spot_img
Home Blog Page 5532

ପାଟପୁରରେ ନକଲି ମୃଦୁ ପାନୀୟ କାରଖାନା ଠାବ

ଦିଗପହଣ୍ଡି: ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢ଼ାଉ ପୋଲିସର ଚଢ଼ାଉ । ପାଟପୁର ଥାନା ଖଣ୍ଡଦେଉଳି ଗାଁର ଏକ ଘରେ ଚାଲିଥିବା ବେଆଇନ୍ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛି । ବିଭିନ୍ନ ନକଲି ବ୍ରାଣ୍ଡର ପାଣି ମୃଦୁ ପାନୀୟ, କୁରକୁରେ ସହିତ ପେକିଂ ମେସିନ କେମିକାଲ ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଜବତ କରିଥିବା ଜଣାପଡ଼ିଛି । ଏନେଇ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣା ସମ୍ପୃକ୍ତ ଥିବା ଆଶିଷ କୁମାର ମଣ୍ଡଳକୁ ପୋଲିସ ଗିରଫ 190/21ରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛଇ । ଜବତ ମୃଦୁ ପାନୀୟକୁ ଫୁଡ଼ ସେଫାଟି ବିଭାଗ କୁ ପଠାଯାଇଛି। ବେଆଇନ ଭାବେ ଚାଲିଥିବା ମୃଦୁ ପାନୀୟ ପ୍ରସ୍ତୁତ କରିବାକୁ ବିଭିନ୍ନ ନାମିଦାମୀ ଲେବେଲ ବ୍ରହ୍ମପୁର ଅଣୁଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ପୂରା ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ଆଜି ୮ ଜିଲ୍ଲା ଓ କାଲିଠୁ ୧୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଲୋକ ଜନଶକ୍ତି ପାର୍ଟିରେ ବିଦ୍ରୋହ: ଦଳ ଛାଡ଼ିବେ ୫ ସାଂସଦ

ପାଟଣା: ବିହାରର ଲୋକ ଜନଶକ୍ତି ପାର୍ଟି ବା LJPରେ ବଡ଼ ଧରଣର ବିଦ୍ରୋହ । ଦଳର ୫ ଜଣ ସାଂସଦ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସେମାନେ ଲୋକସଭା ବାଚସ୍ପତିଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଛନ୍ତି । LJPର ରାଷ୍ଟ୍ରୀୟ ନେତା ଚିରାଗ ପାଶୱାନଙ୍କୁ ବିରୋଧ କରି ଏମାନେ ଦଳ ଛାଡ଼ିବାକୁ ମନସ୍ଥ କରିଥିବା ଚର୍ଚ୍ଚା ହେଉଛି । ତେବେ ଚିରାଗଙ୍କ ନିଜ କକା ତଥା ହାଜିପୁରର ସାଂସଦ ପଶୁପତି କୁମାର ପାରଶ ଏହାର ନେତୃତ୍ୱ ନେଉଥିବା କୁହାଯାଉଛି । ସେମାନେ JDU ସଂପର୍କରେ ରହି ଏଭଳି କରୁଥିବା ଚର୍ଚ୍ଚା ହେଉଛି । ତେବେ ଚିରାଗଙ୍କ କକା ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ତାଙ୍କ ଦିଲ୍ଲୀ ବାସଭବନରେ ପୁତୁରା ଚିରାଗ ପାଶଓ୍ୱାନ ପହଞ୍ଚିଛନ୍ତି ।  ୨୦୨୦ରେ ରାମବିଳାଶ ପାଶଓ୍ୱାନଙ୍କ ଦେହାନ୍ତ ପରେ ଦଳର ନେତୃତ୍ୱ କିଏ ନେବ ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏବେ ଦଳରେ ବିଦ୍ରୋହ ବଢ଼ିବାରେ ଲାଗିଛି ।

