spot_img
Home Blog Page 5687

ଆଜିର ଦିନରେ ରିଲିଜ ହୋଇଥିଲା ଭାରତର ପ୍ରଥମ ହିନ୍ଦୀ ଚଳଚିତ୍ର

ହିନ୍ଦୀ ସିନେମା ଜଗତ ପାଇଁ ଆଜିର ଦିନ ଏକ ଅଭୁଲା ଦିନ । ଆଜିର ଦିନରେ ୧୦୮ ବର୍ଷ ତଳେ ପ୍ରଥମଥର ଭାରତୀୟ ଫିଚର ଫିଲ୍ମ ନିର୍ମାଣ ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଆମ ଭାରତୀୟ ସିନେମାରେ ଅନେକ ପରିବର୍ତ୍ତନ ଘଟିଛି । କିନ୍ତୁ ଆଜି ବି ହିନ୍ଦୀ ସିନେମାର ପ୍ରଥମ ଚଳଚିତ୍ର ହିସାବରେ କେବଳ ଦାଦା ସାହେବ ଫାଲକେଙ୍କର ‘ରାଜା ହରିଶ୍ଚନ୍ଦ୍ର’ ମନେପଡେ । ୧୯୧୩ରେ ଆଜିର ଦିନରେ ‘ରାଜା ହରିଶ୍ଚନ୍ଦ୍ର’ ଫିଚର ଫିଲ୍ମ ରିଲିଜ ହୋଇଥିଲା । ଏହା ପୂର୍ବରୁ ଭାରତୀୟ ଲୋକଙ୍କର ହିନ୍ଦୀ ସିନେମା ସହିତ କିଛି ବି ସଂଯୋଗ ନଥିଲା । ‘ରାଜା ହରିଶ୍ଚନ୍ଦ୍ର’ ଭାରତର ପ୍ରଥମ ଫୁଲ୍ ଲେନଥ୍ ଫିଚର ଫିଲ୍ମ ଭାବେ ରିଲିଜ ହୋଇଥିଲା । ତେବେ ଚାଲନ୍ତୁ ଆଜି ଜାଣିବା ଭାରତର ପ୍ରଥମ ହିନ୍ଦୀ ଚଳଚିତ୍ର ସମ୍ବନ୍ଧରେ କିଛି ରୋଚକ କଥା ।

-ରାଜା ହରିଶ୍ଚନ୍ଦ୍ର ଏକ ସାଇଲେଣ୍ଟ ଫିଲ୍ମ ଥିଲା । ଏହାର ସଂମ୍ପୂର୍ଣ୍ଣ କାହାଣୀ କେବଳ ଇସାରାରେ ବର୍ଣ୍ଣନା କରାଯାଇଥିଲା । ସେହି ସମୟରେ ଇଂରେଜଙ୍କ ଶାସନଧୀନ ଥିଲା ଭାରତ । ତେଣୁକରି ଦାଦା ସାହେବ ଫାଲକେ ଏହି ଚଳଚିତ୍ରର କାହାଣୀର ମୂଳଦୂଆ ବି ଇଂରେଜଙ୍କ ସହ ଲଢେଇ ହେଉଥିବାର ରଖିଥିଲେ । ସେହି ସମୟରେ ପ୍ରତ୍ୟେକ ଭାରତୀୟଙ୍କ ମନରେ କେବଳ ଗୋଟିଏ ସ୍ୱପ୍ନ ଥିଲା ,ଦେଶକୁ ପରାଧିନତାର ଶିକୁଳିରୁ ମୁକୁଳାଇବା । ଫିଲ୍ମର କାହାଣୀ ରାଜା ହରିଶ୍ଚନ୍ଦ୍ରଙ୍କର ମହାନତାକୁ ଦର୍ଶାଇଥିଲା । କେମିତି ସେ ଜଣେ ଦାନବୀର ଥିଲେ ଓ ନିଜ ସରଳପଣ ପାଇଁ ନିଜର ସୁନାର ରାଜ୍ୟକୁ ଜଣେ ସାଧୁଙ୍କୁ ଅର୍ପଣ କରିଦେଇଥିଲେ । ଏହି ଚଳଚିତ୍ରରେ ରାଜା ହରିଶ୍ଚନ୍ଦ୍ରଙ୍କର ମହାନପଣିଆକୁ ଭାରତୀୟ ଓ ସେହି ସାଧୁଙ୍କର କପଟତାକୁ ଇଂରେଜଙ୍କ ଚାଲ୍ ଭାବେ ଗ୍ରହଣ କରିଥିଲେ ଦର୍ଶକ ।

-ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ସମୟରେ ମାତ୍ର ୧୫ହଜାର ଟଙ୍କା ଥିଲା ଏହି ଫିଲ୍ମର ବଜେଟ୍ । ଆଉ ତାଠୁ ବଡ ଆଶ୍ଚର୍ଯ୍ୟର କଥା ହେଲା ଏହି ଫିଲ୍ମରେ ଜଣେ ବି ମହିଳା ଅଭିନୟ କରିନଥିଲେ । ଏଥିରେ ମହିଳାଙ୍କ ଚରିତ୍ର ବି ପୁରୁଷ ମାନେ ପୋଷାକ ବଦଳାଇ କରିଥିଲେ । ଏହି ଚଳଚିତ୍ରରେ ରାଜା ହରିଶ୍ଚନ୍ଦ୍ରଙ୍କର ଅଭିନୟରେ ଥିଲେ ଦତ୍ତାତ୍ରେୟ ଦାମୋଦର ଦାବକେ । ଦାଦା ସାହେବ ଫାଲକେଙ୍କ ପତ୍ନୀ କଳାକାର ଓ ଅନ୍ୟମାନଙ୍କପାଇଁ ରୋଷେଇ କରୁଥିଲେ । ତାଙ୍କର ଏହି ଫିଲ୍ମ ପାଇଁ ଫାଲକେଙ୍କ ପତ୍ନୀ ନିଜ ଗହଣା ବନ୍ଧାପକାଇ ପାଣ୍ଠି ଯୋଗାଡ କରିଥିଲେ ।

-ରାଜା ହରିଶ୍ଚନ୍ଦ୍ର ଫିଲ୍ମଟି ସାତ ମାସ ୨୧ ଦିନରେ ପୁରା ହୋଇଥିଲା । ଏହି ଫିଲ୍ମର ସେଟ୍ ମୁମ୍ବାଇର ଦାଦରରେ ଲଗାଯାଇଥିଲା । ସେଥିପାଇଁ ୩ ମେ କୁ ମୁମ୍ବାଇରେ ଏକ ଖାସ୍ ଦିନ ମାନା ଯାଏ ।ଲାଇଫ୍ ଅଫ୍ ଯିଶୁ ଫିଲ୍ମ ଦେଖିବା ପରେ ତାଙ୍କ ମନରେ ଫିଲ୍ମ ତିଆରି କରିବାକୁ ଖିଆଲ ଆସିଥିଲା । ତାଙ୍କର ଏହି ଫିଲ୍ମ ପାଇଁ ହିଲଉଡର ପ୍ରସିଦ୍ଦ ଫିଲ୍ମ କଂମ୍ପାନୀ ୱାର୍ଣ୍ଣର ବ୍ରଦର୍ସ ଫାଲକେଙ୍କ ସହ କାମ କରିବାକୁ ଇଚ୍ଚା ପ୍ରକାଶ କରିଥିଲା ।  ସେ ସମୟରେ ଗରମରେ ସିଝି ହେଇ ଗିରଗାଓଁରେ କୋରୋନେସନ ଥିଏଟର ସାମ୍ନାରେ ଲୋକେ ଟିକଟ ପାଇଁ ଲମ୍ବା ଲାଇନ ଦେଇଥିଲେ । ଏହି ଫିଲ୍ମଟି ପାଖାପାଖି ୫୦ମିନିଟ୍ ସମୟର ଥିଲା । ତାସହ ଏହି ଫିଲ୍ମର ପୋଷ୍ଟର ମରାଠୀ ଓ ଇଂରେଜୀରେ ମଧ୍ୟ ତିଆରି ହୋଇଥିଲା । ଭାରତୀୟଙ୍କ ପାଇଁ ଏହି ହିନ୍ଦି ସିନେମା ସବୁବେଳେ ସ୍ମରଣୀୟ ହୋଇ ରହିବ ।

୪୦ ପ୍ରତିଶତ ଲୋକ କାହିଁକି ଟିକା ନେବାକୁ ଚାହୁଁନାହାଁନ୍ତି?

 ନୂଆଦିଲ୍ଲୀ:   କରୋନା ସଂକ୍ରମଣରେ ମୃତ୍ୟୁସଂଖ୍ୟା ବୃଦ୍ଧି କେବଳ ସାମାଜିକ ଦୂରତା ମାନିବା, ମାସ୍କ ପିନ୍ଧିବା କିମ୍ବା କୋଭିଡ୍ପ୍ରୋଟୋକଲ କରିବା ଦ୍ୱାରା ଥମିଯିବନି । ଅଧିକାଂଶ କୋଭିଡ ଏକ୍ସପର୍ଟ କହୁଛନ୍ତିଯେ, ଭ୍ୟାକ୍ସିନ ସଂକ୍ରମଣ ରୋକିବା ପାଇଁ ନୁହେଁ ବରଂ ସଂକ୍ରମଣରେ ହେବାକୁ ଥିବା ଡ୍ୟାମେଜକୁ କମ୍କରିଥାଏ । ଭ୍ୟାକ୍ସିନ ନେବାଦ୍ୱାରା ସଂକ୍ରମଣର ସ୍ତର ଗମ୍ଭୀର ହେବନାହିଁ । ସଫଦରଗଞ୍ଜ ହସ୍ପିଟାଲରେ ହୋଇଥିବା ଅଧ୍ୟୟନ କହୁଛି, ୪୦ ପ୍ରତିଶତ ଆଡଲ୍ଟ ଭ୍ୟାକ୍ସିନ ନେବା ବିପକ୍ଷରେ । ପିଲା ମାନଙ୍କୁ ଭ୍ୟାକ୍ସିନ ନ ଦେବାପାଇଁ ୬୦ ପ୍ରତିଶତ ଲୋକ ବାରଣ କରୁଛନ୍ତି ।

ସଫଦରଗଞ୍ଜ ହସ୍ପିଟାଲରେ ଡିପାର୍ଟମେଣ୍ଟ ଅଫ୍କମ୍ୟୁନିଟି ମେଡିସିନର ନିର୍ଦ୍ଦେଶକ, ପ୍ରୋଫେସର ଏବଂ ମୁଖ୍ୟ ଡାକ୍ତର ଯୁଗଲ କିଶୋରଙ୍କ କହିବା ହେଉଛି ଭ୍ୟାକ୍ସିନକୁ ନେଇ ସୃଷ୍ଟି ହେଉଥିବା ଦ୍ୱନ୍ଦ ଅନେକଙ୍କ ମନରେ ସୃଷ୍ଟି ହେଉଛି । ୪୦ ପ୍ରତିଶତ ଆଡଲ୍ଟ ଭ୍ୟାକ୍ସିନ ନେବାକୁ ଚାହୁଁନଥିବା ବେଳେ ୬୦ ପ୍ରତିଶତ ସେମାନଙ୍କ ପିଲାଙ୍କୁ ଭ୍ୟାକ୍ସିନ ଦେବାକୁ ଚାହୁଁନାହାଁନ୍ତି । ଡାକ୍ତର ଯୁଗଲ କିଶୋର ଏହା ମଧ୍ୟ କହୁଛନ୍ତିଯେ, ପ୍ରଥମ ଫେଜରେ ଭ୍ୟାକ୍ସିନେସନ ପୂର୍ବରୁ ଭ୍ୟାକ୍ସିନକୁ ନେଇ ଏହି ବର୍ଷ ଜାନୁୟାରୀ ମାସରେ ଡାଟା ସଂଗ୍ରହ କରି ଅନଲାଇନ ସର୍ଭେ କରାଗଲା । ପାଞ୍ଚଶହ ନମୁନାକୁ ଗୁଗଲ ଏଂ ହ୍ୱାଟ୍ସାଆପ ଗ୍ରୁପରେ ସର୍କୁଲେଟ କରାଗଲା । ଉତ୍ତର ଦେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଥିଲେ ମେଡିକାଲ ପ୍ରୋଫେସନାଲ,ଇଞ୍ଜିନିୟର,ଜର୍ନାଲିଷ୍ଟ,ନର୍ସ ଏବଂ ଅନ୍ୟ ହେଲ୍ଥ ଷ୍ଟାପ୍।


