spot_img
Home Blog Page 5531

କୋଭିଡ ଭ୍ୟାରିଆଣ୍ଟକୁ ମାତ ଦେବ ନୋଭାଭାକ୍ସ, ୯୦ ପ୍ରତିଶତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ନୋଭାଭାକ୍ସର କୋଭିଡ ଟିକା ଅତ୍ୟନ୍ତ ଶକ୍ତିଶାଳୀ । ଏହା ଯେକୌଣସି ଟିକା ତୁଳନାରେ ୯୦ ପ୍ରତିଶତ ପ୍ରଭାବଶାଳୀ । ଏହା ସହ ଯେ କୌଣସି ଭାଇରସ ଭାରିଆଣ୍ଟର ଏହା ମୁକାବିଲା କରିବାକୁ ସକ୍ଷମ । ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ କରାଯାଇଛି । ଗବେଷଣାରେ କୁହାଯାଇଛି- ସାମାନ୍ୟ ଧରଣରୁ ଅଧିକ ଶକ୍ତିଶାଳୀ ଭାରିଆଣ୍ଟ ଲାଗି ଏହା ବିଶେଷ ପ୍ରତିରୋଧକ ଶକ୍ତି ଭାବେ ପ୍ରମାଣିତ ହୋଇଛି ।

ଏପରିକି ଏହା ୧୦୦ ପ୍ରତିଶତ ସୁରକ୍ଷା ଦେଇଥାଏ ବୋଲି କୁହାଯାଇଛି । ଆମେରିକା ଓ ମେକ୍ସିକୋରେ ବିଭିନ୍ନ ଲୋକଙ୍କ ଦେହରେ ଏହି ଔଷଧର ପ୍ରୟୋଗ ପରେ ଏହା ସ୍ପଷ୍ଟ କରାଯାଇଛି । ମ୍ୟାରିଲ୍ୟାଣ୍ଡସ୍ଥିତ ଏହି କମ୍ପାନୀର ସଞ୍ଜୀବନୀକୁ ଆସନ୍ତା କିଛି ଦିନ ମଧ୍ୟରେ ସବୁଜ ସଙ୍କେତ ମିଳିବାକୁ ଯାଉଛି । ଯଦି ଏହାକ ସବୁଜ ସଙ୍କେତ ମିଳେ ତେବେ ମାସିକ ୧୦୦ ନିୟୁତ ଡୋଜ ପ୍ରସ୍ତୁତ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଅତି କ୍ରିଟିକାଲ ଅବସ୍ଥାରେ ଥିବା ରୋଗୀଙ୍କ ଲାଗି ଏହା ଅତି ଉତ୍ତମ ସାବ୍ୟସ୍ତ ହେବ ବୋଲି କହିଛନ୍ତି କମ୍ପାନୀର ସଭାପତି ଷ୍ଟାନଲେ ଅର୍କ । ପ୍ରାଥମିକ ସ୍ତରରେ ଏହି ଟିକାର ନାମ ରଖାଯାଇଛି NVX-CoV2373 ।

ଚିକେନ୍ ଦୋକାନରେ ଗୋଧି ମାଂସ , ଚଢାଉ କଲା ପୋଲିସ ଓ ବନ ବିଭାଗ

ଭୁବନେଶ୍ୱର: ରାଜଧାନୀରେ ଚିକେନ୍ ଦୋକାନରେ ଚାଲିଥିଲା ଗୋଧି ମାଂସ ବିକ୍ରି । ଚଢ଼ାଉ ବେଳେ ଧରିଲା ବନବିଭାଗ ଓ ପୋଲିସର ମିଳିତ ଟିମ୍ । ଲକ୍ଷ୍ମୀସାଗର ଥାନା ଜଗନ୍ନାଥ ଆଭିନ୍ୟୁ ନିକଟରେ ଥିବା ଚିକେନ ସେଣ୍ଟରରେ ଗୋଧି ମାଂସ କଟାଯାଉଥିଲା । ଚଢାଉବେଳେ ମାଂସ ଦୋକାନରେ ୫ରୁ ୮ଟି ଗୋଧି ଥିବା ନେଇ ସୂଚନା ମିଳିଛି।

ସେପଟେ ଉକ୍ତ ଦୋକାନରେ ଗୋଧି ମାଂସ ବିକ୍ରି କରାଯାଉଥିବା ନେଇ ଖବର ପାଇଥିଲା ବନ ବିଭାଗ  । ପରେ ଘଟଣାସ୍ଥଳରେ ପହଁଞ୍ଚି ବନ ବିଭାଗ ଓ ଲକ୍ଷ୍ମୀସାଗର ପୋଲିସ ଚଢାଉ କରିଥିଲା। ମାଂସ କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଲାଗିଥିବା ବେଳେ ଅଚାନକ ଚଢ଼ାଉ ହୋଇଥିଲା। ଘଟଣାସ୍ଥଳରେ ବନ ବିଭାଗ ଓ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ ଜାରି ରଖିଛି।

ଓଡ଼ିଶାରେ ନକଲି କୋଭିଡ ମେଡିସିନ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନକଲି କରୋନା  ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ହେବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।  ସେପଟେ ଡ୍ରଗ୍ସ କଣ୍ଟ୍ରୋଲ କହିଛନ୍ତି, ରାଜ୍ୟରେ ଜବତ ହୋଇଥିବା ଫାଭିପିରାଭିର ମେଡିସିନ ଭେଜାଲ । ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ମେଡିସିନରେ ଭେଜାଲ ଥିବା ସୂଚନା ଦେଇଥିଲେ  । ସୂଚନା ପାଇବା ପରେ ଓଡ଼ିଶାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା  । ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ଏହି  ସୂଚନା ଦେଇଛନ୍ତି  ।

ଏହି ମେଡିସିନରୁ 40 ହଜାର 600 ଗୋଆଲିଅର ପଠା ଯାଇଥିବା ବେଳେ ବାକି 17 ହଜାର 400 ଜବତ ହୋଇଛି । ସେଥିରୁ 400ଟି ଟେଷ୍ଟିଂ ପାଇଁ ପଠାଯାଇଛି ।  ମ୍ୟାକ୍ସ ରିଲିଫ ହେଲ୍‌ଥ କେୟାର କମ୍ପାନୀର ଏହି ମେଡିସିନ  । ଏହା ବାଦ ବାକି ଭିଟାମିନ – ସି ଓ ଆଜିଥ୍ରୋମାଇସିନ ମେଡିସିନ ଭଳି 9 ଟି ବିଭିନ୍ନ ମେଡିସିନ ଜବତ କରାଯାଇଛି । ଜବତ ସବୁ ମେଡିସିନ୍ ସେହି ସମାନ କମ୍ପାନୀର ହୋଇଥିବାରୁ ଏହା ବି ଭେଜାଲ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି  ।  ସେଥିପାଇଁ ସେଗୁଡିକୁ ମଧ୍ୟ ଟେଷ୍ଟିଂ ପାଇଁ ପଠାଯାଇଛି । ତେବେ ଭେଜାଲ ଫାଭିପିରାଭିର ମେଡିସିନ ରାଜ୍ୟରେ ଗୋଟିଏ ବି ବ୍ୟବହାର ହୋଇନାହିଁ ।

ସେପଟେ ସବୁ ଭେଜାଲ ମେଡିସିନ ହିମାଚଳ ପ୍ରଦେଶରୁ ଉତ୍ତର ପ୍ରଦେଶ ଦେଇ ଓଡ଼ିଶା ଆସିଥିଲା । ମେଡିସିନ ଉପରେ ହିମାଚଳ ପ୍ରଦେଶ ଲେଖାଯାଇଥିଲେ ବି ଏପରି କିଛି କମ୍ପାନୀ ସେଠାରେ ନାହିଁ । ରାଜ୍ୟର 13ରୁ 14ଟି ଜିଲ୍ଲାରେ ଚଢ଼ାଉ କରାଯାଇଛି । କେବଳ ବଲାଙ୍ଗୀରରେ ଭେଜାଲ ଫାଭିପିରାଭିର ମେଡିସିନର ଅଳ୍ପ ନୁମୁନା ମିଳିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ବାକି 9 ଟି ମେଡିସିନିର ନୁମୁନା ମିଳିଛି । ଅବ୍ୟଶକ ପଡ଼ିଲେ ବାହାର ରାଜ୍ୟକୁ ଯାଞ୍ଚ ପାଇଁ ଏକ ଟିମ ଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି ।

ରାଜଧାନୀରେ ଲଭ-ସେକ୍ସ-ଧୋକା, ପ୍ରତାରିତ ପ୍ରେମିକ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଲଭ-ସେକ୍ସ-ଧୋକା । ପ୍ରେମ କଲେ ପୁଣି ପ୍ରତାରଣା ଦେଲେ  । ଅଭିଯୋଗ ପାଇଲା ପରେ ପୋଲିସ ପହଁଚିଲା, ତଦନ୍ତ ମଧ୍ୟ କଲା  । ଆଉ ପ୍ରତାରଣା ଦେଇଥିବା ଯୁବକଙ୍କୁ ଗିରଫ କଲା । ଏଭଳି ଏକ ଅଭିଯୋଗ ଇନ୍ଫୋସିଟି ଥାନାରେ ପହଁଚିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଏନେଇ ଇନ୍ଫୋସିଟି ଥାନାରେ ଯୁବତୀଙ୍କ ଅଭିଯୋଗ କରିବାରୁ  ପ୍ରେମିକ ଅରଜିତ ଜେନାକୁ ଅଟକ ରଖିଥିଲା ପୋଲିସ । ଉଭୟ ଯୁବକ ଯବୁତୀ କ୍ୟାପିଟାଲ ହସ୍ପିଟାଲରେ ଚାକିରୀ କରିଥିବା ନେଇ ସୂଚନା ମିଳିଛି  ।

ସୂଚନା ଅନୁସାରେ ଗତ ବର୍ଷ ପଟିଆ ସରକାରୀ ମେଡିକାଲ ହସ୍ପିଟାଲରେ ଯୁବତୀ ଜଣକ ସେବିକା ଭାବରେ କାମ କରୁଥିଲେ। କ୍ୟାପିଟାଲ ହସ୍ପିଟାଲ ରେ ଅରଜିତ ଡାଟା ଏଣ୍ଟ୍ରି ଅପରେଟର କାମ କରୁଥିବା ବେଳେ ପତିଶ ମେଡିକାଲ ରେ duty ପଡିଥିଲା। ସେଇ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏପରିକି ବିବାହ କରିବା ନେଇ ପରିବାର ଲୋକଙ୍କ ସହ ପରିଚତ କରାଇଥିଲେ। ଏପରିକି ଏକ ହୋଟେଲ କୁ କଥା ହେବାକୁ କହି ଡାକି ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି ଥିଲେ।

ପରେ ବିବାହ ନେଇ ପଚାରିବା ସହ ଫୋନ କରିବାରୁ ଫୋନ ଉଠାଇ ନଥିଲେ । ଏପରିକି ଗାଳିଗୁଲଜ ମଧ୍ୟ କରିଥିଲେ। ପରେ ଧୋକା ଦେଇଥିବା ନେଇ ଯୁବତୀ ଜଣଙ୍କ ଇନ୍ଫୋସିଟି ଥାନାରେ କରିଥିଲେ। ପୋଲିସ ମାମଲା ରୁଜୁ କରି ଯୁବକ ଜଣକୁ ଗିରଫ କରିଛି। ଉଭୟଙ୍କ ଡାକ୍ତରୀ ମଇନା ହୋଇଛି। ଉଭୟ କ୍ୟାପିଟାଲ ହସ୍ପିଟାଲରେ ଚାକିରୀ କରନ୍ତି। ସେପଟେ ଯୁବତୀଙ୍କୁ ନ୍ୟାୟାଳୟ ଉଚିତ ନ୍ୟାୟ ଦେବେ ବୋଲି ତାଙ୍କ ଓକିଲ କହିଛନ୍ତି।

