ଜୁମେ ନମାଜ ପରେ ଆଜି ସରକାର ଗଢ଼ିବ ତାଲିବାନ୍, ସରକାର ଚଳାଇବାକୁ ଚୀନ ଦେବ ଅର୍ଥ

Taliban To Form New Government In Afghanistan Today

କାବୁଲ: ଆଫଗାନିସ୍ତାନ କବଜାର ୨ ସପ୍ତାହ ପରେ ସରକାର ଗଠନ ପାଇଁ ପ୍ରସ୍ତୁତ ତାଲିବାନ । ଆଜି ଜୁମେ ନମାଜ ପାଠ ପରେ କାବୁଲରେ ଇରାନ ଢାଞ୍ଚାରେ ସରକାର ଘୋଷଣା ନେଇ ତାଲିବାନ ଘୋଷଣା କରିବ । ବରିଷ୍ଠ ନେତା ମୁଲ୍ଲା ହେବତୁଲ୍ଲା ଅଙ୍ଖୁଦଜାଦାଙ୍କୁ ରାଷ୍ଟ ମୁଖ୍ୟ କରାଯିବ । ପୂର୍ବରୁ ରାଜ୍ୟପାଳ ଓ ମେୟରଙ୍କୁ ନିଯୁକ୍ତି ଦେଇଛି ତାଲିବାନ । କ୍ୟାବିନେଟ୍ ମନ୍ତ୍ରୀଙ୍କ ନାମ ମଧ୍ୟ ସ୍ଥିର କରାଯାଇ ସାରିଛି । ନୂଆ ସରକାରରେ ରାଜ୍ୟପାଳ ରାଜ୍ୟର ମୁଖ୍ୟ ଓ ଜିଲ୍ଲାପାଳ ଜିଲ୍ଲାର ପ୍ରଭାରୀ ରହିବେ ବୋଲି ତାଲିବାନୀ ନେତା ରମାଙ୍ଗନୀ କହିଛନ୍ତି ।

Taliban To Form New Government In Afghanistan Today

ଇରାନ ଢାଞ୍ଚାରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ୁଛି । ଯେଉଁଠି ଦେଶର ସର୍ବୋଚ୍ଚ ନେତା ଦେଶର ବଡ଼ ରାଜନୈତିକ କିମ୍ବା ଧାର୍ମିକ ବର୍ଗରୁ ଥାଆନ୍ତି । ତାଙ୍କ ପଦ ରାଷ୍ଟ୍ରପତି ପଦଠାରୁ ଊର୍ଦ୍ଧ୍ୱରେ । ସେ ସେନା, ସରକାର ଓ ନ୍ୟାୟ ବ୍ୟବସ୍ଥାର ମୁଖ୍ୟଙ୍କୁ ନିଯୁକ୍ତି ଦେଇଥାନ୍ତି । ଦେଶର ରାଜନୈତିକ, ଧାର୍ମିକ ଓ ସୈନ୍ୟ ମାମଲାରେ ସର୍ବୋଚ୍ଚ ନେତାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ । ତାଲିବାନୀ ଏହି ଢାଞ୍ଚାରେ ସରକାର ଗଢ଼ୁଛନ୍ତି ।

Taliban To Form New Government In Afghanistan Today

ନୂଆ ପ୍ରଶାସନ କେଉଁ ବ୍ୟବସ୍ଥାରେ କାମ କରିବ, ରାଷ୍ଟ୍ରୀୟ ପତାକା ଓ ରାଷ୍ଟ୍ରୀୟ ସଂଗୀତ ନେଇ ତାଲିବାନ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ । ତେବେ ବିଗତ ୨୦ ବର୍ଷ ହେଲା ପୂର୍ବ ସରକାରରେ ସାମିଲ୍ ଥିବା କାହାରିକୁ ପ୍ରଶାସନରେ ସାମିଲ୍ କରାଯିବ ନାହିଁ ବୋଲି କହିଛି ତାଲିବାନ । ଆଗାମୀ ୪୮ ଘଣ୍ଟା ଭିତରେ ହାମିଦ କରଜଇ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ ବୋଲି ତାଲିବାନ କହିଛି ।

Taliban To Form New Government In Afghanistan Today

ସରକାର ଚଳାଇବାକୁ ଚୀନ ଦେବ ଅର୍ଥ

ତାଲିବାନ ସରକାର ଚଳାଇବା ଲାଗି ଅର୍ଥ ପାଇଁ ଚୀନ ଉପରେ ନିର୍ଭର କରିବ । କିଛିଦିନ ତଳେ ତାଲିବାନର ଦ୍ୱିତୀୟ ନେତା କୁହାଯାଉଥିବା ମୁଲ୍ଲା ଅବ୍ଦୁଲ ଗନି ବରାଦର ବେଜିଂ ଗସ୍ତ କରିଥିଲେ । ଗସ୍ତ ବେଳେ ସେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଫଗାନିସ୍ତାନରେ ୩ ଟ୍ରିଲିୟନ ଡଲାରର ଖଣିଜ ସମ୍ପଦ ରହିଛି । ଯାହା ଉପରେ ଚୀନର ନଜର ରହିଛି ।

Leave a Reply