spot_img
Home Blog Page 5609

ବାଲେଶ୍ୱର ଯିବାକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ବାଲେଶ୍ବର ଯିବାକୁ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ରହି ଶକ୍ତିମନ୍ତ୍ରୀ ସ୍ଥିତି ଉପରେ ନଜର ରଖିବେ । ଆଇଏମ୍‌ଡିର ସଦ୍ୟ ସୂଚନା ମୁତାବକ ବାଲେଶ୍ୱର-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ଏହି ସମୟରେ ଅଧିକ ୧୫୫-୧୬୫ ବେଗରେ ପବନ ବହିବା ସହ ବିଦ୍ୟୁତ ସେବା ମଧ୍ୟ ବ୍ୟାହାତ ହେବ । ଏଣୁ ବାତ୍ୟା  ମୁକାବିଲା ଓ ପରବର୍ତ୍ତୀ ସମୟର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।

ଏଥିସହିତ ପଢ଼ନ୍ତୁ: ‘ୟାସ୍’ ଭେରୀ ସିଭିୟର ସାଇକ୍ଳୋନ୍ କିନ୍ତୁ ମହାବାତ୍ୟାର ରୂପ ନେବ ନାହିଁ: ମୃତ୍ୟୁଞ୍ଜୟ ମହାପାତ୍ର

‘ୟାସ୍’ ଭେରୀ ସିଭିୟର ସାଇକ୍ଳୋନ୍ କିନ୍ତୁ ମହାବାତ୍ୟାର ରୂପ ନେବ ନାହିଁ: ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ: ବାତ୍ୟା ‘ୟାସ୍’ ଆଜି ସକାଳେ ପାରାଦୀପ ଠାରୁ ୩୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । ଏହା ଘନିଭୂତ ହୋଇ ପ୍ରବଳ ବାତ୍ୟାରେ ପରିଣତ ହୋଇଛି । ଏବଂ ସନ୍ଧ୍ୟା ସୁଦ୍ଧା ଅତି ପ୍ରବଳ ବାତ୍ୟାରେ ପରିଣତ ହେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ଭୋରୁ ଧାରମା ନିକଟରେ କେନ୍ଦ୍ରୀଭୂତି ହେବ । ଏବଂ ଦ୍ୱିପ୍ରହର ବେଳକୁ ବାଲେଶ୍ୱର-ଧାମରା ମଧ୍ୟରେ ଗତି କରିବ । ଏହି ସମୟରେ ପବନର ବେଳ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରୀରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ପବନ ବଢ଼ିବାରେ ଲାଗିବ । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ସବୁଠାରୁ ବେଶୀ ପବନ କାଲି ପ୍ରାତଃ ସମୟରେ ରହିବ । ଏବଂ ଏହା ଦ୍ୱିପ୍ରହର ଯାଏ ରହିବ । ବାତ୍ୟାର ଆଖି ବାଲେଶ୍ୱର-ଧାମରା ମଧ୍ୟରେ ଉପକୂଳ ଦେଇ ଗତି କରିବ । ତେବେ ଏହା ଭେରୀ ସିଭିୟର ସାଇକ୍ଳୋନ୍ କିନ୍ତୁ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ନାହିଁକି ଏହା ମାହାବାତ୍ୟାର ରୂପ ନେବନାହିଁ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ପାଇଁ ବଢ଼ିଲା ବିପଦ: ବାଲେଶ୍ୱର-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍’

ଓଡ଼ିଶା ପାଇଁ ବଢ଼ିଲା ବିପଦ: ବାଲେଶ୍ୱର-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍’

