spot_img
Home Blog Page 5354

ନକଲି ଗୁଟ୍‌ଖା ଗୋଦାମ ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ଜବତ

ବ୍ରହ୍ମପୁର: ବଡବଜ଼ାର ଥାନା ଅନ୍ତର୍ଗତ କାଳୁ ପାତ୍ର ସାହିରେ ବଡ ଧରଣର ନକଲି ଗୁଟଖା ଗୋଦାମ ଉପରେ ଚଢ଼ାଉ କଲା ପ୍ରଶାସନ । ଚଢାଉରେ ଉପ ଜିଲ୍ଲାପାଳ ଉପସ୍ଥିତ। ଲକ୍ଷାଧିକ ଟଙ୍କାର ଗୁଟୁଖା ଓ ଗୁଟଖା ତିଆରି ସାମଗ୍ରୀ ଜବତ। ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ କାଳୁପତ୍ର ସାହିରେ ଥିବା ଦୁଇଟି ଘର ଉପରେ ଚଢାଉ କରିଥିଲେ ସେଥି ମଧ୍ୟରେ ବହୁ କମ୍ପାନୀର ନକଲି ଗୁଟଖା ଜବତ କରିଥିଲେ। ପାଖାପାଖି ପାଞ୍ଚ ଗୋଟି ଟ୍ରକ ମାଲ ସହ ତିନୋଟି ଟାଟା ଏସି ଗାଡି ଜବତ କରିଥିଲେ ଉପଜିଲ୍ଲାପାଳ । ଏଥିସହ କିଛି ଲୋକଙ୍କୁ ଅଟକ ରଖାଯାଇଛି।

ଏଥିସହିତ ପଢ଼ନ୍ତୁ: ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶା ମୁଖ୍ୟ କୋଲକାତାରୁ ଗିରଫ

ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶା ମୁଖ୍ୟ କୋଲକାତାରୁ ଗିରଫ

କୋଲକାତା: ଗିରଫ ହେଲେ ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲି ଓଡ଼ିଶା ହେଡ୍‌ । ଓଡ଼ିଶା ହେଡ୍‌ ବିକ୍ରମଜିତ୍ ଭୌମିକଙ୍କୁ କୋଲକାତା ମେଦିନାପୁରରୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଗିରଫ କରିବା ପରେ ତାଙ୍କୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଛି ଇଓଡବ୍ଲୁ । ବିକ୍ରମଜିତ୍‌ଙ୍କୁ ୧୪ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଜମାକାରୀଙ୍କୁ ଅଧିକ ଲାଭ ଦେବାର ଲୋଭ ଦେଖାଇ 6 କୋଟିରୁ ଅଧିକ ଟଙ୍କା ଠକିଥିବା ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା । ବିକ୍ରମଜିତ୍ ୨୦୧୩ ମସିହାରୁ ଫେରାର ଥିଲେ । ସୋର ଓ ବାଲେଶ୍ୱରରେ ଖୋଲିଥିବା ଶାଖା କାର୍ଯ୍ୟାଳୟ ଦ୍ୱାରା କୋଟି କୋଟି ଠକେଇ କରିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ରୋଜ୍ ଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଅଧ୍ୟକ୍ଷ ଗୌତମ କୁଣ୍ଡୁ ଓ ପରିଚାଳନା ନିର୍ଦେଶକ ଶିବମୟ ଦତ୍ତଙ୍କୁ ଗିରଫ କରଯାଇଥିଲା । ସୋର ଶାଖାର ମ୍ୟାନେଜର ବାଦଲ ଚନ୍ଦ୍ର କର ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି । ମାମଲାରେ ୮୩ କୋଟି ଟଙ୍କା ଓ ୧୧କୋଟିର ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରାଯାଇଛି । ସେହିପରି ସଂସ୍ଥା ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ମଧ୍ୟ ଗିରଫ କରିଥିଲା ଇଡି । ତେବେ ରୋଜଭ୍ୟାଲି ଗ୍ରୁପ ସାରା ଦେଶରୁ ୧୨ ହଜାର କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ସିବିଆଇ କହିଛି ।

