ମେଡିକାଲ ଷ୍ଟାଫ, ପାରା ମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ସୁରକ୍ଷାକର୍ମୀ, ପୋଲିସ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନେ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି ।

ଆଜି ପୁଣିଥରେ କରୋନାର ଦ୍ୱିତୀୟ ଲହର ବେଳେ ଆପଣଙ୍କ ପରିବାର ଚିନ୍ତା ଛାଡ଼ି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି । କଠିନରୁ ଅଧିକ କଠିନ ସମୟରେ ଆମକୁ ଧୈର୍ଯ୍ୟ ହରାଇବା ଅନୁଚିତ୍ । କୌଣସି ପରିସ୍ଥିତିରୁ ମୁକୁଳିବା ଲାଗି ସଠିକ ନିଷ୍ପତ୍ତି, ସଠିକ୍ ପ୍ରୟାସ ବିଜୟ ଦେଇ ପାରିବ । ଏହି ମନ୍ତ୍ରକୁ ନେଇ ଆଜି ଦେଶ ଦିନରାତି କାର୍ଯ୍ୟ କରୁଛି ।

ବିଗତ କିଛି ଦିନରେ ନିଆଯାଇଥିବା ପଦକ୍ଷେପ ସ୍ଥିତିକୁ ଦ୍ରୁତଗତିରେ ସୁଧାର ଆଣିବ । ଏବେ କରୋନା ପାଇଁ ଦେଶର ଏକାଧିକ ସ୍ଥାନରେ ଅକ୍ସିଜେନ୍ ଚାହିଦା ବହୁତ ଅଧିକ ବଢ଼ିଛି । ଏହି ବିଷୟରେ ସରକାର ସମ୍ବେଦନଶୀଳତାର ସହ କାମ କରୁଛନ୍ତି । କେନ୍ଦ୍ର ସରାକର ଓ ରାଜ୍ୟ ସରକାର, ଘରୋଇ ସଂସ୍ଥା ସମସ୍ତଙ୍କ ପୂରା ଚେଷ୍ଟା ସମସ୍ତ ଗୁରୁତରଙ୍କୁ ଅକ୍ସିଜେନ୍ ମିଳୁ ।

ଅକ୍ସିଜେନ୍ ଉତ୍ପାଦନ ଓ  ଯୋଗାଣକୁ ବଢ଼ାଇବା ଲାଗି ବିଭିନ୍ନ ଉପାୟ କରାଯାଉଛି । ରାଜ୍ୟରେ ନୂଆ ଅକ୍ସିଜେନ୍ ପ୍ଲାଣ୍ଟ ସହ ୧ ଲକ୍ଷ ନୂଆ ସିଲିଣ୍ଡର ପହଞ୍ଚାଇବା ଉଦ୍ୟମ ହେଉଛି । ଶିଳ୍ପ ସଂସ୍ଥାରେ ବ୍ୟବହୃତ ଅକ୍ସିଜେନକୁ ମେଡିକାଲରେ ବ୍ୟବହାର, ଅକ୍ସିଜେନ୍ ରେଳ ଆଦି ପ୍ରୟାସ କରାଯାଉଛି । ଏବେ ବଢ଼ୁଥିବା କରୋନା କେସ୍ ଦେଖି ଦେଶରେ ଔଷଧ ଉତ୍ପାଦନ ବୃଦ୍ଧି କରାଯାଇଛି । ଜାନୁଆରୀ, ଫେବ୍ରୁଆରୀ ତୁଳନାରେ ଅଧିକ ଔଷଧ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଔଷଧ ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ଏଥିସହ ହସ୍ପିଟାଲ ଗୁଡ଼ିକରେ ଶଯ୍ୟା ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି କରାଯାଉଛି । କିଛି ସହରରେ ଚାହିଦାକୁ ଦେଖି ବଡ଼ ବଡ଼ କୋଭିଡ୍ ହସ୍ପିଟାଲ ନିର୍ମାଣ ହେଉଛି । ଗତବର୍ଷ କରୋନାର ଅଳ୍ପ କିଛି ମାମଲା ଆସିଥିଲା । ଆମ ବୈଜ୍ଞାନିକ ଦିନରାତି କାମ କରି କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିଲେ । ଦୁନିଆରେ ଭାରତରେ ସବୁଠାରୁ ଶସ୍ତା ଭ୍ୟାକ୍ସିନ୍ ମିଳୁଛି । ଭାରତରେ କୋଲ୍ଡ ଚେନ୍ ବ୍ୟବସ୍ଥା ଅନୁକୂଳ ଟିକା ଆମ ପାଖରେ ଅଛି ।

ଟିମ୍ ୱାର୍କ ଯୋଗୁଁ ଭାରତ ୨ଟି ଦେଶୀ ଟିକା ସହ ଟିକାକରଣ ଆରମ୍ଭ କରିପାରିଥିଲା । ଅଧିକରୁ ଅଧିକ ଅଞ୍ଚଳରେ ଲୋକଙ୍କୁ ଟିକା ଦିଆଯିବା ପରେ ଗୁରୁତ୍ୱ ଦିଆଯାଉଛି । ଏବେ ସୁଦ୍ଧା ୧୨ କୋଟି ଲୋକଙ୍କୁ ଟିକା ଦିଆଗଲାଣି । ଆମ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ କରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କ ବଡ଼ ଶତକଡ଼ା ଭ୍ୟାକ୍ସିନ୍ ନେଇ ସାରିଲେଣି । ମେ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କ ଯେକୌଣସି ବ୍ୟକ୍ତି ଭ୍ୟାକ୍ସିନ୍ ନେଇପାରିବେ ।

ଭାରତରେ ପ୍ରସ୍ତୁତ ଭ୍ୟାକ୍ସିନର ଅଧା ସିଧାସଳଖ ରାଜ୍ୟ ଓ ହସ୍ପିଟାଲଗୁଡ଼ିକୁ ମିଳିବ । ଗରିବ, ବୃଦ୍ଧ, ନିମ୍ନ ମଧ୍ୟବିତ୍ତ ଓ ୪୫ ବର୍ଷରୁ ଅଧିକ ଲୋକଙ୍କୁ କରାଯାଉଥିବା ଟିକାକରଣ ଜାରି ରହିବ । ପୂର୍ବଭଳି ସରକାରୀ ହସ୍ପିଟାଲରେ ମାଗଣା କୋଭିଡ୍ ଟିକାକରଣ ଜାରି ରହିବ । ଆମ ସମସ୍ତଙ୍କ ପ୍ରୟାସ ଜୀବନ ବଞ୍ଚାଇବା । ଏଥିସହ ଆର୍ଥିକ ଗତିବିଧି ସହ ଜୀବନଜୀବିକାକୁ ଜାରି ରଖିବା ।