ଏଥିସହିତ ପଢ଼ନ୍ତୁ: ପୁଣି ବଢ଼ିଲା ତେଲ ଦର: ମାଲକାନଗିରିରେ ୧୦୦ ଟପିଲା ପେଟ୍ରୋଲ

ପୁଣି ବଢ଼ିଲା ତେଲ ଦର: ମାଲକାନଗିରିରେ ୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଛି ତେଲ ଦର । ତେଲ କମ୍ପାନୀମାନେ ଆଜି ପୁଣି ଥରେ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶରେ ତେଲଦର ଏକ ନୂଆ ଉଚ୍ଚତାକୁ ଛୁଇଁଛି । ଓଡ଼ିଶାର ମାଲକାନଗିରିରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ଲିଟର ପିଛା ୧୦୦ ଟଙ୍କା ଟପିଛି । ଜିଲ୍ଲାରେ ଏବେ ପେଟ୍ରୋଲ ୧୦୨.୨୩ ଓ ଡିଜେଲ ୧୦୦.୦୧ରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା  ୯୭.୧୬ରେ ପହଞ୍ଚିଥିବା ବେଳେ ଡିଜେଲ ୯୫.୧୧ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୪ ଓ ଡିଜେଲ ଲିଟର ପିଛା ୮୭.୨୮ରେ ବିକ୍ରି ହେଉଛି । ସେହିପରି ମୁମ୍ୱାଇରେ ପେଟ୍ରୋଲ ଲିଟର ପିଛା ୧୦୨.୫୮ ଓ ଡିଜେଲ ଲିଟର ପିଛା ୯୪.୭୦ରେ ବିକ୍ରି ହେଉଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ତଳମୁହାଁ ସଂକ୍ରମଣ: ଆଉ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

ଗୌତମ ଆଦାନୀଙ୍କୁ ଝଟକା: କମ୍ପାନୀ ସେୟାର ୨୦ ପ୍ରତିଶତ ଯାଏଁ ହ୍ରାସ

ମୁମ୍ୱାଇ: ଏସିଆର ଅନ୍ୟତମ ଧନୀ ତଥା ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କୁ ଶକ୍ତ ଝଟ୍‌କା । ଆଦାନୀ ପରିବାର ଦ୍ୱାରା ପରିଚାଳିତ ଆଦାନୀ ଗ୍ରୁପର ଏକାଧିକ କମ୍ପାନୀର ସେୟାର ଆଜି ହଠାତ୍ ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସୂଚନା ଅନୁସାରେ ନ୍ୟାସନାଲ୍ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍ ବା NSDL ପକ୍ଷରୁ ତିନିଟି ବିଦେଶୀ ଫଣ୍ଡ ସଂସ୍ଥାର ଆକାଉଣ୍ଟକୁ ଫ୍ରିଜ୍ କରାଯିବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଲବୁଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ APMS ଇନେଭେଷ୍ଟମେଣ୍ଟ ଫଣ୍ଡର ଆକାଉଣ୍ଟକୁ ଫ୍ରିଜ୍ କରିଛି NSDL । ଏମାନଙ୍କ ପାଖରେ ଆଦାନୀ ଗ୍ରୁପର ୪୩ ହଜାର ୫ ଶହ କୋଟି ଟଙ୍କାର ସେୟାର ରହିଛି । ସେମାନେ ଏହାକୁ ବିକ୍ରି କରିବାର ସମ୍ଭାବନା ମଧ୍ୟ ରହିଛି । ଆଦାନୀ ଏଣ୍ଟରପ୍ରାଇଜେସରେ ୬ ଦଶମିକ ୮୨ ପ୍ରତିଶତ, ଆଦାନୀ ଟ୍ରାନ୍ସମିସନରେ ୮ ଦଶମିକ ୦୩ ପ୍ରତିଶତ, ଆଦାନୀ ଟୋଟାଲ ଗ୍ୟାସରେ ୫ ଦଶମିକ ୯୨ ପ୍ରତିଶତ, ଆଦାନୀ ଗ୍ରୀନରେ ୩ ଦଶମିକ ୫୮ ପ୍ରତିଶତ ସେୟାର ଏହି ୩ଟି ଫଣ୍ଡ ଏଜେନ୍ସିର ଥିଲା । ଗତ ବର୍ଷକ ମଧ୍ୟରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀରେ ୬୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିଲା । ଆଜି ଆଦାନୀ ପୋର୍ଟର ସେୟାର ମଧ୍ୟ ୧୮ ପ୍ରତିଶତ ହ୍ରାସ ହୋଇଛି । ଚର୍ଚ୍ଚା ହେଉଛି ଯେ, ମେ ୩୧ ପୂର୍ବରୁ NSDL ଏ ସବୁ ଫ୍ରିଜ୍ କରିଥିଲା । ଯଦି ୧୪ ଦିନ ପୂର୍ବରୁ ଫ୍ରିଜ୍ କରାଯାଇଥିଲା, ତେବେ ଆଜି କାହିଁକି ଏତେ ବଡ଼ ହ୍ରାସ ଦେଖିବାକୁ ମିଳିଲା ବୋଲି ମାର୍କେଟ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୂରା ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ଆଜି ୮ ଜିଲ୍ଲା ଓ କାଲିଠୁ ୧୩ ଜିଲ୍ଲାରେ ପ୍ରବଳ ବର୍ଷିବ

