କରୋନା ଟିକା ନେଇ କୁନି ଛୁଆଙ୍କ ସଚେତନତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

1 min read

ଭୁବନେଶ୍ୱର: ଭ୍ୟାକ୍ସିନ ନେଇ ପିଲାମାନଙ୍କ ସଚେତନତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । କରୋନାରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନର ଆବଶ୍ୟକତା ନେଇ ଅଭିନୟ ମାଧ୍ୟମରେ  ଲୋକଙ୍କୁ ସଚେତନ କରିଛନ୍ତି କିଛି କୁନି କୁନି ଛୁଆ । ଆଉ ପିଲାଙ୍କ ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଶ୍ରେଷ୍ଠ ଉପାୟ ବୋଲି କୁନି କୁନି ଛୁଆମାନେ ଅତି ସୁନ୍ଦରଭାବେ ବୁଝାଇଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଜଣାଇଛନ୍ତି । ପିଲାଙ୍କ ଦ୍ୱାରା ଅଭିନିତ ଏହି ସଚେତନତା ଭିଡିଓରେ ଲୋକମାନେ କିଭିଳି ଟିକା ଅପେକ୍ଷା କରୋନାରୁ ସୁରକ୍ଷିତ ରହିବା ପାଇଁ ପୂଜା ପାଠ ଉପରେ ଭରସା କରନ୍ତି । କିନ୍ତୁ ପୂଜା ପାଠ ପରେ ଭଗବାନ ନିଜେ ମଧ୍ୟ କରୋନାରୁ ସୁରକ୍ଷିତ ରହିବା ପାଇଁ ଆଗ ଟିକା ନେବା ନେଇ କହୁଥିବା ଏଥିରେ ଦର୍ଶାଇଛନ୍ତି । ଯାହା କିଛି ଲୋକଙ୍କ ମଧ୍ୟରେ ଥିବା କରୋନା ଟିକାକୁ ନେଇ ଧାରଣା ସମ୍ପର୍କରେ ସୂଚାଉଥିବା ସହ ଏ ଦିଗରେ ସଚେତନ ମଧ୍ୟ କରାଇଛି ।

Leave a Reply