କିଏ ହେବେ ଗୁଜରାଟର ଆଗାମୀ ମୁଖ୍ୟମନ୍ତ୍ରୀ? ରେସରେ ଅଛନ୍ତି ଏହି ନେତା…

ଅହମ୍ମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ଦିନ ବିଜୟ ରୁପାଣୀ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ସହ ସାକ୍ଷାତ କରି ରୁପାଣୀ ନିଜ ଇସ୍ତଫା ହସ୍ତାନ୍ତର କରିଛନ୍ତି । ହେଲେ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଯାଇଛି । ରୂପାଣୀଙ୍କ ପରେ କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଗଲାଣି ।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ରେସରେ ବିଜେପିର ଅନେକ ମନ୍ତ୍ରୀଙ୍କ ନାମ ସାମିଲ ରହିଛି । ସେଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡେଭିୟଙ୍କ ନାମ ମଧ୍ୟ ସାମିଲ ରହିଛି । ଏହା ବ୍ୟତୀତ କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ମନ୍ତ୍ରୀ ପୁରୁଷାେତ୍ତମ ରୁପାଲା, ସିଆର ପାଟିଲ ଓ ଗୋରଧନ ଜଦାଫିୟାଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ  ରେସରେ ରହିଛି । ଗତ ଜୁଲାଇ ମାସରେ ମୋଦି ସରକାରର କ୍ୟାବିନେଟ୍ ବିସ୍ତାର ସମୟରେ ଡ. ହର୍ଷବର୍ଦ୍ଧନଙ୍କୁ ହଟାଇ ମନସୁଖ ମାଣ୍ଡେଭିୟଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡେଭିୟ ଓ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷାେତ୍ତମ ରୁପାଲାଙ୍କ ନାମ ଏହି ମୁଖ୍ୟମନ୍ତ୍ରୀ ପଦ ରେସରେ ଆଗରେ ରହିବା ପଛରେ ମଧ୍ୟ କାରଣ ରହିଛି । କାରଣ ସେ ପଟେଲ୍ ସମୁଦାୟରୁ ଆସୁଛନ୍ତି । ଗୁଜରାଟରେ ପଟେଲ୍ ସମ୍ପ୍ରଦାୟର ପ୍ରମୁଖ ଭୂମିକା ରହିଛି । ପଟେଲ୍ ସମୁଦାୟରେ କଦବା ଓ ଲେଓବା ପଟେଲ୍ ରହିଥାନ୍ତି । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟ୍ ଏହି ଦୁଇ ପାଟିଦାର ସମୁଦାୟଙ୍କୁ ରଖିଛନ୍ତି ।  ପୁରୁଷୋତ୍ତମ ରୁପାଲା କଦବା ପାଟିଦାର ଓ ମନସୁଖ ମାଣ୍ଡବିୟ ଲେଓବା ପାଟିଦାରର ଅଟନ୍ତି। ଆଉ ଏବେ ସେମାନେ ମୁଖ୍ୟମନ୍ତ୍ରୀ ରେସରେ ରହିଛନ୍ତି ।

Leave a Reply