ଯେଉଁଥିରେ ପ୍ରଶ୍ନ କରାଯାଇଥିଲାଯେ, ଆପଣ ଭ୍ୟାକ୍ସିନ ନେବେ କି?  କିମ୍ବା ଭ୍ୟାକ୍ସିନକୁ ନେଇ ଆପଣଙ୍କ ଚିନ୍ତାଧାରା କ’ଣ ରହିଛି?
ଇଣ୍ଟିଗ୍ରେଟେଡ ହେଲ୍ଥ ଆଣ୍ଡ୍‌ ଓ୍ୱେଲବିଙ୍ଗ୍‌ କାଉନସିଲର ସିଇଓ କମଲ ନାରାୟଣ ଓମରଙ୍କ କହିବା ଅନୁସାରେ, ତୃତୀୟ ପର୍ଯ୍ୟାୟର ଭ୍ୟାକ୍ସିନେସନ ପଞ୍ଜିକରଣରେ ପ୍ରାୟ ୧ କୋଟିରୁ ଅଧିକ ଲୋକ ଟିକା ପଞ୍ଜିକରଣ କରିବା ପରେ ଅନ୍ୟ ମାନଙ୍କ ମନରୁ ଡର ଦୂର ହୋଇଛି । ଯାହା ଏକ ବିରାଟ ଧରଣର ପ୍ରଭାବ ପକାଇଛି । କିନ୍ତୁ ସବୁଠାରୁ ବଡ଼ ବାଧା ହେଉଛି ଲୋକଙ୍କ ମନରେ ଭ୍ୟାକ୍ସିନକୁ ନେଇ ଦ୍ୱନ୍ଦ ସୃଷ୍ଟି ହେଉଛି ।
ଗୋଟିଏ ପଟେ ବିଜ୍ଞାନ ଦିନକୁ ଦିନ ଆଧୁନିକ ହେଉଥିବାରୁ ଗୋଟିଏ ବର୍ଷ ମଧ୍ୟରେ ଭ୍ୟାକ୍ସିନ ତ ଆସିଗଲା କିନ୍ତୁ ଲୋକଙ୍କୁ ବୁଝାଇବା କଷ୍ଟସାଧ୍ୟ ହୋଇପଡ଼ିଛି ।

ମଦ ଦୋକାନକୁ ବିରୋଧ କରି ଯାଜପୁରରେ ରାସ୍ତାରୋକ

ଯାଜପୁର: ମଦ ଦୋକାନକୁ ବିରୋଧ କରି ରାସ୍ତାରୋକ କରିଛନ୍ତ ମହିଳା। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ପତରାଜପୁରଠାରେ ବିଦେଶୀ ମଦ ଦୋକାନକୁ ବିରୋଧ କରି ସ୍ଥାନୀୟ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ମଦ ଦୋକାନ ଯୋଗୁ ସ୍ଥାନୀୟ ଅଞ୍ଚଳ ବେଶ ପ୍ରଭାବିତ ହେଉଛି। ରାତିରେ ଏହି ଅଞ୍ଚଳ ପାଲଟୁଛି ମଦୁଆଙ୍କ ଆଡ୍ଡାସ୍ଥଳୀ । ପାଖରେ ଥିବା ବିଦ୍ୟାଳୟର ପିଲାମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ନିଶାସକ୍ତ ବ୍ୟକ୍ତିଙ୍କ ପାଇଁ ମହିଳା ମାନେ ବେଶି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଦ ଦୋକାନକୁ ବିରୋଧ କରି ମହିଳାମାନେ ପୂର୍ବରୁ ମଧ୍ୟ ମଦ ଦୋକାନ ଭଙ୍ଗା ରୁଜା କରିଥିଲେ। ବାଲିଚନ୍ଦ୍ରପୁର ପୋଲିସ ବୁଝାସୁଝା କରିବା ପରେ ମହିଳାମାନେ ଆନ୍ଦୋଳନରୁ ହଟିଥିଲେ ।

ତେବେ ବାରମ୍ବାର ଏଭଳି ସମସ୍ୟା ଲାଗି ରହିଥିବାରୁ ମହିଳାମାନେ ବାଲିଚନ୍ଦ୍ରପୁର- ଇନ୍ଦୁପୁର ରାସ୍ତାର ପତରାଜପୁରଠାରେ ରାସ୍ତାରେ ବସି ପ୍ରତିବାଦ କରିଛନ୍ତି । ମଦ ଦୋକାନ ଉଚ୍ଛେଦ କରା ନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲ ମହିଳାମାନେ ଚେତାବନୀ ଦେଇଛନ୍ତି।

ଯଦି ପ୍ରଥମ ଡୋଜ୍‌ ନେବାପରେ ସଂକ୍ରମଣ ହୁଅନ୍ତି, କେବେ ନେବେ ଦ୍ୱିତୀୟ ଡୋଜ୍‌?