ବିପଦରେ ଫ୍ଲାଟ ବାସିନ୍ଦା: ହାଇଟେକ୍ ବିରୁଦ୍ଧରେ ହେବ ଗାନ୍ଧିଗିରି

ଭୁବନେଶ୍ୱର: ହାଇଟେକ୍ ବିଲ୍ଡର୍ସ ଆଣ୍ଡ ପ୍ରମୋଟର ସଂସ୍ଥାର ନିରନ୍ତର ଅବହେଳା, ଖାମ ଖିଆଲ ନୀତି ଏବଂ ଗ୍ରାହକ ଶୋଷଣ ବିରୁଦ୍ଧରେ ଆରମ୍ଭ ହେବାକୁ ଯାଉଛି ଗାନ୍ଧିଗିରି। ସୁନ୍ଦରପଦା ଅଞ୍ଚଳର କୁହା ସ୍ଥିତ କଲ୍ୟାଣ ପ୍ଲାଜା ଆନେକ୍ସର ଫ୍ଲାଟ ମାଲିକମାନେ ଏହି ନିଷ୍ପତ୍ତି ନେଇଛନ୍ତି। ହାଇଟେକ୍ ସଂସ୍ଥା ପକ୍ଷରୁ ଏଠାରେ ଅନ୍ତେବାସୀଙ୍କ ସୁରକ୍ଷା ଲାଗି ମୁତୟନ କରାଯାଇଥିବା ସୁରକ୍ଷା କର୍ମୀମାନେ ସେମାନଙ୍କ ପ୍ରତି ବିପଦର କାରଣ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ସୁରକ୍ଷାକର୍ମୀମାନେ ଅନେକ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ ମଧ୍ୟ ହାଇଟେକ୍ କର୍ତ୍ତୃପକ୍ଷ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଏପରିକି ତାଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହେୁଥିବା ଅଭିଯୋଗ ହୋଇଛି।

ଏ ସମ୍ବନ୍ଧରେ ଗୃହ ମାଲିକ ସଂଘ (କେପିଏଓଡବ୍ଲୁଏ) ପକ୍ଷରୁ ବିଲ୍ଡରଙ୍କ ନିକଟକୁ ଏକ ପତ୍ର ଲେଖାଯାଇଛି। ଏହି ପତ୍ରରେ କମ୍ପାନୀର ଦୁଇ ନିର୍ଦେଶକ ତିରୁପତି ଚୌଧରୀ ଏବଂ ମଧୁସୂଦନ ପାଣିଗ୍ରାହୀଙ୍କୁ କୁହାଯାଇଛି ଯେ, ବାରମ୍ବାର ପ୍ରମାଣ ଭିତ୍ତିକ ଅଭିଯୋଗ ଦାଖଲ ପରେ ମଧ୍ୟ ହାଇଟେକ୍ କର୍ତ୍ତୃପକ୍ଷଙ୍କ ନୀରବତା ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। କେବଳ ସିକ୍ୟୁରିଟି କର୍ମଚାରୀ ନୁହଁନ୍ତି, ଏଠାର ମେଣ୍ଟେନାନ୍ସ କର୍ମଚାରୀ ମଧ୍ୟ ଏଠାରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ବିଭିନ୍ନ ସମୟରେ ରେକର୍ଡ଼ କରାଯାଇଥିବା ସିସିଟିଭି ଫୁଟେଜ୍ରୁ ଏହା ସ୍ପଷ୍ଟ ହୋଇଛି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସିକ୍ୟୁରିଟି ଦାୟିତ୍ବରେ ରଖାଯିବା ହେତୁ ସେମାନେ ଅନ୍ତେବାସୀଙ୍କୁ ବିଭିନ୍ନ ସମୟରେ ଧମକାଉଥିବା ଅଭିଯୋଗ ହୋଇଛି।

ଯଦି ଏ ସମସ୍ୟାର ସମାଧାନ ପାଇଁ କୌଣସି ବ୍ୟବସ୍ଥା କରା ନଯାଏ ତେବେ ବିଲ୍ଡର ଅଫିସ୍ ସମ୍ମୁଖରେ ସେମାନେ ଗାନ୍ଧିଗିରି ପାଳନ କରିବେ ବୋଲି ସୋସାଇଟିର ସଭାପତି ରବୀନ୍ଦ୍ର ନାଥ ରଥ ଏବଂ ସମ୍ପାଦକ ସୁଦର୍ଶନ ମଣ୍ଡଳ ଜଣାଇଛନ୍ତି। ଏହା ପୂର୍ବରୁ ବିଭିନ୍ନ ଅଭିଯୋଗ ନେଇ ଘର ମାଲିକମାନେ ବିଲ୍ଡର ଅଫିସ ସମ୍ମୁଖରେ ଦୁଇଥର ଧାରଣାରେ ବସିଥିଲେ। ଏଥର ଲକଡାଉନ ଖୋଲିବା ମାତ୍ରେ ଅନୁରୂପ ଭାବେ ପ୍ରତିବାଦ କରାଯିବ ବୋଲି ସେମାନେ ଜଣାଇଛନ୍ତି।

