ପାକିସ୍ତାନକୁ ନେଇ ଅସନ୍ତୁଷ୍ଟ ତାଲିବାନ !

1 min read

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ ମଧ୍ୟରେ ପାକିସ୍ତାନ ଓ ତାଲିବାନ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍  ହୋଇଥିବା ଏକ ଅଡିଓ କ୍ଲିପକୁ ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ସେମାନଙ୍କ ଛବି ବିଗାଡି ଦେଇଥିବା ଏବଂ ରାଷ୍ଟ୍ରପତି ଭବନରେ ଗୁଳିମାଡ ଭଳି କିଛି କଥା ସମ୍ପର୍କରେ ଭାଇରାଲ୍ ଅଡିଓରେ ତାଲିବାନ କମାଣ୍ଡର କହୁଥିବା ଶୁଣିବାକୁ ମିଳିଛି । ଆଉ ଏସବୁର କାରଣ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ISIର ମୁଖ୍ୟ ଫେଜ୍ ହମିଦ ବୋଲି କହିଛି।

କ୍ୟାବିନେଟ୍ ପଦ ଓ ISI ମୁଖ୍ୟଙ୍କ ଦଖଲକୁ ନେଇ ତାଲିବାନ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେଇଥିବା ଏହି ଅଡିଓ କ୍ଲିପରୁ ସ୍ପଷ୍ଟ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ,  ପଞ୍ଜାବୀ ଜେନେରାଲ୍ ଫେଜ୍ ହମିଦ ତାଙ୍କ ପାଇଁ ବଡ ଚିନ୍ତାର କାରଣ ପାଲଟିଛନ୍ତି । ନିକଟରେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ହମିଦ କାବୁଲରେ ପହଞ୍ଚିଥିଲେ । ISI ମୁଖ୍ୟ ଆସିବା ପରେ କେବଳ ହକ୍କାନୀ ଓ କ୍ୱେଟା ସୁରାଙ୍କ ଦ୍ୱାରା କ୍ୟାବିନେଟ୍ ସଦସ୍ୟ ବନାଇବା ଳାଗି ସେ ବାଧ୍ୟ କରିଥିଲେ ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ପାଇବା ଲାଗି ତାଲିବାନ କିଛି ପୁରୁଣା ରାଜନେତାଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ଯୋଜନା ବନାଇଥିଲା । ତେବେ ଉକ୍ତ ଅଡିଓରୁ ରାଷ୍ଟ୍ରପତି ଭବନରେ ତାଲିବାନ କମାଣ୍ଡର ଓ ISI ମୁଖ୍ୟଙ୍କ ବଡିଗାର୍ଡଙ୍କ ମଧ୍ୟରେ ହୋଇଥିବା ଗୁଳିମାଡ ହମିଦଙ୍କ ଲାଗି ହୋଇଥିବା ଆଶଙ୍କା କରାଯାଉଛି ।

ସିରାଜୁଦ୍ଦିନ ହକ୍କାନୀଙ୍କ ନୂଆ ଆନ୍ତରିକ ମନ୍ତ୍ରୀ କରାଯାଇଛି । ସେ ହକ୍କାନୀ ନେଟୱର୍କର ସଂସ୍ଥାପକର ପୁଅ, ଯାହାକୁ ୱାଶିଂଟନ୍ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷିତ କରିଥିଲା । କେବଳ ଏତିକି ନୁହେଁ, ଅଲ-କାଏଦା ସହ ଲିଙ୍କ୍ ଓ ଆତ୍ମଘାତୀ ଆକ୍ରମଣରେ ସାମିଲ ନେଇ FBIର ମୋଷ୍ଟ ୱାଣ୍ଟେଡ୍ ସୂଚୀରେ ମଧ୍ୟ ରହିଛି ।

Leave a Reply