spot_img
Home Blog Page 5612

ପାରାଦୀପ ବନ୍ଦରକୁ ୩ ନମ୍ୱର ବିପଦ ସଂକେତ

ଜଗତସିଂହପୁର: ପାରାଦୀପ ବନ୍ଦରକୁ ୩ନମ୍ବର ବିପଦ ସଂକେତ ଜାରି । ବାତ୍ୟା ୟଶକୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ବନ୍ଦରର ବର୍ଥରେ ଲାଗିଥିବା ଜାହାଜ ଓ ଆଙ୍କରେଜ ମଧ୍ୟରେ ଥିବା ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଇବା ଆରମ୍ଭ ହୋଇଛି । ବାତ୍ୟା ୟଶ ପାରାଦ୍ଵୀପରୁ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ , ଅଧିକ ଯୋରରେ ପବନ ସହିତ ଉଚ୍ଚ ସାମୁଦ୍ରିକ ଢେ଼ଉ ଉଠିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବନ୍ଦରର ଆଙ୍କରେଜ ଓ ବର୍ଥ ମଧ୍ୟରେ ଜାହାଜ ଗୁଡିକ ରହିଲେ ବନ୍ଦର ଓ ଜାହାଜର କ୍ଷତି ଘଟିବାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ପାରାଦ୍ଵୀପ ବନ୍ଦର ଆଗୁଆ ପଦକ୍ଷେପ ସହିତ ଜାହାଜ ଗୁଡିକୁ ଗଭୀର ସମୁଦ୍ରର ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଉଛି    ।

ଏଥିସହିତ ପଢ଼ନ୍ତୁ: ବାତ୍ୟାର ରୂପ ନେଲା ୟଶ, ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ

ବିବାଦୀୟ ମନ୍ତବ୍ୟରୁ ଓହରିଲେ ଯୋଗଗୁରୁ ବାବା ରାମଦେବ: କହିଲେ, ବିବୃତ୍ତି ପାଇଁ ଅନୁତପ୍ତ

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟରୁ ଓହରିଲେ ଯୋଗଗୁରୁ ବାବା ରାମଦେବ । ଆଧୁନିକ ଚିକିତ୍ସା ପଦ୍ଧତିକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ରାମଦେବ ପ୍ରତ୍ୟାହାର କରିନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚିଠି ପରେ ବିବାଦୀୟ ବିବୃତ୍ତି ପ୍ରତ୍ୟାହାର କରିଛନ୍ତି ବାବା । ଏ ନେଇ ସେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଟ୍ୱିଟ୍ କରି କହିଛନ୍ତି, ଏଲୋପାଥୀକୁ ନେଇ ଦେଇଥିବା ବିବୃତ୍ତିକୁ ମୁଁ ପ୍ରତ୍ୟାହାର କରୁଛି । ଦେଇଥିବା ବିବୃତ୍ତି ପାଇଁ ମୁଁ ଅନୁତପ୍ତ ବୋଲି ରାମଦେବ ଟ୍ୱିଟ୍ କରିଛନ୍ତି । ଏଲୋପାଥୀ ଚିକିତ୍ସାକୁ ଏକ ଦେବାଳିଆ ସାଇନ୍ସ ବୋଲି କହିଥିଲେ ରାମଦେବ । ଏଲୋପାଥି ଖାଇ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ରେମଡିସିଭିର ଓ ଫାଭି ଫ୍ଲୁ ଭଳି ଔଷଧକୁ ମଧ୍ୟ ରାମଦେବ ନିନ୍ଦା କରିଥିଲେ । ଏହାକୁ ନେଇ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଏମଏ ଦାବି କରିଥିବା ବେଳେ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଚିଠି ଲେଖିଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଏଥିସହିତ ପଢ଼ନ୍ତୁ: ଟୁଲକିଟ୍ ମାମଲାରେ ଆକ୍ସନ୍, ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପୋଲିସର ନୋଟିସ୍

 

ବାତ୍ୟା ପାଇଁ କୋହଳ ହେଲା ଲକ୍‌ଡାଉନ୍ କଟକଣା: ଦିନ ୧ଟା ଯାଏଁ ଖୋଲା ରହିବ ଦୋକାନ

ଭୁବନେଶ୍ୱର: ବାତ୍ୟା ପାଇଁ ଲକଡାଉନ କୋହଳ । ଦୁଇ ଦିନ ପାଇଁ ୧୦ ଜିଲ୍ଲାରେ ଲକ୍‌ଡାଉନ୍ କୋହଳ । ଆଜି ଓ ଆସନ୍ତାକାଲି ପାଇଁ ଏହି ନିୟମ କୋହଳ କରାଯାଇଛି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଲକଡାଉନ ନିୟମକୁ କୋହଳ କରାଯାଇଛି । ସକାଳ ୭ରୁ ଦିନ ଗୋଟାଏ ଯାଏ ଖୋଲା ରହିବ ବଜାର । କରୋନା କଟକଣାରେ ଲୋକେ ଯାଇ ଜିନିଷ କିଣିପାରିବେ । ବାତ୍ୟା ପୂର୍ବରୁ ଲୋକେ ଆବଶ୍ୟକୀୟ ସାମଗ୍ରୀ କିଣିବା ତଥା ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ରାସ୍ତାକଡ଼ ଦୋକାନ, କ୍ଷୀର ଦୋକାନ, ପାଉଁରୁଟି ଓ ବିଭିନ୍ନ ଜରୁରୀ ସାମଗ୍ରୀ ପନିପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲାରହିବ ।

ଏଥିସହିତ ପଢ଼ନ୍ତୁ: ୟଶ ନେଇ ବାଲେଶ୍ୱର ପ୍ରଶାସନର ପ୍ରସ୍ତୁତି : ୪ ଦିନ ପାଇଁ ପିଇବା ପାଣି ଗଚ୍ଛିତ ରଖିବାକୁ ପରାମର୍ଶ

ୟଶ ନେଇ ବାଲେଶ୍ୱର ପ୍ରଶାସନର ପ୍ରସ୍ତୁତି : ୪ ଦିନ ପାଇଁ ପିଇବା ପାଣି ଗଚ୍ଛିତ ରଖିବାକୁ ପରାମର୍ଶ

ବାଲେଶ୍ୱର: ବାତ୍ୟା ୟଶ୍‌ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଅତି କମ୍‌ରେ ୪ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖିବାକୁ ସମସ୍ତଙ୍କୁ କୁହାଯାଇଛି । କେହି କଚ୍ଚା ଘରେ ରୁହନ୍ତୁ ନାହିଁ  ଏବଂ ସମସ୍ତଙ୍କୁ ନିକଟତମ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସରକାରୀ ପକ୍କା ଗୃହରେ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଛି । ଏହି ସୂଚନା ନିଜ ଅଖପାଖ ଲୋକଙ୍କୁ ମଧ୍ୟ ଜଣାଇବାକୁ ଟ୍ୱିଟ୍ କରି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ବାତ୍ୟାର ରୂପ ନେଇଛି ୟଶ । ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ । ପାରାଦୀପ-ସାଗରଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ । ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତାକାଲିଠୁ ପବନର ବେଗ ଘଣ୍ଟାପ୍ରତି ୧୪୫ ରୁ ୧୭୦ କିଲୋମିଟରରେ ପହଞ୍ଚିବ । ଲ୍ୟାଣ୍ଡଫଲ୍ ବେଳକୁ ପବନ ବେଗ ବଢି ଘଣ୍ଟା ପ୍ରତି ୧୮୫ କିଲୋମିଟର ହେବ ବୋଲି ଆକଳନ କରାଯାଇଛି । ବାତ୍ୟା ୟଶ ଏବେ ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପ ଠାରୁ ୫୪୦ କିମି ଦୂରରେ ରହିଛି । ସେହିପରି ଉତ୍ତର-ଉତ୍ତର ପୂର୍ବ ବାଲେଶ୍ୱର ଠାରୁ ୬୫୦, ଦକ୍ଷିଣ- ଦକ୍ଷିଣ ପୂର୍ବ ଦୀଘା ଠାରୁ ୬୩୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଦ୍ୱାରା ଉପକୂଳ ଓଡ଼ିଶାର ୮ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । ଏ ନେଇ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ରେଡ୍ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ବାତ୍ୟାର ରୂପ ନେଲା ୟଶ, ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ

ଭୁବନେଶ୍ୱର: ବାତ୍ୟାର ରୂପ ନେଲା ୟଶ । ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ । ପାରାଦୀପ-ସାଗରଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ । ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତାକାଲିଠୁ ପବନର ବେଗ ଘଣ୍ଟାପ୍ରତି ୧୪୫ ରୁ ୧୭୦ କିଲୋମିଟରରେ ପହଞ୍ଚିବ । ଲ୍ୟାଣ୍ଡଫଲ୍ ବେଳକୁ ପବନ ବେଗ ବଢି ଘଣ୍ଟା ପ୍ରତି ୧୮୫ କିଲୋମିଟର ହେବ ବୋଲି ଆକଳନ କରାଯାଇଛି । ବାତ୍ୟା ୟଶ ଏବେ ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପ ଠାରୁ ୫୪୦ କିମି ଦୂରରେ ରହିଛି । ସେହିପରି ଉତ୍ତର-ଉତ୍ତର ପୂର୍ବ ବାଲେଶ୍ୱର ଠାରୁ ୬୫୦, ଦକ୍ଷିଣ- ଦକ୍ଷିଣ ପୂର୍ବ ଦୀଘା ଠାରୁ ୬୩୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଦ୍ୱାରା ଉପକୂଳ ଓଡ଼ିଶାର ୮ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । ଏ ନେଇ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ରେଡ୍ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଏଥିସହିତ ପଢ଼ନ୍ତୁ: ବାତ୍ୟା ପ୍ରଭାବରେ କାଲିଠୁ ବର୍ଷା: ୮ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ

ରାଜ୍ୟରେ ଆଉ ୧୧୦୫୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧ହଜାର ୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୧୧ହଜାର ୬୨୭ ସୁସ୍ଥ ହୋଇଛନ୍ତି । ୩୨ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । କ୍ୱାରେଣ୍ଟାଇନ୍‌ରୁ ୬୧୯୩, ଲୋକାଲ କେସ୍ ୪୮୬୬ । କଟକରୁ ସର୍ବାଧିକ ୧୧ଶହ ୩୩, ଖୋର୍ଦ୍ଧାରୁ ୧୦୧୦ କରୋନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୫୯, ସୁନ୍ଦରଗଡ଼ରୁ ୭୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୬୬୨, ଯ଼ାଜପୁରରୁ ୫୬୪, ପୁରୀରୁ ୪୩୦, କଳାହାଣ୍ଡିରୁ ୪୦୭, ବାଲେଶ୍ୱରରୁ ୪୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୩୭୯, ଭଦ୍ରକରୁ ୩୭୭, ବରଗଡ଼ରୁ ୩୬୭, ଢେଙ୍କାନାଳରୁ ୩୫୧, ଜଗତସିଂହପୁରରୁ ୩୩୦, ନବରଙ୍ଗପୁରରୁ ୩୨୨, କେନ୍ଦ୍ରାପଡାରୁ ୩୦୯ ଆକ୍ରାନ୍ତ ଚିହ୍ନଟ । ବୌଦ୍ଧରୁ ୨୬୧, ନୟାଗଡ଼ରୁ ୨୪୬, ଝାରସୁଗୁଡାରୁ ୨୨୮, ସୋନପୁରରୁ ୨୦୪, ଷ୍ଟେଟପୁଲରୁ ୨୦୩, କେନ୍ଦୁଝରରୁ ୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ାରୁ ୧୭୭, କୋରାପୁଟରୁ ୧୭୫, ବଲାଙ୍ଗୀରରୁ ୧୬୬, ଗଞ୍ଜାମରୁ ୧୫୫, ଦେଓଗଡ ଓ କନ୍ଧମାଳରୁ ୧୦୩ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୯୮, ଗଜପତିରୁ ୬୭, ନୂଆପଡାରୁ ୪୪ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ ପଜିଟିଭ ସଂଖ୍ୟା ୭ଲକ୍ଷ ୩ହଜାର ୪୪୧ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୫ଲକ୍ଷ ୮୯ହଜାର ୬୧୦ । ଆକ୍ଟିଭ କେସ୍ ୧ଲକ୍ଷ ୧୧ହଜାର ୨୬୨ ରହିଛି । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨୫୧୬ରେ ପହଞ୍ଚିଛି ।

ଶରୀରରେ ମହୁମାଛି ଚଢ଼ାଇ ଫଟୋସୁଟ୍ କଲେ ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲି

ନୂଆଦିଲ୍ଲୀ: ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ବୋଲ୍ଡନେସ୍ ଏବଂ ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ପାଗଳ । ବିଶେଷକରି ଝିଅମାନେ ତାଙ୍କ ପରି ସୁନ୍ଦର ଦେଖାଯିବା ପାଇଁ କସମେଟିକ୍ ସର୍ଜରୀ ପର୍ଯ୍ୟନ୍ତ କରିଥାନ୍ତି । ଆଞ୍ଜେଲିନାଙ୍କ ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଯାଏ । ଆଜିକାଲି ଅଭିନେତ୍ରୀ ତାଙ୍କର ଏକ ବିଶେଷ ଫଟୋସୁଟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ମହୁମାଛି ସହିତ ଫଟୋସୁଟ୍ କରିଛନ୍ତି ଯାହା ଭାଇରାଲ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

 

View this post on Instagram

 

A post shared by National Geographic (@natgeo)

ବାସ୍ତବରେ, ଆଞ୍ଜେଲିନା ଜୋଲି ବିଶ୍ୱ ମହୁମାଛି ଦିବସରେ ଏକ ଫଟୋସୁଟ୍ କରିଥିଲେ । ଯେଉଁ ଫଟୋ ନ୍ୟାସନାଲ୍ ଜିଓଗ୍ରାଫିକ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛି । ଏହି ଫଟୋଗୁଡ଼ିକରେ ଆଞ୍ଜେଲିନାଙ୍କ ଶରୀରରେ ମହୁମାଛି ଚଢିଥିବାର ଦେଖାଯାଇଛି । ଯାହା ତାଙ୍କ କାନ୍ଧ ଏବଂ ମୁହଁରେ ଚାଲୁଥିବାର ଦେଖାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହୁମାଛିମାନେ ଆଞ୍ଜେଲିନାଙ୍କ ଶରୀର ଉପରେ ୧୮ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲେ । ଏହି ସମୟରେ ଅଭିନେତ୍ରୀ ସ୍ଥିର ରହି ମୁଣ୍ଡ ଉପରକୁ ଓ ତଳକୁ କରୁଥିବା ଦେଖାଯାଇଛି । ମହୁମାଛି ପାଳକ ଏବଂ ଫଟୋଗ୍ରାଫରମାନେ କହିଛନ୍ତି ଯେ ମହୁମାଛିଙ୍କୁ ଶାନ୍ତ କରିବା ଏବଂ ଆଞ୍ଜେଲିନାଙ୍କ ଶରୀରରକୁ ନକାମୁଡିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ସୁଟ୍ ଅତି ସାବଧାନର ସହିତ ସମାପ୍ତ ହୋଇଥିଲା ।

ବାତ୍ୟା ପ୍ରଭାବରେ କାଲିଠୁ ବର୍ଷା: ୮ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା ୩୦ରୁ ବର୍ଷା ଆରମ୍ଭ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୬ ତାରିଖରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ,କେନ୍ଦୁଝର ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରାଯାଇଛି । ସେହିପରି ୨୭ ତାରିଖ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନ, ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କିଛି ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ଏନେଇ ସୁନ୍ଦରଗଡ଼, ଦେବଗଡ଼ ଏବଂ କେନ୍ଦୁଝର ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: #CycloneYaas: ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ

#CycloneYaas: ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ

ଭୁବନେଶ୍ୱର: ବାତ୍ୟାର ରୂପ ନେବ ୟଶ । ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ । ପାରାଦୀପ-ସାଗରଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ପବନ ଆରମ୍ଭ ହେବ । ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତାକାଲିଠୁ ପବନର ବେଗ ଘଣ୍ଟାପ୍ରତି ୧୪୫ ରୁ ୧୭୦ କିଲୋମିଟରରେ ପହଞ୍ଚିବ । ଲ୍ୟାଣ୍ଡଫଲ୍ ବେଳକୁ ପବନ ବେଗ ବଢି ଘଣ୍ଟା ପ୍ରତି ୧୮୫ କିଲୋମିଟର ହେବ ବୋଲି ଆକଳନ କରାଯାଇଛି । ବାତ୍ୟା ୟଶ ଏବେ ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପ ଠାରୁ ୫୪୦ କିମି ଦୂରରେ ରହିଛି । ସେହିପରି ଉତ୍ତର-ଉତ୍ତର ପୂର୍ବ ବାଲେଶ୍ୱର ଠାରୁ ୬୫୦, ଦକ୍ଷିଣ- ଦକ୍ଷିଣ ପୂର୍ବ ଦୀଘା ଠାରୁ ୬୩୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଦ୍ୱାରା ଉପକୂଳ ଓଡ଼ିଶାର ୮ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । ଏ ନେଇ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ରେଡ୍ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଏଥିସହିତ ପଢ଼ନ୍ତୁ: #CycloneYaas: ‘କରୋନା ପାଇଁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ’

କାଳିଆପାଣି ଇମ୍ଫା କ୍ରୋମାଇଟ୍ ଖଣିରେ ଦୁର୍ଘଟଣା, କ୍ରସର ମେସିନରେ ଚାପିହୋଇ ଶ୍ରମିକ ମୃତ

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ଇମ୍ଫା କ୍ରୋମାଇଟ୍ ଖଣିରେ ଦୁର୍ଘଟଣା । କ୍ରସର ମେସିନରେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତ ଶ୍ରମିକଙ୍କ ପରିଚୟ ମିଳିପାରି ନଥିବା ବେଳେ ଏବେବି ମୃତଦେହ କ୍ରସର ବକେଟ୍ ତଳେ ଚାପି ହୋଇ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

One Labour Died In Impha Chromite Mines Kaliapani

ଇମ୍ଫା କ୍ରୋମାଇଟ୍ ଖଣି ଭିତରେ ଥିବା ଏକ କ୍ରସର୍ ୟୁନିଟରେ ଆଜି ଶ୍ରମିକ ମାନେ କାମ କରୁଥିବା ସମୟରେ ହଠାତ୍ ଫିଲଟର ବକେଟଟି ତଳକୁ ଖସି ପଡ଼ିଥିଲା । ଏହି ସମୟରେ ସେଠାରେ ଥିବା ୨ ଜଣ ଶ୍ରମିକ ବକେଟ୍ ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ଏନେଇ ଖଣି କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।