କାଲି ସରକାର ଗଠନ କରିବ ତାଲିବାନ, କେଉଁ ଦେଶ ସହ କେମିତି ରହିବ ସମ୍ପର୍କ ?

Taliban Are All Set To Form Government In Afghanistan After Friday Prayers

କାବୁଲ: ଆଫଗାନିସ୍ତାନ କବଜାର ୨ ସପ୍ତାହ ପରେ ଦେଶରେ ସରକାର ଗଠନ ପାଇଁ ତାଲିବାନ ପ୍ରସ୍ତୁତ ହୋଇଛି । ସୂତ୍ର ଅନୁସାରେ, ଶୁକ୍ରବାର ଜୁମେ ନମାଜ ପାଠ ପରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବ । ଅଗଷ୍ଟ ୧୫ରେ ତାଲିବାନ କାବୁଲକୁ କବଜା କରିବା ପରେ ପୂରା ଦେଶକୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଆଉ ଅଗଷ୍ଟ ୩୦ରେ ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ଇସଲାମିକ ଆତଙ୍କବାଦୀ ସମୂହ ଖୁସି ମନାଇଥିଲେ । ଏଥିସହ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧ ପରେ ଦେଶରେ ଶାନ୍ତି ଓ ସୁରକ୍ଷା ଆଣିବା ପାଇଁ ପ୍ରତିଜ୍ଞା କରିଥିଲେ ।

Taliban Are All Set To Form Government In Afghanistan After Friday Prayers

ଆମେରିକା ସୈନ୍ୟ ଚଳିତ ସପ୍ତାହରେ ଦେଶ ଛାଡ଼ିବା ପୂର୍ବରୁ ତାଲିବାନ, ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ରୂପେ କବଜା କରି ନେଇଥିଲା । କେବଳ ପଞ୍ଜଶିରରେ ତାଲିବାନ ପଶି ପାରିନାହିଁ । ଏବେ ତାଲିବାନ ଦେଶକୁ ଶାସନ କରିବାର ଆଶା ଉଜ୍ଜୀବିତ ହୋଇଛି । ତେବେ ଆଫଗାନିସ୍ତାନର ଆର୍ଥିକ ସ୍ଥିତି ଖରାପ ଥିବାରୁ ତାଲିବାନ ଅନ୍ତରାଷ୍ଟ୍ରୀୟ ସହାୟତା ଉପରେ ନଜର ରଖିଛି ।

Taliban Are All Set To Form Government In Afghanistan After Friday Prayers

ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଙ୍ଖୁଦଜାଦାଙ୍କୁ ତାଲିବାନ ନେତା ଭାବେ ଚୟନ କରିଛି । ସେ ରାଷ୍ଟ୍ରପତି ହେବେ । ଶୁକ୍ରବାର ସରକାର ଗଠନ ପରେ କେଉଁ ଦେଶ ସହ ତାଲିବାନ କିଭଳି ସମ୍ପର୍କ ରଖୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଆର୍ଥିକ ସଂକଟ ସହ ଯୁଝୁଥିବା ଆଫଗାନିସ୍ତାନକୁ ଟଙ୍କାର ଆବଶ୍ୟକତା ରହିଛି ।

Leave a Reply