spot_img
Home Blog Page 5372

ପ୍ରସିଦ୍ଧ ଲେଖକ ଦେବଦାସ ଛୋଟରାୟଙ୍କ ପୁସ୍ତକ “ବିଜୁବାବୁ”କୁ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର: ପ୍ରସିଦ୍ଧ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ “ବିଜୁବାବୁ” ପୁସ୍ତକକୁ ଆଜି ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜଭବନ ପରିସରରେ ରାଜ୍ୟପାଳ ବହିଟିକୁ ଉନ୍ମୋଚନ କରିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଜନନାୟକ ଓ ସ୍ୱପ୍ନଦ୍ରଷ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କିତ କିଛି ରୋଚକ ଓ ପ୍ରେରଣାଦାୟୀ ସ୍ମୃତିକୁ ଏକାଠି କରି “ବିଜୁବାବୁ” ପୁସ୍ତକ ରଚନା କରିଛନ୍ତି କବି ଓ ଗୀତିକାର ଦେବଦାସ ଛୋଟରାୟ। କଟକରୁ ଧାନବାଦ ଯାଏଁ ବ୍ୟାପ୍ତ ଏ ପୁସ୍ତକରେ ରହିଛି ୬୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କୁ ନେଇ ୪୫ଟି ଛୋଟ ସ୍ମୃତିକଥା ସହ ଚାରିଗୋଟି ବିରଳ ଫଟୋଚିତ୍ର। ଏଭଳି ବିରଳ ପୁସ୍ତକର ପ୍ରଶଂସା କରିବା ସହ ଲେଖକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ।

ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ଏ ପୁସ୍ତକ ଉଭୟ ପେପର୍‌ବ୍ୟାକ୍‌ ଓ ସୁଦୃଶ୍ୟ ବନ୍ଧେଇରେ ଉପଲବ୍ଧ ହେଉଥିବା ବେଳେ ଆମାଜନ୍‌ ମାଧ୍ୟମରେ ଆଗ୍ରହୀ ପାଠକ ଏହାକୁ କିଣିପାରିବେ ବୋଲି ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି । ପାଠକମାନେ ଏହି https://www.amazon.in/dp/8195123260   ଲିଙ୍କ୍‌ରେ ବହିଟି ପାଇପାରିବେ ।

ରାଜ୍ୟରେ ଆଉ ୧୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ଆଉ ୧୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୩୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୭୨, ବାଲେଶ୍ୱରରୁ ୯୮, ବରଗଡ଼ରୁ ୫, ଭଦ୍ରକରୁ ୬୦, ବଲାଙ୍ଗୀର ୭, ବୌଦ୍ଧ ୧୧, କଟକ ୨୨୯, ଦେବଗଡ଼ ୯, ଢେଙ୍କାନାଳ ୩୦, ଗଜପତି ୨, ଜଗତସିଂହପୁର ୯୬, ଯାଜପୁର ୭୦, ଝାରସୁଗୁଡ଼ା ୧୦, କଳାହାଣ୍ଡି ୨, ମୟୂରଭଞ୍ଜ ୪୮, ନବରଙ୍ଗପୁର ୧୨, ନୟାଗଡ଼ ୪୨, ନୂଆପଡ଼ା ୫, ପୁରୀ ୧୨୩, ରାୟଗଡ଼ା ୯, ସମ୍ୱଲପୁର ୧୬, ସୋନପୁର ୯, ସୁନ୍ଦରଗଡ଼ରୁ ୩୦ ଓ ଷ୍ଟେଟ୍ ପୁଲରୁ ୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୯୯ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବଂ ଏଯାବତ୍ ରାଜ୍ୟରେ ୧୭୨୬୨ କରୋନା ମାମଲା ସକ୍ରିୟ ରହିିଛି ।

ଟୋକିଓ ଅଲିମ୍ପିକ୍ସରେ ଭାରତର ଭଲ ପ୍ରଦର୍ଶନ: କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ହକି ଟିମ୍ ଓ ପି.ଭି ସିନ୍ଧୁ

ଟୋକିଓ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁଙ୍କୁ ଟୋକିଓ ଅଲିମ୍ପିକ୍ସରେ ଆଉ ଏକ ସଫଳତା । ମହିଳା ସିଙ୍ଗଲ୍ସ ବିଭଗରେ ଡେନମାର୍କ ପ୍ରତିଦ୍ୱନ୍ଦ୍ୱିଙ୍କୁ ୨-୦ ସେଟ୍‌ରେ ହରାଇ ପ୍ରି-କ୍ଟାର୍ଟରରୁ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ସେ ୨୧-୧୫, ୨୧-୧୩ରେ ବିଜୟୀ ହୋଇଛନ୍ତି । ମାତ୍ର ୪୧ ମିନିଟରେ ଖେଳ ସମାପ୍ତ ହୋଇଥିବା ବେଳେ ପ୍ରଥମ ସେଟ ୨୨ ମିନିଟ ଓ ଦ୍ୱିତୀୟ ସେଟ୍‌ରେ ୧୯ ମିନିଟରେ ଖେଳ ସମାପ୍ତ ହୋଇଥିଲେ । ଏକାପାଖିଆ ଭାବେ  ସେ ଉଭୟ ସେଟ୍‌ରେ ବିଜୟୀ ହୋଇଥିଲେ । ସୂଚନା ଯୋଗ୍ୟ ଯେ, ରିଓ ଅଲିମ୍ପିକ୍ସରେ ପି.ଭି ସିନ୍ଧୁ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ।

ଅପରପକ୍ଷରେ ଭାରତୀୟ ହକି ଦଳ ମଧ୍ୟ ଭଲ ପ୍ରଦର୍ଶନ କରିଛି । ଆର୍ଜେଣ୍ଟିନା ବିପକ୍ଷ ପୋଲ ଏ ମ୍ୟାଚ୍‌ରେ ୩-୧ ଗୋଲ୍‌ରେ ବିଜୟୀ  ହୋଇଛି । ତେବେ ମ୍ୟାଚ୍‌ର ୪୧ ମିନିଟରେ ଭାରତୀୟ ଦଳ ୨ଟି ପେନାଲ୍ଟି କର୍ଣ୍ଣର ପାଇଥିଲା କିନ୍ତୁ ତାହାକୁ ସେ ଗୋଲରେ ପରିଣତ କରିପାରିନଥିଲା । କିନ୍ତୁ ତୃଥୀୟ କ୍ୱାର୍ଟର ଶେଷ ହେବାଥିବା ବେଳେ ଆଉ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲା ଯାହାକୁ ଗୋଲରେ ପରିଣତ କରିଥିଲେ ନବାଗତ ବରୁଣ ବର୍ମା । ଏଥିସହିତ ତୃତୀୟ କ୍ୱାର୍ଟରେ ଭାରତୀୟ ଦଳ ନିଜର ପ୍ରଥମ ଗୋଲ ହାସଲ କରିପାରିଥିଲା । ଏହା ପରେ ବିବେକ ସାଗର ପ୍ରତାପ ଓ ଦିଲପ୍ରୀତ ସିଂହଙ୍କ ଗୋଲ ବଳରେ ଭାରତୀୟ ଟିମ୍ ବିଗତ ଅଲିମ୍ପିକ୍ସର ଚାମ୍ପଅନ୍ ଆର୍ଜେଣ୍ଟିକାକୁ ୩-୧ ଗୋଲରେ ପରାସ୍ତା କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି । ଅନ୍ୟପକ୍ଷରେ ପଦକ ନିକଟତର ହୋଇଛନ୍ତି ଭାରତୀୟ ତୀରନ୍ଦାଜ ଅତନୁ ଦାସ । ଟପ୍‌ ୧୬ରେ ତୀରନ୍ଦାଜରେ ପୂର୍ବ ଅଲମ୍ପିକରେ ସ୍ଵର୍ଣ ପଦକ ଜିତିଥିବା ସାଉଥ କୋରିଆକୁ ହରାଇଲେ ଅତନୁ । ତୀରନ୍ଦାଜରେ ଭାରତର ଅତନୁ ଆକର୍ଷଣୀୟ ପ୍ରଦର୍ଶନ କରି ପଦକ ରେସରେ ଆଉ ଏକ ପାଦ ଆଗକୁ ଯାଇଛନ୍ତି । ଗୋଟିଏ ଦିନରେ ଅତନୁଙ୍କ ୨ ଦୁଇଟି ବିଜୟ ହୋଇଛଥି । କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଅତନୁ । ଏହାପୂର୍ବରୁ ଚୀନର ତାଇପେଇ ଖେଳାଳିଙ୍କୁ ହରାଇଥିଲେ ।

ଏଥିସହିତ ପଢ଼ନ୍ତୁ: ଗୁରୁବାର ଦୌଡ଼ିବେ ଦୂତୀ, ଅଲମ୍ପିକ ଆଶାରେ ଓଡ଼ିଶା

ଆସନ୍ତାକାଲି ଆସିପାରେ ଅଗଷ୍ଟ ଗାଇଡଲାଇନ୍: ‘ଏ’ କ୍ୟାଟାଗୋରୀ ଜିଲ୍ଲାରେ ଆହୁରି କୋହଳ ହୋଇପାରେ ନିୟମ

ଭୁବନେଶ୍ୱର: ରାଜ୍ୟରେ ଲଗାତାର କମିବାରେ ଲାଗିଛି କରୋନା ସଂକ୍ରମଣ  । ଆସନ୍ତାକାଲି ଆସିପାରେ ଅଗଷ୍ଟ ଗାଇଡଲାଇନ  । ସଂକ୍ରମଣକୁ ନଜରରେ ରଖି କଟକଣା କୋହଳ କରାଯିବା ନେଇ ବିଚାରବିମର୍ଷ କରୁଛନ୍ତି ସରକାର । ସାମଗ୍ରିକ ସ୍ଥିତିକୁ ଦେଖି ନିଆଯିବ ନିଷ୍ପତ୍ତି । ତେବେ ଅଗଷ୍ଟ ମାସରେ ସମ୍ପୂର୍ଣ୍ଣ ଅନଲକ ପ୍ରକ୍ରିୟାକୁ ଯାଇପାରେ ଓଡି଼ଶା । କିଛିଟା କଟକଣା ଲାଗୁ କରି ୩୦ଟି ଜିଲ୍ଲାରେ କୋଭିଡ କଟକଣାକୁ ପୂରା ହଟାଇବେ ରାଜ୍ୟ ସରକାର । ଜୀବନ ଜୀବିକା ପାଇଁ ନିୟମ କୋହଳ ହେବ । ବି-କ୍ୟାଟେଗୋରୀର ୧୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ ବଦଳରେ ରାତି ୯ଟା ପର୍ଯ୍ୟନ୍ତ ବଜାର ଖୋଲିବା ପାଇଁ ଅନୁମତି ଦିଆଯିବ । ସେହିପରି ଏ-କ୍ୟାଟାଗୋରୀର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧ପ୍ରତିଶତ ରହୁଥିବାରୁ ଏଠାରେ ସମ୍ପୂର୍ଣ୍ଣ ଅନଲକ ହୋଇପାରେ । ମଲ୍, ରେଷ୍ଟୁରାଣ୍ଟ, ସିନେମା ହଲ, ବିବାହ, ଶୁଦ୍ଧିକ୍ରିୟା ପାଇଁ କୋହଳ ହେଇପାରେ ନିୟମ ।  ସପ୍ତାହାନ୍ତ ସଟଡାଉନ ହଟାଇବା ସହ ନାଇଟ କର୍ଫ୍ୟୁ ବଳବତ୍ତର ରହିପାରେ । କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଥିବାର କୋଭିଡ୍ ଗାଇଡ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ୍ ଦେଖି ଅନଲକ ନିଷ୍ପତ୍ତି ନିଆଯିବ ।

ଏଥିସହିତ ପଢ଼ନ୍ତୁ: ଖୋଲିବ ସମସ୍ତ ମେଡିକାଲ କଲେଜ , ୫୦% ପିଲାଙ୍କୁ ନେଇ ହେବ ପ୍ରାକ୍ଟିକାଲ ଓ କ୍ଲିନିକାଲ କ୍ଲାସ

ଓ୍ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ: ରାଜ୍ୟର ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓ୍ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ବର୍ତ୍ତମାନ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଆଡକୁ ଗତି କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨୪ ଘଣ୍ଟା ମଧ୍ୟରେ ୩ଟି ଜିଲ୍ଲା ତଥା କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେହିପରି ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ ଏବଂ କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିକରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପର୍ଯ୍ୟଟନ ଋତୁରେ ହୀରାକୁଦରେ ହେବ ବୋଟିଂ କ୍ଲବ ଓ ୱାଟର ସଫାରୀ ପ୍ରତିଷ୍ଠା

ଶ୍ରୀଜିଉଙ୍କ ପାଇଁ ସୁନାର ଜିଭଛେଲା, ଶ୍ରୀମନ୍ଦିର ପଠାଇଲେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀଜିଉଙ୍କ ପାଇଁ ସୁନାର ଜିଭଛେଲା ଦାନ କଲେ ଭୁବନେଶ୍ବରର ଶ୍ରଦ୍ଧାଳୁ । ଭୁବନେଶ୍ବରର ପଦ୍ମଚରଣ ପାତ୍ର ଶ୍ରୀଜିଉଙ୍କ ପାଇଁ ତିନୋଟି ସୁବର୍ଣ୍ଣ ନିର୍ମିତ ଜିଭି ବା ଜିଭ ଛେଲା ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ସେ ସୁବର୍ଣ୍ଣ ଜିଭି ଶ୍ରମନ୍ଦିର ପ୍ରଶାସନକୁ ଏହା ଦାନ କରିଛନ୍ତି । ୩ଟି ସୁବର୍ଣ୍ଣ ଜିଭିରେ ୯୦ଗ୍ରାମ ୩୩୦ମିଲିଗ୍ରାମ ସୁନା ବ୍ୟବହାର ହୋଇଛି ।

ପ୍ରତିଦିନ ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ସୁବର୍ଣ୍ଣ ଜିଭଛେଲାର ବ୍ୟବହାର ହୋଇଥାଏ । ଏହା ପୂର୍ବରୁ ୩ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଥିଲେ ପଦ୍ମଚରଣ ପାତ୍ର । ମହାପ୍ରଭୁଙ୍କୁ ମନ ଭରି ଭଲ ପାଉଥିବା କହିଛନ୍ତି ସେ  । ପିଲାଟି ବେଳୁ ଜଗନ୍ନାଥଙ୍କ ପ୍ରତି ଏକ ସ୍ୱତନ୍ତ୍ର ଭାବ ତାଙ୍କ ମନରେ  । ସେଥିପାଇଁ ପ୍ରଭୁୁଙ୍କ ପାଖରେ କିଛି ଅର୍ପଣ କରିବା ନେଇ ମନେରେ ରଖିଥିବାବେଳେ, ଆଜି ସେ ସ୍ୱଭାଗ୍ୟ ତାଙ୍କୁ ମିଳିଥିବା କୁହନ୍ତି ପଦ୍ମଚରଣ  ।

ପୁରୀ ପ୍ରଶାସନ ନଜରରେ ବକୁଳ ବନ, ଉନ୍ନତିକରଣ ନେଇ ପର୍ଯ୍ୟଟନ ବିଭାଗର ପଦକ୍ଷେପ

ଭୁବନେଶ୍ୱର: ନୂଆ ରୂପ ପାଇବ ପୁରୀ ସାକ୍ଷୀଗୋପାଳ ସ୍ଥିତ ବକୁଳ ବନ ବିଦ୍ୟାଳୟ । ପୁରୀ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି । ଏହାସହ ସାକ୍ଷୀଗୋପାଳ ମନ୍ଦିର ଓ ଚତୁର୍ପାଶ୍ୱ, ତୀର୍ଥ ପୁଷ୍କରିଣୀ ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଓ ଚନ୍ଦନ ପୁଷ୍କରିଣୀର ମଧ୍ୟ ଉନ୍ନତିକରଣ କରାଯିବ । ଏନେଇ ବକୁଳବନ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତ୍ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଜିଲ୍ଲାପାଳ ସମର୍ଥ ବର୍ମା ।

ସେହିପରି ବକୁଳ ବନକୁ ଇକୋ ପାର୍କ ଭାବେ ନିର୍ମାଣ ନେଇ ମଧ୍ୟ ଆଲୋଚନା କରାଯାଇଛି । ପଞ୍ଚସଖା ଦ୍ବାରା ପ୍ରତିଷ୍ଠା ହୋଇଥିବା ବକୁଳ ବନକୁ ଓଡ଼ିଆ ଭାଷାର ଏନ୍ତୁଡିଶାଳ କୁହାଯାଏ । ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ୟ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ର ଏଠାରୁ ହିଁ ଓଡ଼ିଆ ଭାଷା ସମୃଦ୍ଧିର ପରିକଳ୍ପନା କରିଥିଲେ ।

ଅଦରକାରୀ ବାପା: ଗୋଡରେ ପୋକ ହେବାରୁ ପର କରିଦେଲା ପୁଅ..

ଭୁବନେଶ୍ୱର: ଆଖିର ଲୁହ ଓଠ ପିଉଛି । ଯନ୍ତ୍ରଣା ତ ଜୀବନ ନେଉଛି । ସାମାନ୍ୟ କ୍ଷତ ଆଜି ମରଣ ମୁହଁକୁ ଠେଲି ଦେଇଛି । କୁନି ପିଲା ପରି କଉଁ କଇଁ କାନ୍ଦୁଛନ୍ତି । ଆଉ କାହାର ଆହା ପଦରେ ବ୍ୟାକୁଳ ହୋଇ ଉଠୁଛନ୍ତି । ଗୋଡର କ୍ଷତ ଶରୀରକୁ କ୍ଷତାକ୍ତ କରିସାରିଲାଣି । ଅର୍ଥର ଅଭାବ ପାଇଁ ବ୍ରିଜ ତଳେ ଜୀବନ କାଟୁଛନ୍ତି । ପରିତ୍ୟକ୍ତ ସ୍ଥାନରେ ପଡି ରହିଛନ୍ତି । ସେପଟେ ଗୋଡରେ ପୋକ ସାଲୁ ବାଲୁ ହେଲାଣି । କିନ୍ତୁ ଛିଣ୍ଡା ପଲିଥିନ ଟିଏ କେବଳ ବାନ୍ଧି ଅସହ୍ୟ ଯନ୍ତ୍ରଣାରେ ଜୁଛି ହେଉଛନ୍ତି ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ ।

ଘର ଅଛି । ପରିବାର ବି ଅଛି । ତଥାବି ସେ ରାସ୍ତା କଡର ବେସାହାରା ମଣିଷ । ଭଲ ଥିଲା ବେଳେ ସମସ୍ତେ ଭଲ ପାଉଥିଲେ । କିନ୍ତୁ କ୍ଷତ ସୃଷ୍ଟି ହୋଇ ଦୁର୍ଗଧ ବାହାରିବାରୁ ତାଙ୍କୁ ରାସ୍ତା କଡ଼ରେ ପିଙ୍ଗିଦେଲେ । ଘରେ ପୁଅ ବୋହ ଥାଇ ବି ସେ ପରିତ୍ୟକ୍ତ ସ୍ଥାନର ପର ମଣିଷ । ଆଉ ଅନ୍ତରର କୋହ ଆଜି ଅସମ୍ଭାଳ କରୁଛି  । କଟକ ଫୁଲ ନଖରା ଓଭରବ୍ରିଜ ତଳେ ପଡି ରହିଥିବା ଏହି ବୃଦ୍ଧ ଜଣଙ୍କ ହେଉଛନ୍ତି ବଲ୍ଲଭ ଦାସ ।

ଘର ଖଲ୍ଲିକୋଟ ଅଞ୍ଚଳରେ ହୋଇଥିବାବେଳେ ଦିନ ମଜୁରିଆ ଭାବରେ କାମ କରନ୍ତି । ସମୟ ସମୟରେ ଟ୍ରାକ୍ଟରରେ ଲେବର ଭାବେ ମଧ୍ୟ କାମ କରନ୍ତି । କିନ୍ତୁ ଦିନେ ଟ୍ରାକ୍ଟର ଦୁର୍ଘଟଣାରେ ତାଙ୍କ ଗୋଡରେ ସୃଷ୍ଟି ହୁଏ ସାମାନ୍ୟ କ୍ଷତ । ଅର୍ଥ ଅଭାବରୁ ଚିକିତ୍ସା ବି ସମ୍ଭବ ହୁଏ ନାହିଁ । ଆଉ ଏହି ସାମାନ୍ୟ କ୍ଷତ ସାଙ୍ଘିତକ ହୁଏ । ଦୁର୍ଗନ୍ଧ ବାହାରିବାରୁ ପୁଅ ବୋହୂ ମଧ୍ୟ ପରଣତ ବୟସରେ ଘରୁ ତଡି ଦେଇଥିବା ନେଇ କହିନ୍ତି ଏହି ବୃଦ୍ଧ ଜଣଙ୍କ । ସେପଟେ ମୁର୍ମୁଷ ଅବସ୍ଥାରେ ପଡିରହିଥିବା ଏହି ବୃଦ୍ଧଙ୍କ ଅବସ୍ଥା ଦେଖି ସେବା ହିଁ ସଂକଳ୍ପର ସଦସ୍ୟ ମାନେ ସହାୟତାର ହାତ ବଢାଇଛନ୍ତି । ଘଟଣା ସ୍ଥଳରେ ପହଁଛି ବୃଦ୍ଧଙ୍କ ଚିକିତ୍ସା କରିଛନ୍ତି ।

ଭୁବନେଶ୍ୱର ସ୍ମାର୍ଟସିଟିକୁ ସଫଳତା, ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର: ଭୁବନେଶ୍ବର ସ୍ମାର୍ଟସିଟିକୁ ଆଉ ଏକ ସଫଳତା । କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିଗ୍ରହଣ କରିଛି ଭୁବନେଶ୍ବର । ପ୍ରତିଯୋଗିତାରେ ଦେଶର 100ଟି ସ୍ମାର୍ଟସିଟି ଓ ସବୁ ରାଜ୍ୟର ରାଜଧାନୀ ଅଂଶଗ୍ରହଣ କରିଥିଲେ। ସେମଧ୍ୟରୁ ଦେଶର ପ୍ରଥମ 11ଟି ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି ।

ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟସିଟିକୁ 1କୋଟି ଟଙ୍କାର ଆର୍ଥିକ ରାଶି ପୁରସ୍କାର ସ୍ୱରୂପ ମିଳିବ । ଏହି ସଫଳତା ପାଇଁ ଭୁବନେଶ୍ବରବାସୀଙ୍କୁ କୃତଜ୍ଞତା ଜଣାଇଛି ଭୁବନେଶ୍ବର ସ୍ମାର୍ଟସିଟି । ଏହାପୂର୍ବରୁ ଜାତୀୟ ସ୍ତରରେ ସ୍ମାର୍ଟସିଟି ଗୁଡିକ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାରେ ଭୁବନେଶ୍ୱର ଦୁଇଟି ପୁରସ୍କାର ଜିଣିଥିଲା ।

ଖୋଲିବ ସମସ୍ତ ମେଡିକାଲ କଲେଜ , ୫୦% ପିଲାଙ୍କୁ ନେଇ ହେବ ପ୍ରାକ୍ଟିକାଲ ଓ କ୍ଲିନିକାଲ କ୍ଲାସ

ଭୁବନେଶ୍ୱର: ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ । ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ବି ଖୋଲିବ । ନର୍ସିଂ ହୋମ୍, ଫାର୍ମାସୀ, ଫିଜିଓଥେରାପୀ କଲେଜ ଖୋଲିବା ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପିକେ ମହାପାତ୍ର ଡିଏମଇଟିକୁ ଚିଠି ଲେଖିଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ସମସ୍ତ କଲେଜ ଖୋଲାଯିବ । ୫୦% ପିଲାଙ୍କୁ ନେଇ ହେବ ପ୍ରାକ୍ଟିକାଲ ଓ କ୍ଲିନିକାଲ କ୍ଲାସ । କିନ୍ତୁ ଅନଲାଇନ ମାଧ୍ୟମରେ ଥିଓରୀ କ୍ଲାସ ଚାଲିବ ।

ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ଲିଖିତ ଅନୁମତିପତ୍ର ଦେଖାଇ କ୍ଲାସରେ ଯୋଗ ଦେଇପାରିବେ । ଏହି ସମୟରେ କ୍ୟାମ୍ପସରେ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ । ସଂକ୍ରମିତ ଛାତ୍ରଛାତ୍ରୀଙ୍କ କ୍ୟାମ୍ପସରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । କଟକଣାରେ ପରୀକ୍ଷା ମଧ୍ୟ ଆୟୋଜନ ହେବ । ଯେଉଁମାନେ କୋଭିଡ଼ ପାଇଁ ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ, ସେମାନଙ୍କୁ କୋଭିଡ ଟେଷ୍ଟ ରିପୋର୍ଟ ଦାଖଲ କରିବାକୁ ପଡିବ ।