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ବଢ଼ିଲା ବିପଦ । ବାଲେଶ୍ୱର-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍’ । ଆସନ୍ତକାଲି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟାସ୍ । ଏ ନେଇ ସୂଚାନ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।  ତେବେ ଆଜି ଭେରୀ ସିଭିୟର ସାଇକ୍ଲୋନର ରୂପ ନେବ ବାତ୍ୟା । ପାରାଦୀପଠୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୩୨୦ କିଲୋମିଟର ଦୂରରେ ଥିବା ବେଳେ, ବାଲେଶ୍ବରଠୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୪୩୦ ଓ ଦୀଘାଠୁ ୪୨୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍ । ଏହା ଧିରେ ଧିରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ୟାସ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ଅମ୍ଫାନଠୁ ଆହୁରି ଭୟଙ୍କର ହେବା ନେଇ ଅନୁମାନ କରାଯାଉଛି । ଏହା ଆହୁର ଅଧିକ ଭେରୀ ସିଭିୟର ସାଇକ୍ଳୋନ୍‌ର ରୂପ ନେବ । ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । କେନ୍ଦ୍ରାପଡ଼ା, ବାଲେଶ୍ୱର ଜଗତସିଂହପୁର, ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନ ।

 

ଆପଣଙ୍କ ଟିକା ଆଉ କିଏ ନେଇ ଯାଉଛି କି ?

ନୂଆଦିଲ୍ଲୀ: କୋଭିଡ୍ ଟିକାକୁ ନେଇ ଭାରତରେ ଯେମିତି ଆଗ୍ରହ ବଢ଼ିଛି ସେମିତି ଏହି ଟିକା ଲୋକଙ୍କ ପାଖରେ ଉପଲବ୍ଧ ହେବା ରହସ୍ୟ ଘେରରେ ରହି ଆସିଛି। କେତେବେଳେ ଟିକା ନେବା ପାଇଁ ରାତି ଅଧରୁ ଲୋକ ଟିକାଦାନ କେନ୍ଦ୍ର ଆଗରେ ଧାଡ଼ି ଲଗାଉଥିବା ଦେଖବାକୁ ମିଳୁଛି ତ ଆଉ କେଉଁଠି ଟଟିକା ନେବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବା ପରେ ଲୋକଙ୍କୁ ମନ ଦୁଃଖରେ ଫେରିବାକୁ ପଡ଼ୁଛି। ଏପଛର ମୂଳ କାରଣ ହେଉଛି ଯେତିକି ଚାହିଦା ରହିଛି ସେହି ଅନୁସାରେ ଟିକା ମିଳୁ ନାହିଁ। ସରକାର ଗୋଟିକ ପରେ ଗୋଟିଏ ଟିକଦାନ କେନ୍ଦ୍ର ବନ୍ଦ କରିଲେ ମଧ୍ୟ ଅଭାବ ଦୁର ହେଉନାହିଁ । ଅପରପକ୍ଷେ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଟିକା ଉତ୍ପାଦନ ଏବଂ ଏବଂ ଟିକାଦାନ ରିପୋର୍ଟ ଭିତରେ ତାଳମେଳ ରହୁ ନାହିଁ। ଏପରିକି ସରକାରଙ୍କ ପ୍ରଦତ୍ତ ତଥ୍ୟକୁ ଯଦି ହିସାବକୁ ନିଆଯାଏ ତେବେ ଦୈନିକ ଦେଶରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଟିକା ନଷ୍ଟ ହେଉଛି ବା ବଳକା ରହୁଛି। ଏ ଟିକା ଯାଉଛି କୁଆଡ଼େ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭାରତ ସରକାରଙ୍କ ରିପୋର୍ଟ ଅନୁସାରେ ଦେଶରେ ଦୁଇଟି ଟିକା କମ୍ପାନୀ ଟିକା ଉତ୍ପାଦନ କରୁଛନ୍ତି। ଏହି ଦୁଇ କମ୍ପାନୀ ଏବେ ଦିନକୁ ହାରାହାରି ୨୭ ଲକ୍ଷ ଡୋଜ୍ ପ୍ରସ୍ତୁତ କରୁଛନ୍ତି। ଏହି ଟିକା ସରକାରଙ୍କ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି। ତାହା ପୁଣି ଏକ ନିର୍ଦିଷ୍ଟ ଅନ୍ ଲାଇନ୍ ପ୍ଲାଟଫର୍ମ ଜରିଆରେ ନିୟନ୍ତ୍ରଣ କରାଯାଉଛି। ଟିକାଦାନ କାର୍ଯ୍ୟକ୍ରମକୁ ସ୍ୱଛ କରିବା ପାଇଁ ଏହି ଅନ୍ଲାଇନ୍ ପ୍ଲାଟ୍ଫର୍ମ ବା କୋ ୱିନ୍ ପୋର୍ଟାଲ୍ ବ୍ୟବହାର କରାଯାଉଛି। ଏହି ପୋର୍ଟାଲରେ ଦେଶର କେଉଁ କୋଣରେ କିଏ ଟିକା ନେଲା ତାହାର ସବିଶେଷ ରିପୋର୍ଟ ରହୁଛି। ହେଲେ କୋୱିନ୍ ପୋର୍ଟାଲ୍ର ତଥ୍ୟ ଅନୁସାରେ ଦେଶରେ ହାରାହାରି ଦୈନିକ ୧୬ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯାଉଛି। ଏଥିରେ ଉଭୟ ପ୍ରଥମ ଓ ଦ୍ବିତିୀୟ ଡୋଜ୍ ଟିକାଦାନ ଅନ୍ତର୍ଭୁକ୍ତ।