ରାଜ୍ୟ ସରକାରଙ୍କୁ ଅନୁରୋଧ ସେମାନେ ଶ୍ରମିକଙ୍କୁ ଭରସା ଦିଅନ୍ତୁ । ସେମାନେ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ । ଗତବର୍ଷ ପରିସ୍ଥିତି ଏବେର ସ୍ଥିତି ଠାରୁ ବହୁତ ଅଲଗା ଥିଲା । ସେତେବେଳେ ଆମ ପାଖରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ନଥିଲା । କରୋନା ଟେଷ୍ଟ ପାଇଁ ଲ୍ୟାବ, ପିପିଇ କିଟ୍, କରୋନା ଚିକିତ୍ସା ନେଇ ସୂଚନା ନଥିଲା । ତଥାପି ଆମେ ଖୁବ୍ କମ୍ ସମୟରେ ଆମେ ଏଥିରେ ପାରଜ୍ଞମ ହୋଇଥିଲେ । ଆଜି ଆମ ପାଖରେ ବଡ଼ ମାତ୍ରରେ ପିପିଇ କିଟ୍ ସହ କରୋନା ସମ୍ପର୍କିତ ଅନେକ ବ୍ୟବସ୍ଥା ରହିଛି ।

ଏହାର ଶ୍ରେୟ ସମସ୍ତ ଦେଶବାସୀଙ୍କୁ ଦେଉଛି । କୋଭିଡ୍ କଟକଣାକୁ ମାନି ଆପଣ ଦେଶକୁ ଆଣିଛନ୍ତି । ଜନ ଭାଗିଦାରୀ ଶକ୍ତି ଦ୍ୱାରା ଆମେ କରୋନାକୁ ହରାଇ ପାରିବା । ଦେଶବାସୀଙ୍କୁ ଅନୁରୋଧ କରୁଛି ସଂକଟ ଗଢ଼ିରେ ଆପଣମାନେ ଗରିବଙ୍କୁ ସାହାଯ୍ୟ କରୁଛନ୍ତି । ଯୁବକମାନେ ଛୋଟ ଛୋଟ କମିଟି ଗଠନ କରି କୋଭିଡ୍ ନିୟମ ପାଳନ ପାଇଁ ଅନୁପ୍ରାଣିତ କରନ୍ତୁ । ଏମିତି କଲେ ପ୍ରଶାସନକୁ କଣ୍ଟେନମେଣ୍ଟକି ସଟଡାଉନ୍ ଆବଶ୍ୟକ ହେବ ନାହିଁ ।

ଏଥିସହ ଡରର ମାହୋଲ୍ କମାଇବା ଲାଗି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ । ଆଜି ଆମକୁ ଦେଶକୁ ଲକଡାଉନରୁ ବଞ୍ଚିବା ଦରକାର । ରାଜ୍ୟକୁ ବି ଅନୁରୋଧ ସେମାନେ ଲକଡାଉନକୁ ଅନ୍ତିମ ବିକଳ୍ପ ରୂପେ ବ୍ୟବହାର କରନ୍ତୁ । ଲକଡାଉନ ଉପରେ ଧ୍ୟାନ କେନ୍ଦ୍ରିତ ନକରି ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତୁ । ଅର୍ଥ ବ୍ୟବସ୍ଥାକୁ ସୁଧାରିବା ସହ ଦେଶବାସୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ।

କରୋନା ବିରୋଧୀ ଯୁଦ୍ଧ ପାଇଁ ଅନୁଶାସନ ଜରୁରୀ । ଦରକାର ହେଲେ ହିଁ ଘରୁ ବାହାରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

କୋଭିଡ୍ କଟକଣାରେ ମେ’ ପ୍ରଥମ ସପ୍ତାହରୁ ସଂଗ୍ରହ ହେବ ରବି ଧାନ

ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ମେ’ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ରବି ଧାନ ସଂଗ୍ରହ କାର୍ଯ୍ୟକୁ ସୁସଙ୍ଗଠିତ କରିବା ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଚନ୍ତି । ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ନିକଟକୁ ପଠାଯାଇଛି । ବିଗତ ଖରିଫ ଧାନସଂଗ୍ରହ ସମୟରେ କରୋନା କଟକଣାକୁ ଅନୁପାଳନ କରାଯାଇ ସଂଗଠିତ ଉପାୟରେ ଧାନ ସଂଗ୍ରହ କରାଯାଇ ଥିଲା । ଚଳିତ ରବିଧାନ ସଂଗ୍ରହ ମଧ୍ୟ ସୁରୁଖୁରୁରେ ସଂପନ୍ନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଏଥି ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଧାନ ସଂଗ୍ରହ କେନ୍ଦ୍ରରେ ସୋସାଇଟି କର୍ମକର୍ତ୍ତା, ମିଲର କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ସର୍ବୋପରି ଚାଷୀଙ୍କ ନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଭିଡ଼ ଏଡ଼ାଇବା ପାଇଁ ଗୋଟିଏ କେନ୍ଦ୍ରରେ ଦିନକୁ ୩୦ରୁ ୩୫ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ଧାନସଂଗ୍ରହ କରାଯିବ । ଏଥିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇପାରିବ ନାହିଁ । ୧୦ରୁ ୧୨ ଜଣ ଚାଷୀଙ୍କୁ ଦିନର ନିର୍ଦ୍ଦିଷ୍ଟ ସମୟରେ ଧାନ ବିକ୍ରି କରିବା ପାଇଁ ଆସିବା ନିମନ୍ତେ ସୂଚନା ଦିଆଯିବ । ଆବଶ୍ୟକ ପଡ଼ିଲେ ଭିଡ଼ ଏଡ଼ାଇବା ପାଇଁ ଅଧିକ ସଂଖ୍ୟକ ଧାନସଂଗ୍ରହ କେନ୍ଦ୍ର ଖୋଲାଯିବ । ସଂପୃକ୍ତ ଜିଲ୍ଲାପାଳମାନେ ଏଥି ନିମନ୍ତେ ତୁରନ୍ତ ପ୍ରସ୍ତାବ ଦେବା ପାଇଁ କୁହାଯାଇଛି ।