ଏଥିସହିତ ପଢ଼ନ୍ତୁ: ଚତୁର୍ଥୀ ରାତିର ଭିଡିଓ ଭାଇରଲ କରୁଛନ୍ତି ସ୍ୱାମୀ: ଦେଖନ୍ତୁ କ’ଣ କହୁଛନ୍ତି ପୀଡ଼ିତା

 

ଶ୍ରାବଣ ମାସରେ ବି ବର୍ଷାର ଅଭାବ: ନିଅଣ୍ଟିଆ ବର୍ଷା ରେକର୍ଡ ଜିଲ୍ଲାକୁ ମରୁଡ଼ି ଘୋଷଣା କରିବାକୁ ବିଶେଷଜ୍ଞଙ୍କ ମତ

ଭୁବନେଶ୍ୱର: ଶ୍ରାବଣ ମାସରେ ବି ବର୍ଷାର ଅଭାବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ । ଓୟୁଏଟିର ଆକଳନ ଅନୁଯାୟୀ, ୨୬ ଜିଲ୍ଲାର ୬୫ ବ୍ଲକରେ ନିଅଣ୍ଟିଆ ବର୍ଷା ଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହେଲାଣି । ସେପଟେ ବିଶେଷଜ୍ଞ କହିଲେଣି, ସରକାର ଆଉ ଡେରି ନକରି ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ଜିଲ୍ଲାକୁ ମରୁଡ଼ି ଭାବେ ଘୋଷଣା କରନ୍ତୁ । ଚାତକ ପରି ଆକାଶକୁ ଚାହିଁଛି ଚଷାପୁଅ । ଶ୍ରାବଣ ଅଧାହେଲା, ବର୍ଷା ନାହିଁ । ମୁଣ୍ଡରେ ହାତ ଦେଇ ବସିଛି। ତଳିଘରାରେ ଧାନ ପଡ଼ିଛି,ପାଣି ଅଭାବରୁ ଗଜା ହେଉନି । ରୋଇଥିବା ଧାନ ବି ଶୁଖିଗଲାଣି । ଏ ହେଉଛି ଚଳିତ ଖରିଫ ଋତୁର ବିକଳ ଚିତ୍ର । ଏ କେଉଁ ମରୁଡ଼ିପ୍ରବଣ ଜିଲ୍ଲା ନୁହେଁ, ପୁରୀ ଜିଲ୍ଲା ପିପିଲି ବ୍ଲକର ଦୃଶ୍ୟ । କେନାଲ ପାଣି କେଉଁଠି ପହଞ୍ଚୁଛି ତ ଆଉ କେଉଁଠି ପହଞ୍ଚୁନି । ତଳମୁଣ୍ଡରେ ପାଣି ଅଭାବରୁ ଚାଷୀମାନେ ଜମିଥିବା ବର୍ଷାଜଳକୁ ସିଆର କାଟି ତଳିଘରାରେ ଛିଞ୍ଚୁଛନ୍ତି । ଏପଟେ ପାଣିପାଗ ବିଶେଷଜ୍ଞ କହିଲେଣି, ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ରହିବନି କି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ନାହିଁ । ୧୫ ତାରିଖ ପରେ ବର୍ଷା ହେଲେ ବି ଚାଷୀର କାମରେ ଆସିବନି । ନିଅଣ୍ଟିଆ ବର୍ଷା ହେଉଥିବା ଜିଲ୍ଲାରେ ଆସନ୍ନ ମରୁଡ଼ି ସ୍ଥିତି ସରକାର ଘୋଷଣା କରନ୍ତୁ । ନହେଲେ ଚାଷୀଙ୍କ ମନୋବଳ ଭାଙ୍ଗିଯିବ । ଚଳିତବର୍ଷ ଖରିଫ ଋତୁରେ ୧୨୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନ ପାଇଁ କୃଷି ବିଭାଗ ଆକଳନ କରିଛି । କିନ୍ତୁ ନିଅଣ୍ଟିଆ ବର୍ଷା ଏହି ଲକ୍ଷ୍ୟକୁ ବାଟବଣା କରିଦେବ । ନିଅଣ୍ଟିଆ ବର୍ଷାକୁ ଦେଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କଣ୍ଟିଜେନ୍‌ସି ପ୍ଲାନ ପ୍ରସ୍ତୁତ କରିଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା କଥା, ନିଅଣ୍ଟିଆ ବର୍ଷା ଯୋଗୁ ଗୋଟିଏ କି ଦୁଇଟି ଜିଲ୍ଲା ନୁହେଁ, ୨୬ ଜିଲ୍ଲାର ୬୫ ବ୍ଲକରେ ଖରିଫ ଚାଷ ପ୍ରଭାବିତ ହେବ । ଚାଷୀମାନେ ୧୦୦ରୁ ୧୧୦ ଦିନିଆ ବିହନ ବୁଣନ୍ତୁ ।

ଏଥିସହିତ ପଢ଼ନ୍ତୁ: ତୃତୀୟ ପ୍ରବାହର ସଂକେତ! ଦେଶର ଆଠ ରାଜ୍ୟରେ ଅଧିକ ରହିଛି ଆର ଭ୍ୟାଲୁ

ତୃତୀୟ ପ୍ରବାହର ସଂକେତ! ଦେଶର ଆଠ ରାଜ୍ୟରେ ଅଧିକ ରହିଛି ଆର ଭ୍ୟାଲୁ

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ଜାହିର କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶର ୮ ରାଜ୍ୟରେ R ଭ୍ୟାଲୁ ଏବେ ବି ଅଧିକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ୫୭ ଜିଲ୍ଲାରୁ ଦୈନିକ ୧୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ୧୮ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି । ଏଥିମଧ୍ୟରୁ କେରଳର ୧୦, ମହାରାଷ୍ଟ୍ରର ୩, ମଣିପୁରର ୨, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ମିଜୋରାମର ଗୋଟିଏ ଲେଖାଏଁ ଜିଲ୍ଲା ରହିଛି । ୪୪ ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ଆକଟିଭ୍ କେସ୍ ରହିଛି । କେରଳ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ, ସିକ୍କିମ, ପୁଡୁଚେରୀ, ରାଜସ୍ଥାନ, ଆସାମ, ହିମାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରୁ ଏହି ଜିଲ୍ଲା ଗୁଡିକ ରହିଛି । ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ଭାରତରେ ସଂକ୍ରମଣ ବଢୁଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବିଭିନ୍ନ ରାଜ୍ୟରେ କରୋନା କଟକଣା କୋହଳ ଫଳରେ ସଂକ୍ରମଣ ବଢୁଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ।

ଏଥିସହିତ ପଢ଼ନ୍ତୁ: ଯୋଦ୍ଧା-ଆକବର ଉଦାହରଣ ଦେଇ ହାଇକୋର୍ଟ କହିଲେ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଠିକ୍ ନୁହେଁ

ଏବେ ଥରହର ହେବେ ଶତ୍ରୁ: ଆମେରିକାରୁ ଆସୁଛି ହାରପୁନ୍‌ ଜଏଣ୍ଟ କମନ୍‌ ଟେଷ୍ଟ ସେଟ୍‌

ନୂଆଦିଲ୍ଲୀ: ଆମେରିକାଠୁ ଭାରତ କିଣିବ ହାରପୁନ୍‌ ମିସାଇଲ୍‌  । ଏନେଇ ଆମେରିକା ପକ୍ଷରୁ ମଞ୍ଜୁରୀ ଦିଆଯାଇଛି  । ୮୨ ନିୟୁତ ଡଲାରରେ ଭାରତ ହାରପୁନ୍‌ ଜଏଣ୍ଟ କମନ୍‌ ଟେଷ୍ଟ ସେଟ୍‌ କିଣିବାକୁ ଯାଉଛି  । ଏହା ଦ୍ୱାରା ଭାରତର ପ୍ରତିରକ୍ଷା କ୍ଷେତ୍ର ଆହୁରି ମଜବୁତ୍ ହେବ  । ଦକ୍ଷିଣ ଏସିଆରେ ସ୍ଥିତି ଅଶାନ୍ତ ଥିବାରୁ ଭାରତ ଶକ୍ତିଶାଳୀ ହେଲେ ସ୍ଥିତି ସୁଧୁରିବ ହେବ ବୋଲି ଆମେରିକା କହିଛି  ।

ଲମ୍ବା ତର୍କ ବିତର୍କ ପରେ ସଫଳତା । ଆମେରିକାରୁ ଆସୁଛି ହାରପୁନ୍‌ ଜଏଣ୍ଟ କମନ୍‌ ଟେଷ୍ଟ ସେଟ୍‌  । ୮୨ ନିୟୁତ ଡଲାରରେ ମିସାଇଲ କିଣିବେ ସରକାର  । ପ୍ରତିରକ୍ଷା କ୍ଷେତ୍ରରେ ହେବ ମାଇଲ ଖୁଣ୍ଟ  । ଅସ୍ଥିର ଭାରତ ଓ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶତ୍ରୁକୁ ମାତ୍‌ ଦେବାକୁ ହେବ ନିର୍ଣ୍ଣାୟକ । ଆମେରିକାର ପେଣ୍ଟାଗନ୍‌ ପ୍ରତିରକ୍ଷା ନିରାପତ୍ତା ସହଯୋଗ ସଂସ୍ଥା ଏବଂ ୟୁଏସ କଂଗ୍ରେସର ମଧ୍ୟରେ ସହମତି ପରେ ଏହି ଚୁକ୍ତିକୁ ମଞ୍ଜୁରୀ ଦିଆଯାଇଛି  । ଭାରତ ଏହି ମିସାଇଲ କିଣିବା ପାଇଁ ଆମେରିକାକୁ ପ୍ରସ୍ତାବ ଦେଇଥିବା ବେଳେ ଏହାର ମରାମତି ଷ୍ଟେସନ, ପାର୍ଟ୍ସ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ଆମେରିକା ଯୋଗାଇବ  । ଆମେରିକାର ବୈଦେଶିକ ନୀତି ଅନୁସାରେ ଦୁଇ ଦେଶ ମଧ୍ୟ ସମ୍ପର୍କୁ ଆହୁରି ସୁଦୃଢ କରିବା ପାଇଁ ଏହି ଚୁକ୍ତିକୁ ମଞ୍ଜୁରୀ ଦିଆଯାଇଛି  ।

ବର୍ତ୍ତମାନ ସ୍ଥିତିରେ ଚୀନ ଓ ପାକିସ୍ତାନର ଉତ୍ପାତ ଦେଖି ଏହି ମିଶାଇଲ ଭାରତକୁ ବଳ ଯୋଗାଇବ  । ଏଥିସହ ଦକ୍ଷିଣ ଏସିଆରେ ବିବାଦ ଆୟତ୍ତକୁ ଆସିବ ବୋଲି ଆମେରିକା କହିଛି  । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଦେଶ ବୋଲି ସ୍ୱୀକୃତି ଦେଇଛି । ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଭାରତକୁ ଡିଫେନ୍ସ ପାର୍ଟନରର ମାନ୍ୟତା ଦିଆଯାଇଥିଲା । ଆମେରିକାର ଏହି ପ୍ରସ୍ତାବିତ ବିକ୍ରି ଯୋଗୁ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ହେବା ସହ ଭାରତ-ଆମେରିକା କୌଶଳଗତ ସମ୍ପର୍କ ବୃଦ୍ଧି ପାଇବ  । ବୋଇଂ କମ୍ପାନୀ ମାଧ୍ୟମରେ ଭାରତ ଆମେରିକାରୁ ଏହି ମିସାଇଲ  ପାଇବ  । ବର୍ତ୍ତମାନ ସମୟରେ ୩୦ରୁ ଅଧିକ ଦେଶ ପାଖରେ ଏହି ଆଣ୍ଟିସିପ୍‌ ମିସାଇଲ୍‌ ମହଜୁଦ ଅଛି  । ସେମାନଙ୍କ ସହ ଭାରତ ବର୍ତ୍ତମାନ ସମକ୍ଷକ ହୋଇପାରିବ  ।

ଚତୁର୍ଥୀ ରାତିର ଭିଡିଓ ଭାଇରଲ କରୁଛନ୍ତି ସ୍ୱାମୀ: ଦେଖନ୍ତୁ କ’ଣ କହୁଛନ୍ତି ପୀଡ଼ିତା

ବାଙ୍କୀ: ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ । ବାହାଘରର ଚତୁର୍ଥୀ ରାତିରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ । ବାଙ୍କୀ ଥାନା ତୁଳସୀପୁରରୁ ଆସିଛି ଏଭଳି ଅଭିଯୋଗ । ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ଏହାକୁ ଭାଇରାଲ୍ କରିଛନ୍ତି ଏବଂ ଯୌତୁକ ମାଗି ଶାରୀରିକ ନିର୍ଯ୍ୟାତନା ଦେଉଥିବାରୁ ସ୍ୱାମୀଙ୍କ ବିରୋଧରେ ମହିଳା ଥାନାରେ ଦ୍ୱାରସ୍ଥ ହୋଇଥିଲେ ମହିଳା । କିନ୍ତୁ ନ୍ୟାୟ ନମିଳିବାରୁ ଆଜି ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରିଣୀ ।

ଏଥିସହିତ ପଢ଼ନ୍ତୁ: ଗଜପତି ଆସି ତଦନ୍ତରେ ସହଯୋଗ କରିବାକୁ ବିଦ୍ୟାଙ୍କୁ ନୋଟିସ୍‌ କରିବ ପାରଳା ପୋଲିସ୍‌

 

ନିଯୁକ୍ତି ପ୍ରକ୍ରିୟାର ଚଞ୍ଚକତା ଅଭିଯୋଗ : ଓଏସ୍ଏସ୍‌ସି କାର୍ଯ୍ୟାଳୟରେ ଛାନଭିନ୍ ଆରମ୍ଭ

ଭୁବନେଶ୍ୱର: କୋଟିପତି OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁ ଗିରଫ ଘଟଣା । OSSC କାର୍ଯ୍ୟାଳୟରେ ଛାନଭିନ୍ ଆରମ୍ଭ କରିଛି ଭିଜିଲାନ୍ସ । ଗିରଫ ପିଏ ବିରଞ୍ଚି ସାହୁଙ୍କ ସମ୍ପର୍କରେ ଚାଲିଛି ତଦନ୍ତ । ସେପଟେ OSSCରେ ଦୁର୍ନୀତି ଅଭିଯୋଗ ନେଇ ଭିଜିଲାନ୍ସର ଦ୍ୱାରସ୍ଥ ହେଲେ ଜଣେ ପରୀକ୍ଷାର୍ଥୀ । ୨୦୧୧ରେ ଜୁନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ କିଭଳି ଦୁର୍ନୀତି ହୋଇଥିଲା, ସେନେଇ ଆରଟିଆଇ ତଥ୍ୟ ନେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କଲେ ଚିନ୍ମୟ ରାଉତ । କଟଅଫ ମାର୍କଠାରୁ ଅଧିକ ମାର୍କ ରଖି ମଧ୍ୟ ସେ ଚାକିରି ପାଇବାରୁ ବଞ୍ଚିତ ହୋଇଥିଲେ । କଟଅଫ ମାର୍କ ୧୭୫ ଥିବା ବେଳେ ଚିନ୍ମୟ ରଖିଥିଲେ ୧୭୭ ଦଶମିକ ୨୫ ମାର୍କ । ୧୭୫ ମାର୍କ ରଖିଥିବା ପରୀକ୍ଷାର୍ଥୀ ଚାକିରି ପାଇଥିବା ବେଳେ ଚିନ୍ମୟ ୧୭୭ ଦଶମିକ ୨୫ ମାର୍କ ରଖି କେମିତି ଚାକିରି ପାଇବାରୁ ବଞ୍ଚିତ ହେଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଚିନ୍ମୟ ରାଉତ ।

ଏଥିସହିତ ପଢ଼ନ୍ତୁ: ଯୋଦ୍ଧା-ଆକବର ଉଦାହରଣ ଦେଇ ହାଇକୋର୍ଟ କହିଲେ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଠିକ୍ ନୁହେଁ

 

ଉହାନରେ ପୁଣି କଡ଼ ଲେଉଟାଇଲାଣି କରୋନା: ୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବେଜିଂ: ଉହାନରେ ପୁଣି କଡ଼ ଲେଉଟାଇଲାଣି କରୋନା । ମଙ୍ଗଳବାର ସହରରୁୁ ୯୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧ ଜଣ ସ୍ଥାନୀୟ ଅଞ୍ଚଳର କରୋନା ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ ଦିନକ ପୂର୍ବରୁ ପ୍ରାୟ ୫୫ ଜଣ କରାନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏହି ନୂଆ ଲହରରେ ନାନଜିଙ୍ଗ ଏୟାରପୋର୍ଟରେ କାର୍ଯ୍ୟରତ କର୍ମଚାରୀଙ୍କ ଠାରେ ପ୍ରଥମେ ସଂକ୍ରମଣ ଦେଖିବାକୁ ମିଳିଛି । ସ୍ଥାନୀୟ କର୍ତ୍ତୃପକ୍ଷ ୯.୨ ମିଲିୟନ ଲୋକଙ୍କୁ ୩ ଥର ଟେଷ୍ଟି କରିବା ସହ ସେଠାରେ ଲକ୍‌ଡାଉନ୍ ଲାଗୁ କରିଛନ୍ତି । ଏଥିସହିତ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ପ୍ରାୟ ୫ ହଜାର ଲୋକଙ୍କ ଉପରେ ନଜର ରଖିଛି ସ୍ଥାନୀୟ ପ୍ରଶାସନ । ଜିଙ୍ଗଜିଜେ ବର୍ତ୍ତମାନ କରୋନା ସଂକ୍ରମଣର ନୂଆ ସ୍ଥଳୀ ପାଲଟିଥବା ଚାଇନାରେ ଶ୍ୱାସରୋଗ ବିଶେଷଜ୍ଞ କରିଛନ୍ତି । ତେବେ କରୋନାର ଏହି ନୂଆ ଲହର ଚୀନ ରାଜଧାନୀ ବେଜିଂରେ ମଧ୍ୟ ପହଞ୍ଚିଥିବା ସୂଚନା ରହିଛି ।

ସୂଚନା ଯୋଗ୍ୟ ଯେ, ଉହାନରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ୨୦୧୯ ମସିହାରେ ସମସ୍ତଙ୍କ ନଜର ଆସିଥିଲା ଉହାନ । ବର୍ତ୍ତମାନ ଗତ ୧୦ ଦିନ ମଧ୍ୟରେ ୩ଶହ କରୋନା ସଂକ୍ରମିତ ଚିହ୍ନଟ ଚୀନ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଦେଶର ପ୍ରାୟ ୧୫ଟି ପ୍ରାନ୍ତରୁ ଏହି ନୂଆ ମାମଲା ସାମ୍ନାକୁ ଆସିଛି । ଏଣୁ ସରକାର କଡ଼ା କଟକଣା ମଧ୍ୟ ଲାଗୁ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଏସ୍‌ଏଫ୍ ଯବାନଙ୍କ ଉପରେ ଆମ୍ୱୁଶ ଆକ୍ରମଣ, ୨ ସୈନିକ ଶହୀଦ

ବିଏସ୍‌ଏଫ୍ ଯବାନଙ୍କ ଉପରେ ଆମ୍ୱୁଶ ଆକ୍ରମଣ, ୨ ସୈନିକ ଶହୀଦ

ନୂଆଦିଲ୍ଲୀ: ତ୍ରିପୂରା ନିକଟ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) ଉପରେ ଆକ୍ରମଣ । ଏନ୍ଏଲ୍‌ଏଫ୍‌ଟି ଆତଙ୍କବାଦୀ ସଂଗଠନ ପକ୍ଷରୁ ଆମ୍ୱୁଶ ଆକ୍ରମଣରେ ୨ ସେନା ଶହୀଦ । ଢାଲାଇ ଜିଲ୍ଳାରେ ସକାଳ ୬.୩୦ ମିନିଟ ସମୟରେ ସୀମା ସୁରକ୍ଷା ବଳ ଉପରେ ଆମ୍ୱୁଶ ଆକ୍ରମଣ ହୋଇଥିଲା । ଏଥିରେ ଶହୀଦ ହୋଇଥିବା ବିଏସ୍ଏଫ୍ ଯବାନ ସବ୍ ଇନ୍ସପେକ୍ୱର ରାଙ୍କ୍‌ର ବୋଲି ଜଣାପଡ଼ିଛି । ତେବେ ଏହାର ଜାବାବରେ ବିଏସ୍ଏଫ୍‌ ଯବାନଙ୍କ ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା । ଢାଲାଇ ଜିଲ୍ଲାର ଚାଓ୍ୱମାନୁ ପୋଲିସ ଷ୍ଟେସନ ଅଧିନରେ ଏହି ଆକ୍ରମଣ ଘଟିଥିଲା । ଭାରତ-ବାଂଲାଦେଶସୀମା ମୋଟ ୪ହଜାର ୯୬ କିଲୋମିଟରର ହୋଇଥିବା ବେଳେ ୮୫୬ କିଲୋମିଟର ଅଞ୍ଚଳରେ ତ୍ରିପୁରା ରହିଛି । ତେବେ ଏହି ଆକ୍ରମଣରେ ସବ୍‌ ଇନ୍ସପେକ୍ଟର ଭୁରୁ ସିଂହ ଓ କନଷ୍ଟେବଳ ରାଜ କୁମାର ଶହୀଦ ହୋଇଛନ୍ତି । ତେବ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ରହିଛି । ତେବେ ଶହୀଦ ଯବାନଙ୍କ ଅସ୍ତ୍ରଶସ୍ତ୍ର ନ୍ୟାସନାଲ ଲିବରେଣ୍ଟ ଫ୍ରଣ୍ଟ ଅଫ୍ ତ୍ରିପୁରା ଆତଙ୍କବାଦୀ ସଂଗଠନ ପକ୍ଷରୁ ନିଆଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଯୋଦ୍ଧା-ଆକବର ଉଦାହରଣ ଦେଇ ହାଇକୋର୍ଟ କହିଲେ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଠିକ୍ ନୁହେଁ

 

ଯୋଦ୍ଧା-ଆକବର ଉଦାହରଣ ଦେଇ ହାଇକୋର୍ଟ କହିଲେ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଠିକ୍ ନୁହେଁ

ଲକ୍ଷ୍ନୌ: କେବଳ ଧର୍ମ ପରିବର୍ତ୍ତନ ପାଇଁ ବିବାହ ଠିକ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି । ଲଭ୍ ଜିହାଦ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନାକଚ କରି ହାଇକୋର୍ଟ ଏଭଳି କହିଛନ୍ତି । ହାଇକୋର୍ଟ ଜାମିନ ଆବେଦନର ଶୁଣାଣି କରି ବିଚାରପତି ମୋଗଲ ବାଦଶାହା ଆକବର ଓ ଯୋଦ୍ଧାବାଇଙ୍କ ବିବାହର ଉଦାହରଣ ଦେଇ କହିଥିଲେ ଯେ, ଆକବର ଯୋଦ୍ଧାଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କ ଧର୍ମ ପରିବର୍ତ୍ତନ କରିନଥିଲେ । ଉଭୟ ପରସ୍ପରର ଧର୍ମୀୟ ବିଶ୍ୱାସର ସମ୍ମାନ କରୁଥିଲେ ଓ ପରସ୍ପର ପ୍ରତି ସେମାନଙ୍କ ସମ୍ମାନଭାବ ମଧ୍ୟ ଥିଲା ।
ଏଟା ଜିଲ୍ଲାର ଜାଭେଦ ନାମକ ବ୍ୟକ୍ତି ଲଭ ଜିହାଦ ଅଭିଯୋଗରେ ଜେଲରେ ଅଛନ୍ତି । ଜାଭେଦଙ୍କ ଜାମିନ ଆବେଦନର ଶୁଣାଣି ବେଳେ ବିଚାରପତି କହିଥିଲେ ଯେ, ଧର୍ମ ବ୍ୟକ୍ତିଗତ ଆସ୍ଥାର ବିଷୟ ଓ ଏହା ଆପଣଙ୍କ ଜୀବନଶୈଳୀକୁ ଦର୍ଶାଇ ଥାଏ । ଇଶ୍ୱରଙ୍କ ପ୍ରତି ଆସ୍ଥା ପ୍ରଦର୍ଶନ କରିବାକୁ କୌଣସି ବିଶେଷ ପୂଜାପଦ୍ଧତିର ଆବଶ୍ୟକତା ନାହିଁ । ବିବାହ ପାଇଁ ସମାନ ଧର୍ମର ହେବା ଜରୁରୀ ନୁହେଁ । ଏମିତିରେ କେବଳ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିବା ଉଚିତ ନୁହେଁ । ଅଦାଲତ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନରେ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କର କୌଣସି ଆସ୍ଥା କି ବିଶ୍ୱାସ ନଥାଏ । ଏହା କେବଳ ଚାପ,ଭୟ କିମ୍ବା ଲୋଭ ଦ୍ୱାରା ହୋଇଥାଏ । କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ କୌଣସି ସାମ୍ବିଧାନିକ ମାନ୍ୟତା ନାହିଁ ।
ବ୍ୟକ୍ତିଗତ ଲାଭ ପାଇଁ କରାଯାଇଥିବା ଧର୍ମ ପରିବର୍ତ୍ତନ କେବଳ ବ୍ୟକ୍ତିଗତ ଭାବେ କ୍ଷତିକାରକ ହୋଇନଥାଏ ଏହା ମଧ୍ୟ ସମାଜ ପାଇଁ ବିପଜ୍ଜନକ ହୋଇଥାଏ । ଏଭଳି ଧର୍ମପରିବର୍ତ୍ତନ ଦ୍ୱାରା ଧର୍ମାନ୍ଧଙ୍କୁ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବଳ ମିଳିଥାଏ ବୋଲି ଅଦାଲତ ନିଜ ବକ୍ତବ୍ୟରେ କହିଥିଲେ ।
ମାମଲା କ’ଣ
ଏଟା ଜିଲ୍ଲାର ଜାଭେଦଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ଜଣେ ହିନ୍ଦୁ ଝିଅଙ୍କୁ ବିବାହ କରିବା ପରେ ତାଙ୍କ ଅଜାଣତରେ କିଛି କାଗଜପତ୍ରରେ ଦସ୍ତଖତ ନେଇ ତାଙ୍କର ଧର୍ମ ପରିବର୍ତ୍ତନ କରିଥିଲେ । ହିନ୍ଦୁ ଯୁବତୀ ଜଣକ ପରେ ଏନେଇ ଅଦାଲତରେ ଅଭିଯୋଗ କରିଥିଲେ । ଜାଭେଦ ଏହି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଜାମିନରେ ଆସିବା ପାଇଁ ଜାଭେଦ ଆବେଦନ କରିଥିଲେ ମଧ୍ୟ ଅଦାଲତ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପ୍ରକାଶ ପାଇଲା CBSE ୧୦ମ ଶ୍ରେଣୀ ପରୀକ୍ଷା ଫଳ, ପାସ ହାର ରହିଛି ୯୯.୦୪ ପ୍ରତିଶତ