କଳିଙ୍ଗ ଷ୍ଟାଡ଼ିୟମରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ  । କଳିଙ୍ଗ ଷ୍ଟାଡିୟମରେ ଏକ ଵିଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ଭେଟି ତାଙ୍କ ସଫଳତା ପାଇଁ ସମ୍ବର୍ଦ୍ଧନା ଦେବାସହ ପ୍ରଶଂସା ମଧ୍ୟ କରିଛନ୍ତି। ଏହି ଅବସରରେ ପୂର୍ବ ଘୋଷଣ ମୁତାବକ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ ୬ କୋଟି ଟଙ୍କାର ଚେକ୍ ଓ କ୍ଲାସ 1 ଚାକିରୀରେ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ଟୋକିଓ ପାରା ଅଲମ୍ପିକରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ଏକକରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି  । ପାରା ଅଲିମ୍ପିକ୍ସରେ ପ୍ରମୋଦଙ୍କ ସଫଳତାକୁ ନେଇ ଗୌରବାନ୍ୱିତ ଓଡ଼ିଶା  । ପ୍ରମୋଦଙ୍କୁ ସାରା ବିଶ୍ୱରୁ ମିଳୁଛି ଶୁଭେଛା  । ପ୍ରମୋଦ ଭଗତଙ୍କ ସଫଳତା ରେ ମୁଖ୍ୟମନ୍ତ୍ରୀ ମଧ୍ୟ ପୁରସ୍କାର ରାଶି ଘୋଷଣା କରିଥିଲେ  । ଆଜି ପ୍ରମୋଦ ଦିଲ୍ଲୀରୁ ଫେରି ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କୁ ବିମାନବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା  ।

ଏକ ସୁସଜ୍ଜିତ ଜିପରେ ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡ଼ିୟମ ଅଣାଯାଇଥିଲା  ।  ନିର୍ଦ୍ଧାରିତ ସମୟ ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡ଼ିୟମରେ ପହଁଚିବା ପରେ ସମ୍ବର୍ଦ୍ଧିତ କରିଥିଲେ  । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିଥିଲେ  । ଏଥି ସହିତ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ ଏବଂ ଉତ୍ସାହିତ କରିଥିଲେ  ।

Leave a Reply