ଧାନ ସଂଗ୍ରହ କେନ୍ଦ୍ରରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବରେ ପାଳନ କରାଯିବ । କେନ୍ଦ୍ରଗୁଡ଼ିକରେ ଚାଷୀ ଏବଂ ଶ୍ରମିକ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ପାଇଁ ସାନିଟାଇଜରର ବ୍ୟବସ୍ଥା କରାଯିବ । କେନ୍ଦ୍ରର ପ୍ରବେଶ ପଥରେ ସାନିଟାଇଜର ରଖାଯିବ ଯେପରି ଏହା ସମସ୍ତଙ୍କର ଦୃଷ୍ଟିଗୋଚର ହେଉଥିବ । ପ୍ରତ୍ୟେକ କେନ୍ଦ୍ରରେ ପର୍ଯ୍ୟାପ୍ତ ସଂଖ୍ୟକ ସାନିଟାଇଜର ମହଜୁଦ ଅଛି କି ନାହିଁ, ସେ ସଂପର୍କରେ ନିବନ୍ଧକ, ସମବାୟ ସମିତି ସମୂହ ପକ୍ଷରୁ ନିଶ୍ଚିତ କରାଯିବ । ସେହିପରି ମିଶନ ଶକ୍ତିର ନିର୍ଦ୍ଦେଶକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାନିଟାଇଜର ଉପଲବ୍ଧ କରାଇବେ । ଯେଉଁସବୁ କେନ୍ଦ୍ର ଭିଡ଼ ଏଡ଼ାଇବା ଦିଗରେ ବିଫଳ ହେବେ ସେମାନଙ୍କୁ ଧାନ ସଂଗ୍ରହ କରିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ।

Rabi Crop Procurement To Start From May First Week With Following Covid Protocols

ପ୍ରତିଦିନ ସକାଳ ୭ ଘଟିକାଠାରୁ ମଧ୍ୟାହ୍ନ ଘଣ୍ଟାଏ ଯାଏ ଧାନ ସଂଗ୍ରହ କରାଯିବ । ଅପରାହ୍ଣରେ କଷ୍ଟମ ମିଲରମାନଙ୍କ ଦ୍ୱାରା ଧାନ ଉଠାଣ କାର୍ଯ୍ୟ କରାଯିବ । ଚାଷୀ ଚିହ୍ନଟ ନିମନ୍ତେ ଆଇରିସ୍‌ ସ୍କାନରକୁ ପ୍ରତିଥର ବ୍ୟବହାର ପୂର୍ବରୁ ସାନିଟାଇଜ୍‌ କରାଯିବ । ଆଇରିସ୍‌ ସ୍କାନରକୁ ଗୋଟିଏ ଷ୍ଟାଣ୍ଡରେ ରଖାଯିବ । ଧାନସଂଗ୍ରହ କେନ୍ଦ୍ରକୁ କେବଳ ସୋସାଇଟିର କର୍ମକର୍ତ୍ତା, ମିଲରଙ୍କ ପ୍ରତିନିଧି, ଶ୍ରମିକ, ସେହିଦିନ ଧାନ ବିକିବା ନିମନ୍ତେ ନିର୍ଦ୍ଧାରିତ ଚାଷୀ ଏବଂ ଗାଡ଼ିର ଡ୍ରାଇଭର ଓ ହେଲପର ବ୍ୟତୀତ ଆଉ କାହାକୁ ପ୍ରବେଶର ଅନୁମତି ପ୍ରଦାନ କରାଯିବ ନାହିଁ । ବାହାରର କୌଣସି ଲୋକ ମଣ୍ଡି ଭିତରକୁ ପ୍ରବେଶ କଲେ ତୁରନ୍ତ ଜିଲ୍ଲା ପ୍ରଶାସନଙ୍କୁ ଖବର ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି ।

ଭିନ୍ନ ଭିନ୍ନ କାର୍ଯ୍ୟ ସଂପାଦନ ନିମନ୍ତେ ମଣ୍ଡିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯିବ ଏବଂ ଏଗୁଡ଼ିକ ମଧ୍ୟରେ ଅନୁନ୍ୟ ୩ ମିଟର ବ୍ୟବଧାନ ରହିବ । କେନ୍ଦ୍ରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ସେମାନଙ୍କ ଧାନ ବିକିବା ପାଳି ଓ ସମୟ ସଂପର୍କରେ ସୂଚିତ କରାଯିବ । କେନ୍ଦ୍ରରେ କୌଣସି ପ୍ରକାର ଧୂମପାନ କିମ୍ବା ଛେପ ପକାଇବା ପାଇଁ ନିଷେଧ କରାଯାଇଛି । କୋଭିଡ୍‌-୧୯ ମହାମାରୀ ସଂପୂର୍ଣ୍ଣ ମାନବ ସମାଜ ନିମନ୍ତେ ଏକ ଆହ୍ୱାନ ହୋଇଥିବା ବେଳେ ଚାଷୀମାନଙ୍କୁ ଧାନ ବିକିବା ନିମନ୍ତେ ଧୈର୍ଯ୍ୟ ଧରିବା ପାଇଁ କୁହାଯାଇଛି । ଧା ନସଂଗ୍ରହ କେନ୍ଦ୍ରରେ ବିନା ମାସ୍କରେ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସେହିପରି କେନ୍ଦ୍ରରେ କାହାରିକୁ ଜ୍ୱର କିମ୍ବା ଥଣ୍ଡା  ହୋଇଥିବା ଲକ୍ଷ୍ୟ କରାଗଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯିବ ।

ଧାନ ସଂଗ୍ରହରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ହାତରେ ନନ୍‌ସର୍ଜିକାଲ ଗ୍ଲୋବସ୍‌ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ପ୍ରକାରର କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏଥି ସହିତ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଯେପରି ପଡ଼ୋଶୀ ରାଜ୍ୟର ଧାନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ସୂଚନାଯୋଗ୍ୟ ଯେ ଚଳିତ ରବି ଧା ନସଂଗ୍ରହ କାର୍ଯ୍ୟ ରାଜ୍ୟର ୧୭ଟି ଜିଲ୍ଲା ଯଥା ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ କରାଯିବ । ଏଥି ନିମନ୍ତେ ମୋଟ ୨ ଲକ୍ଷ ୨୩ ହଜାର ୨୨୨ ଜଣ ଚାଷୀ ସେମାନଙ୍କର ପଞ୍ଜିକରଣ କରିଛନ୍ତି ଏବଂ ବିଭାଗ ପକ୍ଷରୁ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ।

କରୋନା ବିରୋଧରେ ଦ୍ୱିତୀୟ ଲଢ଼େଇ, ମୁଖ୍ୟମନ୍ତ୍ରୀ ଦେଲେ ୬ ସୂତ୍ରୀ ମନ୍ତ୍ର

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ଦେଶର ଅନେକ ଭାଗରେ ଆତଙ୍କ ସୃଷ୍ଟି କରିଛି । ଓଡ଼ିଶାରେ ପରିସ୍ଥିତି ସଂଗୀନ ହୋଇନଥିଲେ ମଧ୍ୟ ରାଜ୍ୟ ସରକାର ଦ୍ୱିତୀୟ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସମୀକ୍ଷା ବୈଠକ କରିଛନ୍ତି ।
ହସ୍ପିଟାଲରେ ଅକ୍ସିଜେନ ସିଷ୍ଟମ ସହିତ ଶଯ୍ୟା ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ୬ ସୂତ୍ରୀ ମନ୍ତ୍ର ଦେଇଛନ୍ତି । ସଂକ୍ରମିତଙ୍କ ପାଇଁ ଡାକ୍ତରଖାନାରେ ବେଡ୍ ଓ ଅକ୍ସିଜେନ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ରାଜ୍ୟରେ ସ୍ଥିତି ସଙ୍କଟାପନ୍ନ ଥିବା ବେଳେ ଆମ ରାଜ୍ୟରେ ଆବଶ୍ୟକ ଔଷଧ ମହଜୁଦ ଅଛି ।

ବୈଠକରେ ଆଇଇସି କ୍ୟାମ୍ପେନିଂକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଅନ୍ୟ ରାଜ୍ୟର ସ୍ଥିତି ଭଳି ଓଡ଼ିଶାରେ ଯେମିତି ନହେବ ସେଥିପାଇଁ ମଧ୍ୟ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କୋଭିଡ୍କ ଟକଣାକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସହଯୋଗ କରିବାକୁ ନିବେଦନ କରିଛନ୍ତି । ସ୍ଥିତି ଅଣାୟତ ହେଲେ କରୋନାକୁ ଆୟତ୍ତ କରିବା କଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସଂକ୍ରମଣ ରୋକିବା ପାଇଁ ପ୍ରବାସୀଙ୍କୁ ଠିକରେ ଥଇଥାନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥିରେ ମିଶନ ଶକ୍ତି ଓ ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରକ୍ରିୟାରେ ସାମିଲ୍ କରିବାକୁ ସେ କହିଛନ୍ତି । ଏହାସହ କରୋନାର ଦ୍ୱିତୀୟ ଲହର ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରାଯିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

CM directs to ramp up beds with oxygen support system

ପ୍ରବାସୀଙ୍କ ଫେରିବା ନେଇ ଜିଲ୍ଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ଓ ସେମାନଙ୍କ ଟେଷ୍ଟିଂ ନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ଲକଡାଉନ୍ ବିନା କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ମାସ୍କ ଜରୁରୀ । ଏହା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ରାଜ୍ୟରେ ଅକ୍ସିଜେନ୍ ଓ ଶଯ୍ୟାର ଅଭାବ ନଥିଲେ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିବାକୁ ସେ କହିଛନ୍ତି । ସମୀକ୍ଷା ବୈଠକରେ ସେ କହିଥିଲେ ଯେ, କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଦ୍ୱାରା ଅନେକ ରାଜ୍ୟ ସାଂଘାତିକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ଗତ କିଛି ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଥିଲେ । ଉପଯୁକ୍ତ ପ୍ରସ୍ତୁତି ଓ ପ୍ରୋଆକ୍ଟିଭ୍ ପଦକ୍ଷେପ କାରଣରୁ ଆମେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛେ ସତ କିନ୍ତୁ ଆମକୁ ଖରାପ ପରିସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ, ଡିଜିପି, ସମସ୍ତ ଜିଲ୍ଲାପାଳ, ଏସପି ସାମିଲ୍ ଥିଲେ ।

କାଲିଠାରୁ ମହାରାଷ୍ଟ୍ରରେ ଲାଗୁ ହୋଇପାରେ ଲକଡାଉନ୍

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ବେକାବୁ । ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ମହାରାଷ୍ଟ୍ରର ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଛାରଖାର କରିଦେଇଛି । ଔଷଧଠାରୁ ଅମ୍ଲଜାନର ଅଭାବ କୋଭିଡ୍ ମୁକାବିଲାକୁ ଅଧିକ କଷ୍ଟକର କରିଛି । ଏହାରି ଭିତରେ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି । ଏନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ରାଜ୍ୟରେ ଅକ୍ସିଜେନ୍ ସ୍ଥିତିର ଉଲ୍ଲେଖ କରି ରାଜେଶ ଟୋପେ ଲକଡାଉନ୍ ଲାଗୁ ଆଡ଼କୁ ଇଶାରା କରିଛନ୍ତି । ସେ କହିଛନ୍ତି ଯେ, କ୍ୟାବିନେଟ୍ ବୈଠକରେ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ସବୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଟୋପେ କହିଛନ୍ତି ।

ଅନ୍ୟପକ୍ଷରେ ଆଉ ଜଣେ ମନ୍ତ୍ରୀ ଅସଲମ ଶେଖ ମଧ୍ୟ ରାଜ୍ୟ ସମ୍ପୂର୍ଣ୍ଣ ଲକଡାଉନ୍ ଆଡ଼କୁ ଯାଉଥିବା କଥା କହିଛନ୍ତି । ସେ କହିଛନ୍ତି ଯେ, ଏସମ୍ବନ୍ଧିତ ଗାଇଡଲାଇନ୍ ଘୋଷଣା ଖୁବଶୀଘ୍ର କରାଯିବ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏପ୍ରିଲ ୧୪ରୁ କିଛି ରିହାତି ସହିତ ୧୫ ଦିନିଆ ଲକଡାଉନ୍ ଘୋଷଣା କରାଯାଇଥିଲା । କରୋନା ଚେନ୍ ଭାଙ୍ଗିବା ପାଇଁ ଏହା ଜରୁରୀ ବୋଲି ସେତେବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ । ତେବେ ୧୫ ଦିନିଆ ଲକଡାଉନକୁ ରାଜ୍ୟ ସରକାର ଲକଡାଉନର ନାମ ଦେଇନଥିଲେ ।

