ପିଲାଙ୍କ ଉପରେ ସ୍କୁଲରେ ଶିକ୍ଷକ, ଘରେ ବାପାମାଆ ନଜର ରଖନ୍ତୁ: DMET

ଭୁବନେଶ୍ୱର: ଦ୍ବିତୀୟ ଲହରରେ କରୋନା ସଂକ୍ରମଣ ତୀବ୍ରତା ଅଧିକ ଥିଲା । ସେ ସମୟରେ ଯାହା ସବୁ ସଚେତନ କରା ଯାଉଥିଲା ସେହି ସବୁ କରିବାକୁ ପଡ଼ିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢ଼ିବ ସେହି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି । ସଂକ୍ରମଣର ପ୍ରତିଶତ ନୁହେଁ, ସଂଖ୍ୟା କେତେ ଅଛି ଦେଖିବାକୁ ପଡ଼ିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ବୟସ୍କ ଲୋକମାନେ ଟୀକା ନେଇ ଗଲେଣି । କିନ୍ତୁ ଶିଶୁ ମାନେ ଏବେ ବି ବିପଦରେ ଅଛନ୍ତି । ବୟସ୍କ ମାନଙ୍କ ଠାରୁ ହିଁ ପିଲା ସଂକ୍ରମିତ ହେବେ । ତେଣୁ ସଂକ୍ରମଣ ସୋର୍ସକୁ ନିୟନ୍ତ୍ରଣ କରିବାକୁ ହେବ । ତାହେଲେ ପିଲାମାନଙ୍କୁ ସଂକ୍ରମଣ ହେବ ନାହିଁ । ପିଲାଙ୍କୁ କେମିତି ସଂକ୍ରମଣ ନହେବ ତାହା ବନ୍ଦ କରିବାର ମୁଖ୍ୟ ଭୂମିକା ଅଭିଭାବକ ମାନଙ୍କର । ପିଲା ସ୍କୁଲରେ କେମିତି ସୁରକ୍ଷିତ ରହିବେ । ତାହା ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କର ଦାୟିତ୍ୱ । ଅଭିଭାବକ ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହୁଅନ୍ତୁ ।

Parents To Look In Home And Teachers In School On Child Says DMET

ରାଜ୍ୟରେ ୮ ହଜାରରୁ ଅଧିକ ସ୍କୁଲ ଅଛି । ଯେଉଁଠି ପଜିଟିଭ୍ ବାହାରୁଛନ୍ତି ସେଠାରେ ପଦକ୍ଷେପ ନିଆଯାଉଛି । ପିଲା ମାନଙ୍କ ସଂକ୍ରମଣ ପାଇଁ ମାନସିକ ସ୍ତରରେ ଟେନସନ ରହିବ । କିନ୍ତୁ ସଂକ୍ରମଣ ରୋକିବା ପାଇଁ କେମିତି ପଦକ୍ଷେପ ନିଆଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।

ପିଲା ମାନଙ୍କର ସଂକ୍ରମଣ ହାର କମ । ରୋଗର ତୀବ୍ରତା କମ୍ । ବିଦେଶରେ କିଛି ପିଲାଙ୍କୁ ହାଇବ୍ରିଡ୍ ମୋଡରେ ପଢ଼ା ଯାଉଛି । ପ୍ରାଇମେରୀ ସ୍କୁଲ୍ ଖୋଲିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଆମର ଦାୟିତ୍ୱ । ଯେହେତୁ ଭ୍ୟାକ୍ସିନ ଆସିନାହିଁ, ତେଣୁ ପିଲା ମାନଙ୍କୁ କୋଭିଡ୍ ନିୟମ କେମିତି ପାଳନ କରିବେ ତାହା ଧ୍ୟାନ ଦେବାକୁ ହେବ । ସ୍କୁଲରେ ୬ରୁ ୮ ଘଣ୍ଟା ପିଲାମାନେ ରହୁଛନ୍ତି, ବାକି ସମୟ ଘରେ ରହୁଛନ୍ତି । ତେଣୁ ସ୍କୁଲରେ ଶିକ୍ଷକ ମାନେ ଓ ଘରେ ବାପାମାଆ ମାନେ ପିଲା ମାନଙ୍କ ଉପରେ ନଜର ରଖନ୍ତୁ ।

Leave a Reply