ଅଗଷ୍ଟ 4 ଶ୍ରୀମନ୍ଦିର ପ୍ରଶାସନର ବୈଠକ, ଭକ୍ତଙ୍କ ପ୍ରବେଶ ଅନୁମତିକୁ ନେଇ ହୋଇପାରେ ଆଲୋଚନା

ପୁରୀ: ଶ୍ରୀମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ନେଇ ବସିବ ବୈଠକ । ଆସନ୍ତା ଅଗଷ୍ଟ 4 ତାରିଖ ଦିନ ବୈଠକ ଅନୁଷ୍ଠିତ ହେବ  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ଆଲୋଚନା ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ପୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସମନ୍ୱୟ କମିଟିର ସଦସ୍ୟମାନେ ତଥା ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଅଂଶଗ୍ରହଣ କରିବେ  ।

କରୋନା ପାଇଁ ଦୀର୍ଘ ଦିନରୁ ବନ୍ଦ ରହିଛି ଶୀମନ୍ଦିର । ଅନେକ ଭକ୍ତ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି । ସେପଟେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରେବଶ ମନା ଯୋଗୁ ଆର୍ଥିକ କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହୋଇଛନ୍ତି ସେବାୟତ । ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଆଲୋଚନା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଗୋଟେପଟେ ସଂକ୍ରମଣ ସଂଖ୍ୟା ବର୍ତ୍ତମାନ କମିବାରେ ଲାଗିଛି  । ଅନ୍ୟପଟେ ସମଗ୍ର ରାଜ୍ୟରେ ବସ ଚଳାଚଳ ମଧ୍ୟ ଆରମ୍ଭ ହେଲାଣି  । କଟକଣା ମଧ୍ୟ ଆସ୍ତେ ଆସ୍ତେ କୋହଳ ହେବାରେ ଲାଗିଛି  । ତେଣୁ ଏପରି ସ୍ଥିତିରେ ମନ୍ଦିର ଖୋଲିବାକୁ ନେଇ ମନ୍ଦିର ପ୍ରଶାସନ ଆଲୋଚନା କରିପାରେ  ।

Leave a Reply