ମହାରାଷ୍ଟ୍ରରେ ଏବେ ୫୮ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି । ଦେଶର ମୋଟ ୪୦ ପ୍ରତିଶତ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ଅଛନ୍ତି ।

ଅମ୍ଲଜାନ ଅଭାବ ନେଇ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ମେଡିକାଲରେ ଅକ୍ସିଜେନ୍ ଅଭାବ । ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ କୋଭିଡ୍ ସଂକ୍ରମଣ ଭୟଙ୍କର ସ୍ଥିତିରେ ଥିବାବେଳେ ମେଡିକାଲରେ ଗୁରୁତର ରୋଗୀଙ୍କୁ ଅକ୍ସିଜେନ୍ ମିଳୁନାହିଁ । ଏହି ମାମଲାର ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି କଡ଼ା ଟିପ୍ପଣୀ କରିଛନ୍ତି । ଅନ୍ୟପଟେ ଦିଲ୍ଲୀରେ ଏକ୍ସିଜେନର ଘୋର ଅଭାବ ନେଇ କେନ୍ଦ୍ରକୁ ପୁଣି ସାହାଯ୍ୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । କେତେକ ହସ୍ପିଟାଲରେ କିଛି ଘଣ୍ଟାରେ ଅକ୍ସିଜେନ୍ ସରିଯିବ ବୋଲି କେଜ୍ରିୱାଲ୍ କହିଛନ୍ତି ।

ମାମଲାର ଶୁଣାଣି ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି- ଶୀଘ୍ର ହିଁ ଅକ୍ସିଜେନ୍ ଯୋଗାଣ କରାଯିବ । ଶିଳ୍ପ ସଂସ୍ଥାରେ ଅକ୍ସିଜେନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ଘରୋଇ ବ୍ୟବହାର ଲାଗି ଅକ୍ସିଜେନ୍ ସିଲିଣ୍ଡର ବିକ୍ରି ଯୋଗୁଁ ଅକ୍ସିଜେନ୍ ମିଳିପାରୁନାହିଁ । କେନ୍ଦ୍ରର ଏଭଳି ଉତ୍ତର ପରେ କୋର୍ଟ କହିଛନ୍ତି- ଉଦ୍ୟୋଗକୁ ପେଟ୍ରୋଲିୟମ୍ ତିଆରି ଲାଗି ଅକ୍ସିଜେନ୍ ଦିଆଯାଉଛି । ଯଦି ଲୋକ ବଞ୍ଚିବେ ନାହିଁ ତ ଉଦ୍ୟୋଗ ପ୍ରସ୍ତୁତ କରୁଥିବା ସାମଗ୍ରୀ କିଏ ବ୍ୟବହାର କରିବ ? ପ୍ରତିଦିନ ଲୋକ ସଂକ୍ରମିତ ହେଉଥିବା ବେଳେ ୨କୋଟିରୁ ଅଧିକ ଲୋକ ସଂକ୍ରମିତ ହେଲେ କେତେଜଣଙ୍କ ମୃତ୍ୟୁ ହେବ ଭାବନ୍ତୁ । ଏମତିରେ କାହାକୁ ଅକ୍ସିଜେନ୍ ଦେବା ଆବଶ୍ୟକ ଶିଳ୍ପ ନା କରୋନା ସଂକ୍ରମିତଙ୍କୁ ?

ଏଥିରେ କେନ୍ଦ୍ର କହିଛି- କାହାର ବି ଅକ୍ସ ୯୫ ପ୍ରତିଶତରୁ କମିଲେ ତାକୁ ଅକ୍ସିଜେନ୍ ଦିଆଯାଇଥାଏ । ଦେଶରେ ୧୬୨ଟି ଟିଏସଏ ପ୍ଲାଣ୍ଟ କରାଯାଉଛି । ୨୦୨ କୋଟି ଟଙ୍କା କେନ୍ଦ୍ର ସରକାର ନିବେଶ କରିଛନ୍ତି । ହସ୍ପିଟାଲରେ ସେଣ୍ଟ୍ରେଲାଇଜ୍ଡ ପାଇପଲାଇନ୍ ବ୍ୟବସ୍ଥା ହେବାର ଥିଲା । ଡିସେମ୍ବରରେ ପ୍ଲାଣ୍ଟ କାମ ଆରମ୍ଭ ହୋଇଥିବା ବେଳେ ଜାନୁଆରୀ, ଫେବ୍ରୁଆରୀରେ କରୋନା ସଂକ୍ରମଣ କମିବା ପରେ କାମ ଧିର ହୋଇଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ବିଶ୍ୱର ସୁପରହିଟ୍‌ ଭ୍ୟାକ୍ସିନ ତାଲିକାରେ ପ୍ରଥମେ କାହାର ନାଁ ରହିଛି?

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ଦେଶବାସୀ କରୋନା ଟିକାକୁ ଭରସା କରି ରହିଛନ୍ତି । ଏଭଳି ସ୍ଥିତିରେ କେଉଁ ଟିକା ଅଧିକ ପ୍ରଭାବଶାଳୀ ବୋଲି ପ୍ରଶ୍ନ ସୃଷ୍ଟି ହେଉଛି । ବିଶ୍ୱସ୍ତରୀୟ ଭ୍ୟାକ୍ସିନ୍‌ମଡର୍ଣ୍ଣା ଓ ଫାଇଜର ମଧ୍ୟରେ ତୁଳନା କରାଯାଉଛି । ଅଧିକାଂଶ ବିଶେଷଜ୍ଞ ଫାଇଜର ଭ୍ୟାକ୍ସିନକୁ ଅଧିକ ପ୍ରଭାବଶାଳୀ ବୋଲି ଦାବି କରୁଛନ୍ତି । mRNA କୌଶଳ ଉପରେ କାମ କରୁଥିବା ଏହି ଭ୍ୟାକ୍ସିନର ଏଫିକେସି ପ୍ରାୟ ୯୫ ପ୍ରତିଶତ, ଯଦି ଦୁଇଟି ଡୋଜ୍‌ଦିଆଯାଏ ।

କିଭଳି କାମ କରେ ଫାଇଜର ଭ୍ୟାକ୍ସିନ:

