spot_img
Home Blog Page 5611

୨୬ରେ ଛୁଇଁବ ସ୍ଥଳଭାଗ, କାଲିଠୁ ପ୍ରଚୁର ବର୍ଷା

ଭୁବନେଶ୍ୱର: ବାତ୍ୟା ୟଶକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ‘ୟାସ’ର ଗତିପଥ ଏବଂ ବେଗକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାର୍ତ୍ତା ଦେଇଛନ୍ତି । ବାତ୍ୟା ୟଶ ୨୬ ତାରିଖରେ ସ୍ଥଳଭାଗ ଛୁଇଁପାରେ । ଏନେଇ କାଲିଠାରୁ ପବନର ବେଗ ବଢିବା ସହ ବର୍ଷା ମଧ୍ୟ ହେବ । ଏପରି ସ୍ଥିତିରେ କିଭଳି ସାଧାରଣ ଧନ ଜୀବନ ସୁରକ୍ଷିତ ରହିବେ ସେନେଇ ଜନସାଧରଣଙ୍କୁ ସତର୍କ କରାଛନ୍ତି ଏସଆରସି ପ୍ରଦୀପ ଜେନା ।

ସେପଟେ ବାତ୍ୟା ୟାସ ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି । ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁପାରେ ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 26 ତାରିଖ 11ଟାରୁ 2ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ୟାସ । ବାତ୍ୟା ପ୍ରଭାବରେ 4 ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ । ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଅଧିକ ପ୍ରଭାବିତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।

ଟେଲିଫୋନ, ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗିବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ମେଦିନପୁରରେ ଉଚ୍ଚ ଜୁଆାର ଆସିବାର ସମ୍ଭାବନା ରହିଛି । ଉପକୂଳ ନିକଟସ୍ଥ ଖାଲୁଆ ଅଞ୍ଚଳକୁ ସତର୍କ ରହିବାକୁ କହିଲେ ଆଇଏମଡି ଡିଜି । ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ବହୁତ କ୍ଷତି ହେବ । ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା, ପୁରୀରେ ଭାରି ବର୍ଷା ହେବା ସହ ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ଅତ୍ୟଧିକ ପବନ ସହ ବର୍ଷା ହୋଇପାରେ ।

ଆସୁଛି ୟଶ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ: ପ୍ରଶାସନକୁ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ

ଭୁବନେଶ୍ୱର: ବାତ୍ୟା ୟଶକୁ ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ – କୋଭିଡ ଓ ବାତ୍ୟା ୟଶ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲି ଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତରରେ ପ୍ରଶାସନକୁ ପୁରା ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି  ।

ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଜରୁରୀ । ଡବଲ ବିପଦ ପାଇଁ ଡବଲ ମାସ୍କ। ତା ସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି।  ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି ଏବଂ ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ୟଶ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଭାବରେ ଦେଖା ଦେଇଛି । ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କୋଭିଡ ର ମୁକାବିଲା ଆମକୁ କରିବାକୁ ହେବ ।

ଗତ ବର୍ଷ ମେ ମାସରେ ମଧ୍ୟ ଆମେ କୋଭିଡ ସହ ବାତ୍ୟା ଅମ୍ଫନର ସାମ୍ନା କରିଥିଲେ ଏବଂ ଲୋକଙ୍କ ସହଯୋଗରେ ଆମେ ସଫଳତାର ସହ ସେ ପରିସ୍ଥିତିର ମୁକାବିଲା କରିଥିଲେ ବୋଲି ସେ ମନେପକାଇ ଦେଇଥିଲେ। ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ। ସାମାନ୍ୟ ହେଳା ବଡ ବିପଦ ସୃଷ୍ଟି କରିପାରେ ବୋଲି ସେ ସତର୍କ କରିଥିଲେ। ସରକାର ବାତ୍ୟା ଓ କୋଭିଡ ଦୁଇଟି ଯାକ ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜନସାଧାରଣଙ୍କ ସହଯୋଗ ହିଁ ଆମର ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ।

ଜନସାଧାରଣଙ୍କୁ ଆହୁରି ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ ପାଇଁ ଅଧିକ ସାବଧାନ ରହିବାକୁ ହେବ । ଆବଶ୍ୟକତାକୁ ଦେଖି ମିଶନ୍ ଶକ୍ତି ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ସେ କଲେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜର (Civil society) ବନ୍ଧୁମାନେ ସମସ୍ତେ ସରକାରଙ୍କୁ ପୁରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ, ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୁଦ୍ଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ୱାସ ପ୍ରକାଶ କରିଛନ୍ତି ।

 

ବାତ୍ୟା ମୁକାବିଲାର ମଙ୍ଗ ଧରିବେ ବରିଷ୍ଠ ପ୍ରଶାସକ

ଭୁବନେଶ୍ୱର: ବାତ୍ୟା ୟଶ୍ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକାରେ ବାତ୍ୟା ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ନେଇ ୫ ବରିଷ୍ଠ ଆଇଏଏସ୍‌ଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ର, ଭଦ୍ରକ ପାଇଁ ଭି.ଭି. ଯାଦବ, ବାଲେଶ୍ବର ପାଇଁ ବିଶାଲ ଦେବ ଓ ମୟୂରଭଞ୍ଜ ପାଇଁ ସୁରେଶ ବସ୍ତିଆଙ୍କୁ ମିଳିଛି ଦାୟିତ୍ବ । ଏମାନେ ସମ୍ପୃକ୍ତ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିବେ ।

ଏଥିସହିତ ପଢ଼ନ୍ତୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାତ୍ୟା ସମୀକ୍ଷା: କହିଲେ, ଆବଶ୍ୟକତା ଅନୁଯାୟୀ ରାଜ୍ୟମାନଙ୍କୁ ସହାୟତା ଯୋଗାଇ ଦିଆଯିବ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାତ୍ୟା ସମୀକ୍ଷା: କହିଲେ, ଆବଶ୍ୟକତା ଅନୁଯାୟୀ ରାଜ୍ୟମାନଙ୍କୁ ସହାୟତା ଯୋଗାଇ ଦିଆଯିବ

ନୂଆଦିଲ୍ଲୀ: ତୈତେ ପରେ ଆଉ ଏକ ସାମୁଦ୍ରିକ ଝଡ଼ର ମୁକାବିଲା ଲାଗି ପ୍ରଭାବିତ ରାଜ୍ୟଗୁଡ଼ିକରେ ଜୋରଦାର ପ୍ରସ୍ତୁତି ଚାଲିଛି । ଭିସି ଯୋଗେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଶାହା ଆଲୋଚନା କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀଙ୍କ ସହ ଆଣ୍ଡାମାନ-ନିକୋବର ଉପରାଜ୍ୟପାଳ ଏହି ଭିସି ବୈଠକରେ ଉପସ୍ଥିତ ଥିଲେ । ବାତ୍ୟା ବେଳେ କରୋନା ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟର ବିଶେଷକରି ଆଇସିୟୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଗୃହମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ଆବଶ୍ୟକତା ଅନୁଯାୟୀ ରାଜ୍ୟଗୁଡ଼ିକୁ NDRF ଟିମ୍ ସହ ସଶସ୍ତ୍ର ବାହିନୀ ଏବଂ ପାରା-ମିଲିଟାରୀ କର୍ମଚାରୀ, ରିଲିଫ୍ ଉପକରଣ ଯୋଗାଇ ଦିଆଯିବ ବୋଲି ଶାହା କହିଛନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଆଣ୍ଡାମାନ-ନିକୋବର ଦ୍ବୀପରେ ମୋଟ ୯୯ଟି NDRF ଟିମ୍ ସଜାଗ ରହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବାତ୍ୟାର ରୂପ ନେଲା ୟଶ, ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ

କରୋନାରେ ଚାଲିଗଲେ ଆଉ ଜଣେ ସାମ୍ୱାଦିକ: ଦ୍ୱିତୀୟ ପ୍ରବାହ ନେଲାଣି ୩୦ ସାମ୍ୱାଦିକଙ୍କ ଜୀବନ

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲାର ଏକ ପ୍ରମୁଖ ଅସ୍ତ୍ର ହେଉଛି ସତର୍କ ରହିବା ସଚେତନ ରହିବା । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା । ଆଉ ଏହି ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଗଣମାଧ୍ୟମ ସଂସ୍ଥା ଓ ଏହାର ପ୍ରତିନିଧି । ଏଣୁ ଲକ୍‌ଡାଉନ୍‌ ବେଳେ ଘରେ ଭିତରେ ଲୋକେ ଲକ୍‌ ହୋଇଥିବା ବେଳେ ମଧ୍ୟ ଖବର ସଂଗ୍ରହ ପାଇଁ ବାହାରି ପଡ଼ୁଥିଲେ ସାମ୍ୱାଦିକ । କରୋନା ମୁକାବିଲା ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପକୁ ଲୋକଙ୍କ ନିକଟରେ ପହଞ୍ଚାଉଥିଲା । ଯାହା ଫଳରେ ଲୋକେ ସତର୍କ ହୋଇପାରିବେ ଏବଂ ସଂକ୍ରମଣର ଚେନ୍‌ରେ ବ୍ରେକ୍ ଲାଗିପାରିବ । କିନ୍ତୁ ଲୋକଙ୍କୁ ସଚେତନ କରୁ କରୁ ଓ ସାମ୍ୱାଦିକତାର ଧର୍ମ ପାଳନ ଭିତରେ ନିଜେ ହୋଇଯାଇଥିଲେ କରୋନା ସଂକ୍ରମିତ । କିଛି ସାମ୍ୱାଦିକ ମହାମାରୀ କବଳରୁ ବର୍ତ୍ତିଯାଇଥିଲେ ମଧ୍ୟ ଆଉ କିଛି ଜଣ ଆରପାରିକୁ ଚାଲିଯାଇଛନ୍ତି । କିଏ ତା’ ବାପାଙ୍କୁ ହରାଇଛି ତ ଆଉ କିଏ ନିଜ ପ୍ରିୟର ପୁଅକୁ । କିଏ ସ୍ୱାମୀକୁ ହରାଇଛି , ଏଭଳି କି କୁନି କୁନି ଛୁଆମାନେ ଅନାଥ ହୋଇଯାଇଛନ୍ତି । ଗତକାଲି ରାତି ୧୧ଟା ୩୦ରେ ରାଜ୍ୟରେ ଆଉ ଜଣେ ସାମ୍ୱାଦିକଙ୍କ କରୋନାରେ ଦେହାନ୍ତ ହୋଇଛି । ସେ ଦୈନିକ ଖବର କାଗଜ ‘ସମୟ’ରେ ସାମ୍ବାଦିକ ଭାବେ କାର୍ଯ୍ୟରତ ମୃତ ସାମ୍ୱାଦିକ ଜଣଙ୍କ ହେଲେ ସଂଗ୍ରାମ କେଶରୀ ମହାପାତ୍ର । ସେ କରୋନାରେ ସଂକ୍ରମଣ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ଚିକିତ୍ସିତ ହେଉଥିଲେ । ତେବେ ମିଡିଆ କେୟାର ପକ୍ଷରୁ ସଂଗୃହୀତ ତଥ୍ୟ ଅନୁସାରେ  ସଂଗ୍ରାମଙ୍କୁ ମିଶାଇ କରୋନାର ଦ୍ୱିତୀୟ ପ୍ରବାହ କାଳରେ ରାଜ୍ୟରେ ଏଯାବତ୍ ମୋଟ ୩୦ ଜଣ ସାମ୍ୱାଦିକ ପ୍ରାଣ ହରାଇଛନ୍ତି ।

ସେମାନେ ହେଲେ ଯତୀଶ ଖମାରୀ,(ସମ୍ୱାଦ,ବଲାଙ୍ଗୀର), ମନୋଜ ସାହୁ (ଚିକିଟି, ଗଞ୍ଜାମ, ନିତିଦିନ) , ଗୋବିନ୍ଦ ବେହେରା (କୁକୁଡ଼ାଖଣ୍ଡି, ଗଞ୍ଜାମ ନ୍ୟୁଜ ୬), ମାନସ ଜୟପୁରିଆ (ସମ୍ୱଲପୁର, ଜୀ ଓଡ଼ିଶା), ଅମଜଦ ବାଦଶାହ (ଝାରସୁଗୁଡ଼ା, ଏନ୍‌ଏଫ୍‌ଟିଭି) , ଭାନୁପ୍ରକାଶ ରଥ (ଭବାନୀପାଟଣା, ନକ୍ଷତ୍ର ଟିଭି), ଅଦ୍ୱିତୀୟ ପ୍ରସାଦ ବିଶ୍ୱାଳ (ରାଉରକେଲା, ଶ୍ରମିକ ମାଲିକ), ସୁବାସ ସାହାରେ (ଝାରସୁଗୁଡ଼ା, ଶାସକ ପ୍ରଶାସକ ) ଦେବେନ୍ଦ୍ର ସାମନ୍ତରାୟ (ସମ୍ୱଲପୁର, ସମ୍ୱାଦ), ପ୍ରୀତିମାନ ମହାପାତ୍ର ଭୁବନେଶ୍ୱର, (ଟାଇମ୍ସ ଅଫ୍ ଇଣ୍ଡିଆ), କରୁଣାକର ସାହୁ, (ହିଞ୍ଜଳିକାଟୁ, ସମ୍ୱାଦ କଳିକା), ହରିଶ୍ ଚନ୍ଦ୍ର ସାହ (ସିମୁଳିଆ, ସମୟ), ସୁଦାମ ଚନ୍ଦ୍ର ନାୟକ (କେ. ନୂଆଗାଁ, ପ୍ରମେୟ), ଶୁଭ୍ରାଶୁଂ ମିଶ୍ର, (ବଲାଙ୍ଗୀର, ସମ୍ୱାଦ), ମନୋଜ ବେବର୍ତ୍ତା (ମୁମ୍ୱାଇ/କଟକ, ନେଟଓ୍ୱର୍କ-୧୮), ସୁମିତ ଓନକା, ଜୟପୁର, ଦି ପାଓନିର୍, ପ୍ରଦୀପ ସାହୁ,( ବ୍ରହ୍ମପୁର, ସମ୍ୱାଦ), ଡି ଶଙ୍କର ରାଓ (କୋରାପୁଟ,ସାକ୍‌ସୀ, ତେଲୁଗୁ), କିଶୋର ଚନ୍ଦ୍ର ଦାସ (ପୋଲସରା, ସମାଜ), ଦୁର୍ବିକ୍ଷ ବସ୍ତିଆ (ବୌଦ୍ଧ, ଓଡ଼ିଶା ଭାସ୍କର), ସବନମ୍ ସିରିନ୍ (ଭୁବନେଶ୍ୱର, ରେଡିଓ ୯୦.୪ ସୋଆ ଏଫଏମ୍‌ ରେଡିଓ) , ସୁମନ୍ତ ମହାନ୍ତି (ରାଉରକେଲା, କନକ ନ୍ୟୁଜ୍), ରତିକାନ୍ତ ବଳ (ବଡ଼ଚଣା ଏକାମ୍ର ଟିଭି), କୈଳାଶ ଚନ୍ଦ୍ର ସାହୁ, ପାଟଣାଗଡ଼, ପ୍ରଗତିବାଦୀ, ବିଷ୍ରୁ ପ୍ରସାଦ ପାତ୍ର (ବ୍ରହ୍ମପୁର, ଓଡ଼ିଶା ଭାସ୍କର,କଳିଙ୍ଗ ଦର୍ପଣ), ହୀରନମୟୀ ପିଙ୍ଗୁଆ, (ସମ୍ୱାଦ ମୟୂରଭଞ୍ଜ), ସୁଦର୍ଶନ ବିଶ୍ୱାଳ (ରାୟଗଡ଼ା, ପ୍ରଥମା) ଆଦିତ୍ୟ ସାହୁ (ଝାରସୁଗୁଡ଼ା ସମ୍ୱାଦ), ଆଶୁତୋଷ ବେହେରା (ସର୍ବସାଧାରଣ, ଫୁଲବାଣୀ ଟାଉନ୍), ସଂଗ୍ରାମ କେଶରୀ ମହାପାତ୍ର (ସମୟ, କୋଣାର୍କ) ।

ମେ’ ୨୯ରେ ସେନା ୟୁନିଫର୍ମ ପିନ୍ଧିବେ ପୁଲୱାମା ଆକ୍ରମଣରେ ସହିଦ ମେଜରଙ୍କ ପତ୍ନୀ

ପୁଲୱାମାରେ ହମଲାରେ ସହୀଦ ହୋଇଥିବା ମେଜର ବିଭୁତି ଶଙ୍କର ଢୋଣ୍ଡିଆଲଙ୍କ ପତ୍ନୀ ନିକିତା ଢୋଣ୍ଡିଆଲ ଆର୍ମିରେ ସାମିଲ ହେବେ । ଆସନ୍ତା ମେ ୨୯ରେ ସେ ବିଦ୍ଧିବଧ ଭାବେ ସେନା ୟୁନିଫର୍ମ ପିନ୍ଧି ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରେ ଯୋଗଦେବେ । ଗତ ବର୍ଷ ଆହ୍ଲାବାଦରେ ମହିଳା ଏଣ୍ଟ୍ରି ସ୍କିମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ନିକିତା ।

ସୂଚନା ଥାଉକି, ଫେବୃଆରୀ ୧୪ ୨୦୧୯ରେ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ହମଲାରେ ସହୀଦ ହୋଇଥିଲେ ଡେହରାଡୁନର ବାସିନ୍ଦା ମେଜର ବିଭୁତି ଢୋଣ୍ଡିଆଲ । ଏହା ପରେ ନିକିତା ତାଙ୍କ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ଦେଶ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେ ଆହ୍ଲାବାଦରେ ମହିଳା ଏଣ୍ଟ୍ରି ସ୍କିମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରେ ତାଲିମ ନେଉଥିଲେ ।

ବର୍ତ୍ତମାନ ନିକିତା ତାଲିମ ସମାପ୍ତ କରିସାରିଛନ୍ତି । ସେ ଲେଫ୍ଟନାଣ୍ଟ ଭାବରେ ସେନାରେ ଯୋଗଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଶନିବାର ଦିନ ନିକିତା ଲେଫ୍ଟନାଣ୍ଟ ଭାବରେ ଦେଶ ସେବାରେ ଯୋଗଦେବେ। ଲେଫ୍ଟନାଣ୍ଟ କର୍ଣ୍ଣେଲ ବିକାଶ ନୌଟିୟାଲ ସୂଚନା ଦେଇଛନ୍ତି ଯେ ନିକିତାଙ୍କୁ ୨୯ରେ ପାସ୍ ଆଉଟ କରାଯିବ । ଏହି ଉତ୍ସବରେ ତାଙ୍କ ପିତାଙ୍କୁ ଛାଡିଦେଲେ ଅନ୍ୟ କେହି ସାମିଲ ହୋଇପାରିବେନି । ସେ କହିଛନ୍ତି ଯେ ପାସଆଉଟ ପରେ ସେ ୨୧ଦିନ ପାଇଁ ଛୁଟିରେ ଆସିବେ । ଚେନ୍ନାଇରୁ ସେ ସିଧାସଳଖ ଫରିଦାବାଦରେ ଥିବା ତାଙ୍କ ପିତାଙ୍କ ନିକଟକୁ ଯିବେ । ଉତ୍ତରାଖଣ୍ଡରେ କରୋନା ସ୍ୱାଭାବିକ ହେବା ପରେ ଡେରାଡୁନକୁ ଆସିବେ ।

ଦେଶରେ ତଳମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୨ଲକ୍ଷ ୨୨ ହଜାର ୩୧୫ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ଦେଶରେ ୨ଲକ୍ଷ ୨୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୪ହଜାର ୪୫୪ଜଣଙ୍କ ଜୀବନ ନେଇଛି ଘାତକ ଭୂତାଣୁ । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତକ ସଂଖ୍ୟା ୩ଲକ୍ଷ ୩ ହଜାର ୭୨୦ ପାର୍ କରିଛି । ଏବେ ଦେଶରେ ମୋଟ ୨୭ ଲକ୍ଷ ୨୦ ହଜାର ୭୧୬ ଆକ୍ଟିଭ କେସ୍ ରହିଛି । ଗତ ୨୪ ଘଣ୍ଟାରେ ୩ଲକ୍ଷ ୨ ହଜାର ୫୪୪ ଜଣ କରୋନରୁ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଚୀନ୍ ଅଲ୍ଟ୍ରା ମାରାଥନରେ ତାଣ୍ଡବ ରଚିଲା ପାଗ, ଜଣାଶୁଣା ଧାବକ ଲିୟାଙ୍ଗ ଜିଙ୍ଗ ସମେତ ୨୧ ମୃତ

ବେଜିଂ: ଉତ୍ତର-ପଶ୍ଚିମ ଚୀନ ପାର୍ବତ୍ୟାଞ୍ଚଳରେ ଅନୁଷ୍ଠିତ ୧୦୦ କିଲୋମିଟର ଅଲ୍ଟ୍ରା ମାରାଥନରେ ବିତ୍ପାତ ରଚିଛି  ଝଡତୋଫାନ ସହ କୁଆ ପଥର ବର୍ଷା। ଫଲରେ  ୨୧ ଜଣ ଧାବକଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣାଶୁଣା ଧାବକ ଲିୟାଙ୍ଗ ଜିଙ୍ଗ ମଧ୍ୟ ପ୍ରାଣ ହରାଇଥିବା ଚୀନ୍‌ ସରକାରୀ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି। ଏହି ପ୍ରତିଯୋଗୀତାରେ ୧୭୨ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୫୧ ଜଣ ସୁରକ୍ଷିତ ଫେରିଛନ୍ତି।

ଏହି ପ୍ରତିଯୋଗୀତାରେ ପ୍ରତିଭାଗୀମାନଙ୍କୁ ଏକ ବହୁତ ସଂକିର୍ଣ୍ଣ ପାହାଡିଆ ରାସ୍ତା ଅତିକ୍ରମ କରିବାର ଥିଲା। ଏହି ରାସ୍ତା ପାହଡର ପ୍ରାୟ ୨ରୁ ୩ ହଜାର ମିଟର ଉପରେ। ଧାବକମାନେ ରାସ୍ତା ପାର କରୁଥିବା ବେଳେ କୁଆପଥର ଝଡର ସମ୍ମୁଖୀନ ହୋଇଥିଲେ। ପ୍ରତିଯୋଗୀତା ଗାଂସୁ ପ୍ରୋଭିନ୍ସ ବୈଇନ୍‌ ସହରର ୟେଲୋ ରିଭରଷ୍ଟୋନ ଫରେଷ୍ଟ ଟୁରିଷ୍ଟ ସାଇଟରେ ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗୀତାରେ ଅନେକ ଅନୁଭବି ଆଥଲେଟ୍‌ ଅଂଶଗ୍ରହଣ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ନିଙ୍ଗବୋ ୧୦୦ କିଲୋମିଟର ଦୌଡର ବିଜେତା ଲିୟାଙ୍ଗ ଜିଙ୍ଗ ମଧ୍ୟ ଥିଲେ। ତେବେ ପ୍ରାକୃତିକ ବିତ୍ପାତରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଘଟଣା ସମ୍ପର୍କରେ ହଙ୍ଗକଙ୍ଗ ମାରାଥନ ଗ୍ରୁପ ରବିବାର ବିଜ୍ଞପ୍ତି ଜାରି କରି  ସୂଚନା ଦେଇଛନ୍ତି। ଆୟୋଜକ ଗାଂସୁ ସେଙ୍ଗଜିଙ୍ଗ ସ୍ପୋର୍ଟସ୍‌ କଲଚର ଡେଭଲପମେଣ୍ଟ କମ୍ପାନୀଙ୍କ  ଜନୈକା କାର୍ଯ୍ୟକର୍ତ୍ତା ପ୍ରତିଯୋଗୀତା ଦିନ ପାଗ ପ୍ରତିକୂଳ ହେବା ନେଇ କୌଣସି ପୂର୍ବ ସୂଚନା ନଥିଲା ବୋଲି କହିଛନ୍ତି। ଶନିବାର ପ୍ରତିଯୋଗୀତା ଆରମ୍ଭ ହୋଇ ସାରିଥିବା ବେଳେ ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଅଚାନକ କୁଆପଥର ବର୍ଷା ସହ ଝଡ଼ ଆରମ୍ଭ ହୋଇଯାଇଥିଲା। ଦୌଡର ୨୦ ଓ ୩୦ କିଲୋମିଟରରେ ଧାବକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏଣୁ ପ୍ରତିଯେଗୀମାନେ ୱିଚେଟ୍ ଆପ୍‌ ମାଧ୍ୟମରେ ସହାୟତା ପାଇଁ ନିବେଦନ କରିବାରୁ ଉଦ୍ଧାରକାରୀ ଦଳ ପହଞ୍ଚିବା ସହ ସେମାନଙ୍କୁ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ୨୧ ଜଣଙ୍କ ମୃତ୍ୟୁ ହୋଇସାରିଥିଲା।

ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଅପରାହ୍ଣରେ ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ସାଙ୍ଗକୁ ବାତ୍ୟା ପରିସ୍ଥିତି ନେଇ ଦେଇପାରନ୍ତି ବାର୍ତ୍ତା । ଦୃଢ଼ତାର ସହ କଠିନ ପରିସ୍ଥିତିର ମୁକାବିଲା ନେଇ ସମ୍ବୋଧନ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ବର୍ଷ ମଧ୍ୟ କରୋନା କାଳରେ ବାତ୍ୟା ଆସିଥିଲା । ଯାହାର ସଫଳ ମୁକାବିଲା କରିଥିଲେ ରାଜ୍ୟ ସରକାର । ଚଳିତ ଥର ମଧ୍ୟ ସମାନ ପରିସ୍ଥିତି ଉପୁଜିଥିବା ବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି । ଏଭଳି ସମୟରେ ପରିସ୍ଥିତିର ମୁକାବିଲା ନେଇ ଲୋକଙ୍କ ସହଯୋଗର ଯଥେଷ୍ଟ ଆବଶ୍ୟକତା ରହିଛି । ଏଣୁ ଆଜି ଅପରାହ୍ଣରେ ଏହି ପରିସ୍ଥିତିର ମୁକାବିଲା ନେଇ ରାଜ୍ୟବାସୀଙ୍କୁ ନିବେଦନ କରିପାରନ୍ତି ।

ଏଥିସହିତ ପଢ଼ନ୍ତୁ: ବାତ୍ୟା ପାଇଁ କୋହଳ ହେଲା ଲକ୍‌ଡାଉନ୍ କଟକଣା: ଦିନ ୧ଟା ଯାଏଁ ଖୋଲା ରହିବ ଦୋକାନ

ବିବାହ ବାର୍ଷିକୀରେ ୧କିଲୋର ହାର ପିନ୍ଧିବା ପଡିଲା ମହଙ୍ଗା: ଥାନାକୁ ଗଲେ ସ୍ୱାମୀ, ସ୍ତ୍ରୀ

ମୁମ୍ବାଇ: ବିବାହ ବାର୍ଷିକୀରେ ଜଣେ ମହିଳା ପିନ୍ଧିଲେ ୧ କିଲୋର ସୁନାର ହାର । ହେଲେ ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପତି ପତ୍ନୀ । ତେବେ ପୋଲିସ ପଚାରିବାରୁ ଦମ୍ପତ୍ତିଙ୍କ କଥା ଶୁଣି ପୋଲିସର ହୋସ ଉଡିଯାଇଥିଲା । ସୂଚନା ଥାଉକି, ମୁମ୍ୱାଇ ଭିମଣ୍ଡୀ କୋଗାଁରେ ରୁହନ୍ତି ବାଲା କୋଲି ନାମକ ବ୍ୟକ୍ତି ।

ଏଇ ନିକଟରେ ବ୍ୟକ୍ତି ଜଣଙ୍କ ତାଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ସମୟରେ ସେ ଗୋଟିଏ ସେ ତାଙ୍କ ପତ୍ନୀଙ୍କୁ ଲମ୍ୱା ମଙ୍ଗଳସୂତ୍ର ଉପହାର ସ୍ୱରୂପ ଭେଟି ଦେଇଥିଲେ । ଏହାର ଲମ୍ୱା ଏତେ ଥିଲା କି, ଏହା ପତ୍ନୀ ଆଣ୍ଠୁଯାଏ ଲମ୍ୱିଥିଲା । ତେବେ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଅନେକ କଥା ଚର୍ଚ୍ଚା କରିଥିଲେ । ଆଉ ଏହି କଥା ପୋଲିସ କାନକୁ ବି ପହଞ୍ଚିଯାଇଥିଲା । ପରେ ପୋଲିସ ଏହି ଦମ୍ପତ୍ତିଙ୍କୁ ଥାନାକୁ ଡାକିଥିଲେ ।

ତେବେ ବାଲା କୋଲି ଯାହା କହିଥିଲେ ତା ଶୁଣି ପୋଲିସ ତାଜୁବ ହୋଇଥିଲା । ବାଲା କୋଲିଙ୍କ ମତରେ ଆନିଭର୍ସରୀକୁ ଟିକେ ନିଆରା ଢଙ୍ଗରେ ପାଳିବାକୁ ଏମାନେ ନିଷ୍ପତ୍ତି ନେଇଥିଲେ । କେକ୍ କାଟିବା ସହ ନିଆରା ଉପହାର ବି ଦେଇଥିଲେ । ହେଲେ ଏହି ଦେଇଥିବା ୧ କିଲୋର ହାରରେ ଅସଲି ସୁନାର ଅଳଙ୍କାର ନଥିଲା । କଲ୍ୟାଣ ଜୁଏଲାରୀ ଗୋଟିଏ କାରିଗର ଏହି ନକଲି ହାର ପ୍ରସ୍ତୁତ କରିଥିଲେ ।

ହାର ପାଇଁ ଖର୍ଚ୍ଚ କରିବାକୁ ପଡିଥିଲା ପାଖାପାଖି ୩୮ ହଜାର ଟଙ୍କା । ତେବେ ଏକଥା ଜାଣିବା ପରେ ପୋଲିସ ଦମ୍ପତ୍ତଙ୍କୁ ଦଣ୍ଡ ଦେବା ବଦଳରେ ଚେତାଇ ଦେଇଥିଲା । କି ଆପଣ ଏମିତି ନକଲି ହାର କିମ୍ୱା ଅସଲି ଗହଣା ପିନ୍ଧି ସୋସିଆଲ ମିଡିଆରେ ଫଟୋ ଛାଡନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।