spot_img
Home Blog Page 5632

ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ମିଡିଆ ହାଉସ୍ ନାଁରେ ଆଇକାର୍ଡ କରି ବିକୁଥିଲେ ଯୁବକ

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ଧୂର୍ତ । କଟକଣାର ଫାଇଦା ନେଇ ଯୋଗାଇ ଦେଉଛନ୍ତି ନକଲି ପାସ୍ ପାଇଁ ଆଇଡି କାର୍ଡ଼ । ଗୋଟିଏ କାର୍ଡ଼କୁ ୩୦୦ ରୁ ୫୦୦ ଟଙ୍କାରେ ବିକି ଗିରଫ ହେଲା ଅଭିଯୁକ୍ତ । ଚନ୍ଦ୍ରଶେଖରପୁର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ଚଢ଼ାଉ ବେଳେ ବିଭିନ୍ନ ନାମୀ ଦାମୀ କମ୍ପାନୀର ବିପୁଳ ପରିମାଣର ଆଇ କାର୍ଡ଼  ଜବତ ହୋଇଛି  । ଅନ୍ୟ ଦୋକାନୀଙ୍କ ଲିଙ୍କ ନେଇ ଖୋଳତାଡ଼ କରୁଛି ପୋଲିସ ।

ପାସ୍ ପାଇଁ ଫେକ ଆଇ କାର୍ଡ଼ । ଆଡ଼ଭାନ୍ସ ଦେଲେ ୩୦୦, ଜରୁରୀ ଥିଲେ ୫୦୦ ଟଙ୍କା । ନକଲି ଆଇ କାର୍ଡ଼  କରି ବନ୍ଧା ହେଲା ଧୂର୍ତ । ଦେଖିବାକୁ ଭୋଲା ଭାଲା । ସୁବାସ ବେହେରା । ଘର ଜଗତସିଂହପୁର । ଡମଣା ଛକରେ ପେପର ଷ୍ଟୋର ଦୋକାନ । ହେଲେ ଲକ୍‌ଡାଉନ୍‌ରେ ଅମାନିଆକୁ ଯୋଗାଉଥିଲେ ଆଇ କାର୍ଡ଼ । କାହାକୁ ଇଞ୍ଜିନିରୟର ତ କାହାକୁ ସୁପର ଭାଇଜର । କାହାକୁ ଟେକ୍ନିସିଆନ ତ କାହାକୁ ଡେଲିଭରି ବଏର କାର୍ଡ  । ତା’ ଠାରୁ ଶତାଧିକ ବିଭିନ୍ନ କମ୍ପାନୀର କାର୍ଡ଼ ଜବତ ହୋଇଛି ।  ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି । ଅମାନିଆ ମାନୁନଥିବାରୁ ପୋଲିସ ପକ୍ଷରୁ ପାସ୍ ବ୍ୟବସ୍ଥା କରାଯାଇଛି । ହେଲେ ଏହି ସମୟରେ ନକଲି ପାସ ତିଆରି କରି ଲୋକଙ୍କ ଠାରୁ ପଇସା ଆଦାୟ କରୁଥିଲା ଅଭିଯୁକ୍ତ । ଏହାକୁ ଧରିବାରେ ସଫଳ ହୋଇଛି ପୋଲିସ ।

Police Arrested Man For Producing Fake ID Card In Name Of Reputed Company

ଚେକିଂ ପୋଷ୍ଟରେ ଆଇ କାର୍ଡ଼ ଦେଖି ପୋଲିସ ଛାଡୁଥାନ୍ତି । ହେଲେ କେମିତି ଧରା ପଡିଲା ଏ ଠକ ?  ଧ୍ରୁତକୁ ଧରାଇ ଦେଲା ନୂଆ ନୂଆ ଆଇକାର୍ଡ  । ଚନ୍ଦ୍ରଶେଖରପୁର ଅଂଚଳରେ ଚେକିଂ ବେଳେ ପ୍ରିଣ୍ଟ ମିଡ଼ିଆର ସାମ୍ବାଦିକଙ୍କ ଫୋଟୋ ଚିଲିକା ଫ୍ରେଶ କାର୍ଡ଼ରେ ଲାଗିଥିଲା । ତାଙ୍କ ନାମ ଥିଲା ସୋମୋନାଥ ଭୁଟିଆ । ପୋଲିସର ସନ୍ଦହେ ବଢିଥିଲା । ଶେଷରେ ପୋଲିସ ଜାଲରେ ପଡିଥିଲା ସୁବାଷ । ଡମଣା ଛକରେ ଥିବା ଦୋକାନରେ ଚଢ଼ାଉ କରିଥିଲା ପୋଲିସ  । କେବଳ ଏ ଗୋଟିଏ ଦୋକାନ ନୁହେଁ ଏକାଧିକ ଦୋକାନରେ ଚାଲିଛି ଏହି ନକଲି ଆଇକାର୍ଡ ବେପାର  । ଏ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ୍ କରିବାର ଅଵଶ୍ୟକତା ରହଛି।

ରାଜ୍ୟରେ ବଢ଼ିବ କି ଲକଡାଉନ୍ ଅବଧି ? କିଛି ସମୟ ପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ଉପରେ ରହିଛି । ମେ ୫ରୁ ଲାଗିଥିବା ଲକଡାଉନ୍ ଆସନ୍ତା ୧୯ ତାରିଖରେ ସରୁଛି । ହେଲେ ସଂକ୍ରମଣ ମାମଲା ଖସୁ ନଥିବାରୁ ରାଜ୍ୟ ସରକାର ଲକଡାଉନ୍ ବୃଦ୍ଧି କରିବା ଆବଶ୍ୟକ ବୋଲି ମତ ଦେଉଛନ୍ତି ବିଶେଷଜ୍ଞ ।

 Chief Secretary To Make Big Announcement Today Corona

ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ରାଜ୍ୟ ସରକାର ଲକଡାଉନ୍ ବଢ଼ାଇ ପାରନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଆଜି ଦିନ ଗୋଟାଏ ୪୫ ମିନିଟ୍ ସମୟରେ ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ସରକାର ମେ ୩୧ ଯାଏ ଲକଡାଉନ୍ ଅବଧି ବୃଦ୍ଧି କରିପାରନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩ରେ ପହଞ୍ଚିଛି । ଏବେ ରାଜ୍ୟରେ ୧ ଲକ୍ଷ ୪ ହଜାର ୫୩୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଆମେ ଖରାପ, ସେମାନେ ଭଲ, ଏମିତି କହି ବିଜେପି ନେତାଙ୍କୁ ଟାର୍ଗେଟ କଲେ ମଦନ ମିତ୍ର

କୋଲକାତା: ନାରଦ ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ ଗିରଫ ହୋଇ ଜେଲରେ ଥିବା ଟିଏମସିର ୪ ନେତା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଚାରି ନେତାଙ୍କ ମଧ୍ୟରୁ ମଦନ ମିତ୍ର ଭାରତୀୟ ଜନତା ପାର୍ଟି ନେତାଙ୍କୁ ନିଶାନାକୁ ନେଇଛନ୍ତି । ସୂଚନାଯୋଗ୍ୟ ୟେ, ସିବିଆଇ ଟିଏମସି ନେତା ଫିରହଦ ହାକିମ୍,ସୁବ୍ରତ ମୁଖାର୍ଜୀ,ବିଧାୟକ ମଦନ ମିତ୍ର ଓ କୋଲକତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା । ସିବିଆଇ କୋର୍ଟ ଏହି ଚାରି ନେତାଙ୍କୁ ଜାମିନ ପ୍ରଦାନ କରିଥିଲା । କିନ୍ତୁ ପରେ ହାଇକୋର୍ଟ ସେମାନଙ୍କ ଜାମିନକୁ ଖାରଜ କରି ଜେଲକୁ ପଠାଇ ଦେଇଥିଲେ । ଗିରଫ ହେବା ପରେ ହାକିମ୍ ନିଜାମ ପ୍ୟାଲେସ୍ ବାହାରେ କହିଥିଲେ ଯେ, ମୋର ନ୍ୟାୟ ପାଳିକା ଉପରେ ପୂର୍ଣ୍ଣ ଭରସା ରହିଛି । ବିଜେପି ମୋତ ହଇରାଣ କରିବାକୁ କିଛି ମଧ୍ୟ କରିପାରିବ ।

କୋଲକତା ନଗର ନିଗମର ବୋର୍ଡ୍ ଅଫ୍ ଆଡମିନିଷ୍ଟ୍ରେଟର ଶୋଭନ ଚାଟାର୍ଜୀ କହିଥିଲେ ଯେ, ମହାମାରୀ କାଳରେ ସେ ସହର ଲୋକଙ୍କର କୌଣସି ସାହାଯ୍ୟ କରି ପାରୁନଥିବାରୁ ଦୁଃଖିତ । ଅନ୍ୟପକ୍ଷରେ ଟିଏମସି ନେତା ମଦନ ମିତ୍ର କହିଥିଲେ ଯେ, ଆମେ ସମସ୍ତେ ଖରାପ ଲୋକ କିନ୍ତୁ ମୁକୁଲ ଓ ଶୁଭେନ୍ଦୁ ନୁହନ୍ତି।

ବିଜେପିରେ ଅଛନ୍ତି ମୁକୁଲ ଓ ଶୁଭେନ୍ଦୁ

ମୁକୁଲ ରାଏ ଓ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ଅଛନ୍ତି । ପୂର୍ବରୁ ଟିଏମସିର ଛାମୁଆଁ ନେତା ଥିବା ଏହି ଦୁଇ ଜଣ ମମତାଙ୍କ ସହିତ ମତଭେଦ ପରେ ଦଳତ୍ୟାଗ କରିଥିଲେ । ନିକଟରେ ଶେଷ ହୋଇଥିବା ନିର୍ବାଚନରେ ମମତାଙ୍କୁ ନନ୍ଦିଗ୍ରାମ ଆସନରୁ ଶୁଭେନ୍ଦୁ ପରାସ୍ତ କରିଥିଲେ । ଏହି ଦୁଇ ନେତା ନାରଦ ଷ୍ଟିଙ୍ଗ୍ ଅପରେସନ କାଳରେ ଟିଏମସିରେ ଥିଲେ । ଅନ୍ୟପକ୍ଷରେ ଚାଟାର୍ଜୀ କହିଛନ୍ତି ଯେ, ମୁଁ ଡକାଏତ ନୁହେଁ । ମୁଁ କିଛି ମଧ୍ୟ ଭୁଲ କରିନାହିଁ ଯେ,ସିବିଆଇ ମୋତେ ଗିରଫ କରିବାକୁ ମୋ ବେଡ୍ ରୁମ ଭିତରକୁ ଆସିବ ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ବାତ୍ୟାର ରୂପ ନେବା ଆଶଙ୍କା

ଭୁବନେଶ୍ୱର: ‘ତଉତେ’ ପରେ ଆସୁଛି ଆଉ ଏକ ବାତ୍ୟା । ଆରବ ସାଗର ପରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଆସନ୍ତା ୨୨ରୁ ୨୮ତାରିଖ ଭିତରେ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ୨୩ ତାରିଖ ଆଡ଼କୁ ସ୍ପଷ୍ଟ ହେବ ବାତ୍ୟାର ରୂପରେଖ ।

ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ । ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ ସ୍ପଷ୍ଟ ସୂଚନା ଦେଇନି ପାଣିପାଗ ବିଭାଗ । ସ୍ଥିତି ଉପରେ ନଜର ରଖାଯାଇଛି । ବାତ୍ୟାର ସ୍ଥିତି, ଗତି ଓ ଲ୍ୟାଣ୍ଡଫଲ ନେଇ ଏଯାଏ ଆକଳନ ହୋଇନି । ପ୍ରତିବର୍ଷ ମେ ମାସରେ ବାତ୍ୟା ହୋଇଥାଏ ।  ଲଘୁଚାପ ସୃଷ୍ଟି ହେଲେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ବଣ୍ଡାଘାଟିରେ କରୋନା ସଂକ୍ରମିତ ଚିହ୍ନଟ ପରେ ଗ୍ରାଉଣ୍ଡରେ ଜିଲ୍ଲାପାଳ

ମାଲକାନଗିରି: ବଣ୍ଡାଘାଟିରେ ପହଞ୍ଚିଲେ ମାଲକାନଗିରି ଜିଲ୍ଲାପାଳ । ବଣ୍ଡାଘାଟିରେ ବସବାସ କରୁଥିବା ଆଦିମ ଅଧିବାସୀ କରୋନା ସଂକ୍ରମିତ ହେବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ପହଞ୍ଚିଛନ୍ତି । ପ୍ରଶାସନର ସୂଚନା ଅନୁସାରେ, ବଣ୍ଡାଘାଟିରେ ୧୨ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ଅନ୍ୟାମାନେ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

ଆଦିମ ଜନଜାତି ବଣ୍ଡା ଆଦିବାସୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ସଜାଗ ରହିଛି । ବଣ୍ଡାଘାଟିରେ ମାଲକାନଗିରି ଜିଲ୍ଲାପାଙ୍କ ସହ ସିଡିଏମଓ ସ୍ଥିତି ପରଖୁଛନ୍ତି । କରୋନାରୁ ରକ୍ଷା ପାଇବା ଲାଗି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନେଇ ଲୋକଙ୍କୁ ବୁଝାଉଛି ଜିଲ୍ଲା ପ୍ରଶାସନ । କାହାରି ଠାରେ କରୋନାର ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟିଂ କରିବାକୁ ପ୍ରଶାସନ ବଣ୍ଡାଘାଟିରେ ଥିବା ଲୋକଙ୍କୁ କହିଛି ।

ଅପରେଶନ ବେଳେ ସବୁ ଓ ନୀଳ ରଙ୍ଗର ଡ୍ରେସ୍ କାହିଁକି ପିନ୍ଧନ୍ତୁ ଡାକ୍ତର

ଡାକ୍ତରଖାନାରେ ଆପଣ ଡାକ୍ତରଙ୍କୁ ପ୍ରାୟ ସମୟରେ ସବୁଜ ରଙ୍ଗର ଡରେସ ପିନ୍ଧିଥିବା ଦେଖିଥିବେ। ବିଶେଷ କରି କୌଣସି ସର୍ଜରି ସମୟରେ ଆପଣ ଡାକ୍ତରମାନଙ୍କୁ ନୀଳ କିମ୍ବା ସବୁଜ ରଙ୍କର ଡ୍ରେସ ପିନ୍ଧିଥିବା ଦେଖିଥିବେ।  ଆପଣ କେବେ ଭାବିଛନ୍ତି କି, ଡାକ୍ତରମାନେ ଅପରେଶନ କଲାବେଳେ କାହିଁକି ସବୁଜ କିମ୍ବା ନୀଳ ରଙ୍ଗ ହିଁ ପିନ୍ଧନ୍ତି? ଲାଲ୍, କଳା , ହଳଦିଆ କି ଆଉ କୌଣସି ରଙ୍ଗ କାହିଁକି ନୁହଁ। ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା।

କୁହାଯାଏ ଯେ ପୂର୍ବରୁ ଡାକ୍ତରଙ୍କଠୁ ଆରମ୍ଭ କରି ଡାକ୍ତରଖାନାର ସମସ୍ତ କର୍ମଚାରୀ ଧଳା ରଙ୍ଗ ପିନ୍ଧୁଥିଲେ। କିନ୍ତୁ ୧୯୧୪ ମସିହାରେ ଜଣେ ପ୍ରଭାବଶାଳୀ ଡାକ୍ତର ଏହି ପାରମ୍ପାରିକ ପୋଷାକକୁ ସବୁଜ ରଙ୍ଗରେ ବଦଳାଇ ଦେଇଥିଲେ। ସେବେଠାରୁ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ତେବେ କେତେକ ଡାକ୍ତର ନୀଳ ରଙ୍ଗର ପୋଷାକ ମଧ୍ୟ ପିନ୍ଧନ୍ତି। ତେବେ ଆପଣ ଦେଖିଥିବେ ଯେ ହସ୍ପିଟାଲରେ ଥିବା ପରଦାଗୁଡ଼ିକର ରଙ୍ଗ ମଧ୍ୟ ସବୁଜ କିମ୍ବା ନୀଳ ହିଁ ଥାଏ । ଏହା ବ୍ୟତୀତ ଡାକ୍ତରଖାନା କର୍ମଚାରୀଙ୍କ ପୋଷାକ ଏବଂ ମାସ୍କ ମଧ୍ୟ ସବୁଜ କିମ୍ବା ନୀଳ ରଙ୍ଗର ହିଁ ହୋଇଥାଏ । ତେବେ ଏଠି ପ୍ରଶ୍ନ ଉଠେ ଯେ ସବୁଜ କିମ୍ବା ନୀଳ ରଙ୍ଗରେ କଣ ଏମିତି ଖାସ ରହିଛି ଯେହା ଆଉ କୌଣସି ରଙ୍ଗରେ ନାହିଁ ?

‘ଟୁଡେ ସର୍ଜିକାଲ୍ ନର୍ସ’ର ୧୯୯୮ ମସିହାର ଏକ ରିପୋର୍ଟ ଅନୁଯାୟୀ, ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ସବୁଜ ପୋଷାକ ପିନ୍ଧିବା ଏଥିପାଇଁ ଆରମ୍ଭ କରିଥିଲେ କାହିଁକିନା ଏହି ରଙ୍ଗ ଆଖିକୁ ଆରାମ ଦେଇଥାଏ। ଅନେକ ସସୟରେ ଆପଣ ଦେଖିଥିବେ ଯେବେବି ଆମେ କ୍ରମାଗତ ଭାବରେ ଗୋଟିଏ ରଙ୍ଗକୁ ଦେଖିଥାଉ । ଆମ ଆଖିକୁ ଏକ ଅଜବ ପ୍ରକାରର ଅନୁଭବ ହୁଏ। ସୂର୍ଯ୍ୟ କିମ୍ବା ଅନ୍ୟ କୌଣସି ଚକଚକିଆ ଜିନିଷକୁ ଦେଖିଲେ ମଧ୍ୟ ଆମ ଆଖି କ’ଣ ହୋଇଯାଏ। ହେଲେ ଏହାର ତୁରନ୍ତ ପରେ ଯଦି ଆମେ ସବୁଜ ରଙ୍ଗକୁ ଦେଖିବା, ତେବେ ଆମ ଆଖିକୁ ଆରାମ ମିଳିଥାଏ।

ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ଆମ ଆଖିର ଜୈବିକ ଗଠନ ଏପରି ଭାବରେ ତିଆରି ହୋଇଛି ଯେ ସେମାନେ ଲାଲ, ସବୁଜ ଏବଂ ନୀଳ ରଙ୍ଗ ଦେଖିବାକୁ ସକ୍ଷମ ଅଟନ୍ତି। ଆଉ ଏହି ରଙ୍ଗଗୁଡ଼ିକର ମିଶ୍ରଣରେ ହିଁ ତିଆରି ହୋଇଥିବା ଅନ୍ୟ ଲକ୍ଷ ଲକ୍ଷ ରଙ୍ଗକୁ ମଣିଷର ଆଖି ଚିହ୍ନିପାରେ। କିନ୍ତୁ ଏହି ସମସ୍ତ ରଙ୍ଗ ତୁଳନାରେ ଆମ ଆଖି କେବଳ ସବୁଜ କିମ୍ବା ନୀଳ ରଙ୍ଗକୁ ହିଁ ଭଲ ଭାବେ ଦେଖିପାରେ । ଏଥି ପାଇଁ ହି ଏହି ଦୁଇ ରଙ୍ଗକୁ ଆଖି ପାଇଁ ଭଲ ବୋଲି କୁହାଯାଏ ।

ଆଉ ଏହା ହିଁ ସେହି କାରଣ ଯେଉଁଥିପାଇଁ ଡାକ୍ତରଖାନାରେ କର୍ମଚାରୀଙ୍କ ଡ୍ରେସରୁ ଆରମ୍ଭ କରି ପରଦା ପର୍ଯ୍ୟନ୍ତ ସବୁକିଛି ନୀଳ କିମ୍ବା ସବୁଜ ହିଁ ହୋଇଥାଏ। ? ଯାହା ଫଳରେ ଡାକ୍ତରଖାନାକୁ ଆସୁଥିବା ଓ ସେଠାରେ ଥିବା ସମସ୍ତ ରୋଗୀଙ୍କ ଆଖିକୁ ଆରାମ ମିଳେ।

ଡୋର୍ ଟୁ ଡୋର୍ ସର୍ଭେ କରିବେ ଆଶା ଓ ଅଙ୍ଗନୱାଡ଼ି କର୍ମୀ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଫୋସକରେ ଗ୍ରାମାଞ୍ଚଳ । ସରକାର ଗତବର୍ଷ ଠାରୁ ଗ୍ରାମାଞ୍ଚଳ ଉପରେ ନଜର ରଖିଛନ୍ତି । ଆଇଏଲ୍ଆଇ ସର୍ଭେ ସହ ଡେଙ୍ଗୁ, ମାଲେରିଆ ଓ ଡାଇରିଆର ଇଣ୍ଟିଗ୍ରେଟେଡ୍ ସର୍ଭେ ୩ ମାସ ପାଇଁ ହୋଇଥିଲା । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡୋର ଟୁ ଡୋର ସର୍ଭେକୁ ଫୋକସ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Door To Door Survey Will Done For Corona Symptoms

ଯେଉଁମାନଙ୍କର ଲକ୍ଷଣ ଥିଲା, ଟେଷ୍ଟ ପାଇଁ ଆସୁଥିଲେ । କିନ୍ତୁ ଏଣିକି ନିୟମିତ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ଡୋର୍ ଟୁ ଡୋର୍ ସର୍ଭେ କରିବେ । ଲକ୍ଷଣ ଆସିଲେ ଟେଷ୍ଟ କରାଯିବ । ବର୍ତ୍ତମାନ ଟେଷ୍ଟ ୫୬ ହଜାର ହେଉଛି ଆଗକୁ ବଢ଼ିବ । ସଂକ୍ରମଣକୁ ଦେଖି ବୁର୍ଲା ଭୀମସାର, ଏସସିବି ଓ ଭୁବନେଶ୍ୱରରେ ଆଇସିୟୁ ଓ ବେଡ୍ ବ୍ୟବସ୍ଥା ବୃଦ୍ଧି କରାଯାଉଛି । ଅଧ୍ୟୟନ ଅନୁସାରେ, ପ୍ଲାଜମା ଏତେଟା ଫଳପ୍ରଦ ହେଉନି । ଏବେବି ପ୍ଲାଜମା ଅଛି । କିନ୍ତୁ ଯେଉଁଟା ଫଳପ୍ରଦ ହେଉନି ଫୋକସ ନକରି ଯେଉଁଟା ଫଳପ୍ରଦ ହେଉଛି ସେଠି ଫୋକସ୍ କରାଯିବ ।

Door To Door Survey Will Done For Corona Symptoms

ସୁନ୍ଦରଗଡ଼ରେ ସଂକ୍ରମଣ ଅଧିକ ଥିଲା, ଏବେ କମୁଛି । କଟକ ଓ ଖୋର୍ଦ୍ଧା ମାଇଗ୍ରେଟେଡ୍ ସ୍ଥାନ ହୋଇଥିବାରୁ ସଂକ୍ରମଣ ଅଧିକ ଥିଲା, ରହିବ। ରାଜ୍ୟରେ ସଂକ୍ରମଣ ଟ୍ରେଣ୍ଡ ଖସୁଛି ବୋଲି ଚୁପ୍ ରହିବା ନାହିଁ । ଯେଉଁ ବୟସ ଗ୍ରୁପକୁ ଟିକାକରଣ ହୋଇନି କିପରି କରି ହେବ ତାହା ଉପରେ ଫୋକସ ରହିବ ।

ସପ୍ତାହକ ଭିତରେ ରାଜ୍ୟରେ ପିକକୁ ଯିବ କରୋନା: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ମେ ୧ରେ ରାଜ୍ୟରେ ପ୍ରଥମଥର ପାଇଁ ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁଥିଲା । ମେ ୧୨ ତାରିଖରୁ ସଂକ୍ରମଣ ଲଗାତାର ୧୦ ହଜାରରୁ ୧୨ ହଜାର ଭିତରେ ରହୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ରଙ୍କ ଆକଳନ ଅନୁସାରେ ସପ୍ତାହେ ଭିତରେ ରାଜ୍ୟରେ କରୋନା ସଂକ୍ରମଣ ପିକକୁ ଯିବ । ଏହାପରେ ଧିରେ ଧିରେ କରୋନା ସଂକ୍ରମଣ କମିବ ।

ସଂକ୍ରମଣ ଟ୍ରେଣ୍ଡ କମିବା ଆଶ୍ଵସ୍ତିକର କଥା । ହେଲେ ଖୋର୍ଦ୍ଧାରେ ପଜିଟିଭ୍ କେସ୍ ସୋମବାର ୩୫ ପ୍ରତିଶତ ହେବା ଚିନ୍ତାର କାରଣ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର । ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଟିକାକରଣରେ ସାମିଲ କରାଯିବା ଉଚିତ ।

ସେହିଭଳି ରାଜ୍ୟରେ ଏବେ ଲକଡାଉନ୍ ବଳବତ୍ତର ରହିଛି । ୧୯ ତାରିଖରେ ଲକଡାଉନ୍ ଅବଧି ସରୁଥିବାବେଳେ ଲକଡାଉନ୍ ବୃଦ୍ଧି ନେଇ କୌଣସି ଘୋଷଣା ହୋଇନାହିଁ । ସଂକ୍ରମଣ ୧୦ ପ୍ରତିଶତ ତଳକୁ ଆସିବା ଯାଏ ଲକଡାଉନ୍ ରହିବା ଦରକାର ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର । ଲୋକମାନଙ୍କୁ ଅଧିକ ସତର୍କ ହେବାକୁ ଆହ୍ୱାନ୍ ଦେଇଛନ୍ତି ।

ଦେଶରେ କମୁଛି ସଂକ୍ରମଣ ମାମଲା, ଥମୁନି ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨ ଲକ୍ଷ ୬୩ ହଜାର ୫୩୩ ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ୪ ହଜାର ୩୨୯ ସଂକ୍ରମିତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୪ ଲକ୍ଷ ୨୨ ହଜାର ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପ୍ରିଲ୍ ୧୯ ପରେ ପ୍ରଥମଥର ପାଇଁ ଦେଶରେ ଏତେ କମ୍ ମାମଲା ଆସିଛି ।

ଦେଶରେ କରୋନାର ସ୍ଥିତି

ମୋଟ କରୋନା ମାମଲା- ୨ କୋଟି ୫୨ ଲକ୍ଷ ୨୮ ହଜାର ୯୯୬

ମୋଟ ସୁସ୍ଥ- ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨

ମୋଟ ମୃତ୍ୟୁ- ୨ ଲକ୍ଷ ୭୮ ହଜାର ୭୧୯

ସକ୍ରିୟ ସଂକ୍ରମଣ ମାମଲା- ୩୩ ଲକ୍ଷ ୫୩ ହଜାର ୭୬୫

ମୋଟ ଟିକାକରଣ- ୧୮ କୋଟି ୪୪ ଲକ୍ଷ ୫୩ ହଜାର ୧୪୯

କୋଭିଡ୍ ଟିକା ନେବା ପରେ ଏହି ଲକ୍ଷଣ ବିପଜ୍ଜନକ, ସତର୍କ କଲେ ସରକାର

ନୂଆଦିଲ୍ଲୀ: ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା । ବ୍ରିଟେନରେ ଆଷ୍ଟ୍ରଜେନେକା-ଅକ୍ସଫୋର୍ଡ ଭ୍ୟାକ୍ସିନ୍ ନେବା ପରେ ରକ୍ତ ଜମାଟ ବାନ୍ଧିବାର ପ୍ରଭାବ ଭାରତର କୋଭିସିଲ୍ଡ ଉପରେ ପଡ଼ିଛି । ଭ୍ୟାକ୍ସିନର ଏଭଳି ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଲୋକ ବି ଛାନିଆଁ ହେଲେଣି । ଏହାକୁ ଦେଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଓ ଭ୍ୟାକ୍ସିନ୍ ନେଉଥିବା ଲୋକଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି । ଟିକାକରଣର ୨୦ ଦିନ ଭିତରେ ଥ୍ରମ୍ବୋସିସ୍ ବା ବ୍ଲଡ୍ କଟ୍ସ ଲକ୍ଷଣକୁ ଚିହ୍ନଟ ପାଇଁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏଭଳି କୌଣସି ଗମ୍ଭୀର ଲକ୍ଷଣ ଦେଖାଗଲେ ଟିକାକରଣ କେନ୍ଦ୍ରରେ କହିବାକୁ କୁହାଯାଇଛି ।

India Covishield Vaccine Has Not Blood Clots Side Effects As Brittain Faced

ବିଶେଷକରି କୋଭିସିଲ୍ଡ ଟିକା ନେବା ପରେ ଯଦି ଆପଣଙ୍କ ଦେହ ଦରଜ, ଛାତି ଯନ୍ତ୍ରଣା, ଶରୀର ଫୁଲିଯିବା ବାନ୍ତି ନହୋଇ ପେଟ ଦରଜ ହେବା, ଶ୍ୱାସକ୍ରିୟା ବେଳେ କଷ୍ଟ ହେବା ଭଳି ଗମ୍ଭୀର ଲକ୍ଷଣ ଦେଖାଯାଉଛି । ଏଭଳି ଲକ୍ଷଣ ଦେଖା ଦେଲେ ବିଳମ୍ବ ନକରି ଟିକାକରଣ କେନ୍ଦ୍ରରେ ଜଣାନ୍ତୁ । ଏଥିସହ ଆପଣଙ୍କ ଦେହରେ ଇଞ୍ଜେଇକ୍ସନ୍ ଦିଆଯାଇଥିବା ସ୍ଥାନ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ ଲାଲ ରଙ୍ଗର ଚିହ୍ନ ଦେଖାଗଲେ ସତର୍କ ରୁହନ୍ତୁ ।

India Covishield Vaccine Has Not Blood Clots Side Effects As Brittain Faced

ତା’ଛଡ଼ା ଯଦି ଆପଣଙ୍କର ମୁଣ୍ଡବିନ୍ଧା ସମସ୍ୟା ନାହିଁ । କିନ୍ତୁ ବାନ୍ତି ସହ କିମ୍ବା ବାନ୍ତି ବିନା ଆପଣଙ୍କ ମୁଣ୍ଡ ବିନ୍ଧୁଛି ତେବେ ଏହା ମଧ୍ୟ ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାର ଲକ୍ଷଣ ଅଟେ । ଟିକା ନେବା ପରେ ଥକ୍କାପଣ, ବାରମ୍ବାର ବାନ୍ତି ଲାଗିବା, ଆଖି ଦରଜ କିମ୍ବା ଝାପସା ଦେଖାଯିବା, ଅବସାଦ ଲାଗିଲେ ନିହାତି ଟିକାକରଣ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ । ତଥ୍ୟ ଅନୁସାରେ, ଭାରତରେ କୋଭିସିଲ୍ଡ ଭ୍ୟାକ୍ସିନର ପ୍ରତି ୧୦ ଲକ୍ଷ ଡୋଜରେ ଡିପ୍ ବେନ୍ ଥ୍ରମ୍ବୋସିସ୍ ବା ରକ୍ତ ଜମାଟର ମାତ୍ର ୦.୬୧ ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ତେବେ ଏହାକୁ ନେଇ ଆପଣ ଭୟଭୀତ ହୁଅନ୍ତୁ ନାହିଁ ବରଂ ସତର୍କ ରହି ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ ।