ଟି-୨୦ ସିରିଜ ହାତେଇବା ଲକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ, ହୋଇପାରେ ପ୍ଲେ ୧୧ରେ ପରିବର୍ତ୍ତନ

1 min read

ନୂଆଦିଲ୍ଲୀ: ଆଜି ଖେଳାଯିବ ଦ୍ୱିତୀୟ ଟି ୨୦। ଶ୍ରୀଲଙ୍କା ଠାରୁ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ ଜିତି ସିରିଜରେ ୧-୦ରେ ଅଗ୍ରଣୀ ଥିବା ଭାରତ ଆଜି ପୁଣି ପଡିଆକୁ ଓହ୍ଲେଇବ୍ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଆଜି କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପୃଥ୍ଵୀ ଶ ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ଚୟନ ହୋଇଛନ୍ତି। ତେଣୁ ଏହି ଦୁଇ ଖେଳାଳି ଆଜି ମ୍ୟାଚରେ ଖେଳି ନପାରନ୍ତି।ତାଙ୍କ ସ୍ଥାନରେ ଋତୁରାଜ ଗାଏକୋଓ୍ଵାଡ ଓ ଦେବଦତ୍ତ ପାଦିକଲଙ୍କୁ ଦଳରେ ସୁଯୋଗ ମିଳିପାରେ।

Leave a Reply