spot_img
Home Blog Page 5685

କାଠଗଡାରେ ନିର୍ବାଚନ ଆୟୋଗ; ରାୟ ସଂରକ୍ଷିତ ରଖିଲେ ଅଦାଲତ

ନୂଆଦିଲ୍ଲୀ: କାଠଗଡାରେ ମୁଖ୍ୟ ନିର୍ବାଚନ ଆୟୋଗ । କରୋନା କାଳରେ ଦେଶରେ ନିର୍ବାଚନ ହେବା ନେଇ ଏବେ ଅଡୁଆରେ ପଡିଛନ୍ତି ନିର୍ବାଚନ ଆୟୋଗ । ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ନିର୍ବାଚନ ଆୟୋଗ ଡାକ୍ତରଙ୍କ ମେଡିସିନ୍ ଭାବି ଗ୍ରହଣ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ଆୟୋଗଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଥିଲେ ମାଦ୍ରାସ ହାଇକୋର୍ଟ ।

ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ନିର୍ବାଚନ ଆୟୋଗ । ଆଜି ମାମଲାର ଶୁଣାଣି କରି ଏଭଳି କହିବା ସହ ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ସେହିଭଳି ମିଡିଆକୁ ରିପୋଟିଂ କରିବା ପାଇଁ କେହି ରୋକିପାରିବେ ନାହିଁ ବୋଲି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରି ଅଟେ ।

ଏଣୁ ବିନା କୌଣସି ବାଧାରେ ଗଣମାଧ୍ୟମକୁ ତା କାମ କରିବାକୁ ଦିଆଯିବା ଉଚିତ୍ ବୋଲି କହିଛନ୍ତି କୋର୍ଟ । ସାମ୍ବିଧାନିକ ସଂସ୍ଥା ବିରୋଧରେ କୌଣସି ପ୍ରସଙ୍ଗ ଲୋକଲଚନକୁ ନ ଆସିବା ଦରକାର, ଏଥି ପ୍ରତି ମିଡିଆ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ ନିର୍ବାଚନ ଆୟୋଗ । ଯାହାକୁ ଖଣ୍ଡନ କରିଛନ୍ତି ସୁପ୍ରିମକୋର୍ଟ ।

ଜୀବନ ବାଜିରେ ଅକ୍ସିଜେନ୍ ସଙ୍କଟ, ଅମ୍ଲଜାନ ଅଭାବରୁ ଆଉଟୁପାଉଟୁ ଜୀବନ

ନୂଆଦିଲ୍ଲୀ:  ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ ପରେ କର୍ଣ୍ଣାଟକରେ ରୋଗୀ ମୃତ୍ୟୁ। ଶ୍ୱାସ ପାଇଁ ଶେଷ ହୋଇଯାଉଛି ସମୟ। କର୍ଣ୍ଣାଟକର ଚାମରାଜନଗରରେ ପ୍ରଶାସନର ଅବହେଳା ପାଇଁ ଚାଲିଯାଇଛି ୨୪ ଜଣକ ଜୀବନ। ମହୀଶୂରରୁ ଆବଶ୍ୟକ ମୁତାବକ ଅକ୍ସିଜେନ୍ ଉଚିତ ସମୟରେ ଆସି ନପହଞ୍ଚିବାରୁ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲେ ବି ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୃତକଙ୍କ ପରିବାରଲୋକେ ।

ବିକଶିତ ରାଜ୍ୟର ବିକଳ ଦୃଶ୍ୟ । ପଦାରେ ପଡିଛି ଗୁଜରାଟ ମଡେଲର ନଗ୍ନ ବାସ୍ତବ। ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ପାଇଁ ଚାହିଁ ରହିଛନ୍ତି। ବାହାରେ ଗାଡିରେ ଅକ୍ସିଜେନ୍ ଲାଗିଛି, କିନ୍ତୁ ସିରିଅସ ନୁହଁନ୍ତି କର୍ତ୍ତୃପକ୍ଷ । ଜୀବନ ଆଶା ସତେ ଯେମିତି ମରଣ ସହ ସଂଗ୍ରାମ ବୋଲି ମାନିନେଇଛି। ଘଣ୍ଟା ଘଣ୍ଚା ବାହାରେ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଥିବା କହିଛନ୍ତି ସମ୍ପର୍କୀୟ।

ସଂକଟବେଳେ ସରକାରଙ୍କ ଭିତିରି ପ୍ଲାନ। ସମାଲୋଚନାକୁ ଏଡ଼ାଇବା ପାଇଁ ମିଥ୍ୟାର ଆଶ୍ରୟ। ଶିବରାଜ ସିଂଙ୍କ ମଧ୍ୟପ୍ରଦେଶରୁ ଆସିଛି ସାଂଘାତିକ ଅଭିଯୋଗ । କରୋନାରେ ମୃତ୍ୟୁ ହେଉଥିବା ରୋଗୀଙ୍କ ସଂଖ୍ୟା ସରକାର ଲୁଚାଉଥିବା ଅଭିଯୋଗ ହୋଇଛି । ଭୋପାଳରେ ଏପ୍ରିଲ ମାସରେ ୧୦୪ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ସରକାର । ହେଲେ ଶବଦାହର ସଂଖ୍ୟା କହୁଛି ୨ ହଜାର ୫୫୭ । ଏତେ ସଂଖ୍ୟାରେ ରୋଗୀ ମରୁଥିଲେ ମଧ୍ୟ ମଧ୍ୟପ୍ରଦେଶ ସରକାର ନିଜର ଅପାରଗତା ଲୁଚାଇବା ପାଇଁ ଏଭଳି କରୁଥିବା ଚର୍ଚ୍ଚା ହେଉଛି।

ଦେଶରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ପରିସ୍ଥିତି ସାଂଘାତିକ ହେଉଥିବାରୁ ପୂରା ଦେଶରେ ଲକଡାଉନ କି ସଟଡାଉନ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ଯଦି କୌଣସି ନାଗରିକଙ୍କ ପାଖରେ ସ୍ଥାନୀୟ ପ୍ରମାଣ ପତ୍ର ନାହିଁ ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ କେହି ମନା କରିପାରିବେ ନାହିଁ। ଏ ସମ୍ବନ୍ଧରେ କେନ୍ଦ୍ର ଦୁଇ ସପ୍ତାହ ମଧ୍ୟରେ ରାଷ୍ଟ୍ରନୀତି ଆଣିବାକୁ କହିଛନ୍ତି କୋର୍ଟ । ସେପଟେ ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୬୮ ହଜାର ୧୪୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩ ହଜାର ୪୧୭ ଜଣଙ୍କ ଜୀବନ ନେଇଛି କରୋନା ।

ଆପଲ ଓ୍ୱାଚ୍‌ର ନୂଆ ଫିଚର, କହିବ ଆପଣ କେତେ ପରିମାଣରେ ମଦ ପିଇଛନ୍ତି

ନୂଆଦିଲ୍ଲୀ: ଆପଲ୍ ୱାଚ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। କାରଣ ବଜାରକୁ ଆସିବାକୁ ଯାଉଛି ଏହି ଆପଲ ଓ୍ୱାଚ୍‌ର ନୂଆ ମଡେଲେ । ଏହି ମଡେଲରେ ଫିଚର ସମ୍ପୂର୍ଣ୍ଣ ନୂଆ ରହିବ। ଏମିତି କିଛି ଫିଚର୍ସ ରହିବ ଯାହା ଜାଣିଲାପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଫେବୃଆରୀ ୨୦୨୧ ରେ ଆମେରିକାର ପେଟେଣ୍ଟ ଏବଂ ଟ୍ରେଡ୍ ମାର୍କ ଅଫିସ୍ ରେ ଏକ ଟାଇଟଲ୍ ପେଟେଣ୍ଟ୍ ଦାଖଲ କରାଯାଇଛି।

ଏହି ପେଟେଣ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଆପଲ୍ ବ୍ଲଡ ସୁଗାର ପଢ଼ିବା ଉପରେ କାମ କରିପାରେ। ଯାହାଦ୍ୱାରା ବଜାରକୁ ଆସିବାକୁ ଥିବା ଆପଲ୍ ୱାଚ୍ ର ଫିଚରରେ ଗ୍ଲୁକୋଜ୍‌ର ସ୍ତରକୁ ରିଡିଂ କରିବାର କ୍ଷମତା ରହିଛି । ନିକଟରେ ବ୍ରିଟେନର ସ୍ୱାସ୍ଥ୍ୟ ବୈଷୟିକ ସଂସ୍ଥା ରକଲି ଫୋଟନିକ୍ସ ସ୍ପଷ୍ଟ କରିଛି ଯେ ଗତ ଦୁଇ ବର୍ଷ ଧରି ଆପଲ୍ କମ୍ପାନୀ ସହିତ ଜଡିତ ଅଛି। ଏହି କମ୍ପାନୀ ମୁଖ୍ୟତ ରକ୍ତ ଗ୍ଲୁକୋଜ ସ୍ତରର ଟ୍ରାକିଂ କରିଥାଏ।

ମିଡିଆ ରିପୋର୍ଟ ଅନୁଯାୟୀ, ନିକଟରେ ହୋଇଥିବା ଏକ SEC ଦାଖଲରେ ରକଲି ଫୋଟନିକ୍ସ ଆପଲକୁ ଏହାର ସବୁଠାରୁ ବଡ ଗ୍ରାହକ ବୋଲି ବର୍ଣ୍ଣନା କରିଛି। ଏହା ଦର୍ଶାଏ ଯେ ଆପଲ୍ ଏହି ଟେକ୍ନୋଲୋଜିରେ କାମ କରୁଛି ଏବଂ ଏହାକୁ ନିଜ ଡିଭାଇସକୁ ଆଣିପାରେ, ଯାହା ଆପଲ୍ ୱାଚ୍ ରେ ଆସିବାର ସମ୍ଭାବନା ଅଧିକ। ଆପଲ୍ ପୂର୍ବରୁ ମଧ୍ୟ ନିଜ କମ୍ପାନୀର ଘଣ୍ଟାରେ ହୃଦସ୍ପନ୍ଦନ ମନିଟର ଏବଂ SpO2 ମନିଟର ପ୍ରଦାନ କରିସାରିଛି।

ରକ୍ତରେ ଥିବା ଗ୍ଲୁକୋଜର ସ୍ତର ଉପରେ ନଜର ରଖିବା ସହିତ ରକଲି ରକ୍ତଚାପ ଏବଂ ମଦ୍ୟପାନ ସ୍ତର ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି। ଏହି ଦୁଇଟି ଫିଚର ଆଗାମୀ ଆପଲ୍ ୱାଚରେ ଆସିପାରେ ବୋଲି ଅନୁମାନ କରାଯାଉଛି ।

ଏବେ ହେବନି ପିପିଲି ଉପନିର୍ବାଚନ, ସଂକ୍ରମଣ ବଢୁଥିବାରୁ ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । କୋଭିଡ ଭୟବହତାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ଅଟକାଯାଇଛି । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାରୁ ପିପିଲିରେ ଉପନିର୍ବାଚନ ହେବା ନହେବା ନେଇ ଦାୟର ହୋଇଥିଲା ଅଭିଯୋଗ । ଏନେଇ ଆଜି ଶୁଣାଣି କରିଥିଲେ ହାଇକୋର୍ଟ । ଶେଷରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସହ କଥା ହୋଇ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିବା ନେଇ ନିଷ୍ପତି ନେଇଛନ୍ତି ।

କୋଭିଡ ପରିସ୍ଥିତିରେ ନିର୍ବାଚନ ଅନୁଷ୍ଠିତ ନେଇ 7ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ସମୟ ମାଗିଥିଲେ ହାଇକୋର୍ଟ । ଆଜି ଏନେଇ ବିଚାର କରିବା ସହ ଶୁଣାଣି ମଧ୍ୟ କରିଥିଲେ । ଯେହେତୁ ବର୍ତ୍ତମାନ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି ଏବଂ ବଢିଚାଲିଛି ତେଣୁ ଉପନିର୍ବାଚନ କରିବା ଠିକ ନୁହେଁ । ଏଭଳି ସ୍ଥିତିରେ ନିର୍ବାଚନ ହେଲେ ସଂକ୍ରମଣ ଆହୁରି ବଢିବା ନେଇ ଆଶଙ୍କା କରିଥିଲେ ହାଇକୋର୍ଟ ।

ଆସନ୍ତା 16ତାରିଖରେ ହେବାକୁ ଥିଲା ପିପିଲି ଉପନିର୍ବାଚନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଉପନିର୍ବାଚନ ସ୍ଥଗିତ ରଖିବା ନେଇ ନିଷ୍ପତି ନିଆଯାଇଛି । ଲକ୍‌ଡାଉନ୍‌ ବିପର୍ଯ୍ୟୟ ପରିଚାଳନା ନିୟମ 2005 ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି । ସେପଟେ କୋଭିଡ ସ୍ଥିତି ସୁଧୁରିଲେ ପୁନର୍ବାର ନିର୍ବାଚନ ପାଇଁ ନୂଆ ବିଜ୍ଞପ୍ତି ଜାରି ଲକରାଯିବ ବୋଲି କହିଛନ୍ତି କମିସନ ।

ମମତା ବିଧାୟକ ଦଳ ନେତା ନିର୍ବାଚିତ, ୫ରେ ନେବେ ଶଫଥ

କୋଲକାତା: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗାଦିସୀନ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ଦଳର ବୃହତ ବିଜୟ ପରେ ଟିଏମସିର ସମସ୍ତ ନବନିର୍ବାଚିତ ବିଧାୟକ ଦିଦିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି । ତେଣୁ ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ବୈଠକରେ ଏକପ୍ରକାର ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ଟିଏମସିରେ ବିଧାୟକ ଦଳ ନେତା ହେବା ପାଇଁ କୈଣସି ଦାବିଦାର ନାହାଁନ୍ତି । ମମତା ବାନାର୍ଜୀ ହିଁ ଦଳର ସର୍ବମାନ୍ୟ ନେତା । ତେଣୁ ସମସ୍ତ ବିଧାୟକ ସର୍ବ ସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ଦଳ ରୂପେ ଚୟନ କରିଛନ୍ତି । ସୂଚନା ମୁତାବକ ଆସନ୍ତା ୫ ତାରିଖରେ ଦିଦି ଶପଥ ନେବାକୁ ଯାଉଛନ୍ତି ।

କୋଭିଡ ଦୃଷ୍ଟିରୁ ଦିଦି କୌଣସି ଆଡମ୍ବରପୂର୍ଣ୍ଣ ଆୟୋଜନ କରିବେ ନାହିଁ । ଶପଥ ଗ୍ରହଣ ଉତ୍ସବକୁ ଅତି ସାଧାରଣ ଭାବେ ପାଳନ କରିବେ ବୋଲି ପ୍ରେସ ମିଟରେ ଗତକାଲି ସୂଚନା ଦେଇଥିଲେ ମମତା ବାନାର୍ଜୀ । ୫ ତାରିଖରେ ଦିଦିଙ୍କ ଶପଥ ଉତ୍ସବ ପରେ ମନ୍ତ୍ରୀ ମଣ୍ଡଳ ୬ ତାରିଖରେ ଶପଥ ନେଇପାରେ ବୋଲି ଜଣାପଡିଛି । ସମଗ୍ର ଦେଶରେ କୋଭିଡ ଭୟବହତା ଜାରି ରହିଛି । ପଶ୍ଚିମବଙ୍ଗରେ ମଧ୍ୟ କୋଭିଡ କଟକଣା ବଳବତ୍ତର ରଖିବାକୁ ଜିତିବା ପରେ ଦିଦି ସାମ୍ବାଦିକ ସମ୍ମଳନୀ ଜରିଆରେ ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ କୋଭିଡ ପରିସ୍ଥିତି ପ୍ରତିହତ ହୋଇନାହିଁ, ସେପର୍ଯ୍ୟନ୍ତ ଦଳ କୌଣସି ବିଜୟ ଉତ୍ସବ ପାଳନ କରିବା ନାହିଁ ବୋଲି କହିଛନ୍ତି ସୁପ୍ରିମୋ ମମତା ବାନାର୍ଜୀ ।

କରୋନା ସମୟରେ ସିଟି ସ୍କାନ୍ କରିବା ହାନିକାରକ, ସିଟି ସ୍କାନ କଲେ କ୍ୟାନସର ହେବାର ଆଶଙ୍କା

ନୂଆଦିଲ୍ଲୀ: କରୋନା ସମୟରେ ସିଟି ସ୍କାନ୍ କରିବା ହାନିକାରକ । ଆଜି ଏଭଳି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିଲେ ସିଟି ସ୍କାନ କରିବା ପାଇଁ ଡାକ୍ତର ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ସିଟି ସ୍କାନ ୩୦୦ ଚେଷ୍ଟ ଏକ୍ସ-ରେ ସହ ସମାନ । ଏଣୁ ସିଟି ସ୍କାନ କଲେ କ୍ୟାନସର ହେବାର ଆଶଙ୍କା ଥିବା କହିଛନ୍ତି ଡାକ୍ତର ଗୁଲେରିଆ । ଆଜିକାଲି ଅନେକ ଲୋକ ସିଟି ସ୍କାନ କରୁଛନ୍ତି, ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ । ଏଣୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସତର୍କ କରାଇଛନ୍ତି ଡାକ୍ତର ଗୁଲେରିଆ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରକ୍ତ ପରୀକ୍ଷା ମଧ୍ୟ ଆପଣ ନିଜ ଇଚ୍ଛାରେ କରିବା ଉଚିତ ନୁହେଁ । ନିଜେ ନିଜେ ଡାକ୍ତର ହୁଅନ୍ତୁ ନାହିଁ। ଅନେକ ଲୋକ ପ୍ରତି ତିନିମାସ ପରେ ସେମାନଙ୍କ ସିଟି ସ୍କାନ କରାଉଛନ୍ତି ଯାହା ସମ୍ପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି। ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ସାଧାରଣ ଔଷଧ ଖାଇ ସୁସ୍ଥ ହେବାକୁ ପରାମର୍ଷ ଦେଇଛନ୍ତି । ଆଉ ଷ୍ଟେରଏଡ ନେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ହାଇଡ୍ରୋ ଷ୍ଟେରଏଡ ଅଧିକ ସଂକ୍ରମିତ ହୋଇଥିବା ରୋଗୀଙ୍କ ପାଇଁ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଇଏଏସ୍ ଅଧିକାରୀ ଲୁଭ ଅଗ୍ରୱାଲ କହିଛନ୍ତି ୧୫ ଦିନ ମଧ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଛତିଶଗଡ, ଦିଲ୍ଲୀ, ମଧ୍ୟପ୍ରଦେଶ, ମୁମ୍ବାଇ, ଔରଙ୍ଗାବାଦ, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହ୍ରାସ ଘଟିଛି।

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର, ବନ୍ଦ ହେବନି ଆଇଆଇଟି, ଆଇଆଇଏମଏସ ହଷ୍ଟଲ

ଭୁବନେଶ୍ୱର: ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର । କିନ୍ତୁ ଆହାର କେନ୍ଦ୍ରରେ ବସି ଖାଇବାକୁ ଅନୁମିତି ଦିଆଯିବ ନାହିଁ । ଆହାର କେନ୍ଦ୍ରରୁ ପାର୍ସଲ ନେଇପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଦିନକ ପରେ ରାଜ୍ୟରେ ଲକଡାଉନ ଲାଗୁ ହେବାକୁ ଥିବାବେଳେ ଏନେଇ ସୂଚନା ଦେଇଛନ୍ତି ସୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ।

ଦିନକ ପରେ କଟକଣା ଲାଗୁ ହେବାକୁ ଥିବାବେଳେ ତେବେ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟରେ ରାଜ୍ୟର ସମସ୍ତ ଆଇଆଇଟି, ଆଇଆଇଏମଏସ ହଷ୍ଟଲ ଗୁଡିକ କୋଭିଡ ଗାଇଡଲାଇନ ଅନୁଯାୟୀ ଖୋଲା ରହିବ । ପିପିଲି ଉପନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟକ୍ରମକୁ କଟକଣାରୁ ବାଦ୍ ଦିଆଯାଇଛି । ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ ହେବ ଲକଡାଉନ୍ କଟକଣା ।

ବାପା ପାଇଁ ଡାକ୍ତର ସାମ୍ନାରେ ପୁଅର ଆକୁଳ ନିବେଦନ, ଅମ୍ଳଜାନ ନପାଇ ବାପାର ଚାଲିଗଲା ଜୀବନ

ବିହାର: କରୋନା ସଂକ୍ରମଣରେ ବିହାରର ସ୍ଥିତି ଏବେ ସଂକଟାପନ୍ନ ରହିଛି। ଏଭଳି ସ୍ଥିତିରେ ସାହାଯ୍ୟ ମାଗିଲେ ମଧ୍ୟ ମିଳୁନି ସାହାଯ୍ୟ। ଅମ୍ଳଜାନ ଅଭାବରୁ ଚାଲିଯାଇଛି ଜଣେ କରୋନା ରୋଗୀଙ୍କ ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ଆରାର ସଦର ହସ୍ପିଟାଲରେ। ଡାକ୍ତରଖାନା ବାହାରେ ଥାଇ ଡ୍ୟୁଟିରେ ଥିବା ଡାକ୍ତର ଏବଂ ନର୍ସଙ୍କ ନିକଟରେ ନିବେଦନ କରିଥିଲେ। ହେଲେ କେହି ଶୁଣିନଥିଲେ। ଶେଷରେ ରାମଶଙ୍କର କୌଣସି ସାହାଯ୍ୟ ନପାଇଁ କ୍ୟାମେରା ସାମ୍ନାରେ ମୃତ୍ୟୁବରଣ କରିଥିଲେ।

ଡାକ୍ତରଖାନାରେ ବିଦ୍ୟୁତ୍ ନାହିଁ, ସେଥିପାଇଁ ରୋଗୀ ନେବୁଲାଇଜର ନେଇପାରୁନାହାଁନ୍ତି। ଏଠାରେ ଗୋଟିଏ ରୋଗୀ ଆସିଲେ ମଧ୍ୟ ଡାକ୍ତରମାନେ ଚିକିତ୍ସା କରିବାକୁ ଆସନ୍ତି ନାହିଁ। ଖାଲି ସେତିକି ନୁହେଁ ଏଠାରେ ତିନି ଭେଣ୍ଟିଲେଟର ସହିତ ବେଡ ରହିଛି, କିନ୍ତୁ ଏହା ୮ ମାସ ହେଲା ବନ୍ଦ ହୋଇରହିଛି ।

ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ରାମଶଙ୍କରଙ୍କୁ ଆରାର ସଦର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ତାଙ୍କ ପୁଅ। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ଚିକିତ୍ସା ପାଇଁ ଆସିନଥିଲେ। ସକାଳୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ମଧ୍ୟାହ୍ନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ହୋଇପାରିନଥିଲା । ଏନେଇ ନର୍ସଙ୍କୁ ପଚାରିବାରୁ ସେ କହିଥିଲେ ଏଥିପାଇଁ ମ୍ୟାନେଜର ଦାୟୀ ବୋଲି ସେ କହିଥିଲେ।

ପୁରୀରେ ହେବ କୋଭିଡ୍ ହସ୍ପିଟାଲ, ପରିଚାଳନା କରିବ ସମ୍

ପୁରୀ: ଖୁବଶୀଘ୍ର ପୁରୀରେ କରାଯିବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ପିପିପି ମୋଡରେ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ । ଏହି କୋଭିଡ୍ ହସ୍ପିଟାଲକୁ ଭୁବନେଶ୍ୱର ସମ୍ ହସ୍ପିଟାଲ ପରିଚାଳନା କରିବ ବୋଲି ଜଣାପଡିଛି। ଏଥିରେ 20 ଟି ଆଇସିୟୁ ସହ 40 ଟି ସେମି ଆଇସିୟୁ ଓ 90ଟି ଅକ୍ସିଜେନ ଥିବା ସାଧାରଣ ବେଡ଼ ରହିବ।

ସୂଚନା ଅନୁଯାୟୀ ଆବଶ୍ୟକତା ଅନୁସାରେ କୋଭିଡ ହସ୍ପିଟାଲରେ 300 ବେଡ଼ ସୁବିଧା ଉପଲବ୍ଧ କରାଯିବ । ପୁରୀରେ କୋଭିଡ୍ ହସ୍ପିଟାଲ ନିର୍ମାଣ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିଦର୍ଶନ କରିବା ସହ ଆନୁସଙ୍ଗିକ ସୁବିଧା ସୁଯୋଗର ସମୀକ୍ଷା କରିଛନ୍ତି ।

ଗୋଟିଏ ପାଇପ ପାଇଁ ବିଲ୍ ୪ଲକ୍ଷ !

ଆମେ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛୁ ଅନେକ ଜିନିଷ । ଭିନ୍ନ ଭିନ୍ନ ଯନ୍ତ୍ରପାତି ଦ୍ୱାରା ମଧ୍ୟ ଆମେ ଘେରା ହେଇଛୁ । ଆଉ ସେହି ସବୁ ଜିନିଷ ବ୍ୟବହାର କରିବା ସମୟରେ ବେଳେ ବେଳେ ଖରାପ ମଧ୍ୟ ହୋଇଯାଏ । ଏବଂ ଖରାପ ହୋଇଯାଇଥିବା ଜିନିଷକୁ ସଜାଡିବା ପାଇଁ ଆମକୁ ଏକ ମିସ୍ତ୍ରୀର ଆବଶ୍ୟକତା ମଧ୍ୟ ପଡିଥାଏ । ସେମାନେ ତାଙ୍କ କାମ ହିସାବରେ ପାରିଶ୍ରମିକ ମଧ୍ୟ ନିଅନ୍ତି ।

ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଜଣେ ଖାସ୍ ପାଇପ ମିସ୍ତ୍ରୀଙ୍କର କାମର ବିଲ୍ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ରିଟେନରେ ଜଣେ ପ୍ଲମ୍ବର ନିଜର ମନମୁଖୀ ବିଲ୍ ପାଇଁ ଏବେ ଚର୍ଚ୍ଚାରେ । ତାଙ୍କ ଦ୍ୱାରା ବନାଯାଇଥିବା ବିଲ୍ ସବୁଠି ଭାଇରାଲ୍ ହେଉଛି । ଗୋଟିଏ ଭଙ୍ଗା ପାଇପକୁ ସଜାଡିବା ପାଇଁ ସେ ୪ଲକ୍ଷ ଟଙ୍କା ବିଲ୍‌ରେ ଲେଖିଛନ୍ତି । ବିଲ୍ ଟି ଏଶ୍ଲୋ ଡଗଲସ ନାମକ ଜଣେ ଛାତ୍ରଙ୍କ ନାଁରେ କରାଯାଇଛି । ୨୩ବର୍ଷିୟ ଏଶ୍ଲୋ ,ହେଣ୍ଟସରେ ରୁହନ୍ତି ।

ଛାତ୍ର ଜଣକଙ୍କ କହିବା ଅନୁସାରେ ତାଙ୍କ ରୋଷେଇ ଘରେ ପାଣି ଭର୍ତି ହୋଇଯାଇଥିଲା । ସିଙ୍କରେ ଲାଗିଥିବା ପାଇପ ଫାଟିଯିବା କାରଣରୁ ଏହିଭଳି ଘର ଭିତରେ ପାଣି ବୋହି ଜମା ହୋଇଯାଇଥିଲା । ଏହା ଦେଖି ସେ ତୁରନ୍ତ ଏମ୍ ପିଏମ୍ ପ୍ଲମ୍ବର ସର୍ଭିସକୁ କଲ୍ କରିଥିଲେ । ସେଠାରୁ ସର୍ଭିସ୍ ଦେବା ପାଇଁ ପ୍ଲମ୍ବର ମେହଦୀ ପେରୋବୀ ଆସିଥିଲେ । ଛାତ୍ର ଜଣଙ୍କ ଆହୁରୀ ମଧ୍ୟ କହିଛନ୍ତି ଯେ- ପ୍ଲମ୍ବର ତାଙ୍କ ଘରେ ପହଂଚିବା ପରେ ସେ ତାଙ୍କୁ ତାଙ୍କ କାମର ପାରିଶ୍ରମିକ କେତେ ବୋଲି ପଚାରିଥିଲେ? କିନ୍ତୁ ପ୍ଲମ୍ବର ମେହଦୀ ପେରୋବୀ ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ କାମରେ ଲାଗିଯାଇଥିଲେ । ଆଉ କାମ ସରିବା ପରେ ସେହି ପ୍ଲମ୍ବର ଜଣକ ୩୯୦୦ ପାଉଣ୍ଡର ବିଲ୍ ବନାଇଥିଲେ । ବିଲ୍ ଦେଖିବା ପରେ ସେ ସଂମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟ ହୋଇଯାଇଥିଲି ।

କାହିଁକି ନା ସେହି ପ୍ଲମ୍ବର ଜଣଙ୍କ ଏତେ ମୋଟା ଅଙ୍କର ଟଙ୍କା ତୁରନ୍ତ ହିଁ ମାଗୁଥିଲେ । ଏହି ଘଟଣାରେ ପ୍ଲମ୍ବରଙ୍କର କହିବା କଥା ଯେ ତାଙ୍କ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ପାଇଁ ୪ ଲକ୍ଷ କଣ ୧କୋଟି ଟଙ୍କା ପର୍ଯ୍ୟନ୍ତ ମଧ୍ୟ ସେ ଚାର୍ଜ କରିପାରିବେ । କିନ୍ତୁ ଏମ୍ ପିଏମ୍ ପ୍ଲମ୍ବର ସର୍ଭିସ ଏହି ଘଟଣାକୁ ନେଇ କହିଛନ୍ତି ଯେ- ସାଧାରଣତଃ ଏହିଭଳି ମରାମତିରେ ୨୫୦ ପାଉଣ୍ଡ ଅର୍ଥାତ ୨୫ହଜାର ଭିତରେ ହୋଇଯାଏ । ହେଲେ ଛାତ୍ରଟି ପାଖରୁ ଟଙ୍କା ହଡପ କରିବା ପାଇଁ ଏହି ପ୍ଲମ୍ବର ଜଣଙ୍କ ଏମିତି କହିଛନ୍ତି । ଏହି ମାମଲାରେ ଏବେ ଛାତ୍ର ଜଣଙ୍କ ପୋଲିସଙ୍କ ପାଖରେ ଅଭିଯୋଗ କରିଛନ୍ତି ।