ପେଟ୍ରୋଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି, ରାଜ୍ୟର ୬ ଜିଲ୍ଲାରେ ୧୦୦ ପାର୍ ଡିଜେଲ୍

1 min read
Petrol Increaed 35 Paisa Per Liter, Diesel Crossed Rs 100 Per Liter In Odisha

ଭୁବନେଶ୍ୱର: ମହଙ୍ଗା ମାଡ଼ରୁ ମିଳୁନି ମୁକ୍ତି । ଆଜି ପୁଣିଥରେ ପେଟ୍ରୋଲ୍ ଦର ବଢ଼ିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୮୬ ପଇସାରେ ବିକ୍ରି ହେଉଛି । ତେବେ ଡିଜେଲ ଦର ବଢ଼ି ନାହିଁ । ଦିଲ୍ଲୀରେ ୧ ଲିଟର ଡିଜେଲର ଦର ୮୯ ଟଙ୍କା ୩୬ ପଇସା ରହିଛି ।

Petrol Increaed 35 Paisa Per Liter, Diesel Crossed Rs 100 Per Liter In Odisha

ବିଗତ କିଛିମାସ ହେଲା ଅଶୌଧିତ ତୈଳଦର ବଢ଼ିଥିବା ବେଳେ ଚାହିଦା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର ଦାମ ବ୍ୟାରେଲ୍ ପିଛା ୭୫ ଡଲାର୍ ରହିଛି । ୨୦୧୮ ଅକ୍ଟୋବରରେ ବ୍ୟାରେଲ୍ ପିଛା ଦର ୮୦ ଡଲାରରୁ ଅଧିକ ଥିଲା । ସେତେବେଳେ ଦେଶରେ ପେଟ୍ରୋଲର ଦର ଲିଟର ପିଛା ୮୦ ଟଙ୍କା ପାଖାପାଖି ରହିଥିଲା । ଏବେ ଅଶୌଧିତ ତୈଳଦରର ମୂଲ୍ୟ କମ୍ ଥିବାବେଳେ ପେଟ୍ରୋଲର ଦର ୨୦ ଟଙ୍କାରୁ ଅଧିକ ବଢ଼ିଛି ।

ପେଟ୍ରୋଲ୍ ଦରବୃଦ୍ଧିର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିଛି । ରାଜ୍ୟରେ ପେଟ୍ରୋଲର ସର୍ବାଧିକ ଲିଟର ପିଛା ଦର ୧୦୫ ଟଙ୍କା ୩୭ ପଇସା ମାଲକାନଗିରିରେ ରହିଛି । ଟ୍ୱିନ୍ ସିଟି ସମେତ ଅନ୍ୟ ସମସ୍ତ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି । ସେହିଭଳି ରାଜ୍ୟର ୬ ଜିଲ୍ଲାରେ ଡିଜେଲ୍ ଦର ମଧ୍ୟ ଶହେ ଟଙ୍କା ଉପରେ ରହିଛି । ତୈଳଦର ବୃଦ୍ଧି ଖାଉଟିଙ୍କ ପକେଟକୁ ବେଶ୍ ବାଧୁଛି ।

ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ରହିଛି ତୈଳଦର

ସହର

ପେଟ୍ରୋଲ ମୂଲ୍ୟ

ଡିଜେଲ୍ ମୂଲ୍ୟ

ଅନୁଗୁଳ୧୦୧ ଟଙ୍କା ୯୨ ପଇସା୯୮ ଟଙ୍କା ୬୦ ପଇସା
ବାଲେଶ୍ୱର୧୦୧ ଟଙ୍କା ୩୪ ପଇସା୯୮ ଟଙ୍କା ୦୭ ପଇସା
ବରଗଡ଼୧୦୧ ଟଙ୍କା ୫୮ ପଇସା୯୮ ଟଙ୍କା ୩୧ ପଇସା
ଭଦ୍ରକ୧୦୧ ଟଙ୍କା ୨୭ ପଇସା୯୮ ଟଙ୍କା 
ଭୁବନେଶ୍ୱର୧୦୦ ଟଙ୍କା ୬୬ ପଇସା୯୭ ଟଙ୍କା ୩୯ ପଇସା
ବଲାଙ୍ଗିର୧୦୨ ଟଙ୍କା ୦୭ ପଇସା୯୮ ଟଙ୍କା ୭୭ ପଇସା
ବୌଦ୍ଧ୧୦୨ ଟଙ୍କା ୦୭ ପଇସା୯୮ ଟଙ୍କା ୭୫ ପଇସା
କଟକ୧୦୦ ଟଙ୍କା ୯୮ ପଇସା୯୭ ଟଙ୍କା ୭୦ ପଇସା
ଦେବଗଡ଼୧୦୧ ଟଙ୍କା ୩୯ ପଇସା୯୮ ଟଙ୍କା ୧୨ ପଇସା
ଢେଙ୍କାନାଳ୧୦୧ ଟଙ୍କା ୩୮ ପଇସା୯୮ ଟଙ୍କା ୦୯ ପଇସା
ଗଜପତି୧୦୨ ଟଙ୍କା ୯୧ ପଇସା୯୯ ଟଙ୍କା ୫୬ ପଇସା
ଗଞ୍ଜାମ୧୦୧ ଟଙ୍କା ୭୮ ପଇସା୯୮ ଟଙ୍କା ୪୭ ପଇସା
ଜଗତସିଂହପୁର୧୦୦ ଟଙ୍କା ୫୫ ପଇସା୯୭ ଟଙ୍କା ୨୬ ପଇସା
ଯାଜପୁର୧୦୦ ଟଙ୍କା ୯୫ ପଇସା୯୭ ଟଙ୍କା ୬୫ ପଇସା
ଝାରସୁଗୁଡ଼ା୧୦୦ ଟଙ୍କା ୬୨ ପଇସା୯୭ ଟଙ୍କା ୩୮ ପଇସା
କଳାହାଣ୍ଡି୧୦୪ ଟଙ୍କା ୧୦ ପଇସା୧୦୦ ଟଙ୍କା ୭୩ ପଇସା
କନ୍ଧମାଳ୧୦୨ ଟଙ୍କା ୨୦ ପଇସା୯୮ ଟଙ୍କା ୮୮ ପଇସା
କେନ୍ଦ୍ରାପଡ଼ା୧୦୦ ଟଙ୍କା ୬୫ ପଇସା୯୭ ଟଙ୍କା ୩୬ ପଇସା
କେନ୍ଦୁଝର୧୦୨ ଟଙ୍କା ୬୮ ପଇସା୯୯ ଟଙ୍କା ୩୨ ପଇସା
ଖୋର୍ଦ୍ଧା୧୦୦ ଟଙ୍କା ୬୬ ପଇସା୯୭ ଟଙ୍କା ୩୯ ପଇସା
କୋରାପୁଟ୧୦୫ ଟଙ୍କା ୨୭ ପଇସା୧୦୧ ଟଙ୍କା ୮୫ ପଇସା
ମାଲକାନଗିରି୧୦୫ ଟଙ୍କା ୭୩ ପଇସା୧୦୨ ଟଙ୍କା ୩୦ ପଇସା
ମୟୂରଭଞ୍ଜ୧୦୧ ଟଙ୍କା ୦୮ ପଇସା୯୭ ଟଙ୍କା ୮୧ ପଇସା
ନବରଙ୍ଗପୁର୧୦୪ ଟଙ୍କା ୮୫ ପଇସା୧୦୧ ଟଙ୍କା ୪୫ ପଇସା
ନୟାଗଡ଼୧୦୧ ଟଙ୍କା ୦୬ ପଇସା୯୭ ଟଙ୍କା ୭୮ ପଇସା
ନୂଆପଡ଼ା୧୦୩ ଟଙ୍କା ୩୫ ପଇସା୧୦୦ ଟଙ୍କା ୦୧ ପଇସା
ପୁରୀ୧୦୦ ଟଙ୍କା ୮୮ ପଇସା୯୭ ଟଙ୍କା ୬୧ ପଇସା
ରାୟଗଡ଼ା୧୦୪ ଟଙ୍କା ୩୨ ପଇସା୧୦୦ ଟଙ୍କା ୯୨ ପଇସା
ସମ୍ବଲପୁର୧୦୧ ଟଙ୍କା ୯୪ ପଇସା୯୮ ଟଙ୍କା ୬୫ ପଇସା
ସୋନପୁର୧୦୧ ଟଙ୍କା ୯୨ ପଇସା୯୮ ଟଙ୍କା ୬୩ ପଇସା
ସୁନ୍ଦରଗଡ଼୧୦୧ ଟଙ୍କା ୧୮ ପଇସା୯୭ ଟଙ୍କା ୯୧ ପଇସା
Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner