ପାର୍ବଣ ପାଇଁ SRCଙ୍କ ସତର୍କବାଣୀ: ବଢିବନି ମୂର୍ତ୍ତି ଉଚ୍ଚତା, ନିରାଡମ୍ବର ପାଳିବା ପର୍ବ

1 min read

ଭୁବନେଶ୍ୱର: ପାର୍ବଣ ଋତୁରେ ସତର୍କ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ SRC ପ୍ରଦୀପ ଜେନା  । ପାର୍ବଣର ଋତୁ ଚାଲିଥିଲା ବେଳେ କୋଭିଡର ଭୟବହତା ଯାଇନାହିଁ  ।  ତେଣୁ ଏଭଳି ସ୍ଥିତିରେ କିପରି ସତର୍କ ରହିବା ଏବଂ ଏଥିପାଇଁ ରାଜ୍ୟ ସରକାର କେଉଁ କେଉଁ ନୂଆ ଗାଇଡଲାଇନ ଜାରି କରିବାକୁ ଯାଉଛନ୍ତି ସେନେଇ ସୂଚନା ଦେଇଛନ୍ତି ପ୍ରଦୀପ ଜେନା  । ଆଜି ଗଣେଶ ଚତୁର୍ଥୀ ଥିବାବେଳେ ଆଗକୁ ନୂଆଖାଇ ଏବଂ ଦୂର୍ଗା ପୂଜା ହେବାକୁ ଯାଉଛି  । ତେଣୁ ଏଭଳି ସ୍ଥିତିରେ ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ ଘରେ ବସି ପର୍ବ ପାଳିବାକୁ ପରାମର୍ଶ ଦେଇଛନ୍ତି ଏସଆରସି  ।

ନୂଆଖାଇରେ କେବଳ ଘରେ ବସି ପରିବାର ସହ ନୂଆ ଖାଇବାକୁ ପରାମର୍ଶ ଦିଆଯାଇଛି  । ମନ୍ଦିର ନଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି  । ରାଜ୍ୟ ସରକାର ସମସ୍ତ ପର୍ବ ପର୍ବାଣୀକୁ ଅନୁପାଳନ କରିବାକୁ ଅନୁମତି ଦେଇଥିବାବେଳେ ସମସ୍ତ କାର୍ଯ୍ୟକୁ କୋଭିଡ କଟକଣାର ପରିଧି ମଧ୍ୟରେ ପାଳନ କରିଛନ୍ତି  । ଯେଉଁଥିପାଇଁ ରାଜ୍ୟ ଆଜି କୋଭିଡ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି  । ଓଡିଶାରେ ସଂକ୍ରମିତ ସଂଖ୍ୟା ସବୁବେଳେ ସର୍ବନିମ୍ନ ରହିଛି  । ଓଡିଶା ଅନ୍ୟରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ପ୍ରଦାନ କରିଛି  । ରାଜ୍ୟ କୋଭିଡ ପରିଚାଳନାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି  । ଏସବୁର ଶ୍ରେୟ କେବଳ ଓଡ଼ିଶା ବାସୀଙ୍କ ଶୃଙ୍ଖଳିତ ଅନୁପାଳନ ପାଇଁ ସମ୍ଭବବୋଲି କହିଛନ୍ତି ଏସଆରସି  ।

ଯେହେତୁ ପବିତ୍ର ଗଣେଶ ଚତୁର୍ଥୀରୁ ପାର୍ବଣ ଋତୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୁଏ  । ଏହି ପାର୍ବଣ ସମୟରେ ଆମେ ସତର୍କ ରହିଲେ ହିଁ ଓଡିଶା ପୁନର୍ବାର କୋଭିଡ ମୁକାବିଲାରେ ସଫଳ ହେବ  । କେରଳର ଓନାମ କଥାକୁ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି ଏସଆରସି  । ସେ କହିଛନ୍ତି କେରଳ ସରକାର ଓନାମ ପର୍ବ ପାଳି ଭୁଲ କରିଛନ୍ତି  । ତୃତୀୟ ଲହରକୁ ସ୍ୱାଗତ କରିଛନ୍ତି  । ସାଧାରଣ ଲୋକେ ଅମାନିଆ ହେଲେ , ସରକାର ରୋକ ଲଗାଇପାରିଲେ ନାହିଁ  । ଯାହା ବିପଦକୁ ଡାକି ଆଣିଛି ବୋଲି କହିଛନ୍ତି  । ତେଣୁ ଓଡିଶାରେ ଏଭଳି ସ୍ଥିତି ସୃଷ୍ଟି ନହେଉ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା  ।

ସରକାରଙ୍କ ନିଷ୍ପତ୍ତି ମୁତାବକ ସାଧାରଣ ଲୋକେ ପାଳନ କରନ୍ତୁ  । ପୂର୍ବ ନିଷ୍ପତ୍ତି ମୁତାବକ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ  । ଅଗଷ୍ଟ ୯ରେ ଜାରି ହୋଇଥିବା ଗାଇଡଲାଇନ ଅପରିବର୍ତ୍ତିତ ରହିବ  ।  ତେଣୁ ଗହଳି ନକରି ନିରାଡମ୍ବର ଭାବେ ଧୈର୍ଯ୍ୟର ସହ ପାଳନ  କରିବାକୁ ଅନୁରୋଧ କରିଛନ୍ତି  । ସରକାର ସମସ୍ତଙ୍କ ଆବେଗ ବୁଝିଥିଲେ ମଧ୍ୟ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବାକୁ ବାଧ୍ୟ ହୋଇଛନ୍ତି  । ସରକାର କ୍ଷମାପ୍ରାର୍ଥୀ ହେଲେ ମଧ୍ୟ ସାଧାରଣ ଲୋକେ ଅକୁଣ୍ଠଚିତରେ ଅଗଷ୍ଟ ଗାଇଡଲାଇନକୁ ଅନୁପାଳନ କରବାକୁ ଆହ୍ୱାନ ଦେଇଛନ୍ତି  । ଏଥି ସହିତ ସମସ୍ତ ପୂଜା କମିଟିକୁ ଭୂୟଶୀ ପ୍ରଶଂସା କରିଛନ୍ତି  । କମିଟିର ସଦସ୍ୟ ମାନେ ଏହି ସ୍ଥିତିକୁ ଭଲ ଭାବରେ ବୁଝିଛନ୍ତି  । ସରକାରଙ୍କ ପ୍ରତିଟି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି  । ଯାହା ଆମକୁ ବିପଦରୁ ଅଟକାଇବା ପାଇଁ ଯଥେଷ୍ଟ ସହଯୋଗ କରିଛନ୍ତି  ବୋଲି ଉଲ୍ଲେଖ କରିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  ।

Leave a Reply