ଗର୍ଭବତୀ ପ୍ରେମିକାକୁ ଛାଡ଼ି ପଳାଇଲା ପ୍ରେମିକ: ଏଭଳି ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ଫେସବୁକରୁ ପ୍ରେମ, ତାପରେ ଶାରୀରିକ ସମ୍ପର୍କ ଆଉ ଏବେ ପ୍ରେମିକ ଚମ୍ପଟ । ବାଧ୍ୟ ହୋଇ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ । ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ଯୁବତୀଙ୍କ ସହ ସିମୁଳିଆ ଥାନା କୁପୁରା ଅଞ୍ଚଳର ଯୁବକ ଜସିମ ସାହାଜିଙ୍କ ପ୍ରେମ ହୋଇଥିଲା । ଏହା ପରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ବେଙ୍ଗାଲୁରରେ ଏକ ହୋଟେଲ ୩ ମାସ ରହିଥିଲେ । ଯୁବତୀ ୨ ମାସର ଗର୍ଭବତୀ ହୋଇଥିବା ବେଳେ ଯୁବକ ଜଣକ ହୋଟେଲରେ ଯୁବତୀଙ୍କୁ ଛାଡ଼ି ପଳେଇ ଆସିଥିଲେ । ଫୋନ କଲେ ମଧ୍ୟ ଜସିମ୍ ଫୋନ୍ ନ ଉଠାଇବାରୁ ଯୁବତୀ ଜଣଙ୍କ ଗତ ମାସ ୯ ତାରିଖରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିଲା । ଯାହାଫଳରେ ଆଜି ଯୁବତୀଜଣକ ସିମୁଳିଆ ଥାନା ସମ୍ମୁଖରେ କିରାସିନ ଢାଳି ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ପୋଲିସ ଯୁବତୀକୁ ଉଦ୍ଧାର କରିବା ସହ ଯୁବତୀର ଭାଇଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ଏଥିସହିତ ପଢ଼ନ୍ତୁ: ରେକର୍ଡ଼ କଲା ଓଡ଼ିଶା: କୋଟିଏ ଅତିକ୍ରମ କଲା ପ୍ରଥମ ଡୋଜ୍ ଭ୍ୟାକ୍ସିନେସନ

 

Leave a Reply