spot_img
Home Blog Page 5633

ସ୍ୱାସ୍ଥ୍ୟସେବାକୁ ନେଇ ଯୋଗୀ ସରକାରଙ୍କୁ କୋର୍ଟଙ୍କ କଡ଼ା ସମାଲୋଚନା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳରେ ଦ୍ରୁତଗତିରେ ବ୍ୟାପୁଛି କରୋନା । ଗାଁରେ ସଂକ୍ରମଣ ବ୍ୟାପୁ ଥିବାବେଳେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । କରୋନା ସହ ଜଡ଼ିତ ଏକ ମାମଲାର ଶୁଣାଣି ବେଳେ ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ହାଇକୋର୍ଟ । ଖଣ୍ଡପୀଠ କହିଛନ୍ତି, ଛୋଟ ସହର ଓ ଗାଁରେ ଚିକିତ୍ସା ସେବା ‘ରାମଙ୍କ ଭରସାରେ’ ଅଛି ।

Allahabad High Court Makes Harsh Comment On UP Government

ମୀରଟର ମେଡିକାଲ କଲେଜରୁ ୬୪ ବର୍ଷୀୟ ବୃଦ୍ଧ ସନ୍ତୋଷ କୁମାରଙ୍କ ମାମଲାର ଶୁଣାଣି କରି କୋର୍ଟ ଏଭଳି ଟିପ୍ପଣୀ କରିଛନ୍ତି । ସୂଚନା ଅନୁସାରେ ହସ୍ପିଟାଲର ବାଥରୁମରେ ଖସି ପଡ଼ିବାରୁ ସନ୍ତୋଷ କୁମାରଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଡ୍ୟୁଟିରେ ଥିବା କର୍ମଚାରୀ ଓ ଡାକ୍ତର ପରିଚୟ ଖୋଜିବା ବଦଳରେ ମୃତଦେହକୁ ଅଜଣା ବୋଲି ଦର୍ଶାଇଥିଲେ ।

Allahabad High Court Makes Harsh Comment On UP Government

ଖଣ୍ଡପୀଠ ସ୍ୱାସ୍ଥ୍ୟସେବାର ଏଭଳି ସ୍ଥିତିକୁ ଦେଖି କହିଛନ୍ତି, ଯଦି ମୀରଟ ମେଡିକାଲ୍ କଲେଜ ଭଳି ସହରରେ ଏଭଳି ସ୍ଥିତି ତ ବୁଝାପଡ଼ୁଛୁ ଛୋଟ ସହର ଓ ଗାଁରେ ସ୍ୱାସ୍ଥ୍ୟସେବା ଭଗବାନ ରାମଙ୍କ ଭରସାରେ ଥିବ । କୋର୍ଟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣାରେ ଡାକ୍ତର ଓ ପାରା ମେଡିକାଲ୍ କର୍ମଚାରୀଙ୍କ ଆଚରଣ ସିରିୟସ୍ ମିସ୍ କଣ୍ଟକ୍ଟ ଅଟେ ।

ଏଥିସହ ଜଷ୍ଟିସ୍ ଅଜିତ୍ କୁମାର ଓ ଜଷ୍ଟିସ୍ ସିଦ୍ଧାର୍ଥ ବର୍ମାଙ୍କ ଖଣ୍ଡପୀଠ ସରକାରଙ୍କୁ ୫ଟି ପରାମର୍ଶ ଦେଇଛନ୍ତି ।

  • ବଡ଼ ଶିଳ୍ପପତି, ଉଦ୍ୟୋଗ ଦାନ ଅର୍ଥକୁ ଟିକାକରଣରେ ଲଗାନ୍ତୁ ।
  • ଭିଏଚୟୁ ବାରଣାସୀ ସହ ଗୋରଖପୁର, ପ୍ରୟାଗରାଜ, ଆଗ୍ରା, ମୀରଟ ମେଡିକାଲ୍ କଲେଜକୁ ୪ ମାସ ମଧ୍ୟରେ ଏସଜିପିଜିଆଇ ସ୍ତରର ସୁବିଧାଯୁକ୍ତ କରାଯାଉ । ସରକାର ୨୨ ତାରିଖ ସୁଦ୍ଧା ମେଡିକାଲ୍ କଲେଜ୍ ଅପଗ୍ରେଡେସନ୍ ପ୍ଲାନ୍ ଦିଅନ୍ତୁ ।
  • ପ୍ରତି ଛୋଟ ସହରରେ ୨୦ଟି ଆମ୍ବୁଲାନ୍ସ, ପ୍ରତି ଗାଁରେ ଆଇସିୟୁ ସୁବିଧା ଥିବା ୨ଟି ଆମ୍ବୁଲାନ୍ସ ନିଶ୍ଚୟ ରଖାଯାଉ ।
  • ନର୍ସିଂ ହୋମ୍ ବଢ଼ାଯାଉ । ୨୦ ଶଯ୍ୟା ବିଶିଷ୍ଟ ନର୍ସିଂ ହୋମରେ ୪୦ ପ୍ରତିଶତ ଆଇସିୟୁ ବେଡ୍ ରହୁ ।
  • ୩୦ ଶଯ୍ୟା ବିଶିଷ୍ଟ ନର୍ସିଂ ହୋମର ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ ରହିବା ଆବଶ୍ୟକ ।

ମହାମାରୀ କରୋନା ନେଲା ଆଉ ୨୨ ଜୀବନ, ମୃତ୍ୟୁସଂଖ୍ୟା ୨୩୫୭କୁ ବୃଦ୍ଧି

ଭୁବନେଶ୍ୱର: ମହାମାରୀ ମୃତ୍ୟୁରେ ଲାଗୁନି ବ୍ରେକ୍ । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ୧୨ ହଜାର ଭିତରେ ରହୁଥିବା ବେଳେ ଲଗାତାର ଦ୍ୱିତୀୟ ଦିନରେ ଆଖି ବୁଜିଛନ୍ତି ଆଉ ୨୨ ଜଣ ଆକ୍ରାନ୍ତ । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୩୫୭କୁ ବୃଦ୍ଧି ପାଇଛି ।

ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୩ ଜଣ, ଗଜପତିରୁ ୨ ଜଣ, କଳାହାଣ୍ଡିରୁ ୩ ଜଣ, ଖୋର୍ଦ୍ଧାରୁ ୩ ଜଣ, କୋରାପୁଟରୁ ୨ ଜଣ, ନୂଆପଡ଼ାରୁ ୩ ଜଣ, ରାୟଗଡ଼ାରୁ ୨ ଜଣ ଓ ସୁନ୍ଦରଗଡ଼ରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ୩ ମୃତ୍ୟୁ ସହ ଖୋର୍ଦ୍ଧା ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୧୫ ହଜାର ୪୯୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୨୨୯କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୮ ହଜାର ୮୯୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ୩ ମୃତ୍ୟୁସହ ମୋଟ ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧି ପାଇଥିବା ବେଳେ ଏବେ ଜିଲ୍ଲାରେ ୩ ହଜାର ୩୫୮ ଆକ୍ରାନ୍ତ ଅଛନ୍ତି । ସେହିଭଳି ବୌଦ୍ଧି ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ୨ ହଜାର ୩୫୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଆଜି ବି ୧୦ ହଜାର ପାର୍, ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୦ ହଜାର ୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫ ହଜାର ୭୭୯ଟି ମାମଲା ଆସିଥିବା ବେଳେ ୪ ହଜାର ୫୪୨ଟି ମାମଲା ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୫୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୧୯ଟି ମାମଲା ଆସିଛି ।

