spot_img
Home Blog Page 5370

ଦୁର୍ଘଟଣାଗ୍ରସ୍ତ ଦୁଇ ମହିଳାଙ୍କୁ ରାସ୍ତାରୁ ଉଠାଇ SCBରେ ପହଞ୍ଚାଇଲେ କଟକ ଚୌଦ୍ୱାର ବିଧାୟକ ସୌଭିକ

କଟକ: ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା। ରାସ୍ତାରେ ଦୁର୍ଘଟଣାର ଶିକାର ହେଇଥିବା ଦୁଇଜଣ ମହିଳାଙ୍କୁ ଡାକ୍ତରଖାନା ନାଇ ସେମାନଙ୍କର ଚିକିତ୍ସା କରାଇଛନ୍ତି। ସୂଚନା ମୁତାବକ ସୌଭିକ ବିଶ୍ୱାଳ ଜରୁରୀ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପ୍ରତାପ ନଗରୀ ନିକଟରେ NH ରେ ଦୁଇ ଜଣ ଯୁବତୀ ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିଲେ।

କୌଣସି ଏକ ଗାଡ଼ି ସେମାନଙ୍କୁ ପିଟି ଚାଲିଯାଇଥିଲା। ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଗୋଡ଼ ଉପରେ ଗାଡି ଚଢିଯାଇଥିବା ବେଳେ ଅନ୍ୟ ଜଣେ ଯୁବତୀଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିଲା। ଏହା ଦେଖି ସୌଭିକ ସଙ୍ଗେ ସଙ୍ଗେ ଗାଡିରୁ ବାହାରି ଆସି ତୁରନ୍ତ ତାଙ୍କ ଗାଡ଼ିରେ ଦୁଇ ଯୁବତୀଙ୍କୁ ବସାଇ SCB ମେଡିକାଲ କୁ ଆଣିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଇ ଘରକୁ ଛାଡ଼ିଥିଲେ । ତେବେ ତାଙ୍କର ଏଭଳି ଭଲ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି ସୌଭିକ୍‌।

ବିଚକ୍ଷଣ ଶିଶୁ: ୨୩ ମିନିଟ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢ଼ି ସୃଷ୍ଟି କଲେ ରେକର୍ଡ

ପଞ୍ଜାବ: ଗୋଟିଏ ପ୍ରସିଦ୍ଧ ଲୋକ କଥା ରହିଛି, ବୟସ କେବଳ ଗୋଟିଏ ସଂଖ୍ୟା ମାତ୍ର । ଏହାକୁ ବାସ୍ତବରେ ପରିଣତ କରି ଦେଖାଇଛନ୍ତି, ଲୁଧିୟାନାର ବାସିନ୍ଦା ସାଢେ ୩ ବର୍ଷୀୟ କୁନୱର ପ୍ରତାପ ସିଂହ । କୁନୱରଙ୍କ ନାମ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ଓ ଆନ୍ତଃର୍ଜାତୀୟ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛି । ତାଙ୍କର ବିଚକ୍ଷଣ ସ୍ମରଣଶକ୍ତି ପାଇଁ ଚାଇଲ୍ଡ ପ୍ରୋଡିଜି ମାଗାଜିନ୍‌ ପାଇଁ ସେ ଭାରତର ୧୦୦ ପିଲାଙ୍କ ମଧ୍ୟରେ ମନୋନୀତ ହୋଇଛନ୍ତି ।

କୁନୱର ସରାଭା ନଗର ସେକ୍ରେଡ୍‌ ହାର୍ଟ କନଭେଣ୍ଟ ବିଦ୍ୟାଳୟର ଛାତ୍ର । ତାଙ୍କର ଚମତ୍କାରୀ ସ୍ମରଣ ଶକ୍ତି ପାଇଁ ସେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ପରାସ୍ତ କରିଛନ୍ତି । କୁନୱର ୧ ରୁ ୪୦ ପର୍ଯ୍ୟନ୍ତ ପଣିକିଆ, ବିଶ୍ୱର ସମସ୍ତ ଦେଶର ରାଜଧାନୀ ନାମ, ଯେକୌଣସି ସଂଖ୍ୟାର ଗୁଣନ, ଏହାସହ ୨୩ ମିନିଟ ୪୮ ସେକେଣ୍ଡରେ ୨୭ ପୁସ୍ତକ ପଢିବାର ରେକର୍ଡ ସୃଷ୍ଟି କରିଛନ୍ତି । କୁନୱରଙ୍କୁ ନିଜ କଲୋନୀର ସମସ୍ତ ଲୋକଙ୍କର ନାମ, ଘର ନାମ ଆଦି ମନେ ଅଛି ।

ପୁସ୍ତକ ପ୍ରତି ତାଙ୍କର ଆଗ୍ରହ, ପୁସ୍ତକ ପଢିବା, ବିିଭିନ୍ନ ଭାଷାରେ କଥା ହେବା ସହ କଠିନ ଶବ୍ଦର ଉଚ୍ଚାରଣ ସେ ଖୁବ ସହଜରେ କହିଥାଆନ୍ତି ।
କୁନୱରଙ୍କ ମାତାପିତାଙ୍କ କହିବାନୁଯାୟୀ, ତାଙ୍କୁ ନିଜ ସହ ଖେଳୁଥିବା ତାଙ୍କ ବୟସର ପିଲାଙ୍କୁ ପାଠ ପଢାଇବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥାଆନ୍ତି ।
ଫଟୋ ଗୁଡିକୁ ଦେଖି ତାହାକୁ ସହଜରେ ମନେ ରଖିବା ସହ ଏକ ବର୍ଷ ପୂର୍ବରୁ ଘଟିଥିବା ଘଟଣା ଗୁଡିକୁ ମଧ୍ୟ ସେ ସହଜରେ ମନେ ରଖିଥାଆନ୍ତି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ତାଙ୍କୁ ୧ ମିନିଟରେ ୨୭ଟି ସ୍ମାରକର ନାମ, ୧ମିନିଟରେ ୧୪ କ ଯାଏଁ ପଣିକିଆ କହିବାରୁ ତାଙ୍କୁ ଗ୍ରାଣ୍ଡମାଷ୍ଟର ଆଖ୍ୟା ଦିଆଯାଇଥିଲା । ଏତେ କମ ବୟସରେ ତାଙ୍କ ନାମ ଅନ୍ତର୍ଜାତୀୟ ବୁକ ଅଫ ରେକର୍ଡରେ ସମସ୍ତ ଭାରତୀୟ ରାଜ୍ୟର ରାଜଧାନୀ ନାମକୁ ୪୮ ସେକେଣ୍ଡରେ ରେକର୍ଡ କରାଯାଇ ୨୩ ମିନିଟ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢିବା ପାଇଁ ରେକର୍ଡ଼ କରାଯାଇଛି ।

ଭଲ ବର୍ଷା ହେବା ପାଇଁ ଡ଼ଙ୍ଗର ବୁଢାକୁ ପୂଜା କଲେ ଆଦିବାସୀ ସମ୍ପ୍ରଦାୟର ଲୋକେ

ବଲାଙ୍ଗୀର: କେତେବେଳେ ପାହାଡ଼ ପର୍ବତ କୁ ନେଇ ପୂଜା ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶ କୁ ନେଇ। ପୁଣି କେତେବେଳେ ଗଛଳତା ପାଣି ପବନ କୁ ନେଇ ପୂଜାର୍ଚନା ଆମେ ଦେଖିବାକୁ ପାଇଛେ। ଓଡ଼ିଶାର କୋଣ ଅନୁକୋଣ ପାରମ୍ପରିକ ମହକରେ ମହକି ଉଠେ। ପିଚୁ କଂକ୍ରିର ଜଙ୍ଗଲରୁ ବଣ ପାହାଡ଼ ଘେରା ଜଙ୍ଗଲକୁ ଚାଲି ଗଲେ ଏମିତି କିଛି ପରମ୍ପରା ଦେଖିବାକୁ ମିଳିଥାଏ ଯେଉଁଠି ପଠରେ ଥିବା ଭଗବାନଙ୍କୁ ନୁହେଁ ପ୍ରକୃତିର ଭଗବାନଙ୍କୁ ପୂଜା କରାଯାଏ। ଆଦିବାସୀଙ୍କ ରୀତିନୀତି ସମ୍ପୂର୍ଣ୍ଣ ଅଲଗା ।

ବାଜୁଛି ଢୋଲ, ନିଶାନ, ତାଷା। ଆଉ ମୁହୁରୀର ପଞ୍ଚବାଦ୍ୟର ତାଳରେ ଗାଁ ଦାଣ୍ଡରେ ଖଣ୍ଡା, ତଳବାର, ଧନୁ ତୀର ଧରି ଚାଲିଛି ନାଚ ଗୀତ। ବେଶ ଧୁମଧାମରେ ବାଦ୍ୟର ତାଳେ ତାଳେ ନାଚି ଜଙ୍ଗଲ ଆଡ଼କୁ ମୁହାଁଇଛନ୍ତି ଡଙ୍ଗରିଆ ଆଦିବାସୀ। ଏ ଦୃଶ୍ୟ ହେଉଛି ବଲାଙ୍ଗିର ଜିଲା ଟିଟିଲାଗଡ଼ ନିକଟରେ ଥିବା ଶଗଡ଼ଘାଟ ଗ୍ରାମ ପଂଚାୟତର। ବର୍ଷାର ଅଭାବ ହେଲେ ଏହି ପୂଜା କରିଥାନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ। ନାଚ ଗୀତ ପରେ ୪ କିଲୋମିଟର ପାହାଡ଼ ଉପରୁ ଯାଇ ସେଠାରେ ଡଙ୍ଗର ବୁଢ଼ାକୁ ପୂଜା ସାରିବା ପରେ ଛେଳୀର ବଳି ପକାଇଥାନ୍ତି ଆଦିବାସୀ ଲୋକେ। ଏମାନଙ୍କ ବିଶ୍ୱାସ ଯେ ଡ଼ଙ୍ଗର ବୁଢା କୁ ପୂଜା କଲେ ଭଲ ବର୍ଷା ହୁଏ ଏବଂ ଭଲ ଫସଲ ମଧ୍ୟ ହୁଏ।

ତେବେ ବଲାଙ୍ଗିର ଜିଲା ଟିଟଲାଗଡ଼ରେ ଏଥର କମ୍‌ ବର୍ଷା ହୋଇଛି। କମ୍‌ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଫସଲ ଉପରେ ବହୁଳ ମାତ୍ରାରେ ପ୍ରଭାବ ପଡ଼ିଛି। ତେବେ ଆଗକୁ ଭଲ ବର୍ଷା ହେବା ପାଇଁ ଏମିତି ପୂଜା କରିଛନ୍ତି ଆଦିବାସୀ ଲୋକେ।

ଡାକ୍ତରୀ ପାଠ୍ୟକ୍ରମରେ ପଛୁଆ ବର୍ଗଙ୍କ ପାଇଁ ୨୭% ଏବଂ ଅର୍ଥନୈତିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ

ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ଲାଗୁହେଲା ନୂଆ ସଂରକ୍ଷଣ ବ୍ୟବସ୍ଥା। ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ମେଡିକାଲ କୋର୍ସ ଲାଗି ସର୍ବଭାରତୀୟ କୋଟା ଯୋଜନା ଲାଗୁ ହୋଇଛି। ଏଥର ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨୭ ପ୍ରତିଶତ ସରଂକ୍ଷଣ ଲାଗି ହୋଇଛି ବଡ ନିଷ୍ପତ୍ତି। ଖାଲି ବଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ  ଅର୍ଥନୈତିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ୧୦ ପ୍ରତିଶତ ସଂରକ୍ଷଣ ଲାଗି ମେଡିକାଲ ପାଠ୍ୟକ୍ରମରେ ନିଷ୍ପତ୍ତି କରାଯାଇଛି। ଏହି ଯୋଜନା ଦ୍ୱାରା ଉପକୃତ ହେବେ ୫ହଜାର ୫୫୦ ଜଣ ଛାତ୍ରଛାତ୍ରୀ। ଏହି ଯୋଜନା

୨୦୨୧-୨୨ ଲାଗି ଲାଗୁ କରାଯିବ। ଏହି ଯୋଜନା ମାଧ୍ୟମରେ ୧୫୦୦ ଓବିସି ଛାତ୍ରଛାତ୍ରୀ ଏମବିବିଏସରେ ଓ ୨୫୦୦ ଛାତ୍ରଛାତ୍ରୀ ପିଜି ସଂରକ୍ଷଣ ସୁବିଧା ପାଇବେ। ସେହିପରି ଆର୍ଥିକ ପଛୁଆ ବର୍ଗର ୫୫୦ ଏମବିବିଏସ ଓ ୧୦୦୦ ପିଜି ଛାତ୍ରଛାତ୍ରୀ ଉପକୃତ ହେବେ। ୧୯୮୬ରେ ଏହି ଯୋଜନା ଆରମ୍ଭ ହୋଇଥିଲା । ଅଲ୍ ଇଣ୍ଡିଆ କୋଟା ସ୍କିମ୍ (AIQ) ଅନୁଯାୟୀ, ଏହି ସୁବିଧା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନରୁ ନିଆଯାଇପାରିବ। ଏହା ପୂର୍ବରୁ ଏହି ଯୋଜନା କେନ୍ଦ୍ରର ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟକାରୀ ହୋଇଛି।

୨୦୦୭ରେ, ଯେତେବେଳେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ (ଆଡମିସନ୍ ରେ ରିଜର୍ଭେସନ୍) ଆକ୍ଟ ଲାଗୁ ହେଲା, ସେତେବେଳେ ପଛୁଆ ବର୍ଗର ଛାତ୍ରଛାତ୍ରୀ ମାନେ ୨୭ % ସଂରକ୍ଷଣର ଲାଭ ପାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ରେ ପ୍ରଯୁଜ୍ୟ ଥିଲା। କିନ୍ତୁ ଏବେ ଏହାକୁ ରାଜ୍ୟ ମେଡିକାଲ ଏବଂ ଡେଣ୍ଟାଲ କଲେଜରେ କାର୍ଯ୍ୟକାରୀ କରାଯାଇଛି। ଯାହାଫଳରେ ବର୍ତ୍ତମାନ ଓବିସି ଛାତ୍ରମାନେ ଏହି ସୁବିଧା ପାଇବେ।

ମହିଳା ବକ୍ସିଂ ଫ୍ଲାଇୱେଟରେ କଲମ୍ବିଆର ଇଂଗ୍ରିଟ ଭେଲେନ୍ସିଆଙ୍କଠାରୁ ପରାସ୍ତ ହେଲେ ମେରିକମ୍

ଟୋକିଓ: ଟୋକିଓ ଅଲିମ୍ପକରେ ନିରାଶ କଲେ ମେରିକମ୍ । ପ୍ରିକ୍ୱାର୍ଟରରେ ପରାଜିତ ହେଲେ ଜିଦି ଗର୍ଲ । ମହିଳା ବକ୍ସିଂ ଫ୍ଲାଇୱେଟରେ ପରାସ୍ତ ହୋଇଛନ୍ତି ମେରିକମ୍ । କଲମ୍ବିଆର ଇଂଗ୍ରିଟ ଭେଲେନ୍ସିଆଙ୍କଠାରୁ ହାରିଲେ ମେରିକମ୍ । ଏଥିସହ ମେରି କମଙ୍କ ଟୋକିଓ ଅଲିମ୍ପିକ ଅଭିଯାନ ନିରାଶର ସମାପ୍ତ ହୋଇଛି।

ପ୍ରଥମ ରାଉଣ୍ଡରେ ମେରି କମ କୋଲମ୍ବିଆ ବକ୍ସରଙ୍କଠୁ ୧-୪ରେ ହାରିଥିଲେ। ଦ୍ଵିତୀୟ ରାଉଣ୍ଡରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଭାରତୀୟ ବକ୍ସର ୩-୨ରେ ଜିତିଥିଲେ। କିନ୍ତୁ ତୃତୀୟ ରାଉଣ୍ଡରେ ଭାଲେନସିଆ ମୁକାବିଲାକୁ ୩-୨ରେ ଜିତି ନେଇଥିଲେ।

କୋଲମ୍ବିଆର ଏହି ଖେଳାଳି ୨୦୧୬ ରିଓ ଅଲିମ୍ପିକର କାଂସ୍ୟ ପଦକ ଜିତିଥିଲେ। ମେରି କମ ଏହା ପୂର୍ବରୁ ଦୁଇ ଥର କୋଲମ୍ବିଆ ବକ୍ସରଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ଉଭୟ ଥର ଜିତିଥିଲେ। ଏଥିରେ ୨୦୧୯ ବିଶ୍ଵ ଚାମ୍ପିଅନଶିପର କ୍ଵାର୍ଟର ଫାଇନାଲ ମଧ୍ୟ ସାମିଲ। ହେଲେ ଆଜିର ମୁକାବିଲାରେ କୋଲମ୍ବିଆର ବକ୍ସର ଇଙ୍ଗ୍ରିଟ୍ ଭାଲେନସିଆ ତାଙ୍କ ଉପରେ ଭାରି ପଡିଛନ୍ତି। ମେରି କମ ଭାଲେନସିଆଙ୍କଠୁ ୩-୨ରେ ପରାଜିତ ହୋଇଛନ୍ତି।

ଏହା ପୂର୍ବରୁ ମେରି କମ ଡୋମିନିକା ଗଣରାଜ୍ୟର ମିଗୁଏଲିନା ଗାର୍ସିଆଙ୍କୁ ହରାଇ ଟୋକିଓ ଅଲିମ୍ପିକର ପ୍ରିକ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୦୧୨ ଅଲିମ୍ପିକରେ ମେରି କମ କାଂସ୍ୟ ପଦକ ଜିତିଥିଲେ।

ସ୍ପାଇୱେୟାର ଏନଏସଓ ପେଗାସସକୁ ଧକ୍କା, NSOର ମାଲିକାନା ଥିବା ଘରୋଇ ଇକ୍ୱିଟି ସଂସ୍ଥା ରଦ୍ଦ ହେବ

ନୂଆଦିଲ୍ଲୀ: ଭାରତରେ ଝଡ ସୃଷ୍ଟି କରିଥିବା ସ୍ପାଇଓ୍ବେୟାର ଏନଏସଓ ପେଗାସସକୁ ଝଟକା । NSOର ମାଲିକାନା ଥିବା ଘରୋଇ ଇକ୍ୱିଟି ସଂସ୍ଥାକୁ ରଦ୍ଦ କରାଯାଉଛି ବୋଲି ଖବର ପ୍ରକାଶ ପାଇଛି । ସହପ୍ରତିଷ୍ଠାତାଙ୍କ ସହ ବିବାଦ ପରେ ଏନଏସଓକୁ ୨୦୧୯ରେ କ୍ରୟ କରିଥିବା ଲଣ୍ଡନସ୍ଥିତ ନୋଭାଲପିନା କ୍ୟାପିଟାଲକୁ ଲିକ୍ୟୁଡେଟ ବା ରଦ୍ଦ କରାଯାଉଛି ।

ଗୁପ୍ତଚର କାର୍ଯ୍ୟକଳାପ ସଂକ୍ରାନ୍ତ ଗୁରୁତର ଅଭିଯୋଗ ଆସିବା ପରେ ନୋଭାଲପିନା ଏହି ପଦକ୍ଷେପ ନେଇଛି । କମ୍ପାନୀ ଏହି ପଦକ୍ଷେପ ନେବା ପରେ ଏନଏସଓର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସ୍ତୋନୀୟ କ୍ୟାସିନୋ ଗ୍ରୁପ ଅଲିମ୍ପିକ ଏଣ୍ଟରଟେନମେଣ୍ଟ ଓ ଫ୍ରାନ୍ସ ଫାର୍ମାସ୍ୟୁଟିକାଲ କମ୍ପାନୀ ଏକ୍ସଓର ମଧ୍ୟ ମାଲିକାନା ହାସଲ କରିଛି ନୋଭାଲପିନା ।

ଏହାର ସହପ୍ରତିଷ୍ଠାତାଙ୍କ ସହ ମତପାର୍ଥକ୍ୟପରେ ନୋଭାଲପିନାକୁ ଲିକ୍ୟୁଡେଟ କରାଯିବ ବୋଲି କୁହାଯାଇଛି । କେବଳ ଭାରତ ନୁହେଁ ଅନେକ ଦେଶରେ ପେଗାସସ ଜରିଆରେ ଫୋନ ହ୍ୟାକ ମାମଲା ନେଇ ଝଡ ସୃଷ୍ଟି ହୋଇଥିଲା । ସାମାଜିକ କର୍ମୀ, ନେତା, ମନ୍ତ୍ରୀ, ବିଚାପରତି ପ୍ରମୁଖଙ୍କ ଫୋନ ହ୍ୟାକ ନେଇ ଲୋକସଭାରେ ଜାରି ରହିଛି ତମ୍ବିତୋଫାନ ।

କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସମ୍ପୂର୍ଣ୍ଣ ଅନ୍‌ଲକ୍ ନେଇ କିଛି ଏଭଳି କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସମ୍ପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ନାହିଁ । ସ୍ଥିତି, ସମୟ, ସଂକ୍ରମଣକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ । ବିଶେଷଜ୍ଞ କମିଟି ଟିମ୍ ଯାହା କହିବେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । ଏବେ ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି । ଗତ କିଛି ଦିନ ହେବ ୧୬ଶହରୁ ୧୭ଶହ ଭିତରେ ହିଁ ଟ୍ରେଣ୍ଡ ରହୁଛି । ଵିଶେଷ ବଢ଼ି ନାହିଁ । ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ଯିବେ । ଆମ ରାଜ୍ୟରେ ଦୈନିକ ସଂକ୍ରମଣ ହାରାହାରି ୧୮ ଶହ ରହୁଛି । ଜାତୀୟ ହାର ତୁଳନାରେ ଆମ ସଂଖ୍ୟା ନଗଣ୍ୟ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।

 

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ

 

ଏସ୍‌ସିବିରେ ପହଞ୍ଚିଲା ୪ଟି ଏକମୋ ମେସିନ୍: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ: ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍‌ମୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ୟାୟରେ ଆସିଲା ମୋଟ ୯ଟି ଏକମୋ ମେସିନ । ଏଥିପାଇଁ ଆବଶ୍ୟକ ବୈଷୟିକ ଟିମ୍‌କୁ ଚୟନ କରାଯାଇ ସେମାନଙ୍କୁ ଏବେ କୋଲକାତାକୁ ଟ୍ରେନିଂ ପାଇଁ ପଠାଯାଇଛି । ପରେ ଏହି ସବୁ ମେସିନକୁ ଲଗାଯାଇ ଅଗଷ୍ଟ ୧୫ରେ ଉଦଘାଟନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଫଳରେ ଅତି ଗୁରୁତର ତଥା ଆବଶ୍ୟକ ରୋଗୀ ମାଗଣାରେ ଏସସିବିରେ ଏକମୋ ଚିକିତ୍ସା ପାଇପାରିବେ। ସୂଚନା ଯୋଗ୍ୟ ଯେ, କରୋନା ଦ୍ୱିତୀୟ ଲହରରେ ଲୋକେ ବିଶେଷ ଭାବେ ଫୁସଫୁସ୍ ଜନିତ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆଉ ଏହାର ଚିକିତ୍ସା ଦିଗରେ ଏକମୋ ବେଶ ଫଳପ୍ରଦ ହୋଇଥିବା ବେଳେ ଏଥିଲାଗି ବାହାର ରାଜ୍ୟକୁ ଲୋକଙ୍କୁ ଯିବାକୁ ପଡ଼ୁଥିଲା । ଏଣୁ ଏହି ସୁବିଧାକୁ ରାଜ୍ୟରେ ଯୋଗାଇଦେବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ବିଦେଶରୁ ଏହି ମେସିନ୍ ଆମଦାନୀ କରିଛନ୍ତି । ଯାହା ଫଳରେ ଲୋକେ ଫୁସଫୁସ୍ ଜନିତ ରୋଗର ଚିକିତ୍ସା ସହଜରେ କରାଇପାରିବେ  । ଏବଂ ଏଭଳି ଚିକିତ୍ସା ଲାଗି ଆଉ ବାହାର ରାଜ୍ୟକୁ ମଧ୍ୟ ଯିବାକୁ ପଡ଼ିବନାହିଁ ।

ଏଥିସହିତ ପଢ଼ନ୍ତୁ: ଦରମା ବୃଦ୍ଧି ଦାବିରେ ଆନ୍ଦୋଳନ: ପୁରୁଣା ସଫେଇ କର୍ମଚାରୀଙ୍କୁ ନୂଆ ସଫେଇ କର୍ମଚାରୀ ଭୁଜାଲିରେ ଆକ୍ରମଣ ଅଭିଯୋଗ

ଦରମା ବୃଦ୍ଧି ଦାବିରେ ଆନ୍ଦୋଳନ: ପୁରୁଣା ସଫେଇ କର୍ମଚାରୀଙ୍କୁ ନୂଆ ସଫେଇ କର୍ମଚାରୀ ଭୁଜାଲିରେ ଆକ୍ରମଣ ଅଭିଯୋଗ

ସମ୍ୱଲପୁର: ବୁର୍ଲା ଭିମସାରରେ ୨ ସୁଇପର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ୨ଜଣ ସୁଇପରଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଭିମସାରରେ ଭର୍ତ୍ତି । ସୂଚନା ଅନୁସାରେ, ଦରମା ବୃଦ୍ଧି ଦାବିରେ କିଛି ସୁଇପର ଆନ୍ଦୋଳନରେ ବସିଛନ୍ତି । ଏହି ସମୟରେ ସଂସ୍ଥା ତରଫରୁ ଅନ୍ୟ ସୁଇପର ଆଣି କାମ କରାଯାଇଛି । ଆନ୍ଦୋଳନରତ ସୁଇପର କାମ କରିବାକୁ ମନା କରିବାରୁ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗତକାଲି ରାତିରେ କାମ କରୁଥିବା ସୁଇପରଙ୍କ ମଧ୍ୟରୁ ଜଣେ ସୁଇପର ଆନ୍ଦୋଳନରତ ସୁଇପରଙ୍କୁ ଧମକ ଦେଇଥିଲେ । ଏହାକୁ ନେଇ ଆନ୍ଦୋଳନରତ ସୁଇପରମାନେ ଥାନାରେ ଏତଲା ଦେଇଥିଲେ । ଏହା ପରେ ଆଜି ଆନ୍ଦୋଳନରତ ୨ଜଣ ସୁଇପରଙ୍କୁ କାମ କରୁଥିବା ସୁଇପର ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଗାଁ ଦାଣ୍ଡରେ ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲା, ବଡ଼ ଭାଇ ଆଟକାଇବାରୁ ତାକୁ ମଧ୍ୟ ମାରିଲା ଦୁର୍ବୃତ୍ତ

Tokyo Olympics 2020: ମିଆଁ ବ୍ଲେଚ୍‌ଫେଲ୍‌ଟ୍‌ଙ୍କୁ ପରାସ୍ତ କରି କ୍ୱାର୍ଟର୍‌ଫାଇନାଲରେ ପି.ଭି ସିନ୍ଧୁ

ଟୋକିଓ: ଗୁରୁବାର ଦିନ ଟୋକିଓ ଅଲିମ୍ପିକ୍ସ୍‌ରେ ବିଶ୍ୱର ୧୩ ନମ୍ବର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଡେନ୍‌ମାର୍କର ମିଆଁ ବ୍ଲେଚ୍‌ଫେଲ୍‌ଟ୍‌ଙ୍କୁ ପରାସ୍ତ କରି କ୍ୱାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ । ସିନ୍ଧୁ ମିଆଁଙ୍କୁ ପ୍ରତ୍ୟକ୍ଷ ପ୍ରତିଯୋଗିତାରେ ୨୧-୧୫, ୨୧-୧୩ରେ ପରାସ୍ତ କରିଛନ୍ତି।

‘ବ୍ୟାଡ୍‌ମିଣ୍ଟନ୍‌ ଏଲିମିନେସନ୍ ରାଉଣ୍ଡ୍‌ସ୍‌’ରେ ପ୍ରବେଶ କରିବା ପୂର୍ବରୁ ବ୍ଲେଚ୍‌ଫେଲ୍‌ଟ୍‌ ‘ଗ୍ରୁପ୍‌ ୱାନ୍‌’ର ଶୀର୍ଷକୁ ଉତ୍ତୀର୍ଣ୍ଣ ହୋଇ ପ୍ରି- କ୍ୱାର୍ଟର୍‌ସ୍‌ରେ ସିନ୍ଧୁଙ୍କୁ ମୁକାବିଲା କରିବା ଅଧିକାର ହାସଲ କରିଥିଲେ। ୨୦୨୧ରେ ନିଊନତମ ପରିମାଣର ଟୁର୍ଣ୍ଣାମେଣ୍ଟ୍‌ ଏବଂ ଅଲିମ୍ପିକ୍ସ୍‌ ପଏଣ୍ଟ୍‌ ଥିବା ସତ୍ତ୍ୱେ ଏଥର ବ୍ଲେଚ୍‌ଫେଲ୍‌ଟ୍‌ ଦୁଇ ଥର ସିନ୍ଧୁଙ୍କୁ ମୁକାବିଲା କରିପାରିଛନ୍ତି।

ଏହାପରେ ସିନ୍ଧୁ ଜାପାନର ବିଶ୍ୱର ୪ ନମ୍ବର ଖେଳାଳି ଅକାନି ୟାମାଗୁଚି ଏବଂ ୧୨ ନମ୍ବର ଖେଳାଳି କୋରିଆର କିମ୍ ଗାଏଉନ୍‌ଙ୍କୁ ମୁକାବିଲା କରିବେ। ବୁଧବାର ଦିନ ମାତ୍ର ୪୧ ମିନିଟ୍‌ରେ ସିନ୍ଧୁ ବିଶ୍ୱର ୩୪ ନମ୍ବର ତଥା ଖୁବ୍‌ ପାରଦର୍ଶୀ ଖେଳାଳି ହଙ୍ଗ୍‌କଙ୍ଗ୍‌ର ଏନ୍‌ୱାଇ ଚେଉଙ୍ଗ୍‌ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରି ‘ଗ୍ରୁପ୍‌-ଜେ’ର ଶୀର୍ଷକୁ ଉତ୍ତୀର୍ଣ୍ଣ ହୋଇଥିଲେ।