କରୋନାରେ ଚାଲିଗଲେ ବିଶିଷ୍ଟ ଶିଳ୍ପପତି ତଥା ଦୈନିକ ‘ଇଶ୍ୱର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ର

ଭୁବନେଶ୍ୱର: ରାଉରକେଲାର ବିଶିଷ୍ଟ ଶିଳ୍ପପତି ତଥା ଦୈନିକ ‘ଇଶ୍ୱର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ରଙ୍କ ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ଶ୍ରୀ ମହାପାତ୍ର ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୩ ବର୍ଷ ହୋଇଥିଲା । ସେ ବିଶିଷ୍ଟ ସାହିତ୍ୟିକ ଖଗେଶ୍ୱର ମହାପାତ୍ରଙ୍କ  ପୁତ୍ର ଏବଂ ବରିଷ୍ଠ ଲେଖିଲା ତଥା ଦୈନିକ ‘ଇଶ୍ୱର’ର  ପ୍ରକାଶକ ସମ୍ପାଦିକା ମଞ୍ଜୁ ନାୟକଙ୍କ ସ୍ୱାମୀ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଦୁଇ ପୁତ୍ର ଓ ବୋହୂଙ୍କ ସମେତ ଜ୍ଞାତି କୁଟୁମ୍ୱ ଉପସ୍ଥିତ ଥିଲେ । ସେ କରୋନା ସଂକ୍ରମିତ ଥିବାରୁ ବିଏମ୍‌ସି ପକ୍ଷରୁ ସତ୍ୟ ନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତ୍ର ସ୍ୱୟଂ ମହାପାତ୍ର ମୁଖାଗ୍ନି ଦେଇଥିଲେ । ତାଙ୍କର ଆକସ୍ମିକ ମୃତ୍ୟୁ ଖବର କାଗଜ ଦୁନିଆ ସହ ସେ ଜଡ଼ିତ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ତଥା ଶୁଭେଚ୍ଛୁ ବନ୍ଧୁମାନଙ୍କ ମଧ୍ୟରେ ଶୋକୟ ଛାୟା ଖେଳିଯାଇଛି । ସେ ଜଣେ ଅତ୍ୟନ୍ତ ଭଦ୍ର, ଅମାୟିକ, ପରୋଉପକାରୀ ବ୍ୟକ୍ତି ଭାବେ ବେଶ୍ ପରିଚିତ୍ ଥିଲେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ତଳମୁହାଁ ସଂକ୍ରମଣ: ଆଉ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

 

ରାଜ୍ୟରେ ତଳମୁହାଁ ସଂକ୍ରମଣ: ଆଉ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ତଳମୁହାଁ କରୋନା ସଂକ୍ରମଣ । ପୁଣି ୫ହଜାରରୁ କମ୍ ସଂଖ୍ୟକ ସଂକ୍ରମିତ ରାଜ୍ୟରେ ଚିହ୍ନଟ । ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୭୫ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୧୮୬୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ଏବେବେ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି । ଏଠାରୁ ୭୦୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୨୬, ବାଲେଶ୍ୱରରୁ ୨୯୬, ବରଗଡ଼ ୬୮, ଭଦ୍ରକ ୨୦୯, ବଲାଙ୍ଗୀର ୫୩, ବୌଦ୍ଧ ୫୪, କଟକ ୪୮୦, ଦେବଗଡ଼ ୨୬, ଢେଙ୍କାନାଳ ୧୪୪, ଗଜପତି ୩୬, ଗଞ୍ଜାମ ୨୯, ଜଗତସିଂହପୁର ୧୪୩, ଯାଜପୁର ୨୦୭, ଝାରସୁଗୁଡ଼ା ୧୩, କଳାହାଣ୍ଡି  ୬୨, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୮୧, କେନ୍ଦୁଝର ୯୨, କୋରାପୁଟ ୬୫, ମାଲକାନଗିରି ୫୦, ମୟୂରଭଞ୍ଜ ୧୫୮, ନବରଙ୍ଗପୁର ୭୮, ନୟାଗଡ଼ ୧୪୯, ନୂଆପଡ଼ା ୧୪, ପୁରୀ ୨୫୫, ରାୟଗଡ଼ା ୬୪, ସମ୍ୱଲପୁର ୫୪, ସୋନପୁର ୮୪, ସୁନ୍ଦରଗଡ଼ ୧୭୮ ଓ ଷ୍ଟେଟ୍ ପୁଲରୁ ୧୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୂରା ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ଆଜି ୮ ଜିଲ୍ଲା ଓ କାଲିଠୁ ୧୩ ଜିଲ୍ଲାରେ ପ୍ରବଳ ବର୍ଷିବ

କଟକଣା ମଧ୍ୟରେ ଚାଲିଛି ରଜ ପାଳନ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ । କରୋନା କଟକଣା ପାଇଁ ଚଳିତବର୍ଷ ମଧ୍ୟ ଫିକା ପଡ଼ିଛି ରଜ ପର୍ବ । ତଥାପି ପରମ୍ପରା ପାଳିବାକୁ ଘରେ ଘରେ ଚାଲିଛି ପ୍ରସ୍ତୁତି । ପିଠାପଣା ସାଙ୍ଗକୁ ରଜପାନରେ ମହକିବ ପରିବେଶ । ନୂଆ ପୋଷାକ ପିନ୍ଧି, ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ଦୋଳିରେ ଝୁଲିବା ସହ ଖେଳିବେ ଝିଅ  ଓ ବୋହୂ । ଘରେ ଘରେ ସ୍ୱତନ୍ତ୍ର ପୋଡପିଠା ସାଙ୍ଗକୁ ମଣ୍ଡା, ଏଣ୍ଡୁରୀ, ଚକୁଳି ଓ ନାନାଦି ମିଠା ପ୍ରସ୍ତୁତି ହେଉଛି  । କରୋନା ପାଇଁ ବାହାରେ ରଜ ପାଳିବାକୁ ବାରଣ କରାଯାଇଥିବାରୁ ଘର ଭିତରେ ଘରଲୋକଙ୍କ ସାଥିରେ କଟକଣା ଭିତରେ ରଜ ପାଳୁଛନ୍ତି ଲୋକେ ।

ଅପରପକ୍ଷରେ ଓଡ଼ିଆଙ୍କ ଗଣ ପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ ରାଜ୍ୟବାସୀ ବିଶେଷକରି ମା’ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରଜ ପୃଥିବୀମାତାଙ୍କ ଉପାସନା ତଥା ନାରୀତ୍ୱର ମହନୀୟତାର ପର୍ବ । ସମାଜ ପାଇଁ ନାରୀର ଅବଦାନକୁ ସମ୍ମାନ ଜଣାଇବାର ପର୍ବ । ଏହି ଅବସରରେ ଆସନ୍ତୁ, ଛୋଟ ଛୋଟ ଝିଅଙ୍କ ଠାରୁ ଆରମ୍ଭ କରି ଆମର ମା’ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପୋଷଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ଯତ୍ନବାନ ହେବା ଏବଂ ସେମାନଙ୍କ ପାଇଁ ସୁନ୍ଦର ଭବିଷ୍ୟତ ଓ ଏକ ସୁସ୍ଥ ସମାଜ ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏଥିସହିତ କୋଭିଡ ପରିପ୍ରେକ୍ଷୀରେ ସମସ୍ତ ନିୟମ ପାଳନ କରି ଘରେ ରହି ରଜ ପାଳିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ମୃତ୍ୟୁର ବର୍ଷେ ପରେ ବି ହଟୁନ ପରଦା: ନିରାଶ ପ୍ରଶଂସକ

ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଶ୍ରାଦ୍ଧ ବାର୍ଷିକୀ  । ଗତ ବର୍ଷ ଆଜି ଦିନରେ ମୁମ୍ବାଇସ୍ଥିତ ବାସ ଭବନରେ ମୃତ୍ୟୁଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର ଗୋଟିଏ ବର୍ଷ ପରେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା  । ଏବେବି ସସପେନ୍ସରେ ରହିଛି ସୁଶାନ୍ତଙ୍କ ମୃତ୍ୟୁ । ତେବେ ତାଙ୍କ ମୃତ୍ୟୁ ପଛରେ ଡ୍ରଗ୍ସ କାରବାର ଥିବା ସନ୍ଦେହ କରି ଏନସିବି ତଦନ୍ତ ଚଳାଇଥିଲା  । ଏଥିରେ ତାଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା  ।  ଜଣେ ଟିଭି ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପ୍ରଥମେ ‘କିସ୍ ଦେଶ ମେଁ ହେ ମେରା ଦିଲ୍’ ନାମକ ଧାରାବାହିକରୁ କାମ ଆରମ୍ଭ କରିଥିଲେ ସୁଶାନ୍ତ  । ଏକତା କପୁରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ରେ ତାଙ୍କୁ ଲୋକ ଜାଣିବା ଆରମ୍ଭ କରିଥିଲେ  । ‘ପବିତ୍ର ରିସ୍ତା’ ପରେ ପରେ ତାଙ୍କୁ ବଲିଉଡରୁ ଅଫର ମିଳିବା ଆରମ୍ଭ ହୋଇଥିଲା । ସେ ପ୍ରଥମେ ‘କାଇ ପୋ ଚେ’ ବଲିଉଡ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ନଜର ଆସିଥିଲେ । ମୃତ୍ୟୁ ପରେ ତାଙ୍କ ଫିଲ୍ମ ଦିଲ୍ ବେଚାରା ଦର୍ଶକଙ୍କ ବେଶ ମନ ଜିଣିଥିଲା

ଏଥିସହିତ ପଢ଼ନ୍ତୁ: ପୂରା ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ଆଜି ୮ ଜିଲ୍ଲା ଓ କାଲିଠୁ ୧୩ ଜିଲ୍ଲାରେ ପ୍ରବଳ ବର୍ଷିବ

ପୂରା ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ଆଜି ୮ ଜିଲ୍ଲା ଓ କାଲିଠୁ ୧୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଓଡ଼ିଶାରେ ସକ୍ରିୟ ହେଲା ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ଆଡେ ମୁହାଁଇଛି । ଲଘୁଚାପ ପ୍ରଭାବରେ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାସହିତ ମାଲକାନଗିରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖରେ ୬ଟି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଏବଂ ବେଳେବେଳେ ପବନର ବେଗ ୬୦ କିଲୋମିଟର ଛୁଇଁପାରେ । ଉପକୂଳ ଓଡ଼ିଶାରେ ପବନର ବେଗ ଅଧିକ ରହିବା ସହ ସମୁଦ୍ର ଅଶାନ୍ତ ରହିବ ।

ଏଥିସହିତ ପଢ଼ନ୍ତୁ: ଏସଆରସିଙ୍କ ଚେତାବନୀ, ସୋସିଆଲ ମିଡିଆରେ ପ୍ରଘଟ କରନି ମିଥ୍ୟା ଖବର

ଏସଆରସିଙ୍କ ଚେତାବନୀ, ସୋସିଆଲ ମିଡିଆରେ ପ୍ରଘଟ କରନି ମିଥ୍ୟା ଖବର

ଭୁବନେଶ୍ୱର: ରାଜ୍ୟରେ ବଢିବକି ଲକ୍‌ଡାଉନ୍‌ । ଏହାକୁ ନେଇ ଏବେବି ଚର୍ଚ୍ଚା ହେଉଥିବା ବେଳେ କିଛି ଅମାନିଆ ଲକ୍‌ଡାଉନ ସମ୍ପର୍କିତ ଫେକ୍‌ ନ୍ୟୁଜ୍‌ ସୋସିଆଲ ମିଡିଆ ପ୍ରଚାର କରୁଛନ୍ତି । ସେମାନଙ୍କୁ ଏଭଳି ନକରିବା ପାଇଁ ଚେତାବନୀ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏଭଳି ମିଥ୍ୟା ପ୍ରଚାର ଦ୍ବାରା ରାଜ୍ୟବାସୀଙ୍କ ମଧ୍ୟରେ ଭୁଲ୍‌ ଧାରଣା ସୃଷ୍ଟି ହେଉଥିବା କହିଛନ୍ତି ଏସଆରସି ।

ସେପଟେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା କରିନାହାନ୍ତି । ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି ରହିଛି । ତାପରେ ସ୍ଥିତି କଣ ହେବ ତାକୁ ନେଇ କୌଣସି ପ୍ରକାର ଘୋଷଣା ହୋଇନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଏସଆରସି ପ୍ରଦୀପ ଜେନା  ।