spot_img
Home Blog Page 5379

ଅଗଷ୍ଟ 4 ଶ୍ରୀମନ୍ଦିର ପ୍ରଶାସନର ବୈଠକ, ଭକ୍ତଙ୍କ ପ୍ରବେଶ ଅନୁମତିକୁ ନେଇ ହୋଇପାରେ ଆଲୋଚନା

ପୁରୀ: ଶ୍ରୀମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ନେଇ ବସିବ ବୈଠକ । ଆସନ୍ତା ଅଗଷ୍ଟ 4 ତାରିଖ ଦିନ ବୈଠକ ଅନୁଷ୍ଠିତ ହେବ  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ଆଲୋଚନା ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ପୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସମନ୍ୱୟ କମିଟିର ସଦସ୍ୟମାନେ ତଥା ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଅଂଶଗ୍ରହଣ କରିବେ  ।

କରୋନା ପାଇଁ ଦୀର୍ଘ ଦିନରୁ ବନ୍ଦ ରହିଛି ଶୀମନ୍ଦିର । ଅନେକ ଭକ୍ତ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି । ସେପଟେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରେବଶ ମନା ଯୋଗୁ ଆର୍ଥିକ କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହୋଇଛନ୍ତି ସେବାୟତ । ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଆଲୋଚନା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଗୋଟେପଟେ ସଂକ୍ରମଣ ସଂଖ୍ୟା ବର୍ତ୍ତମାନ କମିବାରେ ଲାଗିଛି  । ଅନ୍ୟପଟେ ସମଗ୍ର ରାଜ୍ୟରେ ବସ ଚଳାଚଳ ମଧ୍ୟ ଆରମ୍ଭ ହେଲାଣି  । କଟକଣା ମଧ୍ୟ ଆସ୍ତେ ଆସ୍ତେ କୋହଳ ହେବାରେ ଲାଗିଛି  । ତେଣୁ ଏପରି ସ୍ଥିତିରେ ମନ୍ଦିର ଖୋଲିବାକୁ ନେଇ ମନ୍ଦିର ପ୍ରଶାସନ ଆଲୋଚନା କରିପାରେ  ।

ଓଜେଇଇ ପାଇଁ ଆଉ ୯ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କଲେ ସରକାର

ଭୁବନେଶ୍ୱର: ଓଜେଇଇ ପାଇଁ ଆଉ ୯ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କଲେ ସରକାର । ଏଥିସହ ରାଜ୍ୟ ବାହାରେ ପାଟନା, ରାଞ୍ଚି ଏବଂ କୋଲକାତାରେ ମଧ୍ୟ ପରୀକ୍ଷା କେନ୍ଦ୍ର ହେବ । ରାଜ୍ୟ ଭିତରେ ହୋଇଥିବା ଅଧିକ ୯ଟି କେନ୍ଦ୍ର ହେଲା ଭବାନୀପାଟଣା, ବୌଦ୍ଧ, ଦେଓଗଡ଼, କେନ୍ଦ୍ରାପଡା, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ପୁରୀ ଏବଂ ସୋନପୁରରେ ପରୀକ୍ଷା ହେବ ।

ଏଥିସହ ଫର୍ମପୂରଣ ଏବଂ ଫର୍ମରେ ସଂଶୋଧନ ପାଇଁ ଅବଧିକୁ ଘୁଞ୍ଚାଯାଇଛି । ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଏବେ ୩୦ଟି ଯାକ ଜିଲ୍ଲାରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । କୋଭିଡ କଟକଣା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

କଲିକତାରୁ ଚିଟ୍‌ଫଣ୍ଡ ଠକକୁ ଧରିଲା ଇଓଡ଼ବ୍ଲ୍ୟୁ ଟିମ୍‌, 14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଠକ

ବାଲେଶ୍ୱର: କଲିକତାରୁ ଚିଟ୍‌ଫଣ୍ଡ ଠକକୁ ଧରିଲା ଇଓଡ଼ବ୍ଲ୍ୟୁ ଟିମ୍‌ । କଲିକତାରୁ ଗିରଫ ପରେ ବାଲେଶ୍ବର ଓପିଆଇଡ଼ି କୋର୍ଟରେ ଆଜି ହାଜର ହୋଇଛି ଠକ । ସେପେଟେ ଚିଟ୍‌ଫଣ୍ଡ ଠକ ହେଲେ ମାସ୍‌ ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ଼ର ଏମ୍‌ଡ଼ି ପ୍ରତାପ କୁମାର ବିଶ୍ବାଳ । ଅଧିକ ଲାଭର ଲୋଭ ଦେଖାଇ ପ୍ରତାପ ଜମାକାରୀଙ୍କ 10କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଥିଲା ।

ଅଧିକ ଲୋଭ ଦେଖାଇ ସାଧାରଣ ଜମାକାରୀଙ୍କ ଠାରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା  । ୧୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅର୍ଥାତ ଲୋଭ ଦେଖାଇ ଲୋକଙ୍କ ଠକି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା  । ସେପଟେ ଇଓଡ଼ବ୍ଲ୍ୟୁ ଏନେଇ ତଦନ୍ତ ଚଳାଇଥିଲା  । କଲିକତାରେ ଏକ ସ୍ୱତନ୍ତ୍ର ଟିମ ଛାନଭିନ କରିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲା  । ଆଜି ବାଲେଶ୍ୱର ଆଣିବା ପରେ  କୋର୍ଟରେ ହାଜର କରିଥିଲା  ।  ପରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଏମ୍‌ଡ଼ି ପ୍ରତାପ ।

 

 

ସିଟ ବୃଦ୍ଧି ପାଇଁ ପୁଣି ଥରେ ଆବେଦନ କରିପାରିବେ ଜୁନିଅର କଲେଜ

ଭୁବନେଶ୍ୱର: ସିଟ ବୃଦ୍ଧି ପାଇଁ ଆଗ୍ରହୀ ଜୁନିଅର କଲେଜ ଗୁଡ଼ିକକୁ ଦ୍ଵିତୀୟ ସୁଯୋଗ । ଆସନ୍ତାକାଲିଠୁ ୨୮ ତାରିଖ ପର୍ଯ୍ୟନ୍ତ ଇଛୁକ କଲେଜ SAMS online ପୋର୍ଟାଲରେ ସିଟ ବୃଦ୍ଧି ନେଇ ଆବେଦନ କରିପାରିବେ । ୨୮ ତାରିଖ ମଧ୍ୟାହ୍ନ ୧୨ଟାଯାଏ ଗ୍ରହଣ କରାଯିବ ଆବେଦନ ।

ଏ ନେଇ ଉଚ୍ଚଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜୁନିଅର କଲେଜ ଅଧ୍ୟକ୍ଷଙ୍କୁ ପତ୍ର ଲେଖାଯାଇଛି । ପୂର୍ବରୁ ଏହା ଜୁଲାଇ 14ରୁ 28 ଯାଏ ଥିଲା । ଛାତ୍ରଛାତ୍ରୀ ଅଧିକ ମାର୍କ ରଖିଥିବାରୁ ଯେପରି ଭଲ କଲେଜରେ ପଢିବା ସୁଯୋଗରୁ ବଞ୍ଚିତ ନ ରୁହନ୍ତୁ, ସେ ଦିଗରେ ସିଟ ବୃଦ୍ଧି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ।

କୋଭିଡ କଟକଣାରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍‌ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ।  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରିବେ । ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୧ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ  ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌ ମାର୍ଗଦର୍ଶିକାର ସଠିକ୍‌ ଅନୁପାଳନ କରାଯାଇ ସ୍ୱଳ୍ପସଂଖ୍ୟକ ଅତିଥି, କୋଭିଡ୍‌ ଯୋଦ୍ଧା, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜିତ ହେବ ।

ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ଭାବାବେଗ ଏବଂ ଗର୍ବର ପ୍ରତୀକ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକ ରେ ଗୁରୁତ୍ୱ ଦେଇଥିଲେ । ଗୃହ ବିଭାଗ ଦ୍ୱାରା ଚିହ୍ନଟ ୟୁନିଟ୍‌-୩ସ୍ଥିତ ପ୍ରଦ ଶର୍ନ ୀ ପଡ଼ିଆଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ପ୍ରଭାତରେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସ୍ୱାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଓ କୋଭିଡ୍‌ ଯୋଦ୍ଧାଙ୍କ ଉପବେଶନ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଚଳିତ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ ବିଷୟରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେସନ୍‌ ଓ ପିଇବା ପାଣି ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍‌ ନିୟନ୍ତ୍ରଣକୁ ଡିସିପି, ଭୁବନେଶ୍ୱର ପରିଚାଳନା କରିବେ । ପୂର୍ବବର୍ଷ ପରି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇଠାରେ ବିଭାଗ ପକ୍ଷରୁ ଉତ୍ସବ ପାଳନ କରାଯିବ । ସେହିପରି ଆର୍‌ଡିସି ଜୋନ୍‌, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ କୋଭିଡ୍‌ ନିୟମାବଳୀ
ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ଵ, ଦୂର କରିବେ ଅସ୍ଥିରତା !

ନୂଆଦିଲ୍ଲୀ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ବିଏସ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ଦେଇଛି ବିଜେପି । କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ ଦାୟିତ୍ଵ ମିଳିଛି । ଧର୍ମେନ୍ଦ୍ର ଖୁବ୍ ଶୀଘ୍ର ଅରୁଣ ସିଂହଙ୍କ ସହ ବେଙ୍ଗାଲୁରୁ ଯାତ୍ରା କରିବେ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜ୍ୟରେ ହଟଚମଟ ଜାରି ରହିଛି।

ଦଳ ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦ ପାଇଁ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାମ ସର୍ବାଗ୍ରେ ରହିଛି। ଏହା ବ୍ୟତୀତ କର୍ଣ୍ଣାଟକ ଗୃହ ମନ୍ତ୍ରୀ  ବାସବରାଜ ବୋମ୍ମାଇ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଅଛନ୍ତି। ବର୍ତ୍ତମାନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ନୂତନ ନେତା ଚୟନ କରିବା ପାଇଁ ଦିନେରୁ ଦୁଇ ଦିନ ସମୟ ଲାଗିପାରେ। ସେ ପର୍ଯ୍ୟନ୍ତ ୟେଦ୍ୟୁରପ୍ପା କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ବ୍ୟବସ୍ଥା ସମ୍ଭାଳିବେ।

ଅନ୍ୟପଟେ ଇସ୍ତଫା ଦେବା ପରେ ବିଏସ ୟେଦ୍ୟୁରପ୍ପା କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଭାବେ କାହାରି ନାମରେ ସୁପାରିଶ କି ପ୍ରସ୍ତାବ ଦେଇ ନାହାନ୍ତି। ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଯାହାକୁ ବି ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯିବ ଆମେ ତାଙ୍କ ଅଧିନରେ କାମ କରିବୁ। ମୁଁ ନିଜ ତରଫରୁ ୧୦୦ ପ୍ରତିଶତ ଯୋଗଦାନ ଦେବି ଏବଂ ମୋର ସମର୍ଥକ ମଧ୍ୟ ଏମିତି କରିବେ। ମୋର ଅସନ୍ତୋଷକୁ ନେଇ କୌଣସି ପ୍ରକାରର କଥା କହିବା ଭୁଲ୍ ହେବ।

ପ୍ରଫେସର ଶରତ କୁମାର ପଳିତା ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରଫେସର ତଥା ବରିଷ୍ଠ  ବୈଜ୍ଞାନିକ ଶରତ କୁମାର ପଳିତା  । ସେହିପରି ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର  କୁଳପତି ଭାବେ ପ୍ରଫେସର କ୍ଷିତି ଭୂଷଣ ଦାସଙ୍କୁ ନିଯୁକ୍ତ କରାଯାଇଛି  । ଜଣେ ଦକ୍ଷ ଏବଂ ବରିଷ୍ଠ ପ୍ରଫେସର ଭାବରେ ଏମଆଇ ଓ ୟୁଜିସିର ପ୍ରାବଧାନ ଅନୁସାରେ ଭାରପ୍ରାପ୍ତ କୁଳପତି ଭାବେ କର୍ତ୍ତବ୍ୟ ନିର୍ବାହ ପାଇଁ ପ୍ରଫେସର ପଳିତାଙ୍କୁ ନିର୍ଦେଶ ଦିଆଯାଇଛି  । ଯେପର୍ଯ୍ୟନ୍ତ ପରବର୍ତ୍ତୀ କୁଳପତିଙ୍କୁ ନିଯୁକ୍ତ କରାନଯାଇଛି, ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନିର୍ବାହ କରିବେ ଶରତ କୁମାର ପଳିତା  ।

ପ୍ରଫେସର ପଳିତା ମଧ୍ୟ ଜଣେ ବୈଜ୍ଞାନିକ ଅଟନ୍ତି  ।  ବିଶ୍ୱବିଦ୍ୟାଳୟରେ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସରଂକ୍ଷଣର ବରିଷ୍ଠ ପ୍ରଫେସର ଅର୍ଥାତ ଡିନ ଭାବରେ ନିଯୁକ୍ତ ରହିଥିଲେ । ସେହିପରି ପୂର୍ବରୁ ବିଶ୍ୱବିଦ୍ୟାଳରେ ଇନଚାର୍ଜ ଭାବେ ମଧ୍ୟ ନିଜର ଦକ୍ଷତା ପ୍ରକାଶ କରିଛନ୍ତି  । ପୂର୍ବରୁ ବିଶ୍ୱ ବିଦ୍ୟାଳୟ ଦାୟିତ୍ୱରେ ଥିବା ବେଳେ ପ୍ରଫେସର ପଳିତା ଅନେକ ଉନ୍ନତି ମୂଳକ ପଦକ୍ଷେପ ନେଇଥିଲେ  । କିପରି କଲେଜରେ ଶିକ୍ଷାଦାନର ମାନ ବୃଦ୍ଧି ପାଇବ ଏବଂ ଏଥିପାଇଁ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କ ସହଯୋଗ ଆବଶ୍ୟକ ତାହାକୁ ବିଶେଷ ପ୍ରାଧାନ୍ୟ ଦେଇଥିଲେ  ।

ପ୍ରଫେସର ପଲିତାଙ୍କ ଦୀର୍ଘ ୩୮ ବର୍ଷ ଧରି ଶିକ୍ଷାଦାନ ଜାରି ରଖିଥିବାବେଳେ ୨୯ ବର୍ଷ ବୟସରୁ ଅଧ୍ୟାପନା ଆରମ୍ଭ କରିଥିଲେ  । କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ସ୍ୱୟଂ ଶାସିତ କଲେଜରୁ ଜୁଲୋଜି ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ  । ଏହାରି ଭିତରେ ୮ ବର୍ଷ ହେବ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଜୈବ ବିବିଧତା ଉପରେ ଶିକ୍ଷାଦାନ ଜାରି ରଖିଥିଲେ  ।  ବର୍ତ୍ତମାନ ତାଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  ।

 

ଟୋକିଓରୁ ଭାରତ ଫେରିଲେ ମିରାବାଇ, ବିମାନବନ୍ଦରରେ ହେଲା ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଟୋକିଓରୁ ଫେରିଲେ ମିରାବାଇ । ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ମିରାବାଇ ଚାନୁ ଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ୪୯ କେଜି ବର୍ଗରେ ଭାରଉତ୍ତୋଳନରେ ମିରା ବାଇ ଚାନୁ ରୌପ୍ୟ ପଦକ ହାସଲ କରିଛନ୍ତି । ଅଲମ୍ପିକ୍ସ ୨୦୨୦ରେ ସେ ଭାରତ ପାଇଁ ଗୌରବ ଆଣିଛନ୍ତି । ତାଙ୍କ ପାଇଁ ପଦକ ଜିତିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି ।

ତେବେ ତାଙ୍କର ଏହି ରୌପ୍ୟ ପଦକ ସୁନାରେ ମଧ୍ୟ ପରିଣତ ହୋଇପାରେ । କାରଣ ମୀରାବାଇଙ୍କ ପ୍ରତିଦ୍ୱନ୍ଦି ଚାଇନାର ହୋ ଝିଓଝି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କ ଉପରେ ଡୋପ ଟେଷ୍ଟ କରାଯିବ । ଯଦି ସେ ଏଥିରେ ଫେଲ ହେଉଛନ୍ତି ତାଙ୍କ ପାଖରୁ ସ୍ୱର୍ଣ୍ଣ ପଦକ ଫେରାଇ ଅଣାଯିବ । ଏହାକୁ ମୀରାବାଇ ଚାନୁଙ୍କୁ ଦିଆଯିବ । ପୂର୍ବରୁ ମଧ୍ୟ ଅଲମ୍ପିକ୍ସରେ ଏଭଳି ଡୋପ ଟେଷ୍ଟ କରାଯାଇଛି ।

ସୀମା ଲଘିଂଲା ସ୍ୱାମୀ, ବନ୍ଧୁ ସହ ମିଶି କାଟିଲା ସ୍ତ୍ରୀର ଚୂଳ

ବାଲେଶ୍ୱର: ପାଶବିକତାର ସୀମା ପାର କଲା ସ୍ବାମୀ । ବନ୍ଧୁ ସହ ମିଶି ସ୍ତ୍ରୀର ଚୂଳକୁ କାଟିଲା ସ୍ୱାମୀ । ନୀଳଗିରି ଥାନା ବାଇଗଡ଼ିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଥାନାରେ ସ୍ତ୍ରୀର ଅଭିଯୋଗ ପରେ ଉଭୟ ସ୍ୱାମୀ, ସାଙ୍ଗକୁ ଡ଼ାକି ପୋଲିସର ପୋଚରାଉଚରା କରୁଛି । ଅଭିଯୋଗ ଅନୁଯାଇ ରାତିଅଧିଆ ରାସ୍ତାରୁ ସ୍ତ୍ରୀକୁ ଟେକି ନେଇ ପରେ ବନ୍ଧୁ ସହ ମିଶି ଅସଦାଚରଣ କରିବା ସହ ସମ୍ପୃକ୍ତା ମହିଳାଙ୍କ ଚୁଟି କାଟିବା ଭଳି ବର୍ବରତା ଘଟାଇଥିଲା ଦିଲୀପ ସିଂ । ବାଇଗଡ଼ିଆ ଗାଁର ଦିଲୀପ ଚଷାଖଣ୍ଡ ଗାଁର ଶାନ୍ତି ସିଂ ଙ୍କୁ ବିବାହ କରିଛନ୍ତି ।

ସେମାନଙ୍କ ୨ଟି ପୁତ୍ର ସନ୍ତାନ ମଧ୍ୟ ଅଛି । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ରକରି ମତାନ୍ତର ହୋଇଥିଲା । ଏନେଇ କିଛିଦିନ ପୂର୍ବରୁ ନୋଟାରୀରେ ବିବାହ ବିଛେଦ ନିମନ୍ତେ ମଧ୍ୟ ଆବେଦନ କରାଯାଇଛି । ମହିଳା ଜଣକ ତାଙ୍କ ବାପଘରେ ରହୁଥିଲେ। କିନ୍ତୁ ଶନିବାର ରାତିରେ ସେ ଗାଁ ରାସ୍ତାରେ ଏକାକୀ ଯାଉଥିବାର ସୁଯୋଗ ନେଇ ତାଙ୍କ ସ୍ୱାମୀ ଦିଲୀପ ଓ ବନ୍ଧୁ ମୁନ୍ନା ସିଂ ଦୁହେଁ ମିଶି ମହିଳାଙ୍କୁ ଟେକି ନେଇ ରାତିରେ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ଏହାସହ ଚୁଟି କାଟିବା ଘଟଣାରେ ତାଙ୍କ ବନ୍ଧୁ ବ୍ଲେଡ ଓ କଇଁଚି ଯୋଗାଇଥିବା ନେଇ ମହିଳା ଜଣକ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୂରା ଅଞ୍ଚଳରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ସେପଟେ ସ୍ୱାମୀର ଏଭଳି ପାଶବିକ ଅତ୍ୟାଚାରକୁ ନିନ୍ଦା କରାଯାଇଛି ଏବଂ ଗିରଫ କରିବାକୁ ଦାବି ମଧ୍ୟ ହୋଇଛି  ।

ଆପେ ଆପେ ଯୋଡ଼ି ହୋଇଯିବ ଫାଟି ଯାଇଥିବା ମୋବାଇଲ ସ୍କ୍ରିନ୍‌

ଦିନକୁ ଦିନ ଅଧିକ ସ୍ମାର୍ଟ ହେଉଛି ସ୍ମାର୍ଟ ଫୋନ୍‌ । ଏଥିରେ କେବଳ ସଫ୍ଟଓ୍ୱେର ଫିଚର ନୁହେଁ ବରଂ  ହାର୍ଡ଼ଓ୍ୱାର ମଧ୍ୟ ଅପେଡଟ୍‌ ହେଉଛି । ଯେଉଁଥିରେ ସେଲଫୋନ୍‌ କମ୍ପାନୀ  ଲୋକଙ୍କ ପାଇଁ  ମୋବାଇଲକୁ ଅଧିକ ସୁରକ୍ଷିତ ଏବଂ ସୁବିଧାପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି ।  ଦିନ ଥିଲା ଏଥିରେ ଥିବା କେତକ ସୁବିଧା ଦିନେ ସ୍ୱପ୍ନ ଭଳି ମନେ ହେଉଥିଲା ।  ଯେପରିକି ଫ୍ଲୋଲ୍ଡେବଲ ସ୍କ୍ରିନ୍‌ ଯୁକ୍ତ ଫୋନ୍‌ । ଏହିଭଳି ଆଶ୍ଚର୍ଯ୍ୟ କଲାଭଳି ଫିଚର କିଛି ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ । କାରଣ ବୈଜ୍ଞାନିକ ଏଭଳି ପଦାର୍ଥ ଖୋଜି ବାହାର କରିଛନ୍ତି ଯେଉଁଥିରେ ଫାଟି ଯାଇଥିବା ମୋବାଇଲର ସ୍କ୍ରିନ୍‌ କିଛି ସମୟ ମଧ୍ୟରେ ଯୋଡ଼ି ହୋଇଯିବ ।

ସ୍କ୍ରିନ୍‌ କ୍ରାକ୍‌ ହେବା ଏକ ବିରାଟ ସମସ୍ୟା ।  କେବେ କେବେ ଆପଣ ଦେଖିଥିବେଯେ, ଖୁବ୍‌ କମ୍‌ ସମୟ ମଧ୍ୟରେ ମୋବଇଲ ସ୍କ୍ରିନ୍‌ କ୍ରାକ୍‌ ହୋଇଯାଏ । ଲୋକମାନେ ଏଥିପାଇଁ ସ୍କ୍ରିନ୍‌ ଗାର୍ଡ଼,ମୋବିଲ କଭର  ଆଦି ବ୍ୟବହାର କରନ୍ତି ।

ଏବେ କୋଲକାତାର ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାର ଗବେଷକ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି । ସେମାନେ ଏଭଳି ଏକ ପଦାର୍ଥ ଖୋଜି ପାଇଛନ୍ତି ଯାହା ଖୁବ୍‌ ମଜବୁତ ଏବଂ ଆପେଆପେ ଠିକ୍‌ ହୋଇଯାଏ ।

ବୈଜ୍ଞାନିକ ଦୀର୍ଘଦିନ ଧରି ଏହିଭଳି ପଦାର୍ଥ ଖୋଜି ବାହାର କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଏଥିରେ ବୈଜ୍ଞାନିକଙ୍କୁ ସଫଳତା ମଧ୍ୟ ମିଳି ସାରିଛି । ଏହା ପୂର୍ବରୁ ଆମେରିକା କେମିକାଲ ସୋସାଇଟିର ଗବେଷକ ସେହିଭଳି ଏକ ରୋବର୍ଟ ତିଆରି କରିଥିଲେ,ଯାହା ଚୁମ୍ବକୀୟ ଶକ୍ତି ଭାବରେ ନିଜକୁ ଠିକ୍‌ କରିପାରେ । ଅନ୍ୟପଟେ ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟିର ଗବେଷକ ସ୍ମାର୍ଟଫୋନ୍‌ ତିଆରି କରିଛନ୍ତି, ଯାହାଦ୍ୱାରା ରୋବଟର ହାତ ଆପେ ଆପେ ଠିକ୍‌ ହୋଇଯିବ ।

ସାଇନ୍ସ ଜର୍ନାଲରେ ପ୍ରକାଶିତ ଏହି ଗବେଷଣାରେ ମିଳିଥିବା ପ୍ରୟୋଗାତ୍ମକ ଫଳାଫଳ ଅନୁସାରେ ଗବେଷକ ଏକ ପାଇଜୋଇଲେକ୍ଟ୍ରିକ ଜୈବିକ ପଦାର୍ଥର ବ୍ୟବହାର କରିଛନ୍ତି ।  ଏହା ଯାନ୍ତ୍ରିକ ଶକ୍ତିକୁ ବୈଦ୍ୟୁତିକ ଶକ୍ତି ଏବଂ ବୈଦ୍ୟୁତିକ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ପରିବର୍ତ୍ତନ କରିବ । ଏଥିରେ ଛୁଞ୍ଚି ଆକାରର କ୍ରିଷ୍ଟାଲ ରହିଥାଏ, ଯାହାର ଲମ୍ବ ୨ ମିଲିମିଟର ଏବଂ ଓସାର ୦.୨ ମିଲିମିଟରରୁ ବଡ଼ ହୋଇନଥାଏ ।

ଏହାର କୌଣସି ଭାଙ୍ଗିଥିବା ପଦାର୍ଥକୁ ପୁଣିଥରେ ପୂର୍ବ ଅବସ୍ଥାକୁ ଫେରାଇ ଆଣିପାରେ । ଗବେଷକଙ୍କ କହିବା ହେଉଛି, ଏହି ସୁବିଧା ଖୁବଶୀଘ୍ର ସମସ୍ତ ଫୋନରେ ଉପଲବ୍ଧ ହେବ ।