ସ୍ପେନ୍‌କୁ ୩-୦ରେ ହରାଇ ଟୋକିଓ ଅଲମ୍ମିକ୍ସରେ ବିଜୟ ରାସ୍ତାକୁ ଓହ୍ଲାଇଲା ଭାରତୀୟ ହକି ଦଳ

1 min read

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଜୟ ରାସ୍ତାକୁ ଫେରିଲା ଭାରତୀୟ ହକି ଟିମ୍। ପୁଲ୍-ଏର ତୃତୀୟ ମ୍ୟାଚରେ ସ୍ପେନକୁ ୩-୦ ଗୋଲରେ ମାତ୍ ଦେଇଛି ଭାରତୀୟ ହକି ଟିମ୍  । ଟିମ୍ ପକ୍ଷରୁ ରୂପିନ୍ଦର ପାଲ୍ ସର୍ବାଧିକ ୨ଟି ଗୋଲ୍ କରିଛନ୍ତି । ସିମରନଜିତ୍ ସିଂହ ଖୋଳର ୧୪ ମିନିଟରେ ଗୋଟିଏ ଗୋଲ ଦେଇଛନ୍ତି । ଗୁରୁବାର ଭାରତର ପରବର୍ତ୍ତୀ ମୁକାବିଲା ଆର୍ଜେଣ୍ଟିନା ବିପକ୍ଷରେ ହେବ ।  ଅଷ୍ଟ୍ରେଲିଆଠାରୁ ୧-୭ରେ ହାରିଥିବା ଭାରତୀୟ ଟିମ୍ ଆଜି ପୁରା ଦମରେ ଖେଳିଥିଲା । ଗ୍ରୁପ୍ ଏରେ ଦ୍ବିତୀୟ ନମ୍ବରରେ ରହିଛି ଭାରତୀୟ ହକି ଟିମ୍  । ୩ଟି ମ୍ୟାଚରୁ ଗୋଟିଏରେ ପରାଜୟ ଓ ୨ଟି ମ୍ୟାଚରେ ବିଜୟର ସ୍ବାଦ ଚାଖିଛି ଟିମ୍  ।

Leave a Reply