spot_img
Home Blog Page 5367

Tokyo Olympics 2020: ସେମିରେ ପ୍ରବେଶ କଲେ ପି.ଭି ସିନ୍ଧୁ

ଟୋକିଓ: ପଦକ ପକ୍କା କଲେ ପି.ଭି ସିନ୍ଧୁ । ଟୋକିଓ ଅଲିମ୍ପିକ୍ସରେ ପଦକ ସୁନିଶ୍ଚିତ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ । କ୍ୱାର୍ଟର ଫାଇନାଲରେ ଜାପାନର ଆକାନେ ୟାମାଗୁଚୀଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି ସିନ୍ଧୁ । ପ୍ରଥମ ସେଟ୍‌ରେ ୨୧-୧୩, ଦ୍ୱିତୀୟ ସେଟ୍‌ରେ ୨୨-୨୦ରେ ଜିତିଲେ ସିନ୍ଧୁ ।  ରିଓ ଅଲିମ୍ପିକରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ ସିନ୍ଧୁ ।

ଅପରପକ୍ଷରେ  ରିଓ ଅଲିମ୍ପିକ୍ସ ପଦକ ବିଜେତା କେସିନିଆ ପେରୋଭାଙ୍କୁ ପରାସ୍ତ କରିଛନ୍ତି ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀ । ଏଥିସହିତ ଟୋକିଓ ଅଲିମ୍ପିକ୍ସ୍‌ର ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଦୀପିକା । ‘ଫାଇଭ୍-ସେଟର୍‌ ରେଗୁଲେସନ୍‌’ରେ ୫-୫ରେ ଅଟକି ରହିବା ପରେ ୨୭ ବର୍ଷୀୟ ଦୀପିକା ଲକ୍ଷ୍ୟସ୍ଥଳର କେନ୍ଦ୍ରବିନ୍ଦୁକୁ ତୀର ସନ୍ଧାନ କରି ୧୦ ପଏଣ୍ଟ୍‌ ହାସଲ କରିବା ସହ ୨୦୧୬ ରିଓ ଅଲିମ୍ପିକ୍ସ୍‌ରେ ରୌପ୍ୟ ପଦକପ୍ରାପ୍ତ ରୁଷୀୟ ତୀରନ୍ଦାଜ ପେରୋଭୋଙ୍କୁ ପରାଜିତ କରିଥିଲେ ।

ଏକକ ତୀର ଚାଳନା ପ୍ରାରମ୍ଭରେ ହିଁ ପେରୋଭୋଙ୍କର ୭ଟି ତୀର ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। କିନ୍ତୁ, ଦୀପିକା ବିବ୍ରତ ନ ହୋଇ ୬-୫ (୧୦-୭) ପଏଣ୍ଟ୍‌ ହାସଲ କରିଥିଲେ।  ଅଲିମ୍ପିକ୍ସ୍‌ ପ୍ରତିଯୋଗିତାରେ ମହିଳା ତୀରନ୍ଦାଜି ଭାବେ ମହିଳା ସିଙ୍ଗଲ୍ସ ବିଭାଗର ଅନ୍ତିମ-ଆଠଟି ପର୍ଯ୍ୟାୟରେ ଅଂଶଗ୍ରହଣ କରିବାରେ ସେ ମଧ୍ୟ ହେଉଛନ୍ତି ପ୍ରଥମ ଭାରତୀୟ। ପରବର୍ତ୍ତୀ ପର୍ଯ୍ୟାୟରେ ସେ କୋରିଆର ଆନ୍‌ ସାନ୍‌ଙ୍କ ସହ ମୁହାଁମୁହିଁ ହେବେ ।

ଏଥିସହିତ ପଢ଼ନ୍ତୁ: କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ତୀରନ୍ଦାଜ ଦୀପିକା କୁମାରୀ

ଏଥି ସହିତ ପଢ଼ନ୍ତୁ: ହଂକଂ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେଲେ ପି.ଭି ସିନ୍ଧୁ

ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ଆଉ ୨ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଦଳକୁ ଘାଇଲା କରୁଛି କରୋନା । ଇଣ୍ଡିଆ ଟିମର ଖେଳାଳିଙ୍କୁ ସଂକ୍ରମିତ କରୁଛି କରୋନା ।  ଭାରତ ଓ ଶ୍ରୀଲଙ୍କା ସିରିଜର ୩ୟ ମ୍ୟାଚ ଗୁରୁବାର ଦିନ ଖେଳାଯାଇଥିଲା । ଏବେ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଛନ୍ତି ।

ଏହି ୨ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର ଅଂଶୀଦାର ଥିଲେ । ତେବେ ଏମାନେ କୃଣାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ରହିଛି । ଅଲରାଉଣ୍ଡର ପାଣ୍ଡ୍ୟା ଗତ ୨୭ ତାରିଖରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।  ବର୍ତ୍ତମାନ ୩ ଦିନ ପରେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ ପଜିଟିଭି ଚିହ୍ନଟ ହୋଇଛନ୍ତ । ଚହଲ ଏବଂ ଗୌତମଙ୍କ ବ୍ୟତୀତ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ପୃଥ୍ୱୀ ଶ, ମନୀଷ ପାଣ୍ଡେ ଏବଂ ଇଶାନ ଶିଷନ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ହେଲେ ଏମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଖେଳାଳିଙ୍କୁ ମ୍ୟାଚ ସମୟରେ କରୋନା ହେବା ଏକ ଚିନ୍ତାର ବିଷୟ ପାଲଟିଛି ।

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ବାଦଶ ରେଜଲ୍ଟ , ୯୯.୩୭ ପ୍ରତିଶତ ରହିଛି ପାସ୍‌ ହାର

ଭୁବନେଶ୍ୱର: ସିବିଏସ୍‌ଇ ଦ୍ବାଦଶ ରେଜଲ୍ଟ ପ୍ରକାଶିତ । ପାସ୍‌ ହାର ରହିଛି ୯୯.୩୭ ପ୍ରତିଶତ । ସିବିଏସଇ ୨୦୨୧ ଦ୍ୱାଦଶ ଶ୍ରେଣୀ ବୋର୍ଡରେ ୧୬ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ପଞ୍ଜୀକରଣ କରିଥିଲେ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ।

 

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ରେଡ଼ । ଆୟ ବର୍ହିଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ନୀଳାଦ୍ରିବିହାର ବାସଭବନଙ୍କ ସମେତ ୬ଟି ଜଗାରେ ଚଢ଼ାଉ । ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗର ପ୍ରାଇଭେଟ ସଚିବ ହେଉଛନ୍ତି ବିରଞ୍ଚି ନାରାୟଣ ସାହୁ । ଓଡିଶା ଭିଜିଲାନ୍ସ ଦ୍ୱାରା ଭୁବନେଶ୍ୱର ଏବଂ କଟକର ୬ଟି ସ୍ଥାନରେ ଚାଲିଛି ରେଡ଼ ୪ ଡିଏସପି, ୧୩ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ୩ଟି ଦଳ ଅନୁପଯୁକ୍ତ ସମ୍ପତ୍ତି ଅଧିକାର ଅଭିଯୋଗ ଉପରେ ଅନୁସନ୍ଧାନ କରୁଛନ୍ତି । ୨ଡବଲ୍ ମହଲା କୋଠା, ୯ଟି ପ୍ଲଟ୍ ଏପର୍ଯ୍ୟନ୍ତ ଖୋଳା ଯାଇଛି | ବିରଞ୍ଚି ସାହୁଙ୍କ ଭାଉଜଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି। ତାଙ୍କ ଘରୁ ବିପୁଳ ନଗଦ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଥିଲା। ଗଣନା ଏବଂ ପରବର୍ତ୍ତୀ ସନ୍ଧାନ ଚାଲିଛି |

ଏଥିସହିତ ପଢ଼ନ୍ତୁ: ପଦୋନ୍ନତି ପାଇବେ ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ: ଗୁଣାତ୍ମକ ଶିକ୍ଷା ନେଇ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ପଦୋନ୍ନତି ପାଇବେ ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ: ଗୁଣାତ୍ମକ ଶିକ୍ଷା ନେଇ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡ୍‌କୁ କମ୍ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ । ତା’ ସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ପୂରଣ ହୋଇପାରିବ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ୱାରା ପ୍ରାଥମିକ ବିଦ୍ୟାଳୟ ଗୁଡିକର ପରିଚାଳନାରେ ଉନ୍ନତି ଆସିବା ସହିତ ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ୱାରା ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪ କୁ ପଦୋନ୍ନତି ପାଇବେ । ଏହାସହିତ ଲେଭେଲ ଲେଭଲ-୪ରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩କୁ ପଦୋନ୍ନତି ପାଇବେ । ଲେଭେଲ ୫(ବି) ରେ ଥିବା ସହକାରୀ ଶିକ୍ଷକମାନଙ୍କ ପାଇଁ ରେସିଡେସନ୍‌ସି ପିରିଅଡକୁ ଏକ ବର୍ଷରୁ ୬ ମାସ କରାଯାଇଥିବା ବେଳେ, ଲେଭେଲ-୪ ରୁ ଲେଭେଲ-୩ କୁ ପଦୋନ୍ନତି ପାଇବା ପାଇଁ ରେସିଡ଼େନସି ପିରିଅଡର ସୀମା ୨ ବର୍ଷରୁ ୧ ବର୍ଷ କରାଯାଇଛି । ସୂଚନାଯୋଗ୍ୟ ଯେ ୨୦୧୯ରେ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଲେଭେଲ-୪ ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ ଟି ପଦବୀ ସୃଷ୍ଟି କରାଯାଇଥିଲା ଏବଂ ଲେଭେଲ-୩ ରେ ଥିବା ୯୩୦୫ ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦୋନ୍ନତି ପାଇବାକୁ ଯାଉଥିବା ସବୁ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମର ସଫଳତାରେ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ:ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ

କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ତୀରନ୍ଦାଜ ଦୀପିକା କୁମାରୀ

ଟୋକିଓ: ଚଳିତ ଅଲିମ୍ପିକ୍ସରେ ରିଓ ଅଲିମ୍ପିକ୍ସ ପଦକ ବିଜେତା କେସିନିଆ ପେରୋଭାଙ୍କୁ ପରାସ୍ତ କରିଛନ୍ତି ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀ । ଏଥିସହିତ ଟୋକିଓ ଅଲିମ୍ପିକ୍ସ୍‌ର ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଦୀପିକା । ‘ଫାଇଭ୍-ସେଟର୍‌ ରେଗୁଲେସନ୍‌’ରେ ୫-୫ରେ ଅଟକି ରହିବା ପରେ ୨୭ ବର୍ଷୀୟ ଦୀପିକା ଲକ୍ଷ୍ୟସ୍ଥଳର କେନ୍ଦ୍ରବିନ୍ଦୁକୁ ତୀର ସନ୍ଧାନ କରି ୧୦ ପଏଣ୍ଟ୍‌ ହାସଲ କରିବା ସହ ୨୦୧୬ ରିଓ ଅଲିମ୍ପିକ୍ସ୍‌ରେ ରୌପ୍ୟ ପଦକପ୍ରାପ୍ତ ରୁଷୀୟ ତୀରନ୍ଦାଜ ପେରୋଭୋଙ୍କୁ ପରାଜିତ କରିଥିଲେ ।

ଏକକ ତୀର ଚାଳନା ପ୍ରାରମ୍ଭରେ ହିଁ ପେରୋଭୋଙ୍କର ୭ଟି ତୀର ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। କିନ୍ତୁ, ଦୀପିକା ବିବ୍ରତ ନ ହୋଇ ୬-୫ (୧୦-୭) ପଏଣ୍ଟ୍‌ ହାସଲ କରିଥିଲେ।  ଅଲିମ୍ପିକ୍ସ୍‌ ପ୍ରତିଯୋଗିତାରେ ମହିଳା ତୀରନ୍ଦାଜି ଭାବେ ମହିଳା ସିଙ୍ଗଲ୍ସ ବିଭାଗର ଅନ୍ତିମ-ଆଠଟି ପର୍ଯ୍ୟାୟରେ ଅଂଶଗ୍ରହଣ କରିବାରେ ସେ ମଧ୍ୟ ହେଉଛନ୍ତି ପ୍ରଥମ ଭାରତୀୟ। ପରବର୍ତ୍ତୀ ପର୍ଯ୍ୟାୟରେ ସେ କୋରିଆର ଆନ୍‌ ସାନ୍‌ଙ୍କ ସହ ମୁହାଁମୁହିଁ ହେବେ ।

ଏଥିସହିତ ପଢ଼ନ୍ତୁ: ୧୦୦ ମିଟରରେ ନିରାଶ କଲେ ଦୂତି: ପଦକ ପକ୍କା କଲେ ମହିଳା ବକ୍ସର

 

ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ

ମେଣ୍ଢାଶାଳ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ । ସମସ୍ତ କୋଭିଡ ଗାଇଡ଼ଲାଇନ ପର୍ଯ୍ୟଟକମାନଙ୍କ ପାଇଁ ବାଧ୍ୟତାମୂଳକ ହେବ । ଜର, ଥଣ୍ଡା କାଶ ଥିଲେ ପର୍ଯ୍ୟଟକଙ୍କୁ ନନ୍ଦନକାନନ ମନା । ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିଛି । ନନ୍ଦନକାନନ ମଧ୍ୟରେ ଛେପ ପକାଇବାକୁ ବାରଣ କରାଯାଇଛି । ଜନ୍ତୁ ମାନଙ୍କୁ ଖୁଆଡ଼ ବ୍ୟାରିକେଟକୁ ଛୁଇଁବାକୁ ବାରଣ କରାଯାଇଛି । କରୋନା ଦ୍ୱିତୀୟ ଲହର ଯୋଗୁଁ ପଯ୍ୟଟକମାନଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ 2021-ମେ ୧ତାରିଖ ଠାରୁ ବନ୍ଦ ରଖିଥିଲେ ନନ୍ଦନକାନନ । ପ୍ରଥମ ଲହର ଲକଡାଉନ ବେଳେ ୨୦୨୦-ମାର୍ଚ୍ଚ ୧୫-ରୁ ୭ମାସ ବନ୍ଦ ହୋଇ ଅକ୍ଟୋବର ୨ତାରିଖରେ ଖୋଲିଥିଲା । କୋଟି କୋଟି ରାଜସ୍ୱ କ୍ଷତି ହେବା ସହିତ, ପଯ୍ୟଟକଙ୍କ ସଂଖ୍ୟା ବି କମିବାରେ ଲାଗିଥିଲା । ଦ୍ୱିତୀୟ ଲହର ଲକଡାଉନରେ ୩-ମାସ ବନ୍ଦ ହୋଇ ଅଗଷ୍ଟ ପ୍ରଥମ ସପ୍ତାହ ରେ ଖୋଲିବାକୁ ଯାଉଛି । ସମ୍ପୂର୍ଣ କୋଭିଡି ଗାଇଡ଼ଲାଇନ ନିୟମ ସାହ ନନ୍ଦନକାନନ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଏଥିସହିତ ପଢ଼ନ୍ତୁ: ୧୦୦ ମିଟରରେ ନିରାଶ କଲେ ଦୂତି: ପଦକ ପକ୍କା କଲେ ମହିଳା ବକ୍ସର

୧୦୦ ମିଟରରେ ନିରାଶ କଲେ ଦୂତି: ପଦକ ପକ୍କା କଲେ ମହିଳା ବକ୍ସର

ଟୋକିଓ: ନିରାଶ କଲେ ଭାରତୀୟ ଆଥଲେଟ୍ ଦୂତି ଚାନ୍ଦ । ୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି ।  ୧୧.୫୪ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରିଛନ୍ତି । ଏବଂ ରେସରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ତେବେ ଆଗକୁ ୨୦୦ ମିଟର ରେସରେ ମଧ୍ୟ ଦୂତି ଭାଗ ନେବାକୁ ଥିବା ବେଳେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ପଦକ ପକ୍କା କରିଛନ୍ତି ମହିଳା ବକ୍ସର । ୬୯ କିଲୋ ବର୍ଗରେ ଲଭଲିନାଙ୍କ ଦମଦାର ବିଜୟ ହାସଲ କରିଛନ୍ତି । ସେମିଫାଇନାଲରେ ପହଞ୍ଚିଲେ ଲଭଲିନା ବୋରଗୋହେନ୍ । ଚାଇନିଜ୍ ତାଇପେଇ ଚିନ୍-ଚେନ୍ ନିଏନଙ୍କୁ ୪-୧ରେ ପରାସ୍ତ କରିଛନ୍ତି ଲଭଲିନା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ କମୁଛି କରୋନା: ଆଉ ୧୫୫୮ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ କମୁଛି କରୋନା: ଆଉ ୧୫୫୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫ଶହ ୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୬ଜଣଙ୍କ ଜୀବନ ନେଲା କିଲର କରୋନା । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୫ହଜାର ୮୩୪କୁ ବୃଦ୍ଧି ହୋଇଛି । ୨୪ଘଣ୍ଟାରେ ୨ହଜାର ୩୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୯୦୪, ସ୍ଥାନୀୟ ଅଞ୍ଚଳରୁ ୬୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୭୯, କଟକରୁ ୨୪୧, ଷ୍ଟେଟପୁଲରୁ ୧୦୩, ବାଲେଶ୍ୱରରୁ ୯୭, ପୁରୀରୁ ୮୨, ଅନୁଗୁଳରୁ ୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୭୮, ଜଗତସିଂହପୁରରୁ ୬୭, ଭଦ୍ରକରୁ ୪୨, ମୟୂରଭଞ୍ଜରୁ ୪୧, କେନ୍ଦ୍ରାପଡାରୁ ୩୫, ସୁନ୍ଦରଗଡ଼ରୁ ୨୮, ନୟାଗଡ଼ରୁ ୨୫, ଢେଙ୍କାନାଳରୁ ୨୩, କନ୍ଧମାଳରୁ ୧୮, କେନ୍ଦୁଝର ଓ ସମ୍ବଲପୁରରୁ ୧୪ଜଣ ଲେଖାଏଁ, ନବରଙ୍ଗପୁରରୁ ୧୩, ବଲାଙ୍ଗୀରରୁ ୧୦, ଦେବଗଡ଼ରୁ ୯, କଳାହାଣ୍ଡି, ରାୟଗଡ଼ା ଓ ସୋନପୁରରରୁ ୮ଜଣ ଲେଖାଏଁ, ଗଞ୍ଜାମ ଓ ଝାରସୁଗୁଡାରୁ ୭ଜଣ ଲେଖାଏଁ , ବରଗଡ଼ରୁ ୬, ମାଲକାନଗିରିରୁ ୫, ବୌଦ୍ଧ ଓ ଗଜପତିରୁ ୩ଜଣ ଲେଖାଏଁ, କୋରାପୁଟ ଓ ନୂଆପଡାରରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୫ହଜାର ୬୯୦ । ମୋଟ୍ ସୁସ୍ଥ ହୋଇଛନ୍ତି ୯ଲକ୍ଷ ୫୩ହଜାର ୮୮ । ଆକ୍ଟିଭ କେସ୍ ୧୬ହଜାର ୭୧୫ ।

ଏଥିସହିତ ପଢ଼ନ୍ତୁ: ଭାରତୀୟ ସମୟ ସକାଳ ୯.୧୭ରେ ଦୌଡ଼ିବେ ଦୂତି ଚାନ୍ଦ

ଭାରତୀୟ ସମୟ ସକାଳ ୯.୧୭ରେ ଦୌଡ଼ିବେ ଦୂତି ଚାନ୍ଦ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତ ଓ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ଆଉ କିଛି ସମୟ ପରେ ଟ୍ରାକରେ ଦୌଡିବେ ଦୌଡରାଣୀ ଦୂତି ଚାନ୍ଦ । ମହିଳା ଶହେ ମିଟର ହିଟ୍ସରେ ଭାଗ ନେଇ କରିବେ ଭାଗ୍ୟ ପରୀକ୍ଷା । ହିଟ ନମ୍ବର ୫ରେ ଦୌଡ଼ିବେ ଦୌଡ଼ରଣୀ ଦୂତି ଚାନ୍ଦ । ୫ ନମ୍ବର ହିଟରେ ଦୂତି ଚାନ୍ଦଙ୍କ ସହ ଜମାଇକା, ଗ୍ରୀସ, ସୁଇଜରଲାଣ୍ଡ, ନାଇଜେରିଆ ଓ ଗାମ୍ବିଆର ଖେଳାଳିମାନେ ଦୌଡ଼ିବେ । ଭଗବାନ ଓ ଓଡ଼ିଶାବାସୀଙ୍କ ଆର୍ଶୀବାଦ ଥିଲେ ଭଲ ପ୍ରଦର୍ଶନ କରି ସେମିଫାଇନାଲ ଓ ଫାଇନଲକୁ ଯିବେ ବୋଲି କହିଛନ୍ତି ଦୂତି । ଦୂତି ଏକମାତ୍ର ଭାରତୀୟ ଭାବେ ୧୦୦ ଓ ୨୦୦ ମିଟରରେ ରେସରେ ଲଗାତର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ଆଜି ସକାଳ ୯ ଘଣ୍ଟା ୧୭ ମିନିଟ ସମୟରେ ଦୌଡ଼ିବେ ଦୂତି ।

ଅପରପକ୍ଷରେ ଦୂତିଙ୍କ ସଫଳତା କାମନା କରି ତାଙ୍କ ପାଇଁ ବିଭିନ୍ନ ମହଲରୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ । ଦୂତି ଦେଶ ପାଇଁ ପଦକ ଆଣିବେ ବୋଲି ସଭିଏଁ ଆଶା ବାନ୍ଧିଛନ୍ତି । ଦୂତିଙ୍କ ମା ଭଗବାନଙ୍କ ନିକଟରେ ଅଖଣ୍ଡ ଦୀପ ଜାଳିଛନ୍ତି । ଆଜି ଦୂତି ନିଶ୍ଚୟ ସଫଳତା ହାସଲ କରିବେ ବୋଲି ତାଙ୍କ ତାଙ୍କ ପରିବାର ସମେତ ଗ୍ରାମବାସୀ ଆଶା ରଖିଛନ୍ତି । ଦୂତୀଙ୍କ ସଫଳତା କାମନା କରି ତାଙ୍କ ଗାଁରେ ଚାଲିଛି ପୂଜାର୍ଚ୍ଚନା । ଗ୍ରାମ ଦେବତୀଙ୍କ ନିକଟରେ ଗ୍ରାମବାସୀ ଓ ସ୍ଥାନୀୟ ବରୀ ବିଧାୟିକା ସୁନନ୍ଦା ଦାସ ପୂଜା କରୁଛନ୍ତି । ଆଜି ଇଭେଣ୍ଟରେ ଦୂତୀ ନିଶ୍ଚୟ ସଫଳତା ହାସଲ କରିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ହଂକଂ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେଲେ ପି.ଭି ସିନ୍ଧୁ