ଏହି ଭ୍ୟାକ୍ସିନରେ ଲୋକଙ୍କ ଶରୀରରେ mRNA ପ୍ରବେଶ କରାଯାଏ । ଏହା ସେହି ଜେନେଟିକ୍‌ମ୍ୟାଟେରିୟଲ ଯାହାଦ୍ୱାରା ଶରୀରର କୋଷଗୁଡ଼ିକ ଭୂତାଣୁକୁ ଚିହ୍ନି ଦିଅନ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତି ସକ୍ରିୟ ହୋଇଯାଏ ।

କେଉଁ ବୟସର ବ୍ୟକ୍ତିବିଶେଷ ନେଇପାରିବେ ଫାଇଜର ଭ୍ୟାକ୍ସିନ:

ଏହାକୁ ୧୬ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ । ଅନ୍ୟପଟେ ମଡର୍ଣ୍ଣା ସମେତ ଭାରତରେ ନିର୍ମିତ ଭ୍ୟାକ୍ସିନ ୧୮ ବର୍ଷରୁ ଅଧିକ ବୟସ୍କ ନେଇପାରିବେ । ଏହାକୁ ନେଇ ଏକାଧିକ ଗବେଷଣା ହେଉଛି । ଗବେଷଣା ଅନୁସାରେ ଏହାର ଏଫିକେସି ସବୁଠାରୁ ଅଧିକ ୯୫ ପ୍ରତିଶତ । ଅଧ୍ୟୟନ କହୁଛି ମଡର୍ଣ୍ଣାର ପ୍ରଭାବ ୯୪.୧ ପ୍ରତିଶତ । ଏହି ଭ୍ୟାକ୍ସିନ ନେବାପରେ ୩.୮ ପ୍ରତିଶତ ଲୋକ କ୍ଲାନ୍ତ ଅନୁଭବ କଲେ । କିନ୍ତୁ ମଡର୍ଣ୍ଣା ନେଇଥିବା ଲୋକଙ୍କ ମଧ୍ୟରେ ୯.୭ ପ୍ରତିଶତ କ୍ଲାନ୍ତ ଅନୁଭବ କରୁଥିବା ଅଭିଯୋଗ କଲେ ।

ଏହା ଆମେରିକା ମଲ୍ଟିନ୍ୟାସନାଲ ଫାର୍ମା କମ୍ପାନୀ ଦ୍ୱାରା ତିଆରି ହୋଇଛି । ଯାହା ଦୁନିଆର ସବୁଠାରୁ ବଡ଼ କମ୍ପାନୀ ଗୁଡ଼ିକ ମଧ୍ୟରୁ ଗୋଟିଏ ।

କ’ଣ ଭାରତକୁ ଆସିବ ଫାଇଜର?

ଏହାକୁ ନେଇ କୌଣସି ସୂଚନା ନାହିଁ । ପ୍ରଥମେ ଫାଇଜର ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ କରିବା ପାଇଁ ଚାହୁଁଥିଲା, କିନ୍ତୁ ଗତ ଜାନୁୟାରୀରେ ସେ ତା’ର ଆବେଦନ ଫେରାଇ ନେଇଥିଲା । କାରଣ ଏହାକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରିବାକୁ ଚାହୁଁଥିଲା ଫାଇଜର । ଚୁକ୍ତି ଅନୁସାରେ ଯଦି କୌଣସି ରୋଗୀ ନିକଟରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି, ସେଥିପାଇଁ କମ୍ପାନୀକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । କିନ୍ତୁ ଏଥିରେ ରାଜି ହୋଇନଥିଲେ ଭାରତ ସରକାର । ତେବେ ଭାରତରେ ସ୍ୱେଦେଶୀ ଟିକା ପରେ ଫାଇଜରକୁ ନେଇ ଅଧିକ ଚର୍ଚ୍ଚା ହେଉଥିବା ନଜର ଆସିଛି ।

ବଢ଼ୁଛି ସଂକ୍ରମଣ, ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କଲେ ସରକାର

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ହସ୍ପିଟାଲ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ, ଘରୋଇ ହସ୍ପିଟାଲ୍ ସହ ନର୍ସିଂ ହୋନ୍ ନୂଆ ଏସଓପି ଅନୁସାରେ କାର୍ଯ୍ୟକ୍ଷମ ହେବ । ସମସ୍ତ ହସ୍ପିଟାଲ ଇନଫେକ୍ସନ୍ ପ୍ରିଭେନସନ୍ ଓ କଣ୍ଟ୍ରୋଲ୍ ଗାଇଡଲାଇନ୍ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ହସ୍ପିଟାଲରେ ସ୍ୱତନ୍ତ୍ର ଜର କ୍ଲିନିକ୍ ଓ ଆଇସୋଲେସନ୍ ଜୋନ୍ ରହିବ । ହଟସ୍ପଟ୍ ଅଞ୍ଚଳରୁ ଆସିଥିବା ବ୍ୟକ୍ତି କିମ୍ବା କୋଭିଡ୍ ସନ୍ଦିଗ୍ଧଙ୍କ ଚିକିତ୍ସା ଲାଗି ବ୍ୟବହାର ସ୍ଥାନର ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ରହିବ । ହସ୍ପିଟାଲକୁ ଆସୁଥିବା ସମସ୍ତ ରୋଗୀଙ୍କ ସ୍କ୍ରିନିଂ କରାଯିବ । ସମସ୍ତ ହସ୍ପିଟାଲ ପର୍ଯ୍ୟାପ୍ତ ପରିମାଣର ହ୍ୟାଣ୍ଡ ୱାସିଂ ବ୍ୟବସ୍ଥା କରିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବେ । ଗାଇଡଲାଇନ୍ ଅନୁସାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପର୍ଯ୍ୟାପ୍ତ ପିପିଇ କିଟ୍ ଦିଆଯିବ ।

କୋଭିଡ୍ ସଂକ୍ରମିତ ଚିହ୍ନଟ ହେଲା ପରେ କୋଭିଡ୍ ଲାଗି ବ୍ୟବହୃତ ଆମ୍ବୁଲାନ୍ସରେ ରୋଗୀଙ୍କୁ ହସ୍ପିଟାଲ ରେଫର୍ କରିବେ । ଅଣ-କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ କୌଣସି ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଲେ ଅନ୍ୟ ରୋଗୀଙ୍କୁ ସେଠାରୁ ଅନ୍ୟ ରୁମକୁ ସ୍ଥାନାନ୍ତରିତ କରାଯିବ । ଉକ୍ତ ରୁମକୁ ସାନିଟାଇଜ୍ କରାଯିବା ପରେ ୨୪ ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇ ପୁନଃ ବ୍ୟବହାର କରାଯିବ । କୌଣସି ହସ୍ପିଟାଲ କୋଭିଡ୍ ରିପୋର୍ଟ ଆଳ ଦେଖାଇ ଚିକିତ୍ସା କରିବାକୁ ମନା କରିବେ ନାହିଁ ।