ନୂଆଦିଲ୍ଲୀ:  କରୋନା ଏକ ପ୍ରକାରର ଆତଙ୍କ ସୃଷ୍ଟି କରି ସାରିଥିବା ବେଳେ ସାରା ବିଶ୍ୱର ବିଶେଷଜ୍ଞ ଗୋଟିଏ କଥାରେ ବାରମ୍ବାର ଜୋର ଦେଇ କହୁଛନ୍ତିଯେ, କରୋନାର ଦ୍ୱିତୀୟ ପ୍ରବାହରୁ ବଞ୍ଚିବାର ଏକମାତ୍ର ଉପାୟ ଶୀଘ୍ର ଟୀକାକରଣ । ଗତ ତିନି ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣ ତୀବ୍ର ବେଗରେ ବଢିଚାଲିଛି । ଦେଶରେ ଉପଲବ୍ଧ ଦୁଇଟି ଭ୍ୟାକ୍ସିନର ଡୋଜ୍‌ଉପଲବ୍ଧ ଅଛି । କିନ୍ତୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ନେବା ମଧ୍ୟରେ ଏକ ବ୍ୟବଧାନ ରହିଛି । କିନ୍ତୁ ଏଭଳି ସ୍ଥିତିରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଦ୍ୱିତୀୟ ଡୋଜ୍‌ନେବାପରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ତେବେ କେଉଁଭଳି ସମସ୍ୟା ସୃଷ୍ଟି ହୋଇପାରେ?

ଏକ ମଇଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଲଗାଇବା ଆରମ୍ଭ ହୋଇସାରିଛି । ଏବେ ଲୋକଙ୍କ ନିକଟରେ କୋଭାକ୍ସିନ ଏବଂ କୋଭିସିଲ୍ଡର କେବଳ ବିକଳ୍ପ ରହିଛି । କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ମଧ୍ୟରେ ପ୍ରାୟ ୬ରୁ ୮ ସପ୍ତାହର ବ୍ୟବଧାନ ରହିଛି । ତେଣୁ ଦୀର୍ଘ ଦିନ ବ୍ୟବଧାନ ହେତୁ ସଂକ୍ରମଣର ଚିନ୍ତା ବଢି ଯାଇଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଦୁଇରୁ ଚାରି ସପ୍ତାହ ମଧ୍ୟରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ତେବେ ଭ୍ୟାକ୍ସିନ ନ ନେଇ ଅପେକ୍ଷା କରିବା ଉଚିତ୍‌। ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବାପରେ ଭ୍ୟାକ୍ସିନ ନେବା ଆବଶ୍ୟକ ।

କରୋନାର ସଂକ୍ରମଣ ଯେଉଁଭଳି ବଢିଛି ଭ୍ୟାକ୍ସିନ ନେବା ନିହାତି ଆବଶ୍ୟକୀୟ ହୋଇପଡ଼ିଛି । ଯଦି କୌଣସି ବ୍ୟକ୍ତି କୋଭିଡରେ ସଂକ୍ରମିତ ହୋଇଛନ୍ତି ଏବଂ ଭ୍ୟାକ୍ସିନ ନେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ । କୋଭିଡର ଲକ୍ଷଣ ଯିବାପରେ ଏବଂ ନେଭେଟିଭ୍‌ଆସିବାର ତିନି ମାସ ପରେ ଭ୍ୟାକ୍ସିନ ନେବା ଆବଶ୍ୟକ । କିନ୍ତୁ ବିଶେଷଜ୍ଞ କୁହନ୍ତି ଯଦି ଦୁଇ ଡୋଜ୍‌ପରେ କେହି ସଂକ୍ରମିତ ହେଉଛନ୍ତି ତେବେ ଭ୍ୟାକ୍ସିନ ନେବା ଆବଶ୍ୟକ ନାହିଁ । କିନ୍ତୁ ବାରମ୍ବାର କୁହାଯାଉଛିଯେ ଟିକା ନେବାପରେ ଏହା ପ୍ରଭାବଶାଳୀ ହେବ ଏବଂ କୋଭିଡରୁ ବଞ୍ଚାଇବାକୁ ସକ୍ଷମ ହେବ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟିକା ନେବା ପରେ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବି ସାମାଜିକ ନିୟମକୁ ଉଲଙ୍ଘନ ନ କରି ନିଜ ସହିତ ଅନ୍ୟ ମାନଙ୍କୁ କିଭଳି ସଂକ୍ରମଣରୁ ରକ୍ଷା କରାଯାଇପାରିବ ସାଥିପ୍ରତି ଧ୍ୟାନ ଦିଅନ୍ତୁ ।

IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ଲାଗି ରାଜ୍ୟ ସରକାରଙ୍କ ସୁପାରିସକୁ ଗ୍ରହଣ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇ ଜେଲରେ ଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଚାକିରିରୁ ବାଧ୍ୟତାମୁଳକ ଅବସର ରାସ୍ତା ପରିସ୍କାର ହୋଇଛି । ଏଥିପାଇଁ ରାଜ୍ୟ ସରକାର କରିଥିବା ସୁପାରିସକୁ ରାଷ୍ଟ୍ରପତି ସ୍ୱୀକୃତି ପ୍ରଦାନ କରିଛନ୍ତି ।  ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ । ଯେଉଁ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ।

୧୯୮୭ ବ୍ୟାଚ ଓଡ଼ିଶା କ୍ୟାଡରର ଆଇଏଫଏସ୍ ଅଫିସର ହେଉଛନ୍ତି ଅଭୟକାନ୍ତ ପାଠକ । ଯାହାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ଅଭୟକାନ୍ତ ନିଜ ପଦବୀର ଅପବ୍ୟବହାର କରି ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ମାମଲା ରୁଜ୍ଜ ହୋଇଥିଲା । ପାଠକଙ୍କୁ ଚାକିରିରୁ ନିଲମ୍ବିତ କରିବା ସହିତ ତାଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଭିଜିଲାନ୍ସ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ଜେଲରେ ଅଛନ୍ତି ।  ଅଭୟକାନ୍ତ ନିଜ କଳା ଟଙ୍କାକୁ ପୁଅ ବ୍ୟାଙ୍କ୍ ଆକାଉଣ୍ଟରେ ଡିପୋଜିଟ୍ କରୁଥିଲେ । ଏହା ସହ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ।

ଗତବର୍ଷ ଲକଡାଉନ୍ କାଳରେ ପାଠକ ଚାର୍ଟାଡ୍ ପ୍ଲେନରେ ବୁଲୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଏପରିକି ଯେଉଁ ଟ୍ରାଭେଲ ଏଜେନ୍ସିଠାରୁ ଚାର୍ଟାଡ୍ ପ୍ଲେନ୍ ଆସିଥିଲା ତାକୁ ବକେୟା ରାଶି ମଧ୍ୟ ସେ ଦେଇନଥିବା ଅଭିଯୋଗ ହୋଇଥିଲା । ଜଣେ ସରକାରୀ ଚାକିରିଆ ହୋଇ ଅଭୟ ବାଉନ୍ସରଙ୍କ ଗହଣରେ ଚାର୍ଟାଡ୍ ପ୍ଲେନରେ ବୁଲିବା ସେତେବେଳେ ଚହଳ ସୃଷ୍ଟି କରିଥିଲା ।

 

ବିଧାନସଭା ନିର୍ବାଚନ ହାରିବା ପରେ ମଧ୍ୟ କ’ଣ ମୁଖ୍ୟମନ୍ତ୍ରୀ ହୋଇ ପାରିବେ ମମତା ? କ’ଣ କହୁଛି ସମ୍ବିଧାନ ଜାଣନ୍ତୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳରେ ତୃଣମୂଳ କଂଗ୍ରେସ ଏକ ବଡ଼ ଧରଣର ବିଜୟ ହାସଲ କରିଛି । ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ହୁଏତ ବିଜେପିକୁ ପରାସ୍ତ କରିଛି କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମରୁ ହାର ମାନିବାକୁ ପଡ଼ିଛି । ପଶ୍ଚିବଙ୍ଗର ସବୁଠାରୁ ହଟ୍‌ସିଟ୍‌କୁହାଯାଉଥିବା ନନ୍ଦିଗ୍ରାମକୁ ନେଇ ଯେଉଁଭଳି ଅନୁମାନ କରାଯାଉଥିଲା, ଫଳାଫଳ ମଧ୍ୟ ସେହିଭଳି ସାମ୍ନାକୁ ଆସିଲା । ଆରମ୍ଭରୁ ତ ଅନୁମାନ ଲଗାଇବା କଷ୍ଟ ହୋଇଗଲାଯେ, ନନ୍ଦିଗ୍ରାମରେ କିଏ ବାଜି ମାରିଛି? ଶୁଭେନ୍ଦୁ ଅଧିକାରୀ ନା ମମତା ବାନାର୍ଜୀ?

ନ୍ୟୁଜ୍‌ଏଜେନ୍ସି ANI ପ୍ରଥମେ ମମତା ବାନାର୍ଜୀ ଜିତିଥିବା ଦାବି କରିଥିଲା, କିନ୍ତୁ ରବିବାର ସଂନ୍ଧ୍ୟାରେ ମମତା ବାନାର୍ଜୀ ନନ୍ଦିଗ୍ରାମରେ ପରାଜୟକୁ ସ୍ୱୀକାର କଲେ ।

ଏହି ମଧ୍ୟରେ ତୃଣମୂଳ କଂଗ୍ରେସର ଗୋଟିଏ ଟୁଇଟ୍‌ ନନ୍ଦିଗ୍ରାମରେ ବିଜୟ ପରାଜୟକୁ ନେଇ ଅଧିକ ଭ୍ରମ ସୃଷ୍ଟି କଲା ଯେତେବେଳେ ପାର୍ଟି ପକ୍ଷରୁ କୁହାଗଲାଯେ, ଏବେ ମଧ୍ୟ ମତଗଣନା ଜାରି ରହିଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେ ଯଦି ମମତା ବାନାର୍ଜୀ ନନ୍ଦିଗ୍ରାମରୁ ହାରି ସାରିଛନ୍ତି, ତଥାପି କ’ଣ ସେ ମୁଖ୍ୟମନ୍ତ୍ରୀ ଭାବରେ କ୍ଷମତାରେ ରହିବେ? ନିର୍ବାଚନ ବିଶ୍ଲେଷକଙ୍କ କହିବା ହେଉଛି, ସେ ନିଶ୍ଚିତ ଭାବରେ ପୁଣିଥରେ ପଶ୍ଚିମବଙ୍ଗରେ ଶାସନ କରିବେ ।

ଯଦି ଭାରତର ବଡ଼ ରାଜ୍ୟ ମାନଙ୍କ ବିଷୟରେ ଆଲୋଚନା କରିବା ତେବେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର, ଯୋଗୀ ଆଦିତ୍ୟନାଥ ଏବଂ ଉଦ୍ଧବ ଠାକରେ ସମସ୍ତେ ନିଜ ନିଜ ରାଜ୍ୟର ବିଧାନସଭା ପରିବର୍ତ୍ତେ ବିଧାନ ପରିଷଦର ସଦସ୍ୟ । ମୋଟାମୋଟି ଭାବରେ କହିପାରିବାଯେ, ମୁଖ୍ୟମନ୍ତ୍ରୀ ହେବାପାଇଁ ସେମାନେ ବିଧାନସଭା ନିର୍ବାଚନ ଜିତିନଥିଲେ । ଏମାନଙ୍କ ମଧ୍ୟରୁ ନିତୀଶ କୁମାର ଜଣେ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ କି ବିହାରରେ ୩୬ ବର୍ଷ ପୂର୍ବରୁ ବିଧାନସଭା ନିର୍ବାଚନ ଲଢିଥିଲେ ।

ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେବେ ମଧ୍ୟ ସାଧାରଣ ନିର୍ବାଚନ ଲଢି ନାହାଁନ୍ତି । କିନ୍ତୁ ମମତା ବାନାର୍ଜୀଙ୍କ କଥା ଅଲଗା । କାରଣ ପଶ୍ଚିବଙ୍ଗରେ ବିଧାନ ପରିଷଦ ନାହିଁ ।

ଧାରା ୧୬୪ ଅନୁସାରେ, ଯଦି କୌଣସି ବ୍ୟକ୍ତି ୬ ମାସ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ନ ରୁହନ୍ତି ତେବେ ଛଅମାସ ସମୟସୀମା ଶେଷ ହୋଇଯିବା ପରେ ମନ୍ତ୍ରୀ ହୋଇପାରିବେ ନାହିଁ । ଏହାର ଅର୍ଥ ମମତା ବାନାର୍ଜୀଙ୍କ ନିକଟରେ ବିଧାୟକ ହେବାପାଇଁ ଛଅମାସର ସମୟ ରହିଛି । ପଶ୍ଚିବଙ୍ଗରେ ବିଧାନ ପରିଷଦ ନଥିବାରୁ ଏଭଳି ସ୍ଥିତିରେ ମମତା ବାନାର୍ଜୀଙ୍କୁ ଛଅ ମାସ ମଧ୍ୟରେ କୌଣସି ଖାଲି ସିଟରୁ ନାମାଙ୍କନ ଦାଖଲ କରିବା ସହ ଉପନିର୍ବାଚନ ଜିତି ବିଧାୟକ ହେବାକୁ ପଡ଼ିବ ।

ଠିକ୍ ସମୟରେ ପହଞ୍ଚିଲା ନାହିଁ ଅମ୍ଲଜାନ, ଚାଲିଗଲା ୨୪ଜୀବନ

ଦେଶରେ ଥମୁନି ମୃତ୍ୟୁର ତାଣ୍ଡବ । ଅକ୍ସିଜେନ ଅଭାବରୁ ଚାଲିଯାଉଛି ହଜାର ହଜାର ଜୀବନ । ପ୍ରତ୍ୟେକ ଦିନ କରୋନା ରୋଗୀଙ୍କର ମୃତ୍ୟୁ ଏହିଭଳି ଅସହାୟ ଅବସ୍ଥାରେ ଘଟୁଛି । ଦିଲ୍ଲୀ ଓ ଉତ୍ତରପ୍ରଦେଶର ଅକ୍ସିଜେନ ଅଭାବର ଭୟାବହ ଦୃଶ୍ୟ ଦେଖିସାରିବା ପରେ ଆଜି କର୍ଣ୍ଣାଟକର ସ୍ଥିତି ମଧ୍ୟ ବେହାଲ । କର୍ଣ୍ଣାଟକର ଚାମରାଜନଗରରେ ଅକ୍ସିଜେନ ଅଭାବରୁ ୨୪ଜଣ କୋଭିଡ୍ ରୋଗୀଙ୍କର ମୃତ୍ୟୁ ହୋଇଛି । ଗତକାଲି ମଧ୍ୟରାତ୍ରୀରେ ଘଟିଛି ଏହିଭଳି ଦୁଃଖଦ ଘଟଣା । ଦୁର୍ଘଟଣା ଘଟିବା ପରେ ମହୀଶୁରରୁ ଚାମରାଜନଗରକୁ ଦେଢଶହ ଅକ୍ସିଜେନ ସିଲିଣ୍ଡର ପଠାଯାଇଥିଲା ।

ଦିଲ୍ଲୀର ବତ୍ରା ହସ୍ପିଟାଲରେ ଅକ୍ସିଜେନ ଡେରିରେ ପହଂଚିବାରୁ ଯେଉଁ ଘଟଣା ଘଟିଥିଲା । ଠିକ୍ ସେହିଭଳି କର୍ଣ୍ଣାଟକର ଚାମରାଜନଗରରେ ଘଟିଛି ।  ସୂଚନା ଅନୁସାରେ ଜୀବନ ଯାଇଥିବା ଅଧିକାଂଶ ଲୋକ ଭେଣ୍ଟିଲେଟରରେ ରହିଥିଲେ । ଅକ୍ସିଜେନ ସପ୍ଲାଏ ଶେଷ ହେବା ପରେ ରୋଗୀମାନେ ନିଶ୍ୱାସ ନେବାପାଇଁ ଅନେକ କଷ୍ଟପାଇ ମୃତ୍ୟୁବରଣ କରିଛନ୍ତି । ଅମ୍ଲଜାନ ବେଲ୍ଲାରୀରୁ ଆସିବାର ଥିଲା ।  କିନ୍ତୁ ଅକ୍ସିଜେନ ଠିକ୍ ସମୟରେ ପହଂଚି ପାରିନଥିଲା ।

ବର୍ତ୍ତମାନ କର୍ଣ୍ଣାଟକରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ଲକ୍ଷରୁ ଅଧିକ ।  ରବିବାର ଦିନ ୩୭ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ତାସହ ୨୧୭ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଆଉ ଏସବୁ ଭିତରେ ରୋଗୀମାନଙ୍କୁ ଅମ୍ଲଜାନ ପାଇଁ ସଂଘର୍ଷ କରିବାକୁ ପଡୁଛି ।  ଅନେକ ସପ୍ତାହଧରି ଏହିଭଳି ସ୍ଥିତି କଣ୍ଣାଟକର ବିଭିନ୍ନ ହସ୍ପିଟାଲରେ ଦେଖିବାକୁ ମିଳୁଛି ।

ଦେଶର ଅନ୍ୟକିଛି ରାଜ୍ୟରେ ମଧ୍ୟ ଏହିଭଳି ସଙ୍ଗିନ ସ୍ଥିତି ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କରୋନା ସଂଙ୍କଟ ମଧ୍ୟରେ ଦେଶରେ ଅମ୍ଲଜାନ ଏବଂ ଔଷଧ ଅଭାବ ସଂମ୍ପର୍କରେ ବିଶେଷଜ୍ଞଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଯେଉଁଥିରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଦେଶର ସ୍ୱାସ୍ଥବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଆଲୋଚନା  ସହିତ  ମେଡିକାଲ ଛାତ୍ରଛାତ୍ରୀଙ୍କୁ କୋଭିଡ ଡିଉଟିରେ ନିୟୋଜିତ କରିବାକୁ ଯୋଜନା ହୋଇଛି । ତେବେ ସରକାରଙ୍କ ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ଅନେକ ରୋଗୀଙ୍କର ମୃତ୍ୟୁ ହେଇଚାଲିଛି । ରୋଗୀଙ୍କର ଆତ୍ମୀୟସ୍ୱଜନଙ୍କର ଦୁଃଖ ଓ ଯନ୍ତ୍ରଣାର କଷ୍ଟ ମଧ୍ୟ ସମୟ ହିସାବରେ ବଢିବଢି ଚାଲିଛି । ଅପେକ୍ଷା ସେହିଦିନକୁ ଯେବେ ସାରା ଭାରତରେ ସଠିକ୍ ସମୟରେ ଅକ୍ସିଜେନ ଓ ବେଡ୍ ଉପଲବ୍ଧ ହୋଇପାରିବ ।

ଆଇପିଏଲରେ କରୋନା ଆତଙ୍କ, KKRର ଦୁଇ ଖେଳାଳି ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏଥିରୁ ବାଦ୍ ପଡିନି ଆଇପିଏଲ୍ ମ୍ୟାଚ୍। ଏବେ କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଆଜିର ମ୍ୟାଚକୁ ସ୍ଥଗିତ କରିଛି ବିସିସିଆଇ। ସଂକ୍ରମିତ ଚିହ୍ନଟ ପରେ ଆଇସୋଲେସନରେ ଅଛନ୍ତି କେକେଆରର ଖେଳାଳି ।

ଏହି ମ୍ୟାଚ କେବେ ଖେଳାଯିବ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଆଇପିଏଲର ୩୦ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଳ୍ ଚାଲେଞ୍ଜ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ହେବାର ଥିଲା । ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ମି.ରେ ଖେଳାଯିବାକୁ ଥିଲା ।

KKR Sets 188 Run Targets For SRH In IPL 3Rd Match

ମହାମାରୀ ମଧ୍ୟରେ ଏଯାବତ୍ ୨୯ଟି ମ୍ୟାଚ୍ ସଫଳତା ପୂର୍ବକ କରାଯାଇଥିଲା । ହେଲେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚଳିତ ସିଜନର ୩୦ ତମ ମ୍ୟାଚକୁ ବର୍ତ୍ତମାନ ପାଇଁ ସ୍ଥଗିତ କରାଯାଇଛି ।

 

ଏହା ପୂର୍ବରୁ ଖବର ଆସିଥିଲା ଯେ କରୋନା ସଂକ୍ରମଣ କ୍ରମାଗତ ବଢୁଥିବା ଯୋଗୁଁ ବିସିସିଆଇ ପକ୍ଷରୁ IPL-14ରେ ଖେଳାଳିଙ୍କୁ ବାୟୋ ବବଲ୍ କୁ ଅଧିକ ଶକ୍ତ କରାଯାଇଥିଲା । ତେବେ ଏହା ସତ୍ୱେ ମଧ୍ୟ ଖେଳାଳି କରୋନା ପଜିଟିଭ ହେଉଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୩ ଲକ୍ଷ ୬୮ ହଜାର ୧୪୭ ସଂକ୍ରମିତ। ସ୍ୱାସ୍ଥ୍ୟ  ବିଭାଗର ସୂଚନା ଅନୁଯାୟୀ, କରୋନା ସଂକ୍ରମଣରେ ୩ ହଜାର ୪୧୭ ଜଣଙ୍କ ଜୀବନ ନେଇଛି ମହାମାରୀ। ସେହିପରି ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ଆଉ ୩ ଲକ୍ଷ ୭୩୨ ସଂକ୍ରମିତ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୯ ଲକ୍ଷ ୨୫ ହଜାର ୬୦୪ରେ ପହଞ୍ଚିଥିବା ବେଳେ ସୁଦ୍ଧା ମୋଟ ୧ କୋଟି ୬୨ ଲକ୍ଷ ୯୩ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

 

ଓଡ଼ିଶାରେ ପର୍ଯ୍ୟାପ୍ତ କାମ ମିଳିବ, ଅନ୍ୟତ୍ର ଯାଆନ୍ତୁ ନାହିଁ: ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର କାମ ମିଳିବ। ପ୍ରବାସୀ ଶ୍ରମିକ ଏଠାରେ ହିଁ ରୁହନ୍ତୁ ଓ କାମଧନ୍ଦା ଖୋଜି ଜୀବିକା ନିର୍ବାହ କରନ୍ତୁ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଅନୁରୋଧ କରିଛନ୍ତି।

ସେ ଆହୁରି କହିଛନ୍ତି, ଅଧିକ ଟଙ୍କା ଆଶାରେ ଓଡ଼ିଶା ବାହାରକୁ ଯାଉଛନ୍ତି ଆମ ଲୋକମାନେ। ବାହାର ରାଜ୍ୟରୁ ଲୋକ ଆସି ଏଠାରେ ବି କାମ କରୁଛନ୍ତି। ହେଲେ ମହାମାରୀ ଯୋଗୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ଫେରିବାରେ ସମସ୍ୟା ହେଉଛି । ସେଥିପାଇଁ ଓଡ଼ିଶାରେ ରହି ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ଓ ଏଠାରେ ହିଁ କାମ କରନ୍ତୁ ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି।

ଜୀବନ ରହିଲେ, ବହୁତ ରୋଜଗାର କରିବେ। ସରକାର ଦଲାଲଙ୍କ ଉପରେ ନଜର ରଖିଛନ୍ତି । କିନ୍ତୁ ଲୋକ ନିଜେ ସଚେତନ ହେବା ସଙ୍ଗେସଙ୍ଗେ ଦଲାଲ ହାବୁଡ଼ାରେ ପଡ଼ି ଲୁଚି ନପଳାନ୍ତୁ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଲୋକମାନଙ୍କୁ ପରାମର୍ଶ ଦେବା ସହ ଅନୁରୋଧ ମଧ୍ୟ କରିଛନ୍ତି।

ପ୍ରଳୟଙ୍କାରୀ ବାତ୍ୟା ଫନିକୁ ପୂରିଲା ୨ ବର୍ଷ, ଆଜିବି ଶୁଖିନି ଆଖିର ଲୁହ…

ଭୁବନେଶ୍ୱର: ୨୦୧୯ ମସିହା ମେ ୩ । ସେହି ଦିନର ଘଟଣା ଆଜିବି ଲୋକଙ୍କ ମାନସପଟରୁ ଲିଭିନାହିଁ । ଏହି ଦିନ ଆସିଥିଲା ପ୍ରଳୟଙ୍କାରୀ ବାତ୍ୟା ଫନି। ଆଉ ଦୋହଲାଇ ଦେଇଥିଲା ସାରା ଓଡିଶାକୁ । ୨ ବର୍ଷ ତଳେ ବାତ୍ୟା ଫନି ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ। ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିଲା ପବନ । ନିମିଷ.କେ ସବୁ କିଛି ଛାରଖାର କରି ଦେଇଥିଲା । ଉଜୁଡ଼ି ଯାଇଥିଲା ହଜାର ହଜାର ଘର, ଆଉ ମାଟିରେ ଶୋଇପଡ଼ିଥିଲା ଲକ୍ଷ ଲକ୍ଷ ଗଛ ।

ସମୟ ବଦଳିଛି, ଆଗକୁ ବଢିଛି ଦୁନିଆ ହେଲେ ପଛରେ ଛାଡ଼ିଯାଇଛି ଦୁର୍ଦ୍ଦଶାର ଚିତ୍ର । ଯଦିଓ ମାଟିରେ ଶୋଇପଡ଼ିଥିବା ଗଛ ଅଣ୍ଟାସଳଖି ପୁଣି ସବୁଜିମାରେ ଭରିପଡ଼ିଛି, ମାତ୍ର ଭଙ୍ଗା କାନ୍ଥ ଏବେବି ବଖାଣୁଛି ଦୁର୍ଦ୍ଦଶାର ଚିତ୍ର । ନିମାପଡ଼ା ଓ ଗୋପ ଅଞ୍ଚଳର ବିପନ୍ନଙ୍କ ଛାତିତଳେ ଲୁଚି ରହିଛି କୋହ । ପ୍ରଳୟର ଦିନ କଥା ଭାବିଲେ ଆଖିରେ ଜକେଇ ଆସୁଛି ଲୁହ ।

 

୧୯୯୯ରୁ ୨୦୧୯, ଦୁଇ ଦଶନ୍ଧି ଭିତରେ ଓଡ଼ିଶା ଅନେକ ମହାବାତ୍ୟା, ବାତ୍ୟାକୁ ସାମନା କରିଛି । ପୁଣି ଛାତିକୁ ଟାଣ କରି ଛିଡ଼ା ହୋଇଛି । ୨୦୧୯ ମସିହା ମେ ୩, ଆଜିକୁ ଠିକ୍ ବର୍ଷେ । ଓଡ଼ିଶା ଦେଖିଥିଲା ବାତ୍ୟା ‘ଫନି’ର କରାଳ ପ୍ରକୋପ । ସମୁଦ୍ର ତଟରୁ ଶ୍ମଶାନ, ରେଲୱେ ଷ୍ଟେସନରୁ ରାଜଧାନୀର କୋଣ ଅନୁକୋଣ । ସବୁଠି ତାଣ୍ଡବ ରଚିଥିଲା ‘ଫନି’ ।

ବାତ୍ୟା ‘ଫନି’ ଯୋଗୁଁ ଅଧା ଓଡ଼ିଶା ପ୍ରଭାବିତ ହୋଇଥିଲା । ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁର ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲା ବାତ୍ୟାରେ ପ୍ରଭାବିତ ହୋଇଥିଲା ।

ମେ ୩ ସକାଳୁ ପବନର ବେଗ ବଢ଼ିବା ସହ ବଢ଼ିଥିଲା ବର୍ଷା । ରାଜ୍ୟର ସବୁ ସମୁଦ୍ର କୁଳିଆ ଅଞ୍ଚଳରେ ପବନର ବେଗ ବେଶ୍ ଅଧିକ ଥିଲା । ସକାଳ ପ୍ରାୟ ୮ଟା ୪୦ ମିନିଟରେ ପୁରୀରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ‘ଫନି’ । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ସମୁଦ୍ର କୂଳରେ ଥିବା ନୋଳିଆ ବସ୍ତି ।

ଉଜୁଡ଼ି ଯାଇଥିଲା ହୋଟେଲ ଶିଳ୍ପ, ହରିଣଙ୍କ କୋଳାହଳରେ କମ୍ପୁଥିବା ବାଲୁଖଣ୍ଡ ଅଭୟାରଣ୍ୟ ବି ବାଦ୍ ପଡ଼ିନଥିଲା । ହରିଣ ସବୁ ଗାଏବ ହୋଇଯିବା ସହ ନିଶ୍ଚିହ୍ନ ହୋଇଯାଇଥିଲା ଜଙ୍ଗଲ । ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ବ୍ରହ୍ମଗିରି, ସାତପଡ଼ା ଅଞ୍ଚଳର ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ ।

ସବୁବେଳେ ବାତ୍ୟା କଥା ଶୁଣି ହସରେ ଉଡ଼ାଇ ଦେଉଥିବା ରାଜଧାନୀବାସୀ ଦେଖିଥିଲେ ‘ଫନି’ର କରାଳ ରୂପ । ରାଜଧାନୀର ସବୁଜିମା ଧରାଶାୟୀ ହେବା ସହ ଭୂମିରେ ଲୋଟି ପଡ଼ିଥିଲା ଇଲେକ୍ଟ୍ରି ଖୁଣ୍ଟ, ବଡ଼ ବଡ଼ ହୋର୍ଡିଂ । ବସ୍ତି ଗୁଡ଼ିକୁ ଛାରଖାର୍ କରି ଦେଇଥିଲା ୩ ଘଣ୍ଟାର ବର୍ଷା ଓ ପବନ । ‘ଫନି’ ଲ୍ୟାଣ୍ଡଫଲ୍ ପରର ଚିତ୍ରକୁ ଆଖିରେ ଦେଖି ବିଶ୍ୱାସ କରି ହେଉନଥିଲା ।