ଜନ୍ମ ହେବା ପରେ କମୁଛି ଓଜନ, ଅପପୁଷ୍ଟି ଯୋଗୁଁ ଯାଉଛି ଛୁଆଙ୍କ ଜୀବନ

Child Death Percentage Increased In Dhenkanal Districts

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବଢୁଛି ଶିଶୁ ମୃତ୍ୟୁହାର । ଚାଲିଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାରେ ୭୭୮ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଜନ୍ମ ହେବା ପରେ ଓଜନ କମିବା, ଅପପୁଷ୍ଟି ଓ ଗର୍ଭାବସ୍ଥାରେ ଅଧିକାଂଶ ଶିଶୁଙ୍କ ମୃତ୍ୟୁ ହେଉଛି । ମାଆ ଓ ଶିଶୁଙ୍କ ପାଇଁ ବହୁ ଯୋଜନା ଥିବା ସତ୍ତ୍ୱେ ମୃତ୍ୟୁହାର ରୋକିବାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଫଳ ହେଉଥିବା ଅଭିଯୋଗ ହୋଇଛି ।

Child Death Percentage Increased In Dhenkanal Districts

ଦୁନିଆ ଦେଖିବା ଆଗରୁ ଚାଲିଯାଉଛି ଗୋଟିଏ ଗୋଟିଏ ପରେ ଜୀବନ । ଜନ୍ମ ହେବାର କିଏ ୨୮ ଦିନ ଭିତରେ ତ, ଆଉ କିଏ ଦୁଇ ବର୍ଷ ମଧ୍ୟରେ ଆଖି ବୁଜୁଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୭୭୮ ଜଣ ଶିଶୁଙ୍କର ଜୀବନ ଯାଇଛି । ଏଥିମଧ୍ୟରୁ ଜନ୍ମରୁ ୨୮ ଦିନ ମଧ୍ୟରେ ୫୧୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଗଁନ୍ଦିଆ ବ୍ଲକରେ ଏପ୍ରିଲ୍ ୨୦୧୯ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ୧୬୫ ଶିଶୁଙ୍କର ମୃତ୍ୟୁ ହୋଇଛି । ସେହିପରି ସଦର ବ୍ଲକରେ ୧୨୧ ଜଣ, କାମାକ୍ଷାନଗରରେ ୧୧୦ଜଣ, ହିନ୍ଦୋଳରେ ୧୦୭, ଓଡ଼ାପଡ଼ାରେ ୮୫,  ଭୁବନରେ ୭୧, ପରଜଙ୍ଗରେ ୬୨ ଏବଂ କଙ୍କଡ଼ାହାଡ଼ ବ୍ଲକରେ ୫୭ଜଣ ଶିଶୁ ପ୍ରାଣ ହରାଇଛନ୍ତି ।

Child Death Percentage Increased In Dhenkanal Districts

ନବଜାତଙ୍କ ମୃତ୍ୟୁହାର ରୋକିବାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ମାଆ ଓ ଶିଶୁଙ୍କ ପାଇଁ ବହୁ ଯୋଜନା ଥିଲେ ମଧ୍ୟ ଏହାର ସଫଳ ରୂପାୟନ ହୋଇ ପାରୁନାହିଁ । ଅପହଞ୍ଚ ଇଲାକାରେ ସଚେତନତା ଅଭାବରୁ ବଢୁଛି ମୃତ୍ୟୁ ସଂଖ୍ୟା । ସେହିପରି ଜନ୍ମ ହେବା ପରେ ଓଜନ କମିବା, ଅପପୁଷ୍ଟି ଓ ଗର୍ଭାବସ୍ଥାରେ ମାଆର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ମୃତ୍ୟୁହାର ବୃଦ୍ଧିପାଉଥିବା ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ସଠିକ୍ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ହେଉନଥିବା ଏହାର ଅନ୍ୟ ଏକ କାରଣ ବୋଲି କହିଛନ୍ତି ଢେଙ୍କାନାଳ ସିଡିଏମଓ ।

Leave a Reply