ମେ ମାସର ଟିକା ଉତ୍ପାଦନ ଓ ଟିକାଦାନକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ଜଣାପଡ଼ିବ। ଏହି ମାସର ପ୍ରଥମ ସପ୍ତାହରେ ଅର୍ଥାତ୍ ମେ ତାରିଖରୁ ମେ ୭ ତାରିଖ ଭିତରେ ବିଭିନ୍ନ ରାଜ୍ୟରେ ୧ କୋଟି ୨୧ ଲକ୍ଷ ୬୦ ହଜାରରୁ ଅଧିକ ନାଗରିକଙ୍କୁ ଟିକା ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ସପ୍ତାହରେ ଏହି ଟିକାଦାନ ପରିମାଣ ୧କୋଟି ୨୮ ଲକ୍ଷ ୩୦ ହଜାର ଥିବା ବେଳେ ତୃତୀୟ ସପ୍ତାହରୁ ଟିକାର ଭୟଙ୍କର ଅଭାବ ଦର୍ଶାଇ ଟିକାଦାନକୁ ସଙ୍କୁଚିତ କରାଯାଇଥିଲା। ଏହି ସପ୍ତାହରେ ୯୨ ଲକ୍ଷ ୧୦ ହଜାର ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ଚତୁର୍ଥ ସପ୍ତାହରେ ଅର୍ଥାତ୍ ମେ ୨୩ତାରିଖ ସୁଦ୍ଧା ମାତ୍ର ୨୪ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି। ଅର୍ଥାତ୍ ମେ ମାସ ୨୩ ତାରିଖ ସୁଦ୍ଧା ଦେଶରେ ୩ କୋଟି୬୬ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକାଦାନ କରାଯାଇଛି।

