ରାମ ମନ୍ଦିର ଜମିକୁ ନେଇ ବିବାଦ: ୨ କୋଟିର ଜମି ୧୮ କୋଟିରେ କିଣାଗଲା

ଲକ୍ଷ୍ଣୌ: ଅଯୋଧ୍ୟା ରାମ ମନ୍ଦିର ଜମିକୁ ନେଇ ମୁଣ୍ଡ ଟେକିଛି ବିବାଦ । ୨ କୋଟି ଟଙ୍କାର ଜମି କିପରି ୧୮ କୋଟିରେ ବିକ୍ରି ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ । ୧୦ ମିନିଟ୍ ପୂର୍ବରୁ ୨ କୋଟି ଥିବା ଜମି ୧୮କୋଟିର ହୋଇଗଲା । ଜମି କିଣାରେ ହେରଫେର ନେଇ କେବଳ ପ୍ରଶ୍ନ ଉଠିନି, ବରଂ କେଉଁ କାରଣରୁ ଓ ଏତେ ମହଙ୍ଗା ଜମି କିଣିବାକୁ କିଏ ଦେଇଥିଲା ଅନୁମତି, ଏହାକୁ ନେଇ ବି ଉଠିଛି ପ୍ରଶ୍ନ । ରାମ ମନ୍ଦିର ନିର୍ମାଣର ପୂରା ଦାୟିତ୍ୱ ଟ୍ରଷ୍ଟ ହାତରେ ରହିଛି । ଏହି ସମୟରେ ଜମି କେଳେଙ୍କାରୀ ଟ୍ରଷ୍ଟର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛି । ଏହାର ସିବିଆଇ ଓ ଇଡି ତଦନ୍ତ ଦାବି କରିଛନ୍ତି ଆପ୍ ନେତା ସଞ୍ଜୟ ସିଂହ । ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ମଧ୍ୟ ଟ୍ରଷ୍ଟ ଉପରେ ଆରୋପ ଲଗାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଲୋକ ଜନଶକ୍ତି ପାର୍ଟିରେ ବିଦ୍ରୋହ: ଦଳ ଛାଡ଼ିବେ ୫ ସାଂସଦ

Leave a Reply