ଏଣିକି ଟେଲିଗ୍ରାମରେ ମିଳିବ ହାଇକୋର୍ଟଙ୍କ ନିର୍ଦ୍ଦେଶାବଳୀ

Odisha High Court's Official Telegram Channel

କଟକ: ସଠିକ୍ ସମୟରେ ସୂଚନା । ଆଇନଜୀବୀ ଅବା ପ୍ରତିପକ୍ଷ ସମସ୍ତଙ୍କୁ କୋର୍ଟରି ମିଳିବ ଅନଲାଇନ୍ ସହାୟତା । ଏଥିପାଇଁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆରମ୍ଭ ହୋଇଛି ଅଫିସିଆଲ୍ ଟେଲିଗ୍ରାମ ଚ୍ୟାନେଲ । ଏହି ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ଆଇନଜୀବୀଙ୍କ ଠାରୁ ନେଇ ଜନସାଧାରଣ ସମସ୍ତେ ସୂଚନା ପାଇ ପାରିବେ । ଏଥିରେ କୋର୍ଟର କାର୍ଯ୍ୟସୂଚୀ ସହ ସର୍କୁଲାର. ନୋଟିସ୍, ପ୍ରେସ୍ ଇସ୍ତାହାର ସବୁକିଛି ମିଳିବ ।

Odisha High Court's Official Telegram Channel

ଇଚ୍ଛୁକ ବ୍ୟକ୍ତି ଟେଲିଗ୍ରାମରେ ଓଡ଼ିଶା ହାଇକୋର୍ଟ ସହ ଯୋଡ଼ି ହୋଇ ଏହାର ଲାଭ ଉଠାଇ ପାରିବେ । ଚ୍ୟାନେଲକି ସବସ୍କ୍ରାଇବ୍ କଲା ପରେ ଆପଣଙ୍କ ମୋବାଇଲକୁ ଆସିବ ପ୍ରତିଟି ଅପଡେଟ୍ । ପୂର୍ବରୁ କୌଣସି ସୂଚନା ପାଇଁ ହାଇକୋର୍ଟର ୱେବସାଇଟକୁ ଯିବାକୁ ପଡ଼ୁଥିବା ବେଳେ ଏବେ ଟେଲିଗ୍ରାମରେ ଗୋଟିଏ କ୍ଲିକରେ ସବୁକିଛି ମିଳି ପାରିବ । ଏହି ଟେଲିଗ୍ରାମ୍ ଚ୍ୟାନେଲରେ ଜୁଲାଇ ୧୯ରୁ ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ତଥ୍ୟ ସେୟାର୍ କରାଯିବ ।

Leave a Reply