ତୃତୀୟ ପ୍ରବାହ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ । ଗତ ୧୭ ତାରିଖରୁ ପ୍ରସ୍ତୁତ ଏସଓପିରେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳ, ମେଡିକାଲ କଲେଜ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ଶିଶୁଙ୍କୁ ତୃତୀୟ ଲହର ବେଶି ପ୍ରଭାବିତ କରିପାରେ । ତେଣୁ ସବୁ ଡାକ୍ତର ଓ ନର୍ସଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ଟ୍ରେନିଂ । ୧୦ଟି ଆଇସୋଲେସନ ବେଡ୍ ସିଏଚସିୟୁର ୨ରୁ ୪ଟି ବେଡ୍ ରଖିବାକୁ କୁହାଯାଇଛି । ୬୪ଟି ଏନଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯ଼ାଇଛି  । ଭିମସାର ଏନଆଇସିୟୁରେ ୨୦ ବେଡ୍, ଏସସିବିରେ ୧୦, ବାଲେଶ୍ୱର ଏଫ.ଏମ୍.ରେ ୧୦ ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ପିଆଇସିୟୁରେ ୯୪ଟି , ଏଚଡିୟୁ ୮୪ଟି ପ୍ରସ୍ତୁତି ରଖିବାକୁ କୁହାଯାଇଛି । କଳାହାଣ୍ଡି ଓ ଦେବଗଡ଼ରେ ଶିଶୁଙ୍କ ପାଇଁ ଖୋଲିଛି ସ୍ୱତନ୍ତ୍ର ମେଡିକାଲ । ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସୁଛି । ଏହି ସମୟରେ ରାଜ୍ୟବାସୀଙ୍କୁ ସାବଧାନ ରହିବା ସହ କୋଭିଡ ନିୟମ ମାନିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପରାମର୍ଶ ଦେଇଛନ୍ତି । କୋଭିଡକୁ ମାତ୍ ଦେବାକୁ ଟିକାକରଣ ଓ କୋଭିଡ ନିୟମ ମାନିବା ଜରୁରୀ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ କରୋନା ବିରୋଧୀ ଲଢେଇରେ ନିଶ୍ଚୟ ଜିତିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଗର୍ଭବତୀ ପ୍ରେମିକାକୁ ଛାଡ଼ି ପଳାଇଲା ପ୍ରେମିକ: ଏଭଳି ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

 

Leave a Reply