ଡାକ୍ତରଖାନା ଉପରେ ନିର୍ଭର କରନ୍ତି ୨୨ ପଞ୍ଚାୟତର ଲୋକେ, ହେଲେ ନାହାନ୍ତି ଗୋଟିଏ ବି ଡାକ୍ତର

ବଲାଙ୍ଗୀର: ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ୨୨ ପଞ୍ଚାୟତ ପାଇଁ ଯୋଗାଉଛି ଚିକିତ୍ସା ସୁବିଧା। କଟକଣା ସତ୍ତ୍ୱେ ନିର୍ଭରଶୀଳ ଅଞ୍ଚଳବାସୀ। ହେଲେ ଡାକ୍ତର ଅଭାବ ଦେଖାଦେଇଛି ସମସ୍ୟା। ବଲାଙ୍ଗୀର ଜିଲ୍ଲାର ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡ଼ିସିନ, ସର୍ଜରୀ, ଶିଶୁ ରୋଗ ବିଶେଷଜ୍ଞ ବଳି ଗୁରୁତ୍ତପୂର୍ଣ ଡାକ୍ତରୀ ପଦବୀ ଖାଲି ରହିଛି। ୩ ଜଣ ଡାକ୍ତର ଥିବା ବେଳେ ଜଣେ ଅଛନ୍ତି ମେଡିକାଲ ଦାୟିତ୍ୱରେ। ଫଳରେ ଅନେକ ସମୟରେ ଲୋକଙ୍କୁ ମିଳୁନି ଚିକିତ୍ସା ସୁବିଧା। ତେଣୁ ରୋଗୀଙ୍କୁ କଂଟାବାଞ୍ଜି, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ, ବୁର୍ଲାକୁ ରେଫର କରାଯାଉଥିବା ଅଭିଯୋଗ ହେଉଛି।

ପ୍ରତିଦିନ ଶତାଧିକ ରୋଗୀ ଆସନ୍ତି ଚିକିତ୍ସା ପାଇଁ। ହେଲେ ଡାକ୍ତର ଅଭାବ ନେଇ ଅନେକ ନିରାସ ହୁଅନ୍ତି। ସମସ୍ୟାକୁ ନେଇ ସ୍ଥାନିୟ ଲୋକେ ଆନ୍ଦୋଳନ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି। ସେପଟେ ସିଡିଏମଓ ଅଭିଯୋଗକୁ ସ୍ୱୀକାର କରିଥିଲେ ସୁଦ୍ଧା, ଡାକ୍ତର ପଦବୀ ସୃଷ୍ଟି ହେଲେ ଆବଶ୍ୟକତା ପୂରଣ କରାଯିବ ବୋଲି କହିଛନ୍ତି।

କରୋନା କଟକଣା ଭିତରେ ଏବେ ଜରୁରୀ ପାଲଟିଛି ସ୍ୱାସ୍ଥ୍ୟ ସେବା। ଏପରି ସ୍ଥିତିରେ ଆବଶ୍ୟକ ଡାକ୍ତର ଥିଲେ ଲୋକେ ଉପକୃତ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

Leave a Reply