ଅନାଥ ପିଲାଙ୍କ ପାଇଁ ହାତ ବଢାଇଲେ ରାଜ୍ୟ ସରକାର, ଗ୍ରୀନ ପ୍ୟାସେଜ ଯୋଜନାରେ କରିବେ ଅନ୍ତ୍ରର୍ଭୁକ୍ତ

ଭୁବନେଶ୍ୱର: କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କୁ ରାଜ୍ୟ ସରକାରଙ୍କ Green Passage ଯୋଜନାରେ ସାମିଲ କରାଯିବ। ସେମାନଙ୍କ ବୈଷୟିକ ଶିକ୍ଷା ଯଥା ମେଡିକାଲ ଓ ଇଂଜିନିୟରିଂ ପାଠ ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବେ । ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସମସ୍ତ ଖର୍ଚ୍ଚ ଦିଆଯିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର  ।

ସୂଚନା ମୁତାବକ ବର୍ତ୍ତମାନ ଅନାଥ ଶିଶୁଙ୍କୁ 2000 ଟଙ୍କା ଷ୍ଟାଇପେଣ୍ଡ ମିଳୁଛି। କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ମଧ୍ୟ ଏହି ଷ୍ଟାଇପେଣ୍ଡ ଯୋଜନା କରାଯାଉଥିବା ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ କହିଛନ୍ତି । କୋଭିଡ ମହାମାରୀ ସମୟରେ ଅନକେ ପିଲା ଅନାଥ ହୋଇଛନ୍ତି  । ପିତା ମାତା ଚାଲିଯିବା ଫଳରେ ସାମାନଙ୍କ ପାଠ ପଢିବା ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥାରେ ସମସ୍ୟା ପରିଲିଖିତ ହୋଇଛି  ।

ଏପରି ସମୟରେ ଓଡ଼ିଶା ସରକାର ଏହି ଅନାଥ ପିଲାଙ୍କ ପାଇଁ ସହୟତା ଦେବାକୁ ହାତ ବଢାଇଛନ୍ତି  । କୋଭିଡରେ ପିତା ମାତା ଚାଲିଯାଇଥିବା ପିଲାଙ୍କୁ ରାଜ୍ୟ ସରକାର ଏହି ସହୟତା ଅର୍ଥ ପ୍ରଦାନ କରିବେ   । ଏହା ସହିତ ପାଢ ପଢା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର  । ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିଛନ୍ତି ସରକାର  । ଗ୍ରୀନ ପ୍ୟାସେଜ ଯୋଜନାରେ ଏହି ଅନାଥ ପିଲାଙ୍କୁ ଯୋଡ଼ିବେ ସରକାର  । ଯଦ୍ୱାରା ତାଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ  ।

ମଙ୍ଗଳବାର ଶିବ ବିବାହ, କଟକଣାରେ ବିବାହ କରିବେ ଦେବଦମ୍ପତି

ଭଦ୍ରକ: ଆସନ୍ତାକାଲି  ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ୟରେ ଅନୁଷ୍ଠିତ ହେବ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ୟ  । ଏଥିପାଇଁ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି  । ସେପଟେ ଆଜି ମଙ୍ଗଳପାଗ ନୀତି ନିମନ୍ତେ ବରପିତା ଓ କଣ୍ଟାପିତା ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୌରୀଙ୍କୁ ପୃଥକ ପୃଥକ ଭାବେ ଏକ ପାଲିଙ୍କିରେ ନିଜ ଘରକୁ ନେଇ ଲୋକାଚାରରେ ୭ଜଣ ମହିଳା ହଳଦୀ, ଆଦିରେ ମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।

ଏପଟେ ମନ୍ଦିରରେ ମଣିବାବାଙ୍କର ମଙ୍ଗଳ ଆଳତୀ, ଘର୍ଷଣଲାଗି ନୀତି ସରିବା ପରେ ହଳଦୀ, ଗନ୍ଧମଳା ଓ ସୁବାଷିତ ଜଳରେ ମଙ୍ଗୁଳା କାର୍ଯ୍ୟ ସେବାୟତମାନେ କରିବାର ବିଧି ରହିଛି। ବିବାହ ନିମନ୍ତେ ଲଗ୍ନଚିଟାଉ ଥାଳ ଉଠା କାର୍ଯ୍ୟ ବରପିତା ଓ କଣ୍ଟାପିତା ପକ୍ଷରୁ ସମ୍ପନ୍ନ ହୋଇଛି। ତାହାସହ ପୀଠରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି।

ହେଲେ ମହାମାରୀ କରୋନାର ଭୟଭୟତାକୁ ନେଇ ପୂର୍ବବର୍ଷ ଭଳି ଚଳିତବର୍ଷ ବରାନୁଗମନ ଶୋଭାଯାତ୍ରାରେ ବାଜିବନି ବାଜା କି ଜଳିବନି ରୋଷଣୀ। ଏଥିପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏପରିକି ବରଯାତ୍ରୀ ଓ ଖାଦ୍ୟ ଉପରେ କଟକଣା ଜାରୀ କରିଛି ଜିଲା ପ୍ରଶାସନ। ବିବାହ ଉତ୍ସବରେ ସାମିଲି ହେବାକୁ ଥିବା ସେବାୟତ ଓ ସେବାକାରୀଙ୍କର ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।

ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅମର ପଟ୍ଟନାୟକ: ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ

ଭୁବନେଶ୍ୱର: ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ ଭୁବନେଶ୍ୱରରେ ବିଭିନ୍ନ ଟିକା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଲୌଲା ସ୍କୁଲ ଓ ସପ୍ତମ ବାଟାଲିଅନରେ ଟିକା ନେଉଥିବା ବ୍ୟକ୍ତିଙ୍କ ସମେତ ଟିକାକରଣରେ ନିୟୋଜିତ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି  ସାଂସଦ। ଟିକାକରଣ ନେଇ ବିଏମସିର ପ୍ରସ୍ତୁତି ଓ ବ୍ୟବସ୍ଥାକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ଖୁବଶୀଘ୍ର ଭୁବନେଶ୍ୱରରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବର୍ଗଙ୍କ ପାଇଁ ଟିକାକରଣ ବ୍ୟବସ୍ଥା ହେବ । ଟିକାର ଅଭାବ କାରଣରୁ ବନ୍ଦ ଥିବା ସବୁ ମୋବିଲାଇଜେସନ କେନ୍ଦ୍ର ପୁଣି ଖୋଲିବ । ଆଜି ଅପରାହ୍ନରେ କିନ୍ନର ନେବେ ଟିକା । ଦିନେ ଦୁଇ ଦିନ ମଧ୍ୟରେ ଓଲା, ଉବେର, ଟ୍ୟାକ୍ସି ଓ ଅଟୋ ଚାଳକଙ୍କ ପାଇଁ ହେବ ସ୍ୱତନ୍ତ୍ର ଡ୍ରାଇଭ । ଫାର୍ମାସିଷ୍ଟ, ମେଡିସିନ ଦୋକାନୀ ଓ କର୍ମଚାରୀଙ୍କୁ ବି ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଟିକା ଦିଆଯିବ । ହୋମ୍‌ ଡେଲିଭରି ବୟ ସ୍ୱିଗି ପରେ ଆଜି ଜୋମାଟୋ ଡେଲିଭରି ବୟଙ୍କୁ ଟିକା ଦିଆଯାଉଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ତଳମୁହାଁ ସଂକ୍ରମଣ: ଆଉ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