ଅନୁଗୁଳରୁ ୪୭୧, ବାଲେଶ୍ୱରରୁ ୨୬୯, ବରଗଡ଼ରୁ ୩୨୦, ଭଦ୍ରକରୁ ୩୫୦, ବଲାଙ୍ଗିରରୁ ୨୯୧, ବୌଦ୍ଧରୁ ୨୫୦, କଟକରୁ ୭୩୧, ଦେବଗଡ଼ରୁ ୧୧୪, ଢେଙ୍କାନାଳରୁ ୭୭, ଗଜପତିରୁ ୫୬, ଗଞ୍ଜାମରୁ ୨୦୩, ଜଗତସିଂହପୁରରୁ ୧୫୯, ଯାଜପୁରରୁ ୩୩୦, ଝାରସୁଗୁଡ଼ାରୁ ୩୧୨, କଳାହାଣ୍ଡିରୁ ୫୯୯, କନ୍ଧମାଳରୁ ୫୪, କେନ୍ଦ୍ରାପଡ଼ାରୁ ୧୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝରରୁ ୨୦୪, ଖୋର୍ଦ୍ଧାରୁ ୧୫୬୬, କୋରାପୁଟରୁ ୩୩୮, ମାଲକାନଗିରିରୁ ୭୭, ମୟୂରଭଞ୍ଜରୁ ୪୫୮, ନବରଙ୍ଗପୁରରୁ ୩୩୪, ନୟାଗଡ଼ରୁ ୨୭୩, ନୂଆପଡ଼ାରୁ ୧୪୫, ପୁରୀରୁ ୪୭୨, ରାୟଗଡ଼ାରୁ ୧୬୩, ସମ୍ବଲପୁରରୁ ୪୦୫, ସୋନପୁରରୁ ୭୩, ସୁନ୍ଦରଗଡ଼ରୁ ୮୧୯ ଏବଂ ଷ୍ଟେଟ ପୁଲରୁ ୨୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୧୧ ହଜାର ୮୨୧ ଜଣ ସଂକ୍ରମିତ ସୁସ୍ଥ ହେବା ସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩ରେ ପହଞ୍ଚିଛି । ଏବେ ରାଜ୍ୟରେ ୧ ଲକ୍ଷ ୪ ହଜାର ୫୩୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଗୁଜରାଟ ଉପକୂଳର ୧୪ ଜିଲ୍ଲାରେ ‘ତୌକତେ’ ତାଣ୍ଡବ, ମୁମ୍ବାଇରେ ୬ ମୃତ

ନୂଆଦିଲ୍ଲୀ: ଦୁଇ ଦିନ ତାଣ୍ଡବ ରଚିବା ପରେ ଦୁର୍ବଳ ହେଉଛି ସାମୁଦ୍ରିକ ବାତ୍ୟା ‘ତୌକତେ’ । ବିଳମ୍ବିତ ରାତିରେ ଗୁଜରାଟର ସୌରାଷ୍ଟ୍ରରେ ‘ତୌକତେ’ ଲ୍ୟାଣ୍ଡଫଲ୍ କରିଥିଲା । ‘ତୌକତେ’ ଉପକୂଳରେ ମାଡ଼ ହେବା ପରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା । ଗୁଜରାଟରେ ଉଦ୍ଧାର କାର୍ଯ୍ୟ ପାଇଁ ସେନାର ୧୮୦ଟି ଟିମ୍ ମୁତୟନ ହୋଇଛନ୍ତି । ଏବେ ସୁଦ୍ଧା ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଆରବସାଗରରେ ଆସିଥିବା ବାତ୍ୟା ‘ତୌକତେ’ ମୁମ୍ବାଇରେ ବି ତାଣ୍ଡବ ରଚିଛି । ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ଜଳ ଭର୍ତ୍ତି ହୋଇ ଯାଇଛି । ଗଛ ସହ କେତେକ ସ୍ଥାନରେ ପୋଲ ଭାଙ୍ଗି ଯାଇଛି । ମହାରାଷ୍ଟ୍ର ଅଧିକାରୀଙ୍କ ଅନୁସାରେ ଭିନ୍ନ ଭିନ୍ନ ଘଟଣାରେ ପ୍ରାୟ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଡଙ୍ଗା ସମୁଦ୍ରରେ ବୁଡ଼ି ଯିବାରୁ ୩ ଜଣ ନାବିକ ନିଖୋଜ ଅଛନ୍ତି ।

ନାଗ ସହ ଲଢ଼ିଲା ନାଗ, ଜାଣନ୍ତୁ କ’ଣ ହେଲା ପରିଣାମ…  

ଭୁବନେଶ୍ୱର: ନାଗ ସାପ ଓ ନେଉଳ ଲଢେଇ ଦେଖିଛନ୍ତି । ହେଲେ ଦୁଇଟି ନାଗଙ୍କ ଭିତରେ ଭୟଙ୍କର ଲଢେଇ କେବେ ଦେଖି ନଥିବେ। ସୁନାବେଡ଼ାରେ ନାଗ ନାଗ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । ୨ଟି ନାଗ ସାପ ପରସ୍ପରକୁ ଆକ୍ରମଣ କରୁଛନ୍ତି । ଜଣେ ଆଉ ଜଣଙ୍କୁ କାମୁଡ଼ି ପକାଉଛନ୍ତି । କେହି କାହାକୁ ଛାଡ଼ିବାର ନାହିଁ ।

 Two King Cobra Face Off In Sunabeda

ସୁନାବେଡ଼ାରେ ରହୁଥିବା ଇତିହାସ ଅଧ୍ୟାପିକା ଅନସୂୟା ନନ୍ଦଙ୍କ ଘରେ ନାଗ ଲଢ଼େଇ ଦେଖିବାକୁ ମିଳିଛି । ଅନସୂୟାଙ୍କ ଗ୍ୟାରେଜ ଭିତରେ ଏକ ସାପ ଦେଖି ସେ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସୁଜିତ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଏକ ସିମେଣ୍ଟ ଅଖା ପଛପଟେ ଏକ ନାଗ ସାପର ଅଧା ଦେହ ଦେଖିବାକୁ ପାଇଲେ । ୨ ଫୁଟ୍ ଲମ୍ବର ସେହି ନାଗ ସାପଟି ମଝିରେ ମଝିରେ ଗୋଲ ଗୋଲ ହୋଇ ନିଜ ଦେହକୁ ଗୁଡେଇ ଦେଉଥିଲା ।

ସେଇ ୨ ଫୁଟ ଲମ୍ବର ସାପଟିର ଲାଙ୍ଗୁଳକୁ ସୁଜିତ ନିଜର ସ୍ନେକ ହୁକ ସାହାଯ୍ୟରେ ଟେକି ହାତରେ ଭିଡ଼ିବାକୁ ଚେଷ୍ଟା କରିବାରୁ ସିମେଣ୍ଟ ବ୍ୟାଗ ପଛପଟୁ ଆଉ ଗୋଟିଏ ନାଗ ସାପର ମୁଣ୍ଡ ଦେଖାଗଲା । ଯିଏକି ଏହି ୨  ଫୁଟ ସାପର ମୁଣ୍ଡକୁ ପ୍ରାୟ ଗିଳି ଦେଇଥିଲା । ବଡ଼ ନାଗ ସାପର ପାଟିରୁ ଖସିବା ପାଇଁ ଛୋଟ ନାଗଟି ବହୁତ ପରିଶ୍ରମ କରୁଥିଲା, ହେଲେ ସଫଳ ହେଉ ନଥିଲା । ସୁଜିତ ଧୀରେ ଧୀରେ ଛୋଟ ନାଗଟିକୁ ଭିଡ଼ି ବାହାର କରି ଆଣିବା ବେଳେ ବଡ଼ ନାଗଟି ସେଇଭଳି ଛୋଟ ନାଗ ସାପ ମୁଣ୍ଡକୁ ପାଟିରେ ଧରି ବାହାରକୁ ଆସିଥିଲା ।

 Two King Cobra Face Off In Sunabeda

ବାହାରକୁ ଆସିବା ପରେ ଛୋଟ ନାଗଟି କିଛି କ୍ଷଣ ପାଇଁ ନିଜକୁ ବଡ଼ ନାଗ ପାଟିରୁ ମୁକ୍ତ କରି ନେଇଥିଲା । ହେଲେ ପୁଣି ବଡ଼ ନାଗଟି ଛୋଟ ନାଗର ବେକ ପାଖକୁ କାମୁଡ଼ି ଧରି ନେଇଥିଲା । ଏଥର ନିଜକୁ ବଞ୍ଚେଇବା ପାଇଁ ଛୋଟ ନାଗଟି ମଧ୍ୟ ବଡ଼ ନାଗର ବେକକୁ କାମୁଡ଼ି ଧରିଲା । ଯେମିତିକି ସିଏ ଆଉ ତା ମୁଣ୍ଡକୁ ଧରି ନପାରିବ । ଏହି କାମୁଡ଼ା କାମୁଡ଼ି ଅତ୍ୟନ୍ତ ଭୟଙ୍କର ରୂପ ନେଇଥିଲା ଏବଂ ବଡ଼ ନାଗଟି ଛୋଟ ନାଗକୁ କାମୁଡୁଥିବା ଅବସ୍ଥାରେ ବିଭିନ୍ନ ଦିଗକୁ ଭିଡ଼ି ନେଉଥିଲା । ଏହି ଲଢ଼େଇ ପ୍ରାୟ ୧୦ ମିନିଟ୍ ଚାଲିବା ପରେ ସାପ ୨ଟି ଅଲଗା ହେଇଥିଲେ ଏବଂ ସୁଜିତ ସାପ ଦୁଇଟିକୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିଥିଲେ ।

 Two King Cobra Face Off In Sunabeda

ନାଗ ସାପ ନିଜ ଭିତରେ କାମୁଡ଼ା କାମୁଡ଼ି ହେଲେ ବିଷ କ୍ରିୟା ହେବ କି ନାହିଁ ? ଏନେଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ‘ନାଗ ସାପଙ୍କ କ୍ଷେତ୍ରରେ କାନିବାଲିଜିମ୍ ଦେଖାଯାଏ ଏବଂ ଗୋଟିଏ ନାଗ ଅନ୍ୟ ନାଗକୁ ଖାଇବା ଏକ ସାଧାରଣ ଘଟଣା । ତେବେ ବୈଜ୍ଞାନିକ ମାନେ ଏବେ ମଧ୍ୟ ଏକ ନାଗର ଶରୀର ଉପରେ ଅନ୍ୟ ଏକ ନାଗ ବିଷର ପ୍ରତିକ୍ରିୟା ଉପରେ ଦ୍ଵନ୍ଦ୍ୱରେ ଅଛନ୍ତି । କାରଣ ବିଷ ତିଆରି ହେବା ଏକ ଜଟିଳ ପ୍ରକ୍ରିୟା ଏବଂ ସାପ ମାନେ ନିଜର ବିଷକୁ କେବଳ ଶିକାର ପାଇଁ ଖର୍ଚ୍ଚ କରିଥାନ୍ତି । ଅଯଥାରେ ବିଷ ଖର୍ଚ୍ଚ କରିବା ସାପ ମାନେ ପସନ୍ଦ କରନ୍ତି ନାହିଁ । ଏଣୁ ସୁନାବେଡ଼ାରେ ଲଢେଇ କରିଥିବା ଦୁଇ ସାପଙ୍କ ଶରୀରରେ ପରସ୍ପର ବିଷ ଛାଡ଼ି ଥିଲେ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ କରି କହି ପାରିବା ନାହିଁ । କିନ୍ତୁ ଯଦି କେଉଁ ବି ସାପ ମରିଥାନ୍ତା, ଆମେ ନିଶ୍ଚୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ତାର ପୋଷ୍ଟମର୍ଟମ କରିବା ପାଇଁ ସବୁ ପ୍ରସ୍ତୁତି କରି ରଖିଥିଲୁ । ତେବେ ଯାହା ହେଉ ସାପ ଦୁଇଟି ବଞ୍ଚି ଯାଇଛନ୍ତି ।‘

 Two King Cobra Face Off In Sunabeda

ସାପଙ୍କୁ ଉଦ୍ଧାର କରିବା ପରେ ସୁଜିତଙ୍କ ମନରେ ସ୍ୱାଭାବିକ କୌତୁହଳ ସୃଷ୍ଟି ହେଲା ଯେ, ନାଗ ସାପ ଦୁଇଟି ପରସ୍ପରକୁ କାମୁଡିଥିବାରୁ ସେମାନେ ବଞ୍ଚିବେ ନା ନାହିଁ ? ସମାନ ପ୍ରଜାତିର ସାପ ହୋଇଥିବା ହେତୁ ନିଜ ଉପରେ ନାଗ ସାପ ବିଷ କାମ କରିବ ନା ନାହିଁ ? ସୁଜିତଙ୍କ ପାଇଁ ଏହା ଏକ ନୂଆ ଘଟଣା ହୋଇଥିବାରୁ ସେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସାପ ଦୁଇଟିକୁ ଗୋଟିଏ ରାତି ବଜରଭେସନରେ ରଖି ସକାଳେ ଅବସ୍ଥା ଦେଖି ଜଙ୍ଗଲରେ ଛାଡ଼ିବାକୁ ପରାମର୍ଶ ଦେଇଥିଲେ । ସକାଳେ ସୁଜିତ ଉଭୟ ସାପ ଜୀବିତ ଓ ସୁସ୍ଥ ଦେଖିବାକୁ ପାଇଥିଲେ । ଏହା ପରେ ସାପ ୨ଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ ।

IMAର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର କେକେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ

ନୂଆଦିଲ୍ଲୀ: ହାର୍ଟ କେୟାର୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ଓ IMAର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ମୀ ଡାକ୍ତର କେକେ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି । ସୋମବାର ରାତି ପ୍ରାୟ ୧୧ଟା ୩୦ରେ ତାଙ୍କର ପରଲୋକ ଘଟିଛି । ସେ କରୋନା ସଂକ୍ରମିତ ହେବା ପରେ ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ନିଜ ଟ୍ୱିଟର ଆକାଉଣ୍ଟରେ ଏନେଇ ସେ ଏପ୍ରିଲ୍ ୨୮ରେ ସୂଚନା ଦେଇଥିଲେ । ସେ କରୋନା ଭ୍ୟାକ୍ସିନର ୨ଗୋଟି ଡୋଜ୍ ବି ନେଇଥିଲେ ।

ତାଙ୍କ ମୃତ୍ୟୁ ନେଇ ଅଧିକାରୀକ ଘୋଷଣା ହୋଇଛି । ମେ ୧୭ ରାତି ୧୧ଟା ୩୦ରେ କରୋନା ସହିତ ଲମ୍ବା ଯୁଦ୍ଧ ଲଢ଼ି କେକେ ଅଗ୍ରୱାଲଙ୍କ ପରଲୋକ ହୋଇଛି । ଲୋକ ଏବଂ ସ୍ୱାସ୍ଥ୍ୟ ସଚେତନତା ଲାଗି କେକେ ଅଗ୍ରୱାଲ ନିଜ ଜୀବନକୁ ସମର୍ପିତ କରି ଦେଇଥିଲେ ।

ଡାକ୍ତର କେକେ ଅଗ୍ରୱାଲ ହାର୍ଟ କେୟାର ଫାଉଣ୍ଡେସନର ସଭାପତି ଥିଲେ । ଏହା ପୂର୍ବରୁ ସେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ଅଧ୍ୟକ୍ଷ ରହିଥିଲେ । ୨୦୧୦ରେ ମେଡିକାଲ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

କାମ୍ ଦେଉନି କଟକଣା: ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ରେ ଚାଲିଛି ଦେହ ବେପାର

ଭୁବନେଶ୍ୱର: ଲକ୍‌ଡାଉନ ଓ ସଟ୍‌ଡାଉନ୍‌ରେ ରାତିରେ ଜମୁଛି ଦେହ ବେପାର । ଛିଣ୍ଡିଥିଲା ୨୫ଶହ ଟଙ୍କା, କାହିଁକି ଦେଲୁ ୫୦୦ ଟଙ୍କା । ଆଉ ୨ ହଜାର ଦେବ କିଏ । ଏଭଳି ପ୍ରଶ୍ନ କରିଛି ଦେହଜୀବୀ । ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ସଟଡାଉନ ସମୟରେ ରାତିରେ ଖୁଲାମଖୁଲା ଚାଲୁଥିଲା ଦେହ ବେପାର । ଟଙ୍କା ନେଣଦେଣକୁ ନେଇ ଉଭୟ ଯୁବତୀ ଓ ଗ୍ରାହକଙ୍କ ମଧ୍ୟରେ ହୋଇଛି କଥା କଟାକଟି । ଏମିତିକି ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ ନିଜ ପାଉଣା ନମିଳିବାରୁ ସମ୍ପୃକ୍ତ ଯୁବତୀ ଜଣଙ୍କ ଚିଲ୍ଲାଇଥିଲେ ।

ଦେହ ବ୍ୟବସାୟ କରୁଥିବା ଯୁବତୀ ଜଣକ ତାଙ୍କ ଦାବି ମୁତାବକ ଟଙ୍କା ପାଇନଥିବା କହୁଥିବା ବେଳେ ସମ୍ପୃକ୍ତ ଗ୍ରାହକ ଜଣକ ସବୁ ଟଙ୍କା ଦେଇ ସାରିଥିବା କହିଥିଲେ । ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତାଲାବନ୍ଦ ବେଳେ ମାଳମାଳ ପୋଲିସ ସହରରେ ମୁତୟନ ହୋଇଛନ୍ତି । ଘଟଣାସ୍ଥଳଠାରୁ ମାତ୍ର ୩୦୦ମିଟର ଦୂରରେ ପୋଲିସ ନାକାବନ୍ଦି ବି କରିଛି । ଏମିତିକି ୫୦୦ମିଟର ଦୂରରେ ଏକ ପୋଲିସ ଆଉଟ୍ ପୋଷ୍ଟ ମଧ୍ୟ ରହିଛି । ଏହା ସତ୍ତ୍ୱେ ଯୁବତୀମାନେ କିଭଳି ଦେହ ବ୍ୟବସାୟ କରୁଛନ୍ତି, ସେନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ସଂକ୍ରମଣ ବଢୁଛି ସୁସ୍ଥତା ବି ବଢୁଛି, ୨୪ ଘଣ୍ଟାରେ ୧୧, ୮୨୧ ସୁସ୍ଥ

ଭୁବନେଶ୍ୱର: କୋଭିଡର ସଂକ୍ରମଣ ବଢୁଛି କିନ୍ତୁ ସୁସ୍ଥତା ମଧ୍ୟ ପଛରେ ରହିଯାଇନି । ରାଜ୍ୟରେ କରୋନା ସଂକ୍ରମଣକୁ ମାତ ଦେଉଛି ସୁସ୍ଥ ହାର । ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ 11ହଜାର 821ଜଣ ସଂକ୍ରମିତ । ଏହାକୁ ମିଳାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 5ଲକ୍ଷ 26ହଜାର 353ରେ ପହଞ୍ଚିଛି। 24ଘଣ୍ଟାରେ ସୁନ୍ଦରଗଡରୁ ସର୍ବାଧିକ 1921ଜଣ ସୁସ୍ଥ ହୋଇଥିବେ ବେଳେ ଖୋର୍ଦ୍ଧାରୁ 1596, କଟକରୁ1052, କଳାହାଣ୍ଡିରୁ 575ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଅନୁଗୁଳ-562, ସମ୍ବଲପୁର-533, ବରଗଡ଼457, ଝାରସୁଗୁଡ଼ା 442, ପୁରୀରୁ 433, ବଲାଙ୍ଗୀର 318, ନବରଙ୍ଗପୁରରୁ 316ଜଣ ସୁସ୍ଥ ହୋଇଛନ୍ତି । ସେହିପରି କେନ୍ଦୁଝରରୁ 315, ବୌଦ୍ଧରୁ 278, ବାଲେଶ୍ବରରୁ 260 ଯାଜପୁରରୁ 237, ଗଞ୍ଜାମରୁ 233, ନୂଆପଡାରୁ 229, କେନ୍ଦ୍ରାପଡାରୁ 203 ସୁସ୍ଥ ହୋଇଛନ୍ତି ।

ସେହିପରି ଦେବଗଡ଼ରୁ 199, ମୟୁରଭଞ୍ଜରୁ 179, ନୟାଗଡ଼ରୁ 174, ଜଗତସିଂହପୁରରୁ 142, ରାୟଗଡାରୁ 137, ସୋନପୁରରୁ 134, ଢେଙ୍କାନାଳରୁ 129, ଗଜପତି ଓ କୋରାପୁଟରୁ 120 ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହିତ କନ୍ଧମାଳରୁ 85, ଭଦ୍ରକରୁ 83, ମାଲକାନଗିରିରୁ 58, ଓ ଷ୍ଟେଟପୁଲରୁ 301ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କୋଭିଡରେ ଆଖି ବୁଜିଲେ ସାମ୍ବାଦିକ ଅଞ୍ଜନ୍ ବନ୍ଦୋପାଧ୍ୟାୟ , ଜୀ-୨୪ ଘଣ୍ଟାର ଥିଲେ ସମ୍ପାଦକ

କୋଲକାତା: ବରିଷ୍ଠ ସାମ୍ବାଦିକ ତଥା ପଶ୍ଚିମବଙ୍ଗର ଲୋକପ୍ରିୟ ଟିଭି ଆଙ୍କର୍ ଅଞ୍ଜନ୍ ବନ୍ଦୋପାଧ୍ୟାୟଙ୍କ ମୃତ୍ୟୁ ଘଟିଛି। ରବିବାର ରାତିରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କରୋନାରେ ସଂକ୍ରମିତ ହେବା ପରେ ମେଡିକାଲରେ ଚିକିତ୍ସିତ ହେଉଥିଲେ ୫୬ ବର୍ଷୀୟ ବନ୍ଦୋପାଧ୍ୟାୟ । ବଙ୍ଗୀୟ ନ୍ୟୁଜ୍ ଚ୍ୟାନେଲ ଜୀ-୨୪ ଘଣ୍ଟା (Zee-24 Ghanta) ର ସମ୍ପାଦକ ଥିଲେ ଅଞ୍ଜନ୍ ବନ୍ଦୋପାଧ୍ୟାୟ ।

ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା କହିଛନ୍ତି । ଅଞ୍ଜନ ବନ୍ଦୋପାଧ୍ୟାୟଙ୍କ ଦେହାନ୍ତରେ ଅନ୍ୟ ସହଯୋଗୀ ସାମ୍ବାଦିକମାନେ ସ୍ତବ୍ଧ ହୋଇଯାଇଛନ୍ତି । ସେପଟେ ତାଙ୍କ ନିଧନ ଜୀ ଗ୍ରୁପ୍ ପାଇଁ ଅପୂରଣୀୟ କ୍ଷତି । ତାଙ୍କ ମୃତ୍ୟୁରେ ରାଜ୍ୟର ସିଏମ ମମତା ବାନାର୍ଜୀ ଓ ରାଜ୍ୟପାଳ ଗଭୀର ସମବେଦନା ଜଣାଇଛନ୍ତି ।

ଅଞ୍ଜନ ବନ୍ଦୋପାଧ୍ୟାୟ ରବିବାର ରାତି ୯.୨୫ରେ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପରିବାର ସଦସ୍ୟ କହିଛନ୍ତି ଯେ ଏପ୍ରିଲ ମଧ୍ୟଭାଗରେ ଅଞ୍ଜନ କୋରୋନା ପଜିଟିଭ ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ସାମାନ୍ୟ ସୁସ୍ଥ ହେବା ପରେ ସେ ଥରେ ଘରକୁ ଫେରିଥିଲେ, କିନ୍ତୁ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପରେ ତାଙ୍କର ଦେହାନ୍ତ ଘଟିଥିବା ଜାଣିବାକୁ ମିଳିଛି ।

କରୋନା ଚିକିତ୍ସାରେ ବ୍ୟବହାର ହେବ ନାହିଁ ପ୍ଲାଜମା ଥେରାପି, ICMRର ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଚିକିତ୍ସାରେ ଆଉ ବ୍ୟବହାର ହେବ ନାହିଁ ପ୍ଲାଜମା ଥେରାପି କୋଭିଡର ପ୍ରଥମ ପର୍ଯ୍ୟାୟରେ ବ୍ୟବହାର ହେଉଥିବାବେଳେ ବର୍ତ୍ତମାନ ଠାରୁ ପ୍ଲାଜମା ଚିକିତ୍ସା ବନ୍ଦ ରହିବ ବୋଲି ବଡ ଘୋଷଣା କରିଛନ୍ତି ଆଇସିଏମର ।

ଏନେଇ ଏକ ସ୍ବତନ୍ତ୍ର ଗାଇଡ ମଧ୍ୟ ଜାରି କରାଯାଇଛି । ପ୍ଲାଜମା ଥେରାପି ଚିକିତ୍ସା ଦ୍ବାରା ନକରାତ୍ମକ ପ୍ରଭାବ ପଡୁଛି । ତେଣୁ ଏହି ଚିକିତ୍ସା ବର୍ତ୍ତମାନ ବନ୍ଦ ରହିବ । ଏହି ଚିକିତ୍ସା ବନ୍ଦ ରହିବା ନେଇ ଏମ୍ସ ଏବଂ ଆଇସିଏମଆର ପକ୍ଷରୁ ମିଳିତ ଅନୁଧ୍ୟାନ କରାଯାଇଥିଲା ।

ଆଇସିଏମଆର ପକ୍ଷରୁ ପ୍ଲାଜମା ଥେରାପି ଉପରେ ଗବେଷଣା କରିବାକୁ ଏକ ଟିମ୍‌ ଗଠନ କରାଯାଇଥିଲା । ପ୍ଲାଜମା ଥେରାପିର ଚିକିତ୍ସା ନେଇ ଗବେଷଣା ଜାରି ରଖାଯାଇଥିଲା । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।