ଅପରପକ୍ଷେ ସୁପ୍ରିମକୋର୍ଟଙ୍କ ପାଖରେ ଭାରତ ସରକାର ଦାଖଲ କରିଥିବା ସତ୍ୟପାଠ ଅନୁସାରେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ( ଏସ୍ଆଇଆଇ) ୬.୫ କୋଟି କୋଭିସିଲ୍ଡ ଟିକା ଏବଂ ଭାରତ ବାୟୋଟେକ୍ ୨ କୋଟି ଟକା ପ୍ରସ୍ତୁତ କରୁଛନ୍ତି। ଏହି ରିପୋର୍ଟ ଭାରତ ସରକାରଙ୍କ ପକ୍ଷରୁ ମେ ମାସ ଆରମ୍ଭରୁ ଦାଖଲ କରାଯାଇଥିଲା। ସେଥିରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ଆଗକୁ ଜୁଲାଇ ମାସ ଶେଷ ସୁଦ୍ଧା ଦେଶରେ ସାଢ଼େ ପାଞ୍ଚ କୋଟି କୋଭାକ୍ସିନ୍ ଟିକା ପ୍ରସ୍ତୁତ କରିବା ଲାଗି ଚେଷ୍ଟା କରାଯାଉଛି। ଏହା ସହ ମାସକୁ ୩୦ ଲକ୍ଷ ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରଯିବ। ଏହି ରିପୋର୍ଟରେ ମେ ମାସରେ ସର୍ବନିମ୍ନ ସାଢ଼େ ଆଠ କୋଟି ଟିକା ଭାରତରେ ପ୍ରସ୍ତୁତ ହେଉଥିବା ଦର୍ଶାଯାଇଛି। ଭାରତ ସରକାରଙ୍କ ଏହି ରିପୋର୍ଟକୁ ଉଭୟ କୋଭାକ୍ସିନ୍ ଓ କୋଭିସିଲ୍ଡ ପ୍ରସ୍ତୁତକାରୀ କମ୍ପାନୀମାନେ ସମର୍ଥନ ଦେଇଛନ୍ତି।

ଏହି ରିପୋର୍ଟ ଦର୍ଶାଉଛଇ ଯେ, ଦେଶରେ ମେ ମାସରେ ସାଢ଼େ ଆଠ କୋଟି ପାନ ଟିକା ପ୍ରସ୍ତୁତ ହେଉଥିବା ବେଳେ ଲୋକଙ୍କୁ ମାତ୍ର ୩କୋଟି ୬୬ ଲକ୍ଷ ପାନ ଟିକା ଦିଆଯାଇଛି। ଅର୍ଥାତ୍ ପ୍ରାୟ ୫ କୋଟି ଟକାର ହିସାବ ଏବେ ମିଳୁ ନାହିଁ।

ଏବେ ଭାରତ ସରକାରଙ୍କ ଦ୍ୱାରା ଟିକା ରପ୍ତାନୀ କାର୍ଯ୍ୟକ୍ରମ ବନ୍ଦ ରହିଛି। ଅର୍ଥାତ୍ ଯେଉଁ ଟିକା ଭାରତରେ ଉତ୍ପାଦନ ହେଉଛି ତାହା ଦେଶର ଲୋକଙ୍କୁ ପ୍ରଦାନ କରାଯାଉଛି। ଯେତେବେଳେ ମାସିକ ୫ କୋଟି ଟକା ଦାନର ହିସାବ ମିଳୁ ନାହିଁ ସେହି ସମୟରେ ଟିକା ଅଭାବ ହେଉଥିବା ନେଇ ଯେଉଁ ସରକାରୀ ରିପୋର୍ଟ ପ୍ରଦାନ କରାଯାଉଛି ତାହା କେତେଦୂର ସତ୍ୟ। ଏ ଅଭାବ କୃତ୍ରିମ ଅଭାବ ନା ଏ ଭିତରେ ଟିକା ଗୋପନ ଭାବେ ଘରୋଇ କ୍ଷେତ୍ରକୁ ରପ୍ତାନୀ କରାଯାଉଛି।

ବାତ୍ୟା ୟାସ୍ ପ୍ରଭାବରେ ରାଜ୍ୟର ବିିଭିନ୍ନ ସ୍ଥାନରେ ବର୍ଷା: ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା ୟାସ୍‌  ପାରାଦୀପଠୁ ୩୬୦ କିଲୋମିଟର ଦୂରରେ ଥିବା ବେଳେ, ବାଲେଶ୍ବରଠୁ ୪୬୦ ଦୀଘାଠୁ ୪୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ ତେବେ ଏହାରି ମଧ୍ୟରେ ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ଆରମ୍ଭ ହେଲାଣି । ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବର୍ଷାର ପରିମାଣ ବଢ଼ିପାରେ।  ଉପକୂଳ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  ତେଣୁ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ବାଲେଶ୍ୱର ଭଳି ୮ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି

ସେହିପରି  ଆଜିପାଇଁ ଗଞ୍ଜାମ, ଢେଙ୍କାନାଳ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ସେହିପରି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ଦିନ ଅର୍ଥାତ ୨୬ ତାରିଖ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ୯ଟି ଜିଲ୍ଲାଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କେନ୍ଦୁଝର ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି

ଏତଦ୍ ବ୍ୟତୀତ ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ସୁନ୍ଦରଗଡ଼ ଭଳି ୫ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି।  ଏହିସବୁ ଜିଲ୍ଲାରେ ବର୍ଷା ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରିବା ସହ ବାତ୍ୟା ସଂପୂର୍ଣ୍ଣ ନସରିବା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି।

ଏଥିସହିତ ପଢ଼ନ୍ତୁ: ପାରାଦୀପଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍

ଆଉ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୬୧୭୮ ଓ ଲୋକାଲରୁ ୪୭୬୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୮୧୯, ବଲେଶ୍ୱର ୩୬୧, ବରଗଡ଼ ୩୨୩, ଭଦ୍ରକ ୧୪୨, ବଲାଙ୍ଗୀର ୧୯୫,  ବୌଦ୍ଧ ୩୮୫, କଟକ ୯୨୨, ଦେବଗଡ଼ ୧୦୦, ଢ଼େଙ୍କାନାଳ ୭୬୩, ଗଜପତି ୪୩, ଗଞ୍ଜାମ ୨୫୪, ଜଗତସିଂହପୁର ୨୯୧, ଯାଜପୁର ୫୪୧, ଝାରସୁଗୁଡ଼ା ୧୯୧, କଳାହାଣ୍ଡି ୨୪୪, କନ୍ଧମାଳ ୭୭, କେନ୍ଦ୍ରାପଡ଼ା ୩୨୩, କେନ୍ଦୁଝର ୧୭୬, ଖୋର୍ଦ୍ଧା ୧୨୯୮, କୋରାପୁଟ ୨୪୨, ମାଲକାନଗିରି ୧୦୩, ମୟୂରଭଞ୍ଜ ୬୦୪, ନବରଙ୍ଗପୁର ୩୬୨, ନୟାଗଡ଼ ୨୨୫, ନୂଆପଡ଼ା ୨୨୫, ପୁରୀ ୪୫୬, ରାୟଗଡ଼ା ୧୫୬, ସମ୍ୱଲପୁର ୩୧୯, ସୋନପୁର ୨୩୧, ସୁନ୍ଦରଗଡ଼ ୫୧୨ ଓ ଷ୍ଟେଟ୍ ପୁଲ୍‌ରୁ ୨୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପାରାଦୀପଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍

ପାରାଦୀପଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍

ଭୁବନେଶ୍ୱର,ବାଲେଶ୍ୱର,ଜଗତସିଂହପୁର: ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା ୟାସ୍‌  । ଆଜି ଭେରି ସିଭିୟର ସାଇକ୍ଲୋନର ରୂପ ନେବ ବାତ୍ୟା । ପାରାଦୀପଠୁ ୩୬୦ କିଲୋମିଟର ଦୂରରେ ଥିବା ବେଳେ, ବାଲେଶ୍ବରଠୁ ୪୬୦ ଓ ଦୀଘାଠୁ ୪୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ । ଏହା ଧିରେ ଧିରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ୟାସ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଗତି କରୁଛି । ଆସନ୍ତାକାଲି ଦ୍ବିପହରେ ବାଲେଶ୍ବର ପାଖାପାଖି ଅତିକ୍ରମ କରିପାରେ ବାତ୍ୟା ୟାସ । ଅମ୍ଫାନଠୁ ଆହୁରି ଭୟଙ୍କର ହେବା ନେଇ ଅନୁମାନ କରାଯାଉଛି । ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ବାଲେଶ୍ବର ପାଖରେ ଲ୍ୟାଣ୍ଡଫଲ୍‌ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ୟାସ୍‌ ପ୍ରଭାବରେ ଉପକୂଳ ଓଡ଼ିଶାରେ ଧୀରେ ଧୀରେ ପବନର ବେଗ ଓ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଲ୍ୟାଣ୍ଡଫଲ୍‌ ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ହୋଇପାରେ । ସେହିପରି ଝଟ୍‌କା ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ହୋଇପାରେ । ବାଲେଶ୍ବର, ଭଦ୍ରକ, ଓ ପଶ୍ଚିମଙ୍ଗର ମେଦୀନିପୁର ସମୁଦ୍ର ଅଶାନ୍ତ ରହିବ । ସମୁଦ୍ର ଅଶାନ୍ତ ହୋଇ ଲହଡ଼ି ୧୪ ମିଟର ହୋଇପାରେ  । ଲ୍ୟାଣ୍ଡଫଲ୍ ସମୟରେ ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚରେ ଜୁଆର ଉଠିପାରେ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜକୁ ୟାସ୍‌ ଅଧିକ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ମଧ୍ୟ ୟାସର ପ୍ରଭାବ ପଡ଼ିବ । ଘଣ୍ଟାକୁ ୯୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହୋଇପାରେ ।

ଏଥିସହିତ ପଢ଼ନ୍ତୁ: ଆଉ ନାହାଁନ୍ତି ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ, କୋଭିଡରେ ପରଲୋକ

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ଆରଡି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହ ଦାସ ସାହିରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ୧୫ବଖରା ଘର। ଗ୍ୟାସ ଲିକ ଯୋଗୁଁ ନିଆଁ ଲାଗିଥିବା ଲୋକେ କହୁଥିବା ବେଳେ ନିଆଁର ଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ଭୟାବହତା ଏତେଥିଲା ଯେ ଚାନ୍ଦବାଲିର ଦୁଇଟି ଦମକଳକୁ ନିଆଁ ଲିଭାଇବାକୁ ଲାଗିଥିଲା ୫ଘଣ୍ଟାରୁ  ଅଧିକ ସମୟ। ତେବେ ଦମକଳ ବାହିନୀ ନିଆଁକୁ ଆୟତ୍ତ କଲାବେଳକୁ ଲକ୍ଷାଧିକ ଟଙ୍କାର ଘର କରଣା ସହ ଧାନ ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି। ଦାସ ସାହିର ଦୁର୍ଯ୍ୟୋଧନ ଦାସଙ୍କ ଘରେ ପ୍ରଥମେ ନିଆଁ ଲାଗିବା ବେଳ ଘରେ ଥିବା ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା। ଯାହା ଫଳରେ ନିଆଁ ଅନ୍ୟ ଘରକୁ ବ୍ୟାପି ଯାଇଥିଲା । ତେବେ ବାତ୍ୟା ଯୋଗୁ ବର୍ଷା ଜାରି ରହିଥିବାରୁ ଅଗ୍ନି ବିପନ୍ନ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ଥଇଥାନ କରିବାକୁ ସାଧାରଣରେ ଦାବି ହୋଇଛି ।

ବାଲେଶ୍ଵର ଠାରୁ ୫୫୦ କିଲୋମିଟରରେ ‘ୟାସ’ ତାଣ୍ଡବ,

ଭୁବନେଶ୍ୱର: ସମୁଦ୍ର ଭିତରେ ତାଣ୍ଡବ କରୁଛି ସାମୁଦ୍ରିକ ଝଡ଼ ବାତ୍ୟା ୟାସ। ରାତି ସାଢ଼େ ୧୦ ସୁଦ୍ଧା ପାରାଦ୍ଵୀପ ଠାରୁ ମାତ୍ର ୪୫୦କିଲୋମିଟର ଓ ବାଲେଶ୍ଵର ଠାରୁ ୫୫୦ କିଲୋ ମିଟର ଦୂରରେ ରହିଛି ବାତ୍ୟା ୟାସ । ବିଶେଷ କରି ବାତ୍ୟା ୟାସ  । ପ୍ରଭାବ ଭଦ୍ରକ,ବାଲେଶ୍ଵର,କେନ୍ଦ୍ରାପଡ଼ା ଓ ଜଗତିଂହପୁର ଜିଲ୍ଲାରେ ବେଶୀରୁ ବେଶୀ ପ୍ରଭାବ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏଥି ସହ ଯାଜପୁର ,ମୟୂର ଭଞ୍ଜ,କେନ୍ଦୁଝର,ପୁରୀ,ଖୋର୍ଦ୍ଧା,କଟକ ଜିଲ୍ଲା ରେ ମଧ୍ୟ ପ୍ରଭାବିତ ହେବ । ଏହି ସମୟରେ ମତ୍ସ୍ୟ ଯିବି ମାନଙ୍କୁ ସମୁଦ୍ରକୁ ମନା କରାଯାଇଛି ।ବାଲେଶ୍ଵର ନିକଟବର୍ତ୍ତୀ ଅଞ୍ଚଳ ରେ ଲ୍ୟାଣ୍ଡ ଫଲ କରିବାର ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ୨୬ ତାରିଖ ମଧ୍ୟାହ୍ନ ରେ ବାତ୍ୟା ଲ୍ୟାଣ୍ଡ ଫଲ୍ କରିବା ସମୟରେ ପବନର ବେଗ ୧୫୫ ରୁ ୧୬୫ କିଲୋମିଟର ରହିବ । ଏଥି ସହ ସର୍ବାଧିକ ୧୮୫ ପବନ ବେଗ ରହିପାରେ ।

ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ଉତ୍ତର ଓଡ଼ିଶା ରେ ବେସୀ କ୍ଷତି କରିବ । ବାତ୍ୟା ପ୍ରଭାବ ରେ କଚ୍ଚା ଓ ପକ୍କା ଘର ,ଗଛ ଭାଙ୍ଗିବା ସହ ରାସ୍ତା ବି କ୍ଷତି ହେବ । ରେଲୱେ ଲାଇନ୍ ବି କ୍ଷତି ହେବ । ବନ୍ଦର ଗୁଡ଼ିକୁ ମଧ୍ୟ ବିପଦ ସଂକେତ ଦିଆଯାଇଛି । ବାତ୍ୟା ସମୟରେ ବାହାରକୁ ଲୋକଙ୍କୁ ଯିବାକୁ ମନା କରାଯାଇଛି । ଭୁବନେଶ୍ୱର ଓ କଟକ ରେ ବର୍ଷା ଓ ପବନ ମଧ୍ୟ ହେବ । କଟକ ଜିଲ୍ଲା ମଧ୍ୟ ବାତ୍ୟାରେ ପ୍ରଭାବିତ ହେବ ବୋଲି ସୂଚନା ଦେଇ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚଆର ବିଶ୍ୱାସ  ।

ବାତ୍ୟା ‘ୟାସ’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଆରମ୍ଭ

ଭୁବନେଶ୍ୱର,ବାଲେଶ୍ୱର,ଜଗତସିଂହପୁର,କେନ୍ଦ୍ରାପଡ଼ା: ବାତ୍ୟା ପୂର୍ବରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି । ପାରାଦୀପରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଲାଣି । ସମୁଦ୍ର ଅଶାନ୍ତ ହୋଇପଡିଥିବା ଦେଖିବାକୁ ମିଲିଛି । ବାତ୍ୟା ନେଇ ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି । ବାତ୍ୟା ୟଶ୍‌ର ମୁକାବିଲା ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ବନ୍ଦରର ବର୍ଥରେ ଲାଗିଥିବା ଜହାଜ ଓ ଆଙ୍କରେଜ ମଧ୍ୟରେ ଥିବା ଜାହାଜଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଟାଯାଇଛି । ସେହିଭଳି ଭୋଗରାଇ, କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ସମୁଦ୍ର ଉପକୂଳର୍ବୀ ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରବଳ ବର୍ଷା ସାଙ୍ଗକୁ ପବନ । ସେପଟେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ବର୍ଷା ପବନ ଆରମ୍ଭ ହୋଇଛି  ।