ହାଇଦରକୁ ସହାୟତା କରୁଥିଲା ପୋଲିସ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ଏସସିବିରୁ ଫେରାର୍ ହେବା ଘଟଣା ବହୁ ତଥ୍ୟକୁ ସାମ୍ନାକୁ ଆଣୁଛି । ଚିକିତ୍ସା ନାଁରେ ଏସସିବିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କେମିତି ମଉଜ କରୁଥିଲା ଗୋଟିଏ ପରେ ଗୋଟିଏ କରି ପଦାକୁ ଆସୁଛି । ଏକାଧିକ ରୋଗରେ ପୀଡ଼ିତ ହାଇଦର ବାହାରୁ ବିରିୟାନି ମଗାଇ ଖାଉଥିଲା । ସେ ଏକା ଖାଉନଥିଲା ବରଂ ହାଇଦରକୁ ଜଗି ରହିଥିବା ପୋଲିସ କର୍ମଚାରୀ ବିରିୟାନୀ ବି ଖାଉଥିଲେ ।

ହାଇଦର ଫେରାର୍ ହେବା ପରେ ଏସବୁ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । ଏସସିବିରୁ ହାଇଦର ଖସି ପଳାଇବା ଘଟଣାରେ ମଙ୍ଗଳାବାଗ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ହାଇଦର ଫେରାର୍ ଦିନ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା କନେଷ୍ଟବଳ ମହମ୍ମଦ ମୌସିମ ଓ ଜେଲ୍ ୱାର୍ଡର ଶିବ ନାରାୟଣ ନନ୍ଦଙ୍କୁ ଗିରଫ ପରେ କଟକ ଡିସିପି ସୁରକ୍ଷା ବ୍ୟବସ୍ଥାରେ ଥିବା ଛିଦ୍ର ଖୋଲିଛନ୍ତି ।

Police Helped Hyder To Escape From SCB

କନେଷ୍ଟବଳ ମହମ୍ମଦ ମୌସିମ୍ ଓ ଜେଲ୍ ୱାର୍ଡର କର୍ତ୍ତବ୍ୟରେ ଗୁରୁତର ଅବହେଳା କରିଥିବା ପ୍ରମାଣ ମିଳିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ହାଇଦର ଜେଲ ୱାର୍ଡର ଶିବ ନାରାୟଣ ନନ୍ଦର ଫୋନ୍ ବାରମ୍ବାର କରିଥିବା ତଦନ୍ତ ବେଳେ ଜଣାପଡ଼ିଛି । ସେହିଭଳି କନେଷ୍ଟବଳ ମହମ୍ମଦ ମୌସିମ ହାଇଦର ଠାରୁ ବିରିୟାନି ଖାଇଥିବା ସ୍ପଷ୍ଟ ହୋଇଛି । ତେବେ ଖାଦ୍ୟରେ ନିଶା ଦ୍ରବ୍ୟ ଥିଲା କି ନାହିଁ ସେ ନେଇ ସାଇନଣ୍ଟିଫିକ ଟିନ୍ ତଦନ୍ତ କରୁଛି । ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଡିସିପି କହିଛନ୍ତି ।

ଅନ୍ୟପଟେ ହାଇଦର କୋଭିଡ୍ ପଜିଟିଭ୍ ଥିବାରୁ ରିମାଣ୍ଡ ଅନୁମତି ସତ୍ତ୍ୱେ ପୋଲିସ ଜେରା କରିପାରିନାହିଁ । ହାଇଦର କୋଭିଡରୁ ସୁସ୍ଥ ହେବା ପରେ ପୋଲିସ ସାନି ରିମାଣ୍ଡ ଆବେଦନ କରି ହାଇଦରକୁ ଜେରା କରିବ । ପଚରାଉଚରା ପରେ ଜଣାପଡ଼ିବ ଗ୍ୟାଙ୍ଗଷ୍ଟରର ଚିକିତ୍ସା, ଫେରାର୍ ଗ୍ୟାଙ୍ଗର ଗହନ କଥା ।

ଏଥିସହ ପଢ଼ନ୍ତୁ- ହାଇଦର ଫେରାର୍ ମାମଲା, ଡ୍ୟୁଟିରେ ଥିବା କନେଷ୍ଟବଳ ସହ ଆଉ ଜଣେ ଗିରଫ

ରାତିରେ କାହିଁକି ହୁଏ କିନ୍ନରଙ୍କ ଅନ୍ତିମ ସଂସ୍କାର?

ନୂଆଦିଲ୍ଲୀ:  କୁହାଯାଏ କିନ୍ନରଙ୍କ ଅନ୍ତିମ ସଂସ୍କାର ଖୁବ୍ରହସ୍ୟମୟୀ । ଏମାନଙ୍କୁ ମୃତ୍ୟୁର ଆଭାସ ପୂର୍ବରୁ ହୋଇଯାଏ । କିନ୍ତୁ ଏହା ବାବଦରେ କେବଳ କିନ୍ନର ସମ୍ପ୍ରଦାୟ ହିଁ ଜାଣିଥାନ୍ତି । ଏମାନଙ୍କ ବ୍ୟତୀତ ବାହାର ଦୁନିଆର କୌଣସି ବ୍ୟକ୍ତି ନିକଟରେ ସାମାନ୍ୟ ମଧ୍ୟ ଖବର ନଥାଏ । ମୃତ୍ୟୁ ପରେ ସେମାନଙ୍କୁ ଜୋତା ଓ ଚପଲରେ ପିଟିବା ଏବଂ ଗାଳି ଦେବା ପରମ୍ପରା ରହିଛି । କେବଳ ଏତିକି ନୁହେଁ ବରଂ ଏମିତି ଅନେକ କଥା ଅଛି ଯାହା ଆପଣ ହୁଏତ ଜାଣିନଥିବେ ।

ବିବାହ ଠାରୁ ଆରମ୍ଭ କରି ଜନ୍ମ ପର୍ଯ୍ୟନ୍ତ ଘରର ଏକାଧିକ ଶୁଭ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇ ବକ୍ସିସ୍ନେଇ ପୁଣି ଚାଲିଯାନ୍ତି ସେମାନଙ୍କ ଦୁନିଆକୁ। ଟ୍ରାଫିକ ସିଗନାଲରେ ଅଟକିଥିବା ଗାଡ଼ିର କାଚକୁ ଠକ୍ଠକ୍କରୁଥିବାର ଆପଣ ଅନେକ ଥର ଦେଖିଥିବେ । ପ୍ରଚଳିତ ସେକ୍ସୁଆଲ ଓରିଏଣ୍ଟେସନ୍ରୁ ଭିନ୍ନ ସେକ୍ସ ପ୍ରେଫରେନ୍ସ ରଖୁଥିବା କିନ୍ନରଙ୍କ ଦୁନିଆ ସମ୍ପୂର୍ଣ୍ଣ ଅଲଗା । ଯେଉଁଠାକୁ ସାଧାରଣ ଲୋକଙ୍କୁ ଯିବା ନିଷେଧ । ଏମିତିକି ଏମାନଙ୍କ ଅନ୍ତିମ ସଂସ୍କାର ବିଷୟରେ ମଧ୍ୟ ଲୋକ ଖୁବ୍କମ୍ଜାଣିଥାନ୍ତି । କିନ୍ତୁ କିଭଳି ହୁଏ ଏମାନଙ୍କ ଅନ୍ତିମ ସଂସ୍କାର ଏବଂ କ’ଣ ସବୁ ପରମ୍ପରା ରହିଛି ଏମାନଙ୍କ ମୃତ୍ୟୁକୁ ନେଇ ନଜର ପକାନ୍ତୁ ।

 

ଯଦିଓ ସମସ୍ତଙ୍କ ନିକଟରେ ନୁହେଁ ତଥାପି, କୁହାଯାଏ କେତେକ କିନ୍ନରଙ୍କ ନିକଟରେ ରହିଛି ଆଧ୍ୟାତ୍ମିକ ଶକ୍ତି । ଯାହା ମାଧ୍ୟମରେ ସେମାନଙ୍କୁ ପୂର୍ବରୁ ମୃତ୍ୟୁର ଆଭାସ ହୋଇଯାଏ । ମୃତ୍ୟୁ ନିକଟରେ ପହଞ୍ଚି ଗଲାଣି ଜାଣି ଏମାନେ କୌଣସି ସ୍ଥାନକୁ ଯିବା ଆସିବା କରିବା ଏବଂ ଖାଇବା ବନ୍ଦ କରିଦିଅନ୍ତି । ଏହି ସମୟରେ ସେମାନେ କେବଳ ପାଣି ପିଅନ୍ତି ଆଉ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି । ପ୍ରାର୍ଥନାରେ ଥାଏ କେବଳ ଗୋଟିଏ ବାକ୍ୟ… ଯେ ଆର ଜନ୍ମରେ କିନ୍ନର ନ କରନ୍ତୁ । ଆଖପାଖ ଏବଂ ଦୂର ଦୂରାନ୍ତରେ ରହୁଥିବା କିନ୍ନର ମୃତ୍ୟୁ ଅପେକ୍ଷାରେ ଥିବା କିନ୍ନରଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସନ୍ତି । କାରଣ ସେହି କିନ୍ନରଙ୍କ ଆଶୀର୍ବାଦ ଖୁବ୍ପ୍ରଭାବୀ ବୋଲି କୁହାଯାଏ । କିନ୍ତୁ କିନ୍ନର ସମ୍ପ୍ରଦାୟ ବ୍ୟତୀତ ଯେପରି ବାହାରର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହାର ଖବର ନ ମିଳୁ ସେଥିପ୍ରତି ଯଥେଷ୍ଟ ସାବଧାନତା ଅବଲମ୍ବନ ହୁଏ । ଏମାନଙ୍କ ଶବକୁ କବର ଦିଆଯାଏ ।

ଶବ ଶୋଭାଯାତ୍ରା ସମୟରେ ଚାରି କାନ୍ଧରେ ନେବା ପରମ୍ପରା ଏମାନଙ୍କ ନିକଟରେ ଦେଖିବାକୁ ମିଳେନାହିଁ । ଶବକୁ ଛିଡ଼ା କରି ଅନ୍ତିମ ସଂସ୍କାର ପାଇଁ ନିଆଯାଏ । କୁହାଯାଏ ସାଧାରଣ ଲୋକ ଯଦି ମୃତ କିନ୍ନରଙ୍କ ଶରୀର ଦେଖି ନିଅନ୍ତି ତେବେ ମୃତ କିନ୍ନର ପୁନର୍ବାର କିନ୍ନର ହୋଇ ଜନ୍ମ ହୁଅନ୍ତି ।

କିନ୍ନର ନିଜକୁ ଖୁବ୍ଅଭିଶପ୍ତ ମାନନ୍ତି । ଜୀବନରେ କରିଥିବା ସମସ୍ତ ଭୁଲର ପ୍ରାୟଶ୍ଚିତ ପାଇଁ ଅନ୍ତିମ ସଂସ୍କାର ପୂର୍ବରୁ ମୃତ କିନ୍ନରଙ୍କୁ ଜୋତା ଚପଲରେ ମାରିବା ସହିତ ଗାଳି ଦିଆଯାଏ । ଖାଲି ସେତିକି ନୁହେଁ ଯଦି ତାଙ୍କ ସମ୍ପ୍ରଦାୟର ଜଣେ ମଧ୍ୟ କିନ୍ନରଙ୍କ ମୃତ୍ୟୁ ହେଉଛି ତେବେ ଆଖପାଖର ସମସ୍ତ ବୟସ୍କ କିନ୍ନର ସାତ ଦିନ ପର୍ଯ୍ୟନ୍ତ ବ୍ରତ ରଖନ୍ତି ଓ ମୃତ କିନ୍ନରଙ୍କ ପାଇଁ ପ୍ରାର୍ଥନା କରନ୍ତି ।

 

କିନ୍ନରଙ୍କୁ ଜଳାଇବା ପରିବର୍ତ୍ତେ କବର ଦିଆଯାଏ । ଅନ୍ତିମ ସଂସ୍କାର ଗୁପ୍ତ ଭାବରେ ଏବଂ ସାଧାସିଧା ଢଙ୍ଗରେ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କୁ କେହି ନ ଦେଖନ୍ତୁ ସେଥିପାଇଁ ମୃତ କିନ୍ନରଙ୍କ ଅନ୍ତିମ ସଂସ୍କାର ରାତିରେ ହୋଇଥାଏ ।