ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି

1007 Professor Post Vacancy In Different Universities Across Odisha

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ରହିଛି । ସେହିଭଳି ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ଥିବା ନେଇ ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଖାଲି ପଡ଼ିଥିବା ପ୍ରଫେସର ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଜାରି ରହିଛି । ଅଣଶିକ୍ଷକ ପଦବୀ ପୂରଣ ରାଜ୍ୟ ପ୍ରବରଣ ମଣ୍ଡଳୀ ମାଧ୍ୟମରେ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ ସହ ୬୭୯ଟି ଅଣଶିକ୍ଷକ ପଦବୀ ଖାଲି ରହିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୧ଟି ପ୍ରଫେସର ପଦବୀ ସହ ୩୭୭ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୯ଟି ପ୍ରଫେସର ପଦବୀ ସହ ୬୮ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୮୮ଟି ପ୍ରଫେସର ପଦବୀ ସହ ୧୬୨ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି ।

ସେହିଭଳି ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ୭୬ଟି ପ୍ରଫେସର ପଦବୀ ସହ ୫୧ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୪୨ଟି ପ୍ରଫେସର ପଦବୀ ସହ ୧୩ଟି ଅଣଶିକ୍ଷକ ପଦବୀ ଖାଲି ରହିଛି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୬୬ଟି ପ୍ରଫେସର ପଦବୀ ସହ ୪୩ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି ।

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୧୧୨ଟି ପ୍ରଫେସର ପଦବୀ ଖାଲି ପଡ଼ିଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ ଖାଲି ଅଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୦୧ଟି ପ୍ରଫେସର ପଦବୀ ସହ ୧୦୧ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

Leave a Reply