ମୃତ ଦୁଷ୍ମନ୍ତ ଦାସଙ୍କ ପରିବାର କଥା ବୁଝିବେ ବିଧାୟକ, ପ୍ରତିଶ୍ରୁତି ଦେଲେ ସମ୍ବିତ

ଜଗତସିଂହପୁର: ମୃତ ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ବିଜେଡି ବିଧାୟକ ସମ୍ବିତ ରାଉତରାୟ । ଦୁଷ୍ମନ୍ତଙ୍କ ପରିବାରର ସମସ୍ତ ଭଲ ମନ୍ଦ ବୁଝିବେ ବୋଲି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରତିଶ୍ରୁତି ଦେଇଛନ୍ତି । ଦୁଷ୍ମନ୍ତ ଦାସଙ୍କ ଦୁର୍ଭାଗ୍ୟଜନକ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି । ଦୁଃଖ ସମୟରେ ପରିବାର ସହ ଅଛନ୍ତି ଓ ତାଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା କହିଛନ୍ତି ସମ୍ବିତ ।

ତେବେ ଦ୍ମଷ୍ମତଙ୍କୁ କିଏ ଘରୁ ଡାକି ନେଇଥିଲା ଓ କିଏ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲା ସେନେଇ ବିଧାୟକ ସମ୍ବିତ ରାଉତରାୟ ତଦନ୍ତ ଦାବି କରିଛନ୍ତି । ବିଧାନସଭା ସାମ୍ନାରେ ଆତ୍ମହତ୍ୟା କରିଥିବା ଉଦ୍ୟମ କରିଥିଲେ କୁଜଙ୍ଗର ଦୁଷ୍ମନ୍ତ ଦାସ  । ପରବର୍ତ୍ତୀ ସମୟରେ ଦୁଷ୍ମନ୍ତଙ୍କର ମୃତ୍ୟୁ ଘଟିଥିଲା  । ତେବେ ଦୁଷ୍ମନ୍ତ ଚାଲିବା ପାଇଁ ସକ୍ଷମ ହୋଇନଥିବାବେଳେ ତାଙ୍କୁ ଭୁବନେଶ୍ୱର ଆଣିବାରେ କିଏ ସହଯୋଗ କରିଥିଲେ, ତାଙ୍କୁ ଖୋଜୁଛି ପୋଲିସ  । ଅନ୍ୟପଟେ ଦୁଷ୍ମନ୍ତଙ୍କ ପରିବାରର ଅସହାୟତା ଦେଖି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ତାଙ୍କ ଘରେ ପହଁଛିଥିଲେ  ।

Leave a Reply