ତାଲିବାନ ଡରରେ ପଳାଇଥିଲେ ୨୦୦ ଆଫଗାନ ନାଗରିକ, ଫେରାଇଦେଲା ପାକିସ୍ତାନ

1 min read

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ପାକିସ୍ତାନ ପଳାଇଥିବା ୨୦୦ ଆଫଗାନି ନାଗରିକଙ୍କୁ ଫେରାଇ ଦେଇଛି ପାକିସ୍ତାନ । ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ରହିଛନ୍ତି । ଖାଲି ଏତିକି ନୁହେଁ ସେମାନେ ଅବୖେଧ ରୂପରେ ଦେଶରେ ପ୍ରବେଶ କରିଥିବା ନେଇ ପାକିସ୍ତାନ କହିଛି ।

ସୂଚନା ଅନୁଯାୟୀ, ତାଲିବାନ ଯେତେବେଳେ ଆଫଗାନିସ୍ତାନ ଉପରେ କବଜା କରିଥିଲା ସେସମୟରେ ବହୁ ସଂଖ୍ୟାରେ ଲୋକମାନେ ଦେଶ ଛାଡି ପଳାୟନ କରିବାକୁ ଚେଷ୍ଟା କରିଥିଲେ । ଆଉ ବହୁ ସଂଖ୍ୟାରେ ଜନସାଧାରଣ ବିଭିନ୍ନ କ୍ଷେତ୍ର ଦେଇ ପାକିସ୍ତାନର ସୀମାରେ ପହଞ୍ଚିବା ସହ ଚମନ ଅଞ୍ଚଳ ପାଖାପାଖି ରହିଥିଲେ । ଏଠାକାର ରେଳ ଷ୍ଟେସନରେ ଶହ ଶହ ସଂଖ୍ୟାରେ ଲୋକମାନେ ରାତି ମଧ୍ୟ କାଟିଥିଲେ ।

ପାକିସ୍ତାନ ମିଡିଆ ମୁତାବିକ, ସ୍ଥାନୀୟ ଅଧିକାରୀ ମାନେ କାହାକୁ ବି ଆଗକୁ ପଶିବାକୁ ଦେଇନଥିଲେ । ଏପରିକି କ୍ୱେଟା ଯାଏଁ ପଶି ଆସିଥିବା କିଛି ନାଗରିକଙ୍କୁ ପୋଲିସ ହେପାଜତରେ ନେଇଥିଲା । DAWNର ରିପୋର୍ଟ ଅନୁଯାୟୀ, ୨୦୦ ଆଫଗାନ ନାଗରିକ ପାକିସ୍ତାନରେ ଅବୈଧ ରୂପରେ ପ୍ରବେଶ କରିଥିବା ଦର୍ଶାଇ ଫେରାଇ ଦିଆଯାଇଥିଲା ।

Afghanistan What Is Next For Rescue Operation Qatar Doha Taliban

କିନ୍ତୁ ଯେଉଁମାନଙ୍କ ପାଖରେ ଭିସା ଓ ପାସପୋର୍ଟ ରହିଛି, ସେମାନଙ୍କୁ ଏଣ୍ଟ୍ରି ଦିଆଯାଇଛି । ଅନ୍ୟ ଏକ ରିପୋର୍ଟ୍ ଅନୁସାରେ ପାକିସ୍ତାନରେ ପାଖାପାଖି ୩ ମିଲିୟନ୍ ଆଫଗାନ ନାଗରିକ ରହୁଛନ୍ତି ।  ତାଲିବାନର ଶାସନ ଆରମ୍ଭ ହେବା ପରେ ବହୁ ସଂଖ୍ୟାରେ ଲୋକ ଦେଶ ଛାଡି ପଳାୟନ କରିଥିଲେ ।  ତେବେ ଆମେରିକା ସେନା ଦ୍ୱାରା ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆମେରିକା ସେନା ଯିବା ପରେ  କାବୁଲ ଏୟାରପୋର୍ଟ ବନ୍ଦ ରହିଛି ।

Leave a Reply