ମହଙ୍ଗା ହୋଇପାରେ ଅନଲାଇନରେ ଖାଦ୍ୟ ଅର୍ଡର କରିବା

ନୂଆଦିଲ୍ଲୀ: ଆଗକୁ ଆପଣଙ୍କୁ ମହଙ୍ଗା ପଡିପାରେ ଅନଲାଇନରେ ଖାଦ୍ୟ ମଗାଇବା । ଅନଲାଇନ୍ ଫୁଡ ଡେଲିଭରି ଉପରେ ଅଧିକ ଦେବାକୁ ପଡିପାରେ ଦେୟ । ସ୍ୱିଗି ଓ ଜୋମାଟୋ ପରି ଫୁଡ ଡେଲିଭରି ସଂସ୍ଥା ଗୁଡିକୁ ୫ ପତିଶ୍ରତ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କିମଟିର ଫିଟମେଣ୍ଟ ପ୍ୟାନେଲ ସୁପାରିଶ କରିଛି ।

ସୂଚନା ଅନୁସାରେ, ଜିଏସଟି କାଉନସିଲ କମିଟିର ବୈଠକରେ ଏନେଇ ଆଲୋଚନା କରାଯିବ। ଜିଏସଟି କାଉନସିଲ ବୈଠକ ଶୁକ୍ରବାର ଲକ୍ଷ୍ନୌରେ ଅନୁଷ୍ଠିତ ହେବ । ଏଥିରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ଯୋଗ ଦେବେ । ବର୍ତ୍ତମାନର ଅର୍ଥିକ ବ୍ୟବସ୍ଥା ଅନୁଯାୟୀ ଟ୍ୟାକ୍ସ ଆକାରରେ ସରକାରଙ୍କୁ ବାର୍ଷିକ ୨ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ।

 

ତେଣୁ ଏହି ବ୍ୟବସ୍ଥା ଉପରେ ପୁନଃ ବିଚାର କରି ପରିବର୍ତ୍ତନ କରାଯିବ ବୋଲି କୁହାଯାଉଛି । ଏହାସହ ପେଟ୍ରୋଲ ଓ ଡିଜେଲର ଦର ସହ କରୋନା ସମୟରେ ଅତ୍ୟାବଶ୍ୟକ ସାମଗୀଗୁଡିକର ଦରଦାମ ଉପରେ ମଧ୍ୟ ଆଲୋଚନା କରାଯିବାର ସୂଚନା ରହିଛି ।

Leave a Reply