ପାରା ଅଲମ୍ପିକ: ହାଇଜମ୍ପରେ ରୌପ୍ୟ ହାତେଇଲେ ପ୍ରବୀଣ

1 min read
Tokyo Paralympics Praveen Kumar Silver Medal High Jump

ଟୋକିଓ: ଟୋକିଓ ପାରା ଅଲମ୍ପିକ ୨୦୨୦ରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଭାରତକୁ ମିଳିଛି ଆଉ ଏକ ପଦକ । ନୋଏଡାର ପ୍ରବୀଣ କୁମାର ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି । ପ୍ରବଣୀ କୁମାର ୨.୦୭ ମିଟର ଲମ୍ପ ମାରି ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ପ୍ରବୀଣଙ୍କ ବୟସ ୧୮ । ୨୦୦୩ରେ ମେ ୧୫ରେ ପ୍ରବୀଣ ଉତ୍ତରପ୍ରଦେଶର ନୋଏଡାରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୯ରେ ଅନ୍ତର୍ଜାତୀୟ ଖେଳରେ ଭାଗ ନେଇଥିଲେ ପ୍ରବୀଣ । ଆଉ ୨ ବର୍ଷ ଭିତରେ ପାରା ଅଲମ୍ପିକରେ ପ୍ରବୀଣ ପଦକ ଜିତିଛନ୍ତି ।

Tokyo Paralympics Praveen Kumar Silver Medal High Jump

ସାମାନ୍ୟ ଛୋଟା ଥିବା ପ୍ରବୀଣ ଏହାକୁ ନିଜର ଶକ୍ତିରେ ରୂପାନ୍ତରିତ କରି ଆଜି ଇତିହାସ ରଚିଛନ୍ତି । ପ୍ରଥମରୁ ଭଲିବଲ ଖେଳୁଥିବା ପ୍ରବୀଣ ପରେ ହାଇଜମ୍ପ ଖେଳିଥିଲେ । ଦିଲ୍ଲୀର ଜବାହର ଲାଲ ନେହରୁ ଷ୍ଟାଡିୟମରେ କୋଚ ସତ୍ୟପାଲ ସିଂହ ପ୍ରବୀଣଙ୍କୁ ଲଗାତାର ଟ୍ରେନିଂ ଦିଅନ୍ତି ।

ଟୋକିଓ ପାରା ଅଲମ୍ପିକ-୨୦୨୦ରେ ଭାରତ ଏଯାବତ୍ ୧୧ଟି ପଦକ ପାଇଛି । ଭାରତ ୨ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ପାଇଛି ।

Leave a Reply