ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ରୋଗିଣା ସ୍ତ୍ରୀ ସହ ଘରେ ଵନ୍ଦ,ଭାଇରାଲ ହେଲା ଭିଡିଓ

ତାମିଲନାଡୁ: ଅନ୍ଧବିଶ୍ୱାସକୁ ନେଇ ଦେଖାଦେଇଛି ପୁଣି ଏକ ଅଭାବନୀୟ ଘଟଣା । ଗୁଣିଗାରେଡିରେ ବିଶ୍ୱାସ ରଖୁଥିବା ଲୋକଙ୍କ ହାତରୁ ହେଉଛି ଅପରାଧ । ଗୁଣିଗାରେଡି ଆଜିର ସମୟରେ ବି ସେତିକି ସାଙ୍ଘାତିକ ରୂପ ଧାରଣ କରୁଛି । ପାଠ ପଢି ଉଚ୍ଚଶିକ୍ଷିତ ହେଉଥିବା ଏହି ସମୟରେ ଏବେ ବି ଅନ୍ଧବିଶ୍ୱାସର କଳା କାହାଣୀ ଦେଖିବାକୁ ମିଳୁଛି । ସେମିତି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଗୁଲୁବା ମୁଗାଗୁଡା ଗାଁରେ । ଯେଉଁଠି ଗୁଣି ଗାରେଡି ସନ୍ଦେହରେ ବାପ ପୁଅଙ୍କର ହତ୍ୟା ହୋଇଛି । ବର୍ତ୍ତମାନ ଘଟଣା ସ୍ଥଳରେ ବାପ ପୁଅଙ୍କ ମୃତଦେହ ଜବତ କରିଛି ପୋଲିସ । ଗୁଣିଗାରେଡି ସନ୍ଦେହରେ ବାପା ପୁଅଙ୍କୁ ହତ୍ୟା ଅଭିଯୋଗ । କରୋନାର କରାଳ କାୟା ଏବେ ସମସ୍ତଙ୍କୁ ହନ୍ତସନ୍ତ କରିସାରିଲାଣି । କିଏ ନିଜ ଲୋକଙ୍କୁ ହରାଇ ଦୁଃଖୀ ତ ପୁଣି କିଏ ବେରୋଜଗାର ହେଇ ଦୁଃଖୀ । ଚାକିରି ବେଉସା ଓ ଜୀବନ ସବୁକିଛି ସର୍ବଶାନ୍ତ କରିଦେଇଛି କରୋନା । ଏହାରି ଭିତରେ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଯାଇ ମଧ୍ୟ ଅସୁବିଧାରେ ପଡିଛନ୍ତି । ସେଥିପାଇଁ ବର୍ତ୍ତମାନ ସେ ଲୋଡିଛନ୍ତି ଗଣମାଧ୍ୟମର ସାହାରା ।  ଦାଦାନ ଖଟିବାକୁ ତାମିଲନାଡୁକୁ ଯାଇ ଅସୁସ୍ଥ ହୋଇ ଉଦ୍ଧାର ପାଇଁ ସାମାଜିକ ଗଣମାଧ୍ୟମରେ ଭିଡିଓ ମେସେଜ କରି ଗୁହାରୀ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ଗାଁର ଅଜିତ ପାଣ୍ଡେ ଓ ତାଙ୍କ ସ୍ତ୍ରୀ ,ଗତ କିଛି ଦିନ ହେଲା ବାଉଁଶୁଣୀରୁ ଅଜିତ ଓ ତାଙ୍କ ସ୍ତ୍ରୀ ତାମିଲନାଡୁର ଦାରାବରମ ଜିଲ୍ଲାର ତିରପୁର କୁ କାମ ପାଇଁ ଯାଇଥିଲେ ।  ହେଲେ ଏବେ କିଛି ଦିନ ହେବ ତାଙ୍କ ସ୍ତ୍ରୀର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ବେଳେ । ସେମାନଙ୍କ ରହୁଥିବା ଘରେ ତାଙ୍କର ଘରମାଲିକର ସେମାନଙ୍କୁ ବନ୍ଦି କରି ରଖିଛି ।  ମାଲିକ ତାଙ୍କୁ ଗୋଟେ ଘରେ ବନ୍ଦି କରି ରଖି ଚିକିତ୍ସା ପାଇଁ ବାହାରକୁ ଛାଡୁ ନ ଥିବା ଅଭିଯୋଗ ହୋଇଛି ,ଏପରିକି ଖାଇବା ପିଇବା ପାଇଁ ପଇସା ଦେଉ ନ ଥବା ମଧ୍ୟ ଅଭିଯୋଗ କରିଛନ୍ତି ଅଜିତ । ଏଭଳି ଅବସ୍ଥାରେ କାହାକୁ ନ ପାଇ ଅଜିତ ମୋବାଇଲରେ ଏକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଏହାକୁ ଦେଖି ବିନିକା ବାଉଁଶୁଣୀ ଅଂଳର କିଛି ଲୋକ ଅଜିତଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରାକାର, ୫ଟି ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଟୁଇଟ ମାଧ୍ୟମରେ ଅନୁରୋଧ କରିଛନ୍ତି ।

Leave a Reply