ବଲାଙ୍ଗିରରେ କଙ୍ଗାରୁକୋର୍ଟ, ଗୁଣିଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର: ଆତ୍ମା ଆସୁଛି ଯୁବତୀଙ୍କ ଦେହରେ, କହୁଛି ମୃତ୍ୟୁ ପୂର୍ବର କଥା । ଜଣେ କି ଦୁଇ ଜଣ ନୁହେଁ ଗାଁର ଚାରି ଚାରି ଜଣ ଯୁବତୀଙ୍କ ଦେହରେ ଏମିତି ଆସୁଛି ଆତ୍ମା । କିଏ ତଳେ ଲୋଟି ପଡ଼ୁଛି, ଆଉ କିଏ ପାରିବା ପର୍ଯ୍ୟନ୍ତ ଆର୍ତ୍ତ ଚିତ୍କାର । ଆଉ ଏ ହେଉଛି ତା’ର ପରିଣତି । ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରକୁ ଏମିତି ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ ।

Villagers Prohibited Entry Of 13 Family In Balangir For Black Magic

ସୂଚନା ଅନୁସାରେ, ପ୍ରଥମେ ସିନ୍ଧେକେଲା ଥାନା ନିର୍ମୁଲା ଗାଁରେ ୪ ଜଣ ଯୁବତୀଙ୍କ ଦେହରେ ହଠାତ୍ ପରିବର୍ତ୍ତନ ଦେଖା ଯାଇଥିଲା । ୪ ଝିଅ ମଠଖାଇ ଡଙ୍ଗର ମନ୍ଦିର ଗ୍ରାମଦେବୀଙ୍କ ଠାରେ ପୂଜାର୍ଚ୍ଚନା ସହ ଦେବୀଙ୍କ ସିନ୍ଦୂର ମଥାରେ ଦେଇଥିଲେ । ଅଭିଯୋଗ ହୋଇଥିଲା ଗାଁର ବ୍ରଜ ଭୋଇଙ୍କ ପରିବାର ଗୁଣି ଗାରେଡ଼ି କରିଛି । ଫଳରେ ଯୁବତୀ ମାନେ ଏଭଳି ଆଚରଣ କରୁଛନ୍ତି । ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

Villagers Prohibited Entry Of 13 Family In Balangir For Black Magic

ପରେ ଗାଁରେ ବସିଥିଲା କଙ୍ଗାରୁକୋର୍ଟ । ସରପଞ୍ଚ ଗୋଲକ ସିଂ ଭୋଇଙ୍କ ଉପସ୍ଥିତିରେ ବସିଥିବା କଙ୍ଗାରୁକୋର୍ଟରେ ବ୍ରଜ ଓ ତାଙ୍କ ପରିବାର ଲୋକଙ୍କୁ ଗାଁ ଛାଡି ଚାଲିଯିବାକୁ ନିଷ୍ପତ୍ତି କରାଯାଇଥିଲା । କିନ୍ତୁ ଏଥିରେ ବ୍ରଜ ରାଜି ନ ହେବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଗତ ୧ ତାରିଖରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବ୍ରଜ । ମରଣାନ୍ତକ ଆକ୍ରମଣରେ ସରପଞ୍ଚଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏନେଇ ସିନ୍ଧେକେଲା ପୋଲିସ ଏକ ମାମଲା ରୁଜୁ କରି ଚୁପ୍ ବସି ପଡ଼ିଥିବା ବେଳେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତ ପରିବାର । ତେବେ ଏନେଇ ଏସପି କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

Villagers Prohibited Entry Of 13 Family In Balangir For Black Magic

ଗାଁ ଲୋକଙ୍କ ଭୟରେ ବ୍ରଜଙ୍କ ସହ ୧୨ ସମ୍ପର୍କୀୟ ପରିବାର ଏବେ ଗାଁ ଛାଡ଼ି ବାହାରେ ଘୁରି ବୁଲୁଛନ୍ତି ନ୍ୟାୟ ଆଶାରେ । ଅପେକ୍ଷା କେବେ ପୋଲିସ କରିବ ସାହାଯ୍ୟ, ସମସ୍ତେ ଫେରିବେ ଘରକୁ ।

Leave a Reply