spot_img
Home Blog Page 5366

ସିଙ୍ଗଲ ଓ୍ୱିଣ୍ଡୋ କମିଟିରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ, ୨ହଜାର ୮୩ କୋଟି ୮୮ଲକ୍ଷ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କମିଟି ବୈଠକରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ । ୨ହଜାର ୮୩ କୋଟି ୮୮ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ସିଙ୍ଗିଲ ଓ୍ବିଣ୍ଡୋ କମିଟି । ଏହି ପ୍ରକଳ୍ପ ନିର୍ମାଣ ହେଲେ ୨୧ ଶହ ୪୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବାଲେଶ୍ୱର ବାଳଗୋପାଳପୁରରେ ହେବ ୫୦୦KLPD କ୍ଷମତା ବିଶିଷ୍ଟ ଇଥାନଲ ପ୍ଲାଣ୍ଟ । ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଇଣ୍ଡିଆନ ଅଏଲ । ସେହିଭଳି ନବରଙ୍ଗପୁର ଉମରକୋଟରେ ୫୦୦KLPDର ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ହିନ୍ଦୁସ୍ତାନ ପେଟ୍ରୋଲିୟମ ।

ଅନୁଗୁଳ ନୂଆଖେଟାରେ ନ୍ୟୁଓ୍ୱାଲ୍ଟ ଏନର୍ଜୀ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠା କରିବ ଇଥାନଲ ପ୍ଲାଣ୍ଟ । ସେହିପରି ଜଗତସିଂହପୁର ଜିଲ୍ଲାର କୁଜଙ୍ଗଠାରେ ହେବ ଆନ୍ତାର୍ଜାତିକ କାର୍ଗୋ ଟର୍ମିନାଲ୍ସ । ବଲାଙ୍ଗୀର ସଇଁତଳାରେ ଆଦିତ୍ୟ ବିର୍ଲା ପକ୍ଷରୁ ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହାସହ ଭୁବନେଶ୍ୱରରେ ୨ଟି ପଞ୍ଚତାରକା ହୋଟେଲ ପ୍ରତିଷ୍ଠା ପାଇଁ ଗ୍ରୀନ ସିଗନାଲ ମିଳିଛି । ଆଟମୋସ୍ଫିୟର କୋର ଇଣ୍ଡିଆ ଓ ଡିଏନ ହୋମସ ଦୁଇଟି ୫ତାରକା ହୋଟେଲ ପ୍ରତିଷ୍ଠା କରିବେ ।

ସୁଶାସନ ପାଇଁ ଗୁରୁତ୍ୱ ଡାଟା, ୧୮୫ ଜଣ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି

ଭୁବନେଶ୍ୱର: ୧୮୫ ଜଣ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି । ସୁଶାସନ ପାଇଁ ଡାଟାର ଗୁରୁତ୍ୱ ସବୁଠୁ ଅଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଣୁ ଡାଟା ଏଣ୍ଟି ଅପରେଟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଏଥିସହ ରାଜ୍ୟ ସରକାରଙ୍କ 5T ଅନୁସାରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ଆଗାମୀ ଦିନରେ ସମସ୍ତ ପ୍ରଶାସନିକ କାର୍ଯ୍ୟ ଡିଜିଟାଲ କରିବାକୁ ସରକାର ଯୋଜନା କରିଥିବା ବେଳେ, ନବନିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଏହାକୁ ସୁଚାରୂ ରୂପେ ତୁଲାଇବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଯୋଗଦେଇଥିଲେ ।

ଭଦ୍ରକ ବିଜେଡ଼ିର ଜିଲ୍ଲା ସଭାପତି ହେଲେ ଜଗନ୍ନାଥ ସ୍ୱାଇଁ

ଭଦ୍ରକ: ଭଦ୍ରକ ଜିଲ୍ଲାର ନୂତନ କମିଟି ଘୋଷଣା କଲା ବିଜୁ ଜନତା ଦଳ  । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜେଡ଼ି ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ହୋଇଛି  । ନୂତନ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସ୍ୱାଇଁ ମନୋନୀତ ହୋଇଛନ୍ତି  ।

ସେହିପରି ନୂତନ କମିଟିରେ ୮ ଜଣ ଉପସଭାପତି ରହିଥିବାବେଳେ ୧୩ ଜଣଙ୍କୁ ସାଧାରଣ ସଂପାଦକ ତାଲିକାରେ ରଖିଯାଇଛି  । ଅନ୍ୟପଟେ ୬ ଜଣଙ୍କୁ ସଂପାଦକ ଭାବେ ମନୋନୀତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ  ।

ଭାନୁ ପ୍ରକାଶ ପଲ୍ଲାଇ, ବିଜୟ କୁମାର ଖଟୁଆ, ଏସ.କେ ଆୟୁବ ଖାନ. ଯୋଗେନ୍ଦ୍ର ପ୍ରସାଦ ସାହୁ, ପର୍ଶୁରାମ ପଣ୍ଡା ଏବଂ ପ୍ରଦୀପ କୁମାର ପଣ୍ଡାଙ୍କୁ ସଂପାଦକ ଭାବେ ନିଯୁକ୍ତ ପାଇଛନ୍ତି  । ଭଦ୍ରକ ବିଜେଡ଼ିର ନୂତନ ଟିମ ଘୋଷଣା ନେଇ ବିଜେଡ଼ି ପକ୍ଷରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି  ।

ପେଗାସସ୍‌ ମାମଲା ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ଖୋଲିବ ପେଗାସସ୍‌ ପେଡି । ଜାସୁସୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ଜାସୁସୀ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପେଗାସସ୍ ମାମଲାର SIT ଯାଞ୍ଚ କରିବାକୁ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଓ ଶଶି କୁମାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାଛଡ଼ା ବହୁ ଖ୍ୟାତନାମା ଲେଖକ, ଆଇନଜୀବୀ, ଏକାଡେମିକ୍ କାର୍ଯ୍ୟକର୍ତ୍ତାଙ୍କ ସମେତ ୫୦୦ରୁ ଅଧିକ ବ୍ୟକ୍ତି ଏ ନେଇ CJI ଙ୍କୁ ଚିଠିଲେଖି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।

ସେପଟେ ସାମାଜିକ କର୍ମୀ ଅରୁଣ ରୟ, ଅଞ୍ଜଳି ଭରଦ୍ବାଜ, କବିତା କ୍ରୀଷ୍ଣନ, ଆଇନଜୀବୀ ବ୍ରିନ୍ଦା ଗ୍ରୋବର ପ୍ରମୁଖ ସିଜେଆଇଙ୍କୁ ଚିଠି ଲେଖିଥିଲେ ।  ପେଗାସସ୍ ସ୍ପାଏଓ୍ବେର କେହି ଭାରତୀୟ କିଣିଛନ୍ତି କି ନାହିଁ? ଯଦି କିଣିଛନ୍ତି କେତେ ଟଙ୍କାରେ କିଣାଯାଇଛି ? ଏହି ସ୍ପାଏଓ୍ବେରକୁ ଭାରତରେ କିପରି ଫୋନ୍ ହ୍ୟାକିଂରେ ବ୍ୟବହାର କରାଯାଇଥିଲା ? ସାମ୍ବାଦିକ, ରାଜନେତା, ଆଇନଜୀବୀ ଏପରିକି ସୁପ୍ରିମକୋର୍ଟ ବିଚାରପତିଙ୍କ ଫୋନ୍ ହ୍ୟାକିଂ କରାଯାଇଥିଲା କି ?

ଏ ସବୁର ଯାଞ୍ଚ ନିର୍ଦ୍ଦେଶ ଦେବା ସହ ସରକାରଙ୍କୁ ଏହାର ଉତ୍ତର ମାଗିବାକୁ ଚିଠି ଲେଖାଯାଇଥିଲା । ଯାହାର ଶୁଣାଣି ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ କରାଯିବ । ଏହାକୁ ନେଇ ସୁପ୍ରିମକୋର୍ଟ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଏହାକୁ ନେଇ ଏକପ୍ରକାର ସରକାର ଗରଡ଼ ଘଣାରେ ପଡ଼ିଛନ୍ତି  । ବିରୋଧି ମଧ୍ୟ ଏହାକୁ ପ୍ରମୁଖ ମୁଦ୍ଦା ସଜାଇବା ସହ ଲୋକସଭାରେ ବିରୋଧ ଜାରି ରଖିଛନ୍ତି  ।

ଅଗଷ୍ଟ ୧ରୁ ରାଜ୍ୟର ସମସ୍ତ ଧାର୍ମିକ କ୍ଷେତ୍ର ଖୋଲିବାକୁ ଦାବି

ପୁରୀ: କଟକଣାରେ ଭକ୍ତଙ୍କ ପାଇଁ ଖୋଲୁ ଧାର୍ମିକ କ୍ଷେତ୍ର । ଅଗଷ୍ଟ ୧ରୁ ମନ୍ଦିର ଖୋଲିବାକୁ ଦାବି କରିଛି ଓଡିଶା ମନ୍ଦିର ସେବାୟତ ସଂଘ । ସେବାୟତ ସଂଘର ଜରୁରୀ ବୈଠକରେ ଏମ୍ପର୍କରେ ଦାବି କରାଯାଇଛି । କରୋନା ସମୟରେ ମନ୍ଦିର ବନ୍ଦ ଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଏହା ସହିତ ସେବାୟତ ମାନେ ମଧ୍ୟ ରୋଜଗାର ହରାଇଛନ୍ତି । ଏବେ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଛି । ତେଣୁ ତୀର୍ଥ ସ୍ଥାନ ଗୁଡିକ ଖୋଲିବାର ଯଥାର୍ଥ ରହିଥିବା କୁହାଯାଇଛି  ।

ତେଣୁ ଏପରି ସ୍ଥିତିରେ ତୁରନ୍ତ ଭକ୍ତଙ୍କ ପାଇଁ ସବୁ ମନ୍ଦିର ଖୋଲିବା ସହିତ ସେବାୟତମାନଙ୍କୁ କରୋନା ସହାୟତା ଦାବି କରାଯାଇଛି । ଦାବି ନମାନିଲେ ଆସନ୍ତା ଏକ ତାରିଖରେ ସେବାୟତ ମାନେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ସଂଘ  । କୋଭିଡ ସଂକ୍ରମଣ କମିଥିବାବେଳେ ରାଜ୍ୟ ସରକାର ବସ ଚଳାଚଳ ସହିତ ବିଭିନ୍ନ କଟକଣାକୁ କୋହଳ କରିଛନ୍ତି  । ତେଣୁ ଏବଳି ସ୍ଥିତିରେ ଭକ୍ତଙ୍କୁ ବଞ୍ଚିତ କରାନଯାଉ ବୋଲି ଦାବି କରିଛି ସଂଘ  ।

 

ମହମବତୀ ଏବଂ ଡିଆସିଲ କାଠିରେ ନିର୍ମାଣ କଲେ ଜଗନ୍ନାଥ, ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ମୃତି ରଂଜନ

କଟକ: ମହମବତୀ ଏବଂ ଡିଆସିଲ କାଠିରେ ୧ ଇଞ୍ଚର ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ଇଣ୍ଡିଆ ବୁକ ଅଫ ରେକର୍ଡ ୨୦୨୧ରେ ସ୍ଥାନ ପାଇଛନ୍ତି କଟକ ସର୍ବଦୋୟପୁରର ସ୍ମୃତି ରଂଜନ ମହାନ୍ତି । ପୂର୍ବରୁ ସ୍ମୃତି ରଂଜନ ୨ ଦଶମିକ ୭ ଇଞ୍ଚର ରଥ କରି ଚର୍ଚ୍ଚାରେ ଆସିଥିଲେ । ମାତ୍ର ୨ ଘଣ୍ଟା ସମୟରେ ସେ ମହାପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ କରି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ଇଣ୍ଡିଆ ବୁକ ଅଫ ରେକର୍ଡରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା ।

ଆଗାମୀ ଦିନରେ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇବା ନେଇ ପରିବାର ଲୋକ ଆଶା ରଖିଛନ୍ତି । ସର୍ବଦୋୟପୁରର ସ୍ମୃତି ରଂଜନ ମହମବତୀ ଏବଂ ଦିଆସିଲ କାଠିରେ ଜଗନ୍ନାଥଙ୍କ ମୂର୍ତ୍ତୀ ନିର୍ମାଣ କରିଛନ୍ତି  ।  ପୂର୍ବରୁ ଅନେକ ଥର ଜଗନ୍ନାଥଙ୍କ ମୂର୍ତ୍ତୀ ନିର୍ମାଣ କରିଥିଲା ବେଳେ, ଚଳିତଥର କିନ୍ତୁ ସବୁଠାରୁ ଛୋଟ ମୂର୍ତ୍ତୀ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ  । ସେପଟେ ସ୍ମୃତିଙ୍କର ଏହି କଳାକୃତି ସୋସିଆଲ ମିଡ଼ିଆରେ ବେସ ଭାଇରାଲ ହୋଇଥିଲା  ।

ମାଙ୍କିଡିଆ ସଂପ୍ରଦାୟର ଶିକ୍ଷିତ ଯୁବକ ପାଇଲେ ସରକାରୀ ଚାକିରି

ମୟୂରଭଞ୍ଜ: ଆଦିମ ଜନଜାତିଙ୍କ ଉନ୍ନତି ଦିଗରେ ରାଜ୍ୟ ସରକାର । ମୟୂରଭଞ୍ଜରେ ମାଙ୍କିଡିଆ ସଂପ୍ରଦାୟର ଶିକ୍ଷିତ ଯୁବକଙ୍କୁ ମିଳିଲା ସରକାରୀ ଚାକିରି । ଜନଜାତିର ପ୍ରଥମ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ ବାୟା ମାଙ୍କିଡିଆ । ଉଦଳା ପ୍ରତିଭା ଛାତ୍ରାବାସରେ ତାଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ଵାଜ, ବାୟାଙ୍କୁ ନିଯୁକ୍ତି ଦେଇଛନ୍ତି ।

ଲାପଟପ୍ ପ୍ରଦାନ ସହ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । 2010 ମସିହାରେ ମ୍ୟାଟ୍ରିକ୍ ପରୀକ୍ଷା ପାସ୍ କରିଥିଲେ ବାୟା ମାଂକିଡିଆ । ପରେ ଯୁକ୍ତ ଦୁଇ ପାସ କରିଥିଲେ । ଆଜି ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଅପହଞ୍ଚ ଅଞ୍ଚଳର ଜନଜାତି ଲୋକଙ୍କ ସ୍ଥିତି ସ୍ୱଛଳ କରିବାରେ ରାଜ୍ୟ ସରକାର ପ୍ରମୁଖ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି  । ଏହି କ୍ରମରେ ଆଜି ମାଙ୍କିଡ଼ିଆ ଜନଜାତିର ଯୁବକଙ୍କୁ ଶିକ୍ଷକ ପଦବୀ ମିିଳିଛି  ।

ପୁରୀ ବେଳାଭୂମିରେ ନିର୍ମାଣ ହେବନି ମଦ କୁଡ଼ିଆ, ବିରୋଧ ପରେ ପ୍ରକଳ୍ପ ବନ୍ଦ କଲେ ସରକାର

ଭୁବନେଶ୍ୱର: ପୁରୀ ସମୁଦ୍ର ବେଳାଭୂମିରେ ନିର୍ମାଣ ହେବନି ମଦ କୁଡ଼ିଆ । ବିଭିନ୍ନ ମହଲରୁ ବିରୋଧ ପରେ ପ୍ରକଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି । ଓଡ଼ିଶାର ୬ଟି ସ୍ବର୍ଣ୍ଣାଭ ବେଳାଭୂମିରେ ମଦ କୁଡ଼ିଆ ନିର୍ମାଣ ଲାଗି OTDC ଟେଣ୍ଡର ବାହାର କରିଥିଲା । ଏହି ତାଲିକାରେ ରହିଥିଲା  ବାଲେଶ୍ବରର ତଳସରା-ଉଦୟପୁର ବିଚ୍, ଚାନ୍ଦିପୁର, ଜଗତ୍‌ସିଂପୁରରର ପାରାଦୀପ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗଞ୍ଜାମର ପତିସୋନାପୁର ଓ ଗୋପାଳପୁର ବିଚ୍‌ରେ ୨୦ଟି ମଦ କୁଡ଼ିଆ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ।

ଏହି ପ୍ରକଳ୍ପକୁ ନେଇ ପୁରୀରେ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା  । ପୁରୀ ଭଳି ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ବେଳାଭୂମିରେ ମଦ ବିକ୍ରିୟକୁ ବିରୋଧ କରିଯାଇଛି  । ପୁରୀକୁ ଲୋକେ ତୀର୍ଥ କରିବା ପାଇଁ ଆସନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ପାଇଁ ଆସନ୍ତି  । ତେଣୁ ପୁରୀ ବେଳାଭୂମି ଭଳି ଏକ ପବିତ୍ର ସ୍ଥାନରେ ମଦ ବିକ୍ରିକୁ ବିରୋଧ କରାଯାଇଛି  । ଏହି ପ୍ରସ୍ତାବକୁ ବିରୋଧ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳ ଓ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ତେବେ ପୁରୀ ବେଳାଭୂମିରେ ଏଭଳି କୌଣସି ପ୍ରକଳ୍ପ ଆରମ୍ଭ ହେବାର ଯୋଜନା ନାହିଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

୪୮ ବର୍ଷରେ ପାଦ ଥାପିଲେ ସୋନୁ ସୁଦ: ଜନ୍ମଦିନରେ ରଖିଲେ ଏଭଳି କାମନା

ମୁମ୍ୱାଇ: ବଲିଉଡର ଜଣେ ଚର୍ଚ୍ଚିତ ଚେହେରା । ସାଧାରଣ ଲୋକଙ୍କ ପାଇଁ ଭଗବାନ ଓ ଅସହାୟଙ୍କର ସାହାରା । ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ ପରଦାରେ ସାନଦାର୍ ଅଭିନୟ କରି ଦର୍ଶକଙ୍କୁ ନିଜ ଆଡକୁ ଆକୃଷ୍ଠ କରିପାରନ୍ତି । ତା’ସହ ପ୍ରକୃତ ଜୀବନରେ ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ସେମାନଙ୍କୁ ସାହାର୍ଯ୍ୟ କରନ୍ତି । ହଁ ସେ ହେଉଛନ୍ତି ବଲିଉଡର ଜଣେ ଖାସ୍ କଳାକାର ସନୁସୁଦ୍ ।

ଆଜି ସନୁଙ୍କର ୪୮ତମ ଜନ୍ମଦିବସ । ଆଜିର ଦିନରେ କୋଟିକୋଟି ଲୋକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ଓ ତାଙ୍କର ଲମ୍ବା ଆୟୁଷର କାମନା କରୁଛନ୍ତି । କରୋନା ସମୟରେ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ସାହାର୍ଯ୍ୟ କରିଛନ୍ତି ସନୁସୁଦ୍ । କାହାକୁ ଲକଡାଉନରେ ବାହାର ରାଜ୍ୟରୁ ନିଜ ଘରକୁ ସୁରକ୍ଷିତ ପଠାଇଛନ୍ତି ତ ପୁଣି କାହାକୁ ହସ୍ପିଟାଲରେ ପହଞ୍ଚାଇ ଚିକିତ୍ସା କରାଇଛନ୍ତି । ଯିଏ କେହି ନିଜର ଗୁହାରି ସନୁଙ୍କ ପାଖରେ ବଖାଣିଛି ତାର ସାହାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି ସନୁ  । ଖାସ୍ ସେଇଥିପାଇଁ ତ ଆଜି ସଭିଙ୍କ ମୁହଁରେ ସନୁସୁଦଙ୍କ ପାଇଁ ରହିଛି ଅସରନ୍ତି ଭଲପାଇବା ଓ ସମ୍ମାନ । ଆଜି ତାଙ୍କ ଜନ୍ମଦିନ ଅବସରରେ ସନୁ ଏହିଭଳି କିଛି କଥା କହିଛନ୍ତି ଯାହାକୁ ଜାଣିଲେ ଯେ କେହି ତାଙ୍କର ପ୍ରଶଂସା ନ କରି ରହିପାରିବନି । ସାଧାରଣତଃ ଜନ୍ମଦିନରେ ପ୍ରତ୍ୟେକ ଲୋକ ନିଜ ପାଇଁ କିଛି ମାଗନ୍ତି । ନିଜର କିଛି ଅଧୁରା ସ୍ୱପ୍ନକୁ ପୂରା କରିବାକୁ ଚାହାନ୍ତି । କିନ୍ତୁ ସୋନୁସୁଦ ନିଜ ଜନ୍ମଦିନରେ ନିଜ ପାଇଁ ନୁହଁ ବରଂ ନିଜ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୋଲାରସିପ୍ ଏବଂ ଗରିବ ରୋଗୀମାନଙ୍କ ପାଇଁ ବେଡ୍ ମିଳୁ ବୋଲି ନିଜର ଇଚ୍ଛା ପ୍ରକାଶ କରିଛନ୍ତି । ସନୁସୁଦ୍ ଆହୁରି ମଧ୍ୟ କହିଛନ୍ତି- ଏହା ବହୁତ ବଡ କଥା ଯେ ମୋ ଉପରେ ମୋ ପ୍ରଶଂସକ ଓ ଦେଶରଜନତା ଅସରନ୍ତି ଭଲପାଇବା ଅଜାଡି ଦେଇଛନ୍ତି । ଯାହା ଦେଖି ମୁଁ ବହୁତ ଖୁସି । ଲୋକଙ୍କର ସାହାର୍ଯ୍ୟ କରିବା ପାଇଁ ମୁଁ ଯେଉଁ କ୍ୟାମ୍ପେନ ଆରମ୍ଭ କରିଛି ତାହା କେଉଁ ଗାଁ କିମ୍ବା ସହରରେ ସୀମିତ ନ ରହି ସାରା ଦେଶବାସୀଙ୍କ ପାଖରେ ପହଞ୍ଚୁ । ସେଥିପାଇଁ ଏହାକୁ ଆହୁରୀ ବିଶାଳ କରିବାକୁ ଆପଣ ମାନଙ୍କ ପାଖରେ ପହଂଚିବାକୁ ମୁଁ ଚାହେଁ .. ଆଗାମୀ ଦିନରେ ପିଲାଙ୍କୁ ମାଗଣା ଶିକ୍ଷା ମିଳୁ ବୋଲି ମୋର ଚେଷ୍ଟା ରହିବ..ମୋତେ ଭଲପାଉଥିବା ଅନେକ ଲୋକ ବିଭିନ୍ନ ପ୍ରାନ୍ତରୁ ସାଇକେଲ ଓ ମୋଟର ବାଇକରେ ମୁମ୍ବାଇ ଆସୁଛନ୍ତି..ସେମାନଙ୍କ ଭଲପାଇବାକୁ ଦେଖି ମୁଁ ଚାହେଁ ଆରବର୍ଷ ମୋ ଜନ୍ମଦିନ ବେଳକୁ ପ୍ରତ୍ୟେକ ହସ୍ପିଟାଲରେ ଗରିବ ଲୋକଙ୍କ ପାଇଁ ବେଡ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ୧୦ଗୁଣା ଅଧିକ ଛାତ୍ରବୃତ୍ତିର ବ୍ୟବସ୍ଥା ହୋଇପାରିବ । ସୋନୁସୁଦଙ୍କର ଏହିଭଳି ମହତ୍ ଚିନ୍ତାଧାରାକୁ ସବୁ ମାହୋଲରୁ ପ୍ରଶଂସା କରାଯାଉଛି  । ସୋନୁସୁଦ ପଞ୍ଚାବର ମୋଗା ଜିଲ୍ଲାରେ ୩୦ ଜୁଲାଇ ୧୯୭୩ରେ ଜନ୍ମ ଗ୍ରହଣ କରିଥିଲେ । ସୋନୁସୁଦ ଅନେକ ସ୍ୱପ୍ନ ନେଇ ମୁମ୍ବାଇ ଆସିଥିଲେ । ଆଉ ଧିରେ ଧିରେ ଷ୍ଟ୍ରଗଲ କରି ସେ ଜଣେ ସଫଳ କଳାକାରର ପରିଚୟ ପାଇଲେ । ଏବଂ ଏବେ ନିଜ ସ୍ୱପ୍ନ ପୂରା କରି ସେ ନିଜ ଦେଶବାସୀଙ୍କ ସ୍ୱପ୍ନକୁ ପୂରା କରିବାର ଲକ୍ଷ୍ୟ ରଖି ମହତ୍ କାମ କରିଚାଲିଛନ୍ତି ଓ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ।

ମାଟ୍ରିକ ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ

ସୋରଡ଼ା: ଶୁକ୍ରବାର ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅଫ୍‌ଲାଇନ୍ ମାଟ୍ରିକ୍‌ ପରୀକ୍ଷା । କରୋନା କାରଣରୁ ମାଟ୍ରିକ ପରୀକ୍ଷା ବାତିଲ ହୋଇଥିବା ବେଳେ ଏ ନେଇ ବିକଳ୍ପ ପ୍ରକ୍ରିୟାରେ ମୂଲ୍ୟାଙ୍କନ କରାଯାଇଥିଲା । ତେବ ମୂଲ୍ୟାଙ୍କନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଜି ଅଫ୍ ଲାଇନ୍‌ରେ ପରୀକ୍ଷା ଦେଇଛନ୍ତି । ତେବେ ରୋଚକ କଥା ଏହା ଯେ, ଆଜି ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସହ ତିନି ତିନି ଥର  ବିଧାୟକ ହୋଇଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଶାସକ ଦଳ ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ।

ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ଅନେକ ଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାରିବାରିକ, ରାଜନୈତିକ, ଲୋକଙ୍କ ସମାଜସେବା ଭିତରେ ରହି ସୁଯୋଗ ପାଇ ପାରିନଥିଲେ। କିନ୍ତୁ ଆଜି ସେ ମାଟ୍ରିକ ପରୀକ୍ଷା ଦେବା ପାଇଁ ନିଜର ଆଡ଼ମିଟ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି। ବିଧାୟକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କ ପାଇଁ ଏକ ଆଇସୋଲେସନ ୱାର୍ଡରେ ବସି ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।

ଏଥିସହିତ ପଢ଼ନ୍ତୁ: ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ବାଦଶ ରେଜଲ୍ଟ , ୯୯.୩୭ ପ୍ରତିଶତ ରହିଛି ପାସ୍‌ ହାର