ରାମ ମନ୍ଦିର ଜମିକୁ ନେଇ ବିବାଦ: ୨ କୋଟିର ଜମି ୧୮ କୋଟିରେ କିଣାଗଲା

ଲକ୍ଷ୍ଣୌ: ଅଯୋଧ୍ୟା ରାମ ମନ୍ଦିର ଜମିକୁ ନେଇ ମୁଣ୍ଡ ଟେକିଛି ବିବାଦ । ୨ କୋଟି ଟଙ୍କାର ଜମି କିପରି ୧୮ କୋଟିରେ ବିକ୍ରି ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ । ୧୦ ମିନିଟ୍ ପୂର୍ବରୁ ୨ କୋଟି ଥିବା ଜମି ୧୮କୋଟିର ହୋଇଗଲା । ଜମି କିଣାରେ ହେରଫେର ନେଇ କେବଳ ପ୍ରଶ୍ନ ଉଠିନି, ବରଂ କେଉଁ କାରଣରୁ ଓ ଏତେ ମହଙ୍ଗା ଜମି କିଣିବାକୁ କିଏ ଦେଇଥିଲା ଅନୁମତି, ଏହାକୁ ନେଇ ବି ଉଠିଛି ପ୍ରଶ୍ନ । ରାମ ମନ୍ଦିର ନିର୍ମାଣର ପୂରା ଦାୟିତ୍ୱ ଟ୍ରଷ୍ଟ ହାତରେ ରହିଛି । ଏହି ସମୟରେ ଜମି କେଳେଙ୍କାରୀ ଟ୍ରଷ୍ଟର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛି । ଏହାର ସିବିଆଇ ଓ ଇଡି ତଦନ୍ତ ଦାବି କରିଛନ୍ତି ଆପ୍ ନେତା ସଞ୍ଜୟ ସିଂହ । ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ମଧ୍ୟ ଟ୍ରଷ୍ଟ ଉପରେ ଆରୋପ ଲଗାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଲୋକ ଜନଶକ୍ତି ପାର୍ଟିରେ ବିଦ୍ରୋହ: ଦଳ ଛାଡ଼ିବେ ୫ ସାଂସଦ

ରାଜ୍ୟରେ କମୁଛି ସଂକ୍ରମଣ ହାର: ଜାଣନ୍ତୁ ଲକ୍‌ଡାଉନ୍ ନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟ ପାଇଁ ଖୁସି ଖବର । ପଜିଟିଭ ହାର ଦ୍ରୁତଗତିରେ କମୁଛି । ଏବେ ୬ ପ୍ରତିଶତକୁ ଖସିଛି ପଜିଟିଭ୍‌ ହାର । ଯାହା ରାଜ୍ୟ ପାଇଁ ଆଶ୍ୱସ୍ତି ଆଣିଛି । ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟାକୁ ଯିବେ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । ଦେଶରେ ବିଭିନ୍ନ ସ୍ଥାନରେ କେତେବେଳେ ସଂକ୍ରମଣ ବଢୁଛି ଓ କମୁଛି । ତେଣୁ ସତର୍କତାର ସହ ରାଜ୍ୟ ସରକାର ଅନଲକ୍ କରିବେ । ଏକ୍‌ମୋ ଚିକିତ୍ସା ପାଇଁ ୬ଟି ମେସିନ୍ ଆଣିବାକୁ ଟେଣ୍ଡର ସରିଛି । ଆବଶ୍ୟକ ମାନବସମ୍ବଳ ପ୍ରସ୍ତୁତ କରାଯାଇଛି । ମେସିନ୍ ଆସିଲେ ଏକ୍‌ମୋ ଚିକିତ୍ସା ଆରମ୍ଭ ହେବ । କଟକ ଏସ୍‌ସିବିରେ ୬ଟି ୟୁନିଟ୍ ଖୋଲାଯିବ । ଏହାସହ ରାଜ୍ୟରେ ବର୍ତ୍ତମାନ ୨ଟି ଘରୋଇ ହସ୍ପିଟାଲରେ ଏକ୍‌ମୋ ମେସିନ ରହିଛି । ତାହା ମଧ୍ୟ ବ୍ୟବହାର କରାଯିବ । ସେହିପରି ନକଲି ଔଷଧ କାରବାର ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଥିବା ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କଟକଣା ମଧ୍ୟରେ ଚାଲିଛି ରଜ ପାଳନ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