ଦିଲ୍ଲୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଅନଲକ୍-୩

1 min read

ଦିଲ୍ଲୀ : କରୋନା ସ୍ଥିତିରେ ଅନେକ ସୁଧାର ଆସିଥିବା ବେଳେ ପର୍ଯ୍ୟାୟ କ୍ରମେ ଅନଲକ ପ୍ରକ୍ରିୟା ଜାରି ରଖିଛନ୍ତି ଦିଲ୍ଲୀ ସରକାର । ପୂର୍ବରୁ ଲକ୍ଡାଉନ କଟକଣାରେ କିଛିଟା କୋହଳ ହୋଇଥିବା ବେଳେ ଆସନ୍ତାକାଲିଠୁ ଆରମ୍ଭ ହେବ ଅନଲକ୍-୩ । ଏହି ପର୍ଯ୍ୟାୟରେ ଅଡ୍-ଇଭିନ୍ ପରିବର୍ତ୍ତେ ସମସ୍ତ ମଲ ଓ ବଜାର ଖୋଲିବାକୁ ଅନୁମତି ମିଳିଛି । ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ସବୁ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ୫୦ ପ୍ରତିଶତ ସିଟିଂ କାପାସିଟିରେ ରେଷ୍ଟୁରାଣ୍ଟ ଖୋଲିବ । ଆଗାମୀ ସପ୍ତାହକୁ ଟ୍ରାଏଲ ବେସିସରେ ଅନଲକ୍ କରିବାକୁ ସରକାର ଯୋଜନା କରିଛନ୍ତି । ସରକାରୀ ଅଫିସରେ ଶତ ପ୍ରତିଶତ ଅଧିକାରୀ ଓ ୫୦ ପ୍ରତିଶତ କର୍ମଚାରୀରେ କାମ ହେବ । ପ୍ରାଇଭେଟ ଅଫିସ ୫୦ପ୍ରତିଶତ କର୍ମଚାରୀରେ ଚାଲିବାକୁ ଅନୁମତି । ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଅଫିସ ଖୋଲିବ । ହେଲେ ଏବେ ବି ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ସମସ୍ତ ସାମାଜିକ, ଧାର୍ମିକ ଓ ରାଜେନୖତିକ ସଭାସମିତି ବନ୍ଦ ରହିବ । ଧର୍ମିକ ସ୍ଥଳ ଖୋଲିବ, ହେଲେ ସାଧାରଣ ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଯାଇଛି । ଜିମ୍, ପାର୍କ, ଯୋଗ ସେଣ୍ଟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦରହିବ । ମେଟ୍ରୋ ଓ ପବ୍ଲିକ ଟ୍ରାନ୍ସପୋର୍ଟ ୫୦ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ।…..

Leave a Reply