spot_img
Home Blog Page 5371

ପ୍ରଥମ ଥର ପାଇଁ ଭାରତରୁ ଲଣ୍ଡନକୁ ରପ୍ତାନୀ ହେଲା ସବୁଠୁ ରାଗ ଲଙ୍କା, ପ୍ରଧାନମନ୍ତ୍ରୀ କହିଲେ ଏମିତି କଥା

ଲଣ୍ଡନରେ ପହଁଚିଲା ସବୁଠୁ ରାଗ ଲାଗୁଥିବା ଲଙ୍କା । ନାଗାଲାଣ୍ଡର କିଙ୍ଗ୍ ଚିଲି ବା ଭୁତ ଜାଲୋକିଆ ନାମରେ ପରିଚିତ ଏହି ଲଙ୍କାକୁ ପ୍ରଥମ ଥର ପାଇଁ ଲଣ୍ଡନ ରପ୍ତାନୀ କରାଯାଇଛି । ଏହାକୁ ବିଶ୍ୱର ସବୁଠାରୁ ରାଗ ଲଙ୍କା କୁହାଯାଏ ।

ବାଣିଜ୍ୟ ମନ୍ତ୍ରାଳୟ ବୁଧବାର ଏହି ସୂଚନା ଦେଇଛି । ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ରାଜା ଲଙ୍କା ନାଗାଲାଣ୍ଡରୁ ବୁଧବାର ଲଣ୍ଡନରେ ପହଁଚିଛି । ଗୌହାଟୀ ହୋଇ ଏହି ପ୍ରଥମ ଥର ଲଣ୍ଡନ ଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହା ଉପରେ ଖୁସି ଜାହିର କରିଛନ୍ତି । ସେ ଲେଖିଛନ୍ତି ଯେ, ଚମତ୍କାର ଖବର । ଯେଉଁ ଲୋକମାନେ ଏହି ଲଙ୍କା ଖାଇଛନ୍ତି କେବଳ ସେମାନେ ହିଁ ଏହାର ରାଗ ବାବଦରେ ଜାଣିଛନ୍ତି ।

ଏହି ଲଙ୍କାକୁ ସ୍କବାଇଲ୍ ହିଟ୍ ୟୁନିଟ୍ ଆଧାରରେ ବିଶ୍ୱର ସବୁଠାରୁ ରାଗ ଲଙ୍କା ବୋଲି ମନେ କରାଯାଏ । ଲଣ୍ଡନ ପଠାଯାଇଥିବା ଲଙ୍କା ନାଗାଲାଣ୍ଡର ପାରେନ୍ ଜିଲ୍ଲାରୁ ଅଣାଯାଇଛି । ଏହି ଲଙ୍କାକୁ ୨୦୦୮ରେ ଜିଆଇ ଟ୍ୟାଗ୍ ମିଳିସାରିଛି ।

ତେବେ ଏହି ଲଙ୍କା ବହୁତ ଶୀଘ୍ର ଖରାପ ହୋଇଯାଏ । ତେଣୁ ଏହାକୁ ରପ୍ତାନୀ କରିବା ଏକ ଚ୍ୟାଲେଞ୍ଜ ଥିଲା । କିଙ୍ଗ୍ ଚିଲ୍ଲି ବା ରାଜା ଲଙ୍କା ସୋଲାନାସିଏ ପ୍ରଜାତିର ଅଟେ । ଏହାପୂର୍ବରୁ ଆସାମରୁ ଲଣ୍ଡନକୁ ଲେମ୍ବୁ ରପ୍ତାନୀ କରାଯାଇଛି । ଏପରିକି ଆମେରିକାକୁ ନାଲି ଚାଉଳ ମଧ୍ୟ ରପ୍ତାନୀ କରିଛି ଭାରତ ।

ଚାନ୍ଦବାଲି ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଲାଞ୍ଚ କାରବାର: କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଆରଡ଼ି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଲାଞ୍ଚ କାରବାର । କ୍ୟାମେରାରେ କଏଦ ହୋଇଛି ଲାଞ୍ଚ କାରବାରର କଳା କାରନାମା । ଯେଉଁଥିରେ ମେଡିକାଲ କିରାଣୀ ପ୍ରିୟବତ ମିଶ୍ର ଲାଞ୍ଚ ନେଉଥିବା ଦେଖିବାକୁ ମିଳିଛି । ଶ୍ରୀ ମିଶ୍ର ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଦେବାରେ ବିଳମ୍ୱ କରିବା ସହ ଏଥିଲାଗି ଲାଞ୍ଚ ନେଉଥିବା ଜଣାପଡ଼ିଛି ।

ତେବେ ପୂର୍ବରୁ ଏଭଳି ଲାଞ୍ଚ କାରବାର ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିବା ସତ୍ତ୍ୱେ ଚାନ୍ଦବାଲି ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ଅଭିଯୋଗ ହୋଇଛି । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମଗ୍ର ଅଞ୍ଚଳ ନିର୍ଭର କରିଥାନ୍ତି । ମୃତ୍ୟୁ ପ୍ରମାଣପତ୍ର ଆବେଦନର ୭ଦିନ ମଧ୍ୟରେ ଦେବାକୁ ନିୟମ ଥିବାବେଳେ ଏଠାରେ ଅତିକମରେ ଦୁଇରୁ ତିନି ମାସ ଦୌଡିବାକୁ ପଡ଼ିଥାଏ । ଏହି ବିଭାଗରେ ଥିବା କିରାଣୀ ପ୍ରିୟବ୍ରତ ମିଶ୍ର ପ୍ରମାଣପତ୍ର ଦେବାରେ ବିଳମ୍ବ ଏବଂ ଏଥିଲାଗି ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଅଫିସ ଭିତରେ ପଇସା ନେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ତେବେ ସାଙ୍ଗେ ସାଙ୍ଗେ ଶ୍ରୀ ମିଶ୍ର ଲାଞ୍ଚ ନେଇଥିବା ଟଙ୍କା ସବୁ ଟେବୁଲ ତଳେ ଫିଙ୍ଗି ଦେବା ସହ ଲାଞ୍ଚ ନେଉଥିବା କଥାକୁ ଅସ୍ୱୀକାର କରିଛନ୍ତି । ଏ ନେଇ ମେଡିକାଲ ଅଫିସର ବିଷ୍ଣୁ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିିଁ ।  ଅପରପକ୍ଷରେ ଘଟଣାର ତଦନ୍ତ କରି ଲାଞ୍ଚ କାରବାର ବନ୍ଦ କରିବା ଏବଂ ଲାଞ୍ଚ ନେଉଥିବା କିରାଣୀ ପ୍ରିୟବ୍ରତ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଲାଞ୍ଚ କାରବାର ପଛରେ ଆଉ କାହା କାହା ସମ୍ପୃକ୍ତି ରହିଛି ତାକୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଗାଁ ଦାଣ୍ଡରେ ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲା, ବଡ଼ ଭାଇ ଆଟକାଇବାରୁ ତାକୁ ମଧ୍ୟ ମାରିଲା ଦୁର୍ବୃତ୍ତ

International Tiger Day: ଆପଣ ଘରେ ପାଳି ପାରିବେ କି ବାଘ ? ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ: ଜୁଲାଇ ୨୯ ତାରିଖକୁ ପ୍ରତିବର୍ଷ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ରୂପେ ଖାସ ଉଦ୍ଦେଶ୍ୟରେ ପାଳନ କରାଯାଏ । ବିଶ୍ୱବ୍ୟାପୀ ବିପଦ ଆଡ଼କୁ ମାଡ଼ି ଯାଉଥିବା ଏହି ପ୍ରଜାତିର ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରିବାର ପ୍ରଥା ଆରମ୍ଭ ହୋଇଥିଲା । ଏହି ଦିନକୁ Global Tiger Day ଭାବରେ ମଧ୍ୟ ପାଳନ କରାଯାଏ ।

ତେବେ ଦେଖିବାକୁ ସୁନ୍ଦର ଏହି ପ୍ରଜାତି ପ୍ରକୃତରେ ଖୁବ ଭୟଙ୍କ ଅଟେ । ତଥାପି କିଛି ଲୋକ ବାଘକୁ ନିଜ ଘରେ ପାଳିବା ପାଇଁ ଚିନ୍ତା କରନ୍ତି । ତେବେ ସତରେ କଣ ଆପଣ କୁକୁର, ବିଲେଇ ପାଳିବା ଭଳି ବାଘକୁ ମଧ୍ୟ ଘରେ ପାଳିପାରିବେ ? ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଆଜି ଆମେ ଆପଣଙ୍କୁ ଏବିଷୟରେ ସବିଶେଷ ସୂଚନା ଦେବୁ…

ପୂରଣ କରିବାକୁ ହେବ ଏହି ସବୁ ସର୍ତ୍ତ-

ଆଇନଗତ ଅନୁମତି ବିନା ଭାରତରେ କେହି ବାଘ ବା ସିଂହକୁ ପାଳିପାରିବେନି । Wild Life Protection Act ଅଧୀନରେ ଏହି ପଶୁ ମାନଙ୍କୁ ବ୍ୟକ୍ତିଗତ ରୂପେ ପାଳିବାର ଅନୁମତି ଦିଆଯାଇନାହିଁ । ଯଦି ଆପଣ ତଥାପି ବାଘ ବା ସିଂହ ପାଳିବାକୁ ଚାହୁଛନ୍ତି ତେବେ ରାଜ୍ୟ ମୁଖ୍ୟ ୱାଇଲ୍ଡ ଲାଇଭ ୱାର୍ଡେନଙ୍କ ପାଖରୁ ଏଥିପାଇଁ ଅନୁମତି ନେବାକୁ ପଡ଼ିବ । ଆପଣଙ୍କୁ ବାଘ/ ସିଂହର ପ୍ରତ୍ୟେକ ଆବଶ୍ୟକତା ପୂରଣ କରିବାକୁ ପଡିବ । ଏହା ବ୍ୟତୀତ ସୁରକ୍ଷାର ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିବ ।

ଯଦି କୈଣସି ଦୁର୍ଘଟଣା ହୁଏ ତେବେ ଆପଣ ଏଥିପାଇଁ ଦାୟି ହେବେ । ଭୂମିକମ୍ପରେ ଯଦି ଆପଣଙ୍କ ଘର କାନ୍ଥ ଭାଙ୍ଗିଯାଏ ଓ ବାଘ କାନ୍ଥ ଭାଙ୍ଗି ଚାଲିଯାଏ ଓ କୈଣସି ବ୍ୟକ୍ତିର ଜୀବନ ନିଏ ତେବେ ଏଥି ପାଇଁ ଆପଣ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ । Chief Wild Life Warden ଙ୍କୁ ସବିଶେଷ ତଥ୍ୟ ଦେବାକୁ ପଡ଼ିବ ଯେ, ଆପଣ କାହିଁକି ବାଘ ପାଳିବାକୁ ଚାହୁଁଛନ୍ତି । ଯଦି ଆପଣ ତଥ୍ୟ ଦେବାରେ ଅସମର୍ଥ ହୁଅନ୍ତି ତେବେ ଆପଣ ଘରେ ବାଘ ପାଳିପାରିବେ ।

କିଛି ଦେଶରେ ରହିଛି ଅନୁମତି-

୨୦୧୫ ମସିହାରେ ମଧ୍ୟ ପ୍ରଦେଶ ସରକାରର ପୂର୍ବତନ ପଶୁପାଳନ ମନ୍ତ୍ରୀ କୁସୁମ ମେହଡେଲ ଏକ ଅଜବ ପ୍ରସ୍ତାବ ଦେଇଥିଲେ । ସେ ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ବାଘଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ତାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଆଇନଗତ ଭାବେ ତାଙ୍କୁ ଘରେ ପାଳିବାର ଅନୁମତି ମାଗିଥିଲେ । ସେ ତାଙ୍କ ପ୍ରସ୍ତାବ ପଛରେ ଥାଇଲ୍ୟାଣ୍ଡ ଭଳି କିଛି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଏବଂ କିଛି ଆଫ୍ରିକୀୟ ଦେଶ ବିଷୟରେ ଉଲ୍ଲେଖ କରିଛନ୍ତି। ଥାଇଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ଲୋକମାନେ ବାଘ ଏବଂ ସିଂହଙ୍କୁ ନିଜ ଘରେ ରଖିପାରିବେ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏମିତି କରିବା ଦ୍ୱାରା ସେହି ଦେଶଗୁଡ଼ିକରେ ପଶୁମାନଙ୍କର ଜନସଂଖ୍ୟା ବୃଦ୍ଧି ପାଇଛି ।

ଭାରତରେ ବର୍ତ୍ତମାନ କେତେ ବାଘ ଅଛନ୍ତି ?

ବର୍ତ୍ତମାନ ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ କେବଳ ଭାରତରେ ଅଛନ୍ତି । ବିଂଶ ଶତାବ୍ଦୀରେ ଦେଶରେ ବାଘ ସଂଖ୍ୟା ୨୦,୦୦୦ ରୁ ୪୦,୦୦୦ ମଧ୍ୟରେ ଥିଲା । କିନ୍ତୁ ରାଜା ଏବଂ ବ୍ରିଟିଶ ଅଧିକାରୀଙ୍କ ଶିକାର ସୌକ ଯୋଗୁଁ ଏହା ହ୍ରାସ ପାଇଲା । ବର୍ତ୍ତମାନ ଦେଶରେ କେବଳ ୨,୯୬୭ଟି ବାଘ ଜୀବିତ ଅଛନ୍ତି । ବାଘ ସଂଖ୍ୟାକୁ ବଞ୍ଚାଇବା ପାଇଁ ୧୯୭୩ ରେ ଜିମ କର୍ବେଟ ନ୍ୟାସନାଲ ପାର୍କରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରାଯାଇଥିଲା । ଏହାଦ୍ୱାରା, ସେମାନଙ୍କ ସଂରକ୍ଷଣରେ ଅନେକ ସାହାଯ୍ୟ ଉପଲବ୍ଧ ଥିଲା । ଏହି ପ୍ରକଳ୍ପ ଆରମ୍ଭ ହେବା ସମୟରେ ଭାରତରେ କେବଳ ୯ ଟି ବ୍ୟାଘ୍ର ସଂରକ୍ଷଣ ସ୍ଥାନ ଥିଲା । ବର୍ତ୍ତମାନ ଏହି ସଂଖ୍ୟା ୪୭ କୁ ବୃଦ୍ଧି ପାଇଛି । ଏହି ୪୭ଟି ବ୍ୟାଘ୍ର ସଂରକ୍ଷଣ ଦେଶର ୧୮ଟି ଟାଇଗର ରେଞ୍ଜ ରାଜ୍ୟ ଉପରେ ବିସ୍ତାର ହୋଇଛି ।

IASସ୍ତରରେ ଅଦଳବଦଳ: ବିଶାଳ ଦେବ ହେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।  ଆଇଏଏସ୍ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି । ସେ ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବଙ୍କୁ ଅର୍ଥ ବିଭାଗ ପ୍ରମୁଖ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି । ଅପରପକ୍ଷରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଥିବା ଡି.କେ ସିଂହଙ୍କୁ ଷ୍ଟିଲ୍ ଏବଂ ଖଣିଜ ସମ୍ପଦକ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ସେହିଭଳି ଷ୍ଟିଲ୍ ଏବଂ ଖଣିଜ ସମ୍ପଦ ବିଭାଗ ପ୍ରମୁଖ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଏଥିସହି ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ସୁରେନ୍ଦ୍ର କୁମାର । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଆର ଭିନେଲ୍‌କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ପୁରୀ ପ୍ରଶାସନ ନଜରରେ ବକୁଳ ବନ, ଉନ୍ନତିକରଣ ନେଇ ପର୍ଯ୍ୟଟନ ବିଭାଗର ପଦକ୍ଷେପ

ସାଉଦି ଆରବର କଡ଼ା ନିଷ୍ପତ୍ତି: ଭାରତ ସମେତ ୧୬ ରାଷ୍ଟ୍ରକୁ ଯିବା ଉପରେ ନିଷେଧାଦେଶ

ନୂଆଦିଲ୍ଲୀ: କରୋନା ନେଇ ସାଉଦି ଆରବ ସରକାରଙ୍କ କଡା ନିଷ୍ପତ୍ତି । ଭାରତ ସମେତ ୧୬ଟି ରାଷ୍ଟ୍ରକୁ ଯିବା ଉପରେ ୩ ବର୍ଷ ଲାଗି ଲାଗିବ ନିଷେଧାଦେଶ । ସାଉଦିଆରବରେ ଯଦିଓ ଦିନକରେ ହାରାହାରି ୧୩୦୦ ପଜିଟିଭ ଚିହ୍ନଟ ହେଉଛନ୍ତି ତଥାପି ଦେଶକୁ କରୋନାମୁକ୍ତ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସାଉଦି ଆରବ ଜାରି କରିଥିବା ରେଡ ଲିଷ୍ଟରେ ରହିଛନ୍ତି ଭାରତ, ୟୁଏଇ, ଲିବିୟା, ସିରିଆ, ଲେବାନନ, ୟେମେନ, ଇରାନ, ତୁର୍କୀ, ଆର୍ମେନିଆ, ଇଥିଓପିଆ, ସୋମାଲିଆ, କଙ୍ଗୋ, ଆଫଗାନିସ୍ତା, ଭେନିଜୁଏଲା, ବେଲାରୁଷ, ଭିଏତନାମ ଆଦି ରାଷ୍ଟ୍ର । ସେପଟେ ଆମେରିକାର ବିଭିନ୍ନ ବଡ କମ୍ପାନୀ ନିୟମରେ ପରିବର୍ତ୍ତନ କରିଛନ୍ତି । କ୍ୟାମ୍ପସରେ ପ୍ରବେଶ କରିବା ପୂର୍ବରୁ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି । ଦେଶରେ ଡେଲଟା ଭାରିଆଣ୍ଟର ମାତ୍ରାଧିକ ପ୍ରଭାବ ଯୋଗୁ ଏହି ପଦକ୍ଷେପ ନିଆଯାଇଛି । ଗୁଗୁଲ ଓ ଫେସବୁକ ସମେତ ସମସ୍ତ ବଡ କମ୍ପାନୀରେ ଏହି ନିୟମ ବାଧ୍ୟତାମୂଳକ ହୋଇଛି । ସେପଟେ ଏତିହାଦ ଏୟାରରଓ୍ବେଜ୍ ପକ୍ଷରୁ ମଧ୍ୟ ଭାରତରୁ ୟୁଏଇକୁ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ବିମାନ ଚଳାଚଳ ବନ୍ଦ ରହିବ ବୋଲି ଏୟାରଲାଇନ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ୪୦ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୫୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୩୮ ହଜାର ୪୬୫ ସଂକ୍ରମିତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ରହିଛି ୪ଲକ୍ଷ ୩ ହଜାର ୮୪୦ ରହିଥିବା ବେଳେ ଦେଶରେ ସୁସ୍ଥତା ହାର ୯୭.୩୮%କୁ ବୃଦ୍ଧି ପାଇଛି । ତେବେ କରୋନାକୁ ମାତ୍ ଦେବାକୁ ଦେଶରେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି ।

Dhanbad Judge Death: ସୁପ୍ରିମକୋର୍ଟରେ ପହଞ୍ଚିଲା ଧନବାଦ ବିଚାରପତିଙ୍କ ମୃତ୍ୟୁ ମାମଲା

ଧନବାଦ: ମର୍ଣ୍ଣଂ ୱାକରେ ଯିବାବେଳେ ଜିଲ୍ଲା ଏବଂ ଦୌରା ଜଜ୍ ଙ୍କ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାର ସ୍ୱତନ୍ତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦାବି କରିଛନ୍ତି ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA) । ଯେଉଁଭଳି ଭାବେ ବିଚାରପତିଙ୍କ ମୃତ୍ୟୁ ଘଟିଛି ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ସନ୍ଦେହ କରି SCBA ସୁପ୍ରିମକୋର୍ଟକୁ ଏହାର କଡ଼ାକଡ଼ି ଯାଞ୍ଚ କରିବା ପାଇଁ ଦାବି କରିଛି ।

ମୁଖ୍ୟ ବିଚାରପତି ଏନ.ବି ରମଣା ଝାଡ଼ଖଣ୍ଡର ମୁଖ୍ୟ ବିଚାରପତିଙ୍କ ସହ ଏ ମାମଲା ଆଲୋଚନା କରିଛନ୍ତି । ଏହି ଘଟଣା ସହ ଯଡ଼ିତ ସମସ୍ତ ତଥ୍ୟ ଗ୍ରହଣ କରି ହାଇକୋର୍ଟ ଧନବାଦର ପୋଲିସ ଅଧିକାରୀଙ୍କୁ ଡକାଇଛନ୍ତି। ହାଇକୋର୍ଟ ଏହି ମାମଲା ଉପରେ ଦୃଷ୍ଟି ରଖିଛନ୍ତି । ସୂଚନା ଅନୁଯାୟୀ, ଦୁର୍ଘଟଣାରେ ମର୍ଣ୍ଣିଂ ୱାକ୍ ପାଇଁ ବାହାରକୁ ଆସିଥିବା ଜିଲ୍ଲା ତଥା ଦୌରା ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁର ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି ଯେ ଅଟୋ ଚାଳକ ଜଣଙ୍କ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣା ଘଟାଇଛି ।

ପୂର୍ବ ବିଧାୟକଙ୍କ ଖାସ ଲୋକ ସଞ୍ଜୟ ହତ୍ୟାକାଣ୍ଡ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିବା ବିଚାରପତିଙ୍କ ମୃତ୍ୟୁକୁ ହତ୍ୟା ବୋଲି ମାନି ପୋଲିସ ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ କରୁଛି । ଏହି ଘଟଣାର ଖୁଲାସା ପରେ ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏଥି ସହ ବିଧାୟକ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଧନବାଦର ଜିଲ୍ଲା ଏବଂ ଦୌରା ବିଚାରପତି ଉତ୍ତମ ଆନନ୍ଦ ବିଧବାର ମର୍ଣ୍ଣିଂ ୱାକ ପାଇଁ ଘରୁ ବାହାରିଥିଲେ, ରଣଧୀର ବର୍ମା ଛକ ପାଖରେ ଏକ ଅଟୋ ଆସି ତାଙ୍କୁ ଯୋଜନାବଦ୍ଧ ଭାବରେ ଧକ୍କା ଦେଇ ଫେରାର ହୋଇଯାଇଥିଲା ।

କେରଳରେ ଚିନ୍ତା ବଢ଼ାଉଛି କରୋନା: ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା

ତାମିଲନାଡ଼ୁ: କେରଳରେ ଚିନ୍ତା ବଢାଇଲା ଭାଇରସ । ସାରା ଦେଶରେ ଯେତିକି ପଜିଟିଭ ଠାବ ହେଉଛନ୍ତି ତାହାର ଅଧା ରହିଛନ୍ତି କେରଳରେ । ବୁଧବାର ରାଜ୍ୟରେ ଠାବ ହୋଇଛନ୍ତି ୨୨ ହଜାରରୁ ଅଧିକ ପଜିଟିଭ । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୩୩ ଲକ୍ଷ ୨୭ ହଜାରରୁ ଅଧିକ । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬ହଜାର ୪୫୭ ବୋଲି କୁହାଯାଉଥିଲେ ବି ବାସ୍ତବ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୋଲି କୁହାଯାଉଛି । ଅନ୍ୟାନ୍ୟ ପ୍ରାୟ ସମସ୍ତ ରାଜ୍ୟରେ କରୋନା ଏକପ୍ରକାର ନିୟନ୍ତ୍ରଣ ସ୍ଥିତିରେ ଥିବାବେଳେ କେରଳରେ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ନେଇ ଚିନ୍ତାରେ ରାଜ୍ୟ ଓ କେନ୍ଦ୍ର ସରକାର । ରାଜ୍ୟରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାଗୁଡିକ ହେଉଛନ୍ତି ମାଲାପୁରମ, ତ୍ରିସୁର, କୋଝିକୋଡ, ଏର୍ଣ୍ଣାକୁଲମ, ପାଲାକାଡ, କୋଲ୍ଲମ, କାନ୍ନୁର, ଥିରୁବନନ୍ତପୁରମ ଓ କୋଟ୍ଟାୟମ । ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବାରୁ ଟେଷ୍ଟିଂ ଓ ଟ୍ରାକିଂ ନେଇ ସମସ୍ୟାରେ ପଡୁଛନ୍ତି ସରକାର । ସେପଟେ ଭାରତୀୟ ମେଡିକାଲ ଗବେଷଣା ପରିଷଦ ବା ଆଇସିଏମଆରର ପରାମର୍ଶରେ ଅଧିକରୁ ଅଧିକ ସେରୋସର୍ଭେ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛି କେନ୍ଦ୍ର ।

ଏଥିସହିତ ପଢ଼ନ୍ତୁ: ଇନ୍‌ସାଇଡର ଟ୍ରେଡିଂ ଅଭିଯୋଗରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କୁ ୩ଲକ୍ଷ ଟଙ୍କାର ଜରିମାନା ଲଗାଇଲେ SEBI

ଇନ୍‌ସାଇଡର ଟ୍ରେଡିଂ ଅଭିଯୋଗରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କୁ ୩ଲକ୍ଷ ଟଙ୍କାର ଜରିମାନା ଲଗାଇଲେ SEBI

ମୁମ୍ୱାଇ: ପୁଣି ଅଡୁଆରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ । ନିର୍ଦ୍ଦେଶନାମା ଉଲ୍ଲଂଘନ ଅଭିଯୋଗରେ କୁନ୍ଦ୍ରା ଦମ୍ପତିଙ୍କ ଉପରେ ଜୋରିମନା । ନିୟମ ଉଲ୍ଲଂଘନ କରି ଭାୟାନ ଇଣ୍ଡଷ୍ଟ୍ରିଜ ଜରିଆରେ ଇନସାଇଡର ଟ୍ରେଡିଂ କରୁଥିବାରୁ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବା ସେବି ପକ୍ଷରୁ ଭାୟାନ ଇଣ୍ଡଷ୍ଟ୍ରିଜ ଓ ଦମ୍ପତିଙ୍କ ଉପରେ ୩ ଲକ୍ଷ ଟଙ୍କାର ଅର୍ଥ ଜରିମାନା ଲଗାଯାଇଛି । ଏହି କମ୍ପାନୀରେ ଶିଳ୍ପା ନିର୍ଦ୍ଦେଶକ ମଣ୍ଡଳୀର ଜଣେ ସଦସ୍ୟ ଥିଲେ ଏବଂ ସେ ଗତବର୍ଷ ଇସ୍ତଫା ଦେଇଥିଲେ । ଅର୍ଥ ପରିଚାଳନାରେ ଅନିୟମିତତା ନେଇ ସେବି ପକ୍ଷରୁ ଖୋଳତାଡ ଜାରି ରହିଥିଲା । ଭାୟାନ ଇଣ୍ଡଷ୍ଟ୍ରିଜ ପୂର୍ବରୁ ହିନ୍ଦୁସ୍ତାନ ସେଫଟି ଗ୍ଲାସ ଇଣ୍ଡଷ୍ଟ୍ରିଜ ଲିମିଟେଡ ନାଁରେ ପରିଚାଳିତ ହେଉଥିଲା । ୨୦୧୩ ସେପ୍ଟେମ୍ୱର ୧ରୁ ୨୦୧୫ ଡିସେମ୍ବର ୨୩ ଯାଏଁ ଏହି ଅନିୟମିତତା ହୋଇଥିଲା । ଏହି ସମୟକାଳରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀର ସେୟାର ତାଲିକାଭୁକ୍ତ ହୋଇଥିଲା ଏବଂ ରିପୁ ସୁଦାନ ଓରଫ ରାଜ କୁନ୍ଦ୍ରା ଓ ଶିଳ୍ପା କୁନ୍ଦ୍ରା ଓରଫ ଶିଳ୍ପା ସେଟ୍ଟୀ ଏହାର ପ୍ରମୋଟର ଥିଲେ । ୨୦୧୫ ଅକ୍ଟୋବରରେ ସେବି ପକ୍ଷରୁ ଜାରି ଆଦେଶନାମା ଅନୁସାରେ ଭାୟାନ ଇଣ୍ଡଷ୍ଟ୍ରିଜ ଲିମିଟେଡ ୪ ଜଣଙ୍କୁ ୫ ଲକ୍ଷ ଇକ୍ୟୁଟି ସେୟାର ପ୍ରଦାନ କରିଥିଲା । ଏଥିରୁ କୁନ୍ଦ୍ରା ଦମ୍ପତିଙ୍କୁ ୧ ଲକ୍ଷ ୨୮ ହଜାର ୮୦୦ ଲେଖାଁଏ ସେୟାର ଆଲଟମେଣ୍ଟ ହୋଇଥିଲା । ଏହି ଆଲଟମେଣ୍ଟ ହେବା ପରେ କମ୍ପାନୀ ସମ୍ପର୍କରେ ସବିଶେଷ ବିବରଣୀ ସେବି ନିକଟରେ ଦାଖଲ କରିବା କଥା । ମାତ୍ର ତାହା ଘଟି ନଥିଲା । ୧୦ ଲକ୍ଷରୁ ଅଧିକ ଟଙ୍କାର କାରବାର ହେଉଥିବାରୁ ଏ ବିଷୟରେ ସେବି ନିକଟରେ ଘୋଷଣାନାମା ଦାଖଲ ହେବାର ଆବଶ୍ୟକତା ଥିଲା ।

ଏଥିସହିତ ପଢ଼ନ୍ତୁ: ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ରାଜଙ୍କ ଫ୍ୟୁଚର ପ୍ଲାନ୍, ହାତେଇଥାନ୍ତେ ଏତିକି ପ୍ରଫିଟ୍…

 

 

ଗାଁ ଦାଣ୍ଡରେ ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲା, ବଡ଼ ଭାଇ ଆଟକାଇବାରୁ ତାକୁ ମଧ୍ୟ ମାରିଲା ଦୁର୍ବୃତ୍ତ

କଳାହାଣ୍ଡି: ସିରିଜ୍ ଆଟାକ୍ । ଜମେ ମୃତ ୨ଗୁରୁତର ସୂଚନା । ୧୦ ବର୍ଷ ଶିଶୁକୁ ନିର୍ମମ ହତ୍ୟା ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଥୁଆମୂଳ ଭଟାଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ୧୦ ବର୍ଷର ଶିଶୁକୁ ଗୋଡ଼ାଇ  ଗୋଡ଼ାଇ ନିର୍ମମ ଭାବେ ହତ୍ୟା ଅଭିଯୋଗ । ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନୀଲ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଁର ଜୟସିଂ ଜାନୀ ନାମକ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ଥାନାରେ ଏତଲା ହୋଇଛି । ଏହି ସମୟରେ ଘାସିରାମଙ୍କ ବଡ଼ପୁଅ ଦେବାନନ୍ଦଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତାଙ୍କୁ ମଧ୍ୟ ତୀର ମାଡ଼ କରିଛି ଅଭିଯୁକ୍ତ ଜୟସିଂ । ବଡ଼ପୁଅ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । କେବଳ ସେତିକି ନୁହେଁ ଗାଁର ଜଣେ ବୃଦ୍ଧ ତାମା ଜାନୀକୁ ମଧ୍ୟ ଆକ୍ରମଣ କରିଛି ଜୟ ସିଂ । ସେ ମଧ୍ୟ ଆହତ ହୋଇଛନ୍ତି । ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖି ତଦନ୍ତ କରୁଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ଏଥିସହିତ ପଢ଼ନ୍ତୁ: ମହିଳାଙ୍କୁ କାମୁଡ଼ି ଧରିଛି କୁମ୍ଭୀର: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ମହିଳାଙ୍କୁ କାମୁଡ଼ି ଧରିଛି କୁମ୍ଭୀର: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ନିଆଳି: ନଦୀରେ ବୁଲୁଛି କୁମ୍ଭୀର । ଆଉ କୁମାରୀ ପାଟିରେ ଅଛି ଜଣେ ମହିଳାଙ୍କ ମୃତଦେହ । ଏମିତି ଏକ ଭିଡ଼ିଓ ଏବେ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଏହି ଭିଡ଼ିଓ । ଯାହା ସାରା ନିଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳା ଜଣଙ୍କ ପରିଚୟ ଜଣାପଡ଼ିନଥିବା ବେଳେ  କିଏ କହୁଛି କଣ୍ଟାପଡା ଅଞ୍ଚଳ ତ ଆଉ କିଏ କହୁଛି ନିଆଳି ଅଞ୍ଚଳ । ତେବେ ଏହି ଘଟଣାଟି କେଉଁ ଅଞ୍ଚଳର ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି । ତେବେ କିଏ କାହିଁକି ଏପରି ଭିଡ଼ିଓ ଭାଇରାଲ୍ କରିଛି ତାହା ଜଣାପଡିନାହିଁ । ଗୋଟିଏ ପଟେ ଦେବୀ ଓ କନ୍ଦଳ ନଦୀର ବିଭିନ୍ନ ସ୍ଥାନରେ ନଦୀ ପାଣିରେ କୁମ୍ଭୀର ପହଁରୁଥିବା ଦେଖିବାକୁ ମିଳୁଥିବା ବେଳ ଏପରି ଭାଇରାଲ୍ ଭିଡ଼ିଓ ଅଞ୍ଚଳବାସୀଙ୍କ ମନରେ ଆତଙ୍କ ଖେଳାଇ ଦେଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