ଗୁପଚୁପ୍ ଖାଇବାରୁ ଜୀବନ ହାରିଦେଲା ସ୍ତ୍ରୀ, ସ୍ୱାମୀ ଗିରଫ

1 min read
Dispute With Husband Over Golgappa Wife Killed Herself

ମୁମ୍ବାଇ: ସ୍ୱାମୀ, ସ୍ତ୍ରୀଙ୍କ କଥାରେ ଚାଲେ ସଂସାର । କେତେବେଳେ ମନାନ୍ତର ତ ଆଉ କେବେ ମତାନ୍ତର ଭିତରେ ଗଡ଼େ ସଂସାର ରଥ । କିନ୍ତୁ ମହାରାଷ୍ଟ୍ରର ପୁଣେରୁ ଆସିଛି ଏକ ଅଜବ ମାମଲା । ଯେଉଁଠି ସ୍ୱାମୀ ଗୁପଚୁପ୍ ଖାଇବାକୁ ନେଇ ଅରାଜି ଥିବା ପତ୍ନୀ ନେଇଛନ୍ତି ଚରମ ପଦକ୍ଷେପ । ବିଷ ପିଇବାରୁ ପତ୍ନୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ ।

ମାମଲାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀଙ୍କ ଅନୁସାରେ, ପୁଣେର ଅମ୍ବେଗାଓଁ ପଠାରରେ ରୁହନ୍ତି ପ୍ରତୀକ୍ଷା ସରବଡେ । ୨୦୧୯ରେ ତାଙ୍କ ବିବାହ ଗହିହିନାଥଙ୍କ ସହ ହୋଇଥିଲା । ତାଙ୍କର ୧୮ ମାସର ଏକ ପୁଅ ମଧ୍ୟ ରହିଛି । କିଛିଦିନ ହେଲା ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛୋଟମୋଟ କଳହ ଲାଗି ରହୁଥିଲା । ଗୋଟିଏ ଦିନ ଝଗଡ଼ା ହେବାରୁ ସ୍ତ୍ରୀ, ସ୍ୱାମୀଙ୍କୁ କହିଥିଲେ ତୁମେ କେବେ ଗୁପଚୁପ୍ ଖାଇଲେ ମୁଁ ବିଷ ଖାଇ ଦେବି । ଆଉ ଶେଷରେ ସେୟା ହୋଇଛି ।

ଶୁକ୍ରବାର ଗହିହିନାଥ ବଜାରରୁ ଫେରିବା ବେଳେ ପତ୍ନୀଙ୍କ ପାଇଁ ଗୁପଚୁପ୍ ପାର୍ସଲ କରି ଆଣିଥିଲେ । ଗହିହିନାଥ ଘରେ ପହଞ୍ଚିବା ମାତ୍ରେ ହାତରେ ଗୁପଚୁପ୍ ଦେଖି ପ୍ରତୀକ୍ଷା ରାଗି ଯାଇଥିଲେ । ଏହାକୁ ନେଇ ଉଭୟ ପତି, ପତ୍ନୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଝଗଡ଼ା ଲାଗି ରହିଥିଲା । ଶନିବାର ପ୍ରତୀକ୍ଷା ବିଷ ପିଇ ଦେଇଥିଲେ ।

ଗହିହିନାଥ ପଡ଼ୋଶୀଙ୍କ ସହ ପତ୍ନୀଙ୍କୁ ମେଡିକାଲ ନେଇ ଯାଇଥିଲେ । ଗୋଟିଏ ଦିନର ଚିକିତ୍ସା ପରେ ରବିବାର ପ୍ରତୀକ୍ଷାଙ୍କ ମୃତ୍ୟୁ ହୋଇଛି । ସୋମବାର ପ୍ରତୀକ୍ଷାଙ୍କ ବାପା ଗହିହିନାଥଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ଏତଲା ଦେଇଥିଲେ । ପୋଲିସ ମାମଲାରେ ଗହିହିନାଥଙ୍କୁ ଗିରଫ କରି ନେଇଛି ।

Leave a Reply