ତାଲିବାନର ଘୋଷଣା, ଶରିୟା ଆଇନରେ ଚାଲିବ ଆଫଗାନିସ୍ତାନ

କାବୁଲ: ମଙ୍ଗଳବାର ରାତିରେ ତାଲିବାନ ନିଜର ସରକାର ଘୋଷଣା କରିଛି। ମୁହ୍ଲା ହାସନ ଆଖୁଣ୍ଡ ହାସନ ଅଖଣ୍ଡ ଆଫଗାନିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଫଗାନିସ୍ତାନର ନୂଆ କ୍ୟାବିନେଟରେ ଏପରି ଅନେକ ଚେହେରା ଅଛି, ଯେଉଁମାନେ ଆନ୍ତର୍ଜାତୀୟ ସଂଗଠନ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଛନ୍ତି। କ୍ୟାବିନେଟ ଘୋଷଣା ସହିତ ତାଲିବାନ କହିଛି ଯେ ଆଫଗାନିସ୍ତାନ ବର୍ତ୍ତମାନ ଶରିୟା ଆଇନ ଅନୁଯାୟୀ ପରିଚାଳିତ ହେବ।

ନିଜର ନୂଆ ନିୟମ ଘୋଷଣା କରି ତାଲିବାନ କହିଛି ଯେ ଭବିଷ୍ୟତ ବିଷୟରେ କେହି ଚିନ୍ତା କରିବା ଆବଶ୍ୟକ ନାହିଁ । ଆମର ପ୍ରଥମ ପ୍ରୟାସ ହେଉଛି ଦେଶର ସମସ୍ୟାଗୁଡ଼ିକର ଆଇନଗତ ସମାଧାନ କରିବା। ନୂଆ ସରକାର ପ୍ରଥମେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି,  ଆଗକୁ ପରିବେଶ ଠିକ ହୋଇଯିବ।  ତାଲିବାନ ଆଫଗାନିସ୍ତାନ ନ ଛାଡିବାକୁ ଲୋକଙ୍କୁ ନିବେଦନ କରିଛି। ଇସଲାମିକ ଦେଶରେ କାହାରି କୌଣସି ଅସୁବିଧା ନାହିଁ ବୋଲି କବିହା ସହିତ ବିଦେଶୀ ଦେଶମାନେ ମଧ୍ୟ ଆଫଗାନିସ୍ତାନରେ ନିଜର ଦୂତାବାସ ଆରମ୍ଭ କରିବା ଉଚିତ୍ ବୋଲି କହିଛି ତାଲିବାନ।

ତାଲିବାନ ଆଫଗାନବାସୀଙ୍କ ବିଶ୍ୱାସ ଦେଇ କହିଛି ଯେ ଦେଶର ସମସ୍ତ ସ୍କୋଲାର, ପ୍ରଫେସର, ଡାକ୍ତର ଏବଂ ଅନ୍ୟ ବୃତ୍ତିଗତ ବ୍ୟକ୍ତିଙ୍କ ଯତ୍ନ ନିଆଯିବ। ସମସ୍ତଙ୍କ ମତାମତ ନିଆଯିବ ଏବଂ ସେମାନଙ୍କର କାର୍ଯ୍ୟକୁ ପ୍ରୋତ୍ସାହନ ବି ଦିଆଯିବ।

Leave a Reply