ସୌମ୍ୟରଞ୍ଜନଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର ଲୋକ

ଗଜପତି: କେମିତି ହେଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ ? ସମୟ ଗଡ଼ିବା ସହ ବଢ଼ୁଛି ସସପେନ୍ସ । ମୃତ୍ୟୁ ପାଇଁ ତାଙ୍କ ପତ୍ନୀ, ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରିଛନ୍ତି ସୌମ୍ୟରଞ୍ଜନଙ୍କ ବାପା । ପାରଳାଖେମୁଣ୍ଡିରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ସୌମ୍ୟ । ତାଙ୍କୁ ଚିକିତ୍ସା ପାଇଁ ଭାଇଜାକ କି ବିଶାଖାପାଟଣା ନନେଇ କାହିଁକି କଟକ ଅଣାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

Paralakhemundi AFCO Death Case, Family Demands Crime Branch Probe

ଏପରିକି ଗୋଟିଏ ଘରେ ରହି ମଧ୍ୟ କେମିତି ସ୍ୱାମୀ ପୋଡ଼ି ହେଲେ ସେକଥା ଜାଣିନଥିବା ସୌମ୍ୟଙ୍କ ପତ୍ନୀ କହିଥିଲେ । ଯାହାକି ତାଙ୍କ ସନ୍ଦେହକୁ ଅଧିକ ବଢାଇଛି । ଆଗରୁ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ପରିବାର ଲୋକ କହିଛନ୍ତି । ମୃତ ସୌମ୍ୟ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ଥାନା ବେଗୁନିଆ ଗାଁର । ସୋମବାର ରାତିରେ ସୌମ୍ୟରଞ୍ଜନ ପୋଡ଼ି ହୋଇ ଗୁରୁତର ହେବା ପରେ ତାଙ୍କୁ କଟକ ଅଣାଯାଇଥିଲା । ସେଠାରେ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ସନ୍ଧ୍ୟାରେ ଖାଇବା ବାଢ଼ିବାକୁ ଯାଇଥିବା ବେଳେ ସ୍ୱାମୀଙ୍କ ସାର୍ଟରେ ନିଆଁ ଲାଗି ଯାଇଥିବା କହିଥିଲେ ସୌମ୍ୟଙ୍କ ପତ୍ନୀ । ତେବେ ସବୁ ଦିଗକୁ ନେଇ ତଦନ୍ତ କରିବା ପାଇଁ ସୌମ୍ୟଙ୍କ ପରିବାର ଲୋକେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ପୁଅ ବ୍ୟବହାର କରୁଥିବା ମୋବାଇଲ ଓ ଲାପଟପ ଜବତ କଲେ ସତ ପଦାକୁ ଆସିବ । ଏଥିସହ ବୋହୂଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି । ସୌମ୍ୟରଞ୍ଜନ ପୋଡ଼ି ହେବାର ୧୨ ଘଣ୍ଟା ପର୍ଯ୍ୟନ୍ତ ପରିବାରକୁ ଜଣାଇନଥିବାରୁ ବୋହୂଙ୍କ ପ୍ରତି ସନ୍ଦେହ ହେଉଥିବା କହିଛନ୍ତି । ଆସନ୍ତାକାଲି ପାରଳାଖେମୁଣ୍ଡି ଯାଇ ଜିଲ୍ଲାପାଳ, ଏସ୍‌ପି ଓ ସ୍ଥାନୀୟ ଥାନାକୁ ଯିବେ ପରିବାର ଲୋକ ।

Leave a Reply