ବୃଦ୍ଧଙ୍କୁ ମାଡ଼ ମାରିବା ଘଟଣା: ଗାଜିଆବାଦ ପୋଲିସକୁ କଠୋର ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦେଲା କର୍ଣ୍ଣାଟକ ହାଇକୋର୍ଟ

Delhi High Court Hearing On Twitter For Not In Compliance Of New IT Social Media Rules

ନୂଆଦିଲ୍ଲୀ: ଗାଜିଆବାଦ ଭାଇରାଲ ଭିଡିଓ ମାମଲାରେ ଉତ୍ତରପ୍ରଦେଶ ପୋଲିସ ପଠାଇଥିବା ନୋଟିସକୁ ନେଇ କର୍ଣ୍ଣାଟକ ହାଇକୋର୍ଟରୁ ଟ୍ୱିଟର ଇଣ୍ଡିଆକୁ ଆଶ୍ୱସ୍ଥି ମିଳିଛି । ଗୁରୁବାର ଦିନ ଏହି ମାମଲାର ଶୁଣାଣି ବେଳେ କର୍ଣ୍ଣାଟକ ହାଇକୋର୍ଟ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେଇଛନ୍ତି । ଏହାସହ ଗାଜିଆବାଦ ପୋଲିସକୁ କୌଣସି କଠୋର ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ  ଜଣେ ବୃଦ୍ଧଙ୍କ ଦବରଦସ୍ତ ଦାଢି କଟିବା ଏବଂ ମାଡ଼ ମାରିବାର ଏକ ଭିଡ଼ିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା । ଏହାକୁ ନେଇ ଗାଜିଆବାଦ ପୋଲିସ ନୋଟିସ ପଠାଇଥିଲା ।

ଏହାପୂର୍ବରୁ ୟୁପିର ଗାଜିଆବାଦ ପୋଲିସ ତରଫରୁ ସିଆରପିସି ଧାରା ୪୧(କ) ଅନୁସାରେ ପଠାଯାଇଥିବା ନୋଟିସ ବିରୋଧରେ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରଙ୍କ ଆବେଦନ ଉପରେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ମନୀଷ ମହେଶ୍ୱରୀଙ୍କ ଓକିଲ ହାଇକୋର୍ଟଙ୍କୁ କହିଥିଲେ ଯେ ସେ ସଂଗଠନର ଜଣେ କର୍ମଚାରୀ ଏବଂ ଏହି ଅପରାଧ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକଙ୍କ ଓକିଲ କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ ତାଙ୍କ କ୍ଲାଇଣ୍ଟ ବାଙ୍ଗାଲୋରରେ ରୁହନ୍ତି। ତେବେ ଏହାକୁ ନେଇ ଓକିଲ କହିଛନ୍ତି ଯେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ କହିଛନ୍ତି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ବୟାନ ରେକର୍ଡ କରାଯାଇପାରିବ। ଯଦିଓ ଗାଜିଆବାଦ ପୋଲିସ ତାଙ୍କ ଶାରୀରିକ ଉପସ୍ଥିତି ଚାହୁଁଛି